Posted inଜାତୀୟ

କରୋନା ମହାମାରୀ ସମୟରେ ବିଏମସି ଦେଇଥିବା ଠିକାର ଯାଞ୍ଚ୍‌ ଆରମ୍ଭ କଲେ ସିଏଜି…

ମୁମ୍ବାଇ,୨୨।୧୧ : ମୁଖ୍ୟମନ୍ତ୍ରୀ ଏକନାଥ ଶିିନ୍ଦେ ସରକାରଙ୍କ ସୁପାରିଶ କ୍ରମେ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ (ସିଏଜି) ମଙ୍ଗଳବାର କରୋନ ମହାମାରୀ ସମୟରେ ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେଶନ (ବିଏମସି) ଦ୍ୱାରା ଠିକା ମାଧ୍ୟମରେ କରାଯାଇଥିବା କାର୍ଯ୍ୟ ଆବଣ୍ଟନ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତିି। ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି।

ଉଲ୍ଲେଖନୀୟ ବିଷୟ ହେଉଛି, କରୋନା ମହାମାରୀ ସମୟରେ ମହାରାଷ୍ଟ୍ରରେ ମହା ବିକାଶ ଆଘାଡି (ଏମଭିଏ) ସରକାର ଥିଲା। ମହାମାରୀ ସମୟରେ ଲୋକଙ୍କ ଅସୁବିଧାକୁ ଏଡାଇବା ପାଇଁ ଟେଣ୍ଡର ପ୍ରକ୍ରିୟାକୁ ନ ଯାଇ ତୁରନ୍ତ ସୁବିଧା ତଥା ସାମଗ୍ରୀ କ୍ରୟକୁ ପ୍ରାଥମିକତା ଦିଆଯାଇଥିଲା। ଏଥି ସହିତ, ସେହି ସମୟରେ ବିରୋଧୀ ଦଳ ଭାଜପା ସରକାରଙ୍କୁ କ୍ଷମତାର ଅପବ୍ୟବହାର କରୁଥିବା ଅଭିଯୋଗ କରିଥିଲା।

ଅଧିକାରୀମାନେ କହିଛନ୍ତି ଯେ ୧୦ ଜଣିଆ ସିଏଜି ଟିମ ବିଏମସି କମିଶନର ଇକବାଲ ଚହଲଙ୍କ ସହ ସକାଳେ ବିଏମସିର ମୁଖ୍ୟାଳୟରେ ଏକ ବୈଠକ କରିଥିଲେ। ବୈଠକ ପରେ ବିଏମସି କମିଶନର କହିଛନ୍ତି ଯେ ବିଭିନ୍ନ ବିଭାଗର ଅଡିଟ କରାଯାଉଛି। ଏଥି ସହିତ, ସିଏଜି ଟିମ ଆସିବା ପୂର୍ବରୁ ସେ ସମସ୍ତ ବିଭାଗର ମୁଖ୍ୟ, ୱାର୍ଡ ଅଧିକାରୀ, ପ୍ରମୁଖ ଡାକ୍ତରଖାନାର ଡିନ ଏବଂ କୋଭିଡ-୧୯ କେନ୍ଦ୍ର ସହିତ ଏକ ବୈଠକ କରିଥିଲେ ଏବଂ ତଦନ୍ତ ସମ୍ବନ୍ଧରେ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ଅକ୍ଟୋବର ୩୧ ରେ, ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ସରକାର ମହାମାରୀ ସମୟରେ ମୁମ୍ବାଇ ନାଗରିକ ସଂସ୍ଥା ଦ୍ୱାରା କରାଯାଇଥିବା କାର୍ଯ୍ୟର ଆବଣ୍ଟନ ଯାଞ୍ଚ କରିବାକ ସିଏଜିଙ୍କୁ କହିଥିଲେ।

ଭାଜପା ବିଧାୟକ ଆଶିଷ ଶେଲାର ଅଭିଯୋଗ କରିଛନ୍ତି ଯେ ବିଏମସିର ୧୦ ଟି ବିଭାଗର ଟେଣ୍ଡର ଏବଂ ଚୁକ୍ତିରେ ୧୨ ହଜାର କୋଟି ଟଙ୍କା ମୂଲ୍ୟର ଦୁର୍ନୀତି ହୋଇଛି। ଶେଲର ଅଭିଯୋଗ କରିଛନ୍ତି ଯେ ଜଣେ ବିଲଡରଙ୍କ ଠାରୁ ୩୩୯ କୋଟି ଟଙ୍କାରେ ଜମି କ୍ରୟ କରାଯାଇଛି, ଯଦିଓ ତାଙ୍କୁ ମାତ୍ର ୨-୩ କୋଟି ଟଙ୍କା ମିଳିଛି। ସେ କହିଛନ୍ତି ଯେ କୋଭିଡ -୧୯ ମହାମାରୀ ସମୟରେ କରାଯାଇଥିବା କେନ୍ଦ୍ରୀୟ କ୍ରୟ ସନ୍ଦେହଜନକ। ଆମେ ଏହାର ଯାଞ୍ଚ୍‌ ଚାହୁଁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri