Posted inଖେଳ

ଦିନିକିଆରେ ବୁମ୍‌ରାଙ୍କ ଅସଲ ପରୀକ୍ଷା

ନୂଆଦିଲ୍ଲୀ:
ନିକଟରେ ଶେଷ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଯଶପ୍ରୀତ୍‌ ବୁମ୍‌ରାଙ୍କ ପ୍ରଦର୍ଶନ ଅତ୍ୟନ୍ତ ପ୍ରଭାବୀ ରହିଥିଲା। ମାତ୍ର ତାଙ୍କର ଅସଲ ପରୀକ୍ଷା ଆଗକୁ ଆସୁଛି। ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳିବ। ଏହି ସିରିଜରେ ବୁମ୍‌ରାଙ୍କ ପ୍ରଦର୍ଶନ କିପରି ରହୁଛି ତା’ ଉପରେ ସମସ୍ତଙ୍କ ନଜର ରହିଛି। ଆଇପିଏଲ-୧୩ରେ ବୁମ୍‌ରା ଦ୍ୱିତୀୟ ସର୍ବାଧିକ ୨୭ଟି ଉଇକେଟ ନେଇ ପ୍ରତିଯୋଗିତା ଶେଷ କରିଥିଲେ। କୋଭିଡ-୧୯ ଜନିତ ଲକ୍‌ଡାଉନ୍‌ ପୂର୍ବରୁ ମଧ୍ୟ ସେ ଟି୨୦ ଅନ୍ତର୍ଜାତୀୟରେ ସଫଳ ରହିଥିଲେ। ମାତ୍ର ଗତବର୍ଷ ଆହତ ସମସ୍ୟାରୁ ମୁକୁଳିବାପରେ ଦିନିକିଆରେ ତାଙ୍କର ପ୍ରଦର୍ଶନ ଭଲ ରହିନାହିଁ। ବୁମ୍‌ରା ଗତବର୍ଷ ପିଠିରେ ଯନ୍ତ୍ରଣା କାରଣରୁ ବ୍ରେକ୍‌ ନେଇଥିଲେ। ଏହାପରେ ସେ ୨୦୧୯ରେ ଗୋଟିଏ ହେଲେ ଦିନିକିଆ ଅନ୍ତର୍ଜାତୀୟ ଖେଳି ନ ଥିଲେ। ଅଗଷ୍ଟରେ ସେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ କେବଳ ଟେଷ୍ଟ ଖେଳିଥିଲେ। ଚଳିତ ବର୍ଷ ଜାନୁୟାରୀରେ ସେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ ହେଁ ଦିନିକିଆ ଓ ଟି୨୦ ଫର୍ମାଟରେ ତାଙ୍କ ପ୍ରଦର୍ଶନରେ ଭିନ୍ନତା ରହିଥିଲା। ସେ ୮ଟି ଟି୨୦ରେ ୬.୩୮ ଇକୋନୋମିରେ ୮ଟି ଉଇକେଟ ନେଇଥିଲେ। ମାତ୍ର ଏକଦିବସୀୟରେ ସେ ଉଇକେଟ ନେବାରେ ସଂଘର୍ଷ କରିଥିଲେ। ସେ ୬ଟି ଦିନିକିଆ ଖେଳିଥିଲେ ହେଁ ମାତ୍ର ଗୋଟିଏ ଉଇକେଟ ନେଇଥିଲେ। ଓଭର ପିଛା ସେ ୫.୧ ହାରରେ ରନ୍‌ ବ୍ୟୟ କରିଥିଲେ।
ବୁମ୍‌ରାଙ୍କ ବୋଲିଂ ଟି୨୦ ଫର୍ମାଟକୁ ସୁହାଉଥିବା ଅନୁଭବ କରୁଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ଗୌତମ ଗମ୍ଭୀର। ସେହିପରି ୧୯୮୩ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ମଦନ ଲାଲ ମଧ୍ୟ ବୁମ୍‌ରାଙ୍କ ପ୍ରଶଂସାରେ ଶତମୁଖ। କାଗିଶୋ ରାବାଡ଼ା ଯଦିଓ ଅଧିକ ଉଇକେଟ ନେଇଥିଲେ ତେବେ ପୂରା ଆଇପିଏଲରେ ବୁମ୍‌ରା ବୋଲିଂକୁ କେହି ସହଜରେ ଖେଳିପାରି ନ ଥିଲେ। ଫର୍ମାଟରେ ପରିବର୍ତ୍ତନ ସହ ତାଙ୍କ ଉଇକେଟ ହାସଲରେ ଭିନ୍ନତା ଦେଖାଦେଉଛି ବୋଲି ସେ କହିଛନ୍ତି। ”ସେ ଜଣେ ଉଇକେଟ ହାସଲକାରୀ ବୋଲର, ଏଥିରେ ସନ୍ଦେହ ନାହିଁ। ୫୦ ଓଭର ଫର୍ମାଟରେ ୧୦ ଓଭର ସ୍ପେଲ ରହୁଥିବାରୁ ବ୍ୟାଟ୍ସମ୍ୟାନ ଆଡ୍‌ଜଷ୍ଟ କରି ନେଉଛନ୍ତି। କାରଣ ଆଉ ୪୦ ଓଭର ଖେଳିବାକୁ ଅଛି ବୋଲି ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ ଜାଣିଛନ୍ତି। ମାତ୍ର ଟି୨୦ ଫର୍ମାଟରେ ମାତ୍ର ୪ ଓଭର ସ୍ପେଲ ରହିଥାଏ। ଏହାକୁ ଜଗିଦେଲେ ପୂରା ମ୍ୟାଚ ଉପରେ ତାହାର ପ୍ରଭାବ ପଡ଼ିଥାଏ। ତେଣୁ ପ୍ରତି ବଲ୍‌କୁ ବ୍ୟାଟ୍ସମ୍ୟାନ ହିଟ୍‌ କରିବାକୁ ଚାହିଁଥାଏ। ତେଣୁ ଫଳାଫଳରେ ଭିନ୍ନତା ରହିଥାଏ ବୋଲି ମଦନ ଲାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri