Posted inଖେଳ

ଦିନିକିଆରେ ବୁମ୍‌ରାଙ୍କ ଅସଲ ପରୀକ୍ଷା

ନୂଆଦିଲ୍ଲୀ:
ନିକଟରେ ଶେଷ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଯଶପ୍ରୀତ୍‌ ବୁମ୍‌ରାଙ୍କ ପ୍ରଦର୍ଶନ ଅତ୍ୟନ୍ତ ପ୍ରଭାବୀ ରହିଥିଲା। ମାତ୍ର ତାଙ୍କର ଅସଲ ପରୀକ୍ଷା ଆଗକୁ ଆସୁଛି। ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳିବ। ଏହି ସିରିଜରେ ବୁମ୍‌ରାଙ୍କ ପ୍ରଦର୍ଶନ କିପରି ରହୁଛି ତା’ ଉପରେ ସମସ୍ତଙ୍କ ନଜର ରହିଛି। ଆଇପିଏଲ-୧୩ରେ ବୁମ୍‌ରା ଦ୍ୱିତୀୟ ସର୍ବାଧିକ ୨୭ଟି ଉଇକେଟ ନେଇ ପ୍ରତିଯୋଗିତା ଶେଷ କରିଥିଲେ। କୋଭିଡ-୧୯ ଜନିତ ଲକ୍‌ଡାଉନ୍‌ ପୂର୍ବରୁ ମଧ୍ୟ ସେ ଟି୨୦ ଅନ୍ତର୍ଜାତୀୟରେ ସଫଳ ରହିଥିଲେ। ମାତ୍ର ଗତବର୍ଷ ଆହତ ସମସ୍ୟାରୁ ମୁକୁଳିବାପରେ ଦିନିକିଆରେ ତାଙ୍କର ପ୍ରଦର୍ଶନ ଭଲ ରହିନାହିଁ। ବୁମ୍‌ରା ଗତବର୍ଷ ପିଠିରେ ଯନ୍ତ୍ରଣା କାରଣରୁ ବ୍ରେକ୍‌ ନେଇଥିଲେ। ଏହାପରେ ସେ ୨୦୧୯ରେ ଗୋଟିଏ ହେଲେ ଦିନିକିଆ ଅନ୍ତର୍ଜାତୀୟ ଖେଳି ନ ଥିଲେ। ଅଗଷ୍ଟରେ ସେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ କେବଳ ଟେଷ୍ଟ ଖେଳିଥିଲେ। ଚଳିତ ବର୍ଷ ଜାନୁୟାରୀରେ ସେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ ହେଁ ଦିନିକିଆ ଓ ଟି୨୦ ଫର୍ମାଟରେ ତାଙ୍କ ପ୍ରଦର୍ଶନରେ ଭିନ୍ନତା ରହିଥିଲା। ସେ ୮ଟି ଟି୨୦ରେ ୬.୩୮ ଇକୋନୋମିରେ ୮ଟି ଉଇକେଟ ନେଇଥିଲେ। ମାତ୍ର ଏକଦିବସୀୟରେ ସେ ଉଇକେଟ ନେବାରେ ସଂଘର୍ଷ କରିଥିଲେ। ସେ ୬ଟି ଦିନିକିଆ ଖେଳିଥିଲେ ହେଁ ମାତ୍ର ଗୋଟିଏ ଉଇକେଟ ନେଇଥିଲେ। ଓଭର ପିଛା ସେ ୫.୧ ହାରରେ ରନ୍‌ ବ୍ୟୟ କରିଥିଲେ।
ବୁମ୍‌ରାଙ୍କ ବୋଲିଂ ଟି୨୦ ଫର୍ମାଟକୁ ସୁହାଉଥିବା ଅନୁଭବ କରୁଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ଗୌତମ ଗମ୍ଭୀର। ସେହିପରି ୧୯୮୩ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ମଦନ ଲାଲ ମଧ୍ୟ ବୁମ୍‌ରାଙ୍କ ପ୍ରଶଂସାରେ ଶତମୁଖ। କାଗିଶୋ ରାବାଡ଼ା ଯଦିଓ ଅଧିକ ଉଇକେଟ ନେଇଥିଲେ ତେବେ ପୂରା ଆଇପିଏଲରେ ବୁମ୍‌ରା ବୋଲିଂକୁ କେହି ସହଜରେ ଖେଳିପାରି ନ ଥିଲେ। ଫର୍ମାଟରେ ପରିବର୍ତ୍ତନ ସହ ତାଙ୍କ ଉଇକେଟ ହାସଲରେ ଭିନ୍ନତା ଦେଖାଦେଉଛି ବୋଲି ସେ କହିଛନ୍ତି। ”ସେ ଜଣେ ଉଇକେଟ ହାସଲକାରୀ ବୋଲର, ଏଥିରେ ସନ୍ଦେହ ନାହିଁ। ୫୦ ଓଭର ଫର୍ମାଟରେ ୧୦ ଓଭର ସ୍ପେଲ ରହୁଥିବାରୁ ବ୍ୟାଟ୍ସମ୍ୟାନ ଆଡ୍‌ଜଷ୍ଟ କରି ନେଉଛନ୍ତି। କାରଣ ଆଉ ୪୦ ଓଭର ଖେଳିବାକୁ ଅଛି ବୋଲି ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ ଜାଣିଛନ୍ତି। ମାତ୍ର ଟି୨୦ ଫର୍ମାଟରେ ମାତ୍ର ୪ ଓଭର ସ୍ପେଲ ରହିଥାଏ। ଏହାକୁ ଜଗିଦେଲେ ପୂରା ମ୍ୟାଚ ଉପରେ ତାହାର ପ୍ରଭାବ ପଡ଼ିଥାଏ। ତେଣୁ ପ୍ରତି ବଲ୍‌କୁ ବ୍ୟାଟ୍ସମ୍ୟାନ ହିଟ୍‌ କରିବାକୁ ଚାହିଁଥାଏ। ତେଣୁ ଫଳାଫଳରେ ଭିନ୍ନତା ରହିଥାଏ ବୋଲି ମଦନ ଲାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମହାବୀର ପର୍ବତକୁ ଫେରିଆସିଛି ମାଈ ହାତୀ

ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ…

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା: ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର

ରାଇରଙ୍ଗପୁର, ୧୪।୯ (ମାନସ ରଞ୍ଜନ ମହାନ୍ତି): ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି-ବାସିଙ୍ଗୀ ମଧ୍ୟରାସ୍ତା ତିତିଲି ଢାବା ନିକଟରେ ସୋମବାର ଏକ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

କନ୍ଧମାଳ ସମସ୍ୟା ନେଇ ‘ବିଚାର ମନ୍ଥନ’, ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହନୁମାନ ମନ୍ଦିର ପ୍ରାଙ୍ଗଣସ୍ଥିତ ସଭାଗୃହରେ ସୋମବାର ‘ବିଚାର ମନ୍ଥନ’ ନାମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲାର…

ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ଜୀବନ: ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ କୁଲୁଥିପାଲି ଗାଁ ନିକଟ ରାସ୍ତାରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି।…

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?