ବରଗଡ଼ରେ ଅସ୍ତିତ୍ୱ ହରାଉଛି କ୍ୟାନସର ହସ୍ପିଟାଲ, ଭାଜପା ସରକାରଙ୍କ ଉପରେ ବର୍ଷିଲା ବିଜେଡି…

ବରଗଡ଼,୧୬।୯(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ସ୍ବାସ୍ଥ୍ୟସେବା ଭୁଷୁଡ଼ି ପଡ଼ିଛି। ଡାକ୍ତରଖାନାରେ ଡାକ୍ତର ପଦବୀ ଖାଲି ପଡ଼ିଥିବା ସାଧାରଣରେ ପରିଣତ ହୋଇଥିବାବେଳେ ଜିଲା ମୁଖ୍ୟ ଡାକ୍ତରଖାନାରେ ହାଡ଼ଭଙ୍ଗା ରୋଗୀଙ୍କୁ କାର୍ଡବୋର୍ଡ ଚିକିତ୍ସା ଜିଲାରେ ଚାଲିଥିବା ସ୍ବାସ୍ଥ୍ୟସେବାକୁ ପଦାରେ ପକାଇ ଦେଇଛି। ଡାକ୍ତର ନ ଥିବାରୁ ଗତ କିଛିଦିନ ହେଲା ବରଗଡ଼ କ୍ୟାନସର ହସ୍ପିଟାଲରେ ତାଲା ଝୁଲୁଛି। ଜିଲାରେ ସ୍ବାସ୍ଥ୍ୟସେବାର ଏଭଳି ବିକଳ ଚିତ୍ରକୁ ନେଇ ବିଜେଡି ରାଜ୍ୟର ଭାଜପା ସରକାରକୁ କଡ଼ା ସମାଲୋଚନା କରିଛି।

ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବିଜେଡି ନେତୃବୃନ୍ଦ କହିଥିଲେ, ବରଗଡ଼ ଜିଲାରେ ଦିନକୁ ଦିନ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଜିଲାରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ପାଖାପାଖି ୬ ଶହ ରହିଥିବା ବେଳେ ଏବେ ମାତ୍ର ୩୦ ପ୍ରତିଶତ ଡାକ୍ତର କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ଜଣ ଡାକ୍ତର ଉଚ୍ଚଶିକ୍ଷା ପାଇଁ ଅଧ୍ୟୟନରତ ରହିଛନ୍ତି। ଏହା ସହିତ ୬୦ ପ୍ରତିଶତ ପାରା ମେଡିକାଲ ଷ୍ଟାଫ ପଦବୀ ଖାଲି ରହିଛି। ଫଳରେ ଲୋକେ ଆବଶ୍ୟକ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ଅଛନ୍ତି। ସରକାରକୁ ଆସିବା ପୂର୍ବରୁ ବାହାସ୍ଫୋଟ ମାରିଥିବା ଭାଜପା ସରକାର ଆସିବାର ଦେଢ଼ବର୍ଷରୁ ଊଦ୍ଧର୍‌ବ ସମୟ ଅତିବାହିତ ହୋଇଯାଇଛି। ତେବେ ଡାକ୍ତର ପଦବୀ ପୂରଣ ତ ଦୂରର କଥା, ଏବେ ସ୍ବାସ୍ଥ୍ୟ ସେବା ବେହାଲ ହୋଇ ଜନ ସାଧାରଣ ନାହିଁ ନ ଥିବାର ଦୁଃଖ ଭୋଗୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ବରଗଡ଼ ଜିଲା ସଭାପତି ସୁଶାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଉପାଧ୍ୟକ୍ଷ ରାଜେଶ ଅଗ୍ରଓ୍ବାଲା, ଗୌରହରି ମିଶ୍ର, ଜିଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, କିଶୋର ମିଶ୍ର, ଉମା ଚରଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ କହିଥିଲେ, ବରଗଡ଼ ଫାଇଟର୍ସ ଗ୍ରୁପ ସମେତ ବିଭିନ୍ନ ଅନୁଷ୍ଠାନ ତଥା ବରଗଡ଼ ଦାବିକୁ ସମ୍ମାନ ଜଣାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ରେ କ୍ୟାନସର ହସ୍ପିଟାଲ ସ୍ଥାପିତ କରିଥିଲେ। ୨୦୨୧ ଶେଷଭାଗକୁ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ପାଇଁ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ସହିତ ହସ୍ପିଟାଲ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଇ ଦିଆଯାଇଥିଲା ଏବଂ ଧାର୍ଯ୍ୟ ସମୟ ପୂର୍ବରୁ ୨୦୨୪ ଜାନୁଆରୀ ମାସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହା ଲୋକାର୍ପିତ ହୋଇଥିଲା। ଏଥିସହିତ ୩ଜଣ ଡାକ୍ତର ଓ ପାରା ମେଡିକାଲ ଷ୍ଟାପ ନିଯୁକ୍ତି ଦିଆଯାଇ କ୍ୟାନ୍ସର ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଇଥିଲା। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ସରକାର ଗଠନ ହେଲା ଏବଂ ସରକାରୀ ଉଦାସୀନତା ଓ ନିର୍ବାଚିତ ଜନପ୍ରତିନିଧିଙ୍କ ଅଣଦେଖା ଯୋଗୁ କ୍ୟାନ୍ସର ହସ୍ପିଟାଲ ତାର ଅସ୍ବିତ୍ୱ ହରାଇ ବସିଛି ବୋଲି ବିଜେଡି ଅଭିଯୋଗ କରିଛି। ତେବେ ଖୋଦ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ବରଗଡ଼ ଜିଲା ଦାୟିତ୍ୱରେ ଥିବାବେଳେ ବରଗଡ଼ କ୍ୟାନ୍ସର ହସ୍ପିଟାଲ ପ୍ରତି ଆଖି ବୁଜି ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେଡି ନେତୃବୃନ୍ଦ ଉଲ୍ଲେଖ କରି ତୁରନ୍ତ ଏହି କ୍ୟାନ୍ସର ହସ୍ପିଟାଲକୁ ପୂର୍ଣ୍ଣ କାର୍ଯ୍ୟ କ୍ଷମ କରିବା ସହିତ ଜନ ସାଧାରଣଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦାବି କରିଛି। ନଚେତ୍‌ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଖବରଦାତା ସମ୍ମିଳନୀରେ ଚେତାବନୀ ଦେଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?