ବୁଲ୍ଲି ବାଈ ଆପ୍‌: ବ୍ରଜରାଜନଗରରୁ ଗିରଫ ହେଲେ ଏମ୍‌ବିଏ ଡିଗ୍ରୀଧାରୀ

ଝାରସୁଗୁଡ଼ା ଅଫିସ୍‌, ୨୦ା୧: ବିବାଦୀୟ ମୋବାଇଲ ଆପ୍ଲିକେଶନ (ଆପ୍‌) ‘ବୁଲ୍ଲି ବାଈ’କୁ ପ୍ରସ୍ତୁତ କରିବାରେ ସାମିଲ ଥିବା ଅଭିଯୋଗରେ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚର ସାଇବର ପୋଲିସ ଟିମ୍‌ ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ଜଣେ ଏମ୍‌ବିଏ ଡିଗ୍ରୀଧାରୀଙ୍କୁ ଗୁରୁବାର ଗିରଫ କରିଛି। ସେ ହେଲେ ୨୮ ବର୍ଷୀୟ ନୀରଜ ସିଂ। ଏହାପୂର୍ବରୁ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ଜଣଙ୍କୁ ଗିରଫ କରାଯାଇଛି। ୫ମ ଅଭିଯୁକ୍ତ ଭାବେ ନୀରଜ ଗିରଫ ହେବା ପରେ ତାଙ୍କୁ ଝାରସୁଗୁଡ଼ା ଜିଲା ସିଜେଏମ୍‌ କୋର୍ଟରେ ହାଜର କରାଯାଇ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା। କୋର୍ଟ ଅନୁମତି ପରେ ତାଙ୍କୁ ମୁମ୍ବାଇ ନିଆଯାଉଥିବା ଜଣାପଡ଼ିଛି।

ଗତ ୬ ତାରିଖରେ ବୁଲ୍ଲି ବାଈ ଆପ୍‌ର ମାଷ୍ଟରମାଇଣ୍ଡ ନୀରଜ ବିଷ୍ଣୋଇ (୨୧)ଙ୍କୁ ଦିଲ୍ଲୀ ପୋଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ ଏବଂ ଷ୍ଟ୍ରାଟେଜିକ୍‌ ଅପରେଶସନ୍ସ(ଆଇଏଫ୍‌ଏସ୍‌ଓ) ୟୁନିଟ୍‌ ଆସାମର ଜୋରାହାଟରୁ ଗିରଫ କରିଥିଲା। ଏହାପୂର୍ବରୁ ଜାନୁୟାରୀ ୪ ଓ ୫ରେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଶ୍ୱେତା ସିଂ(୧୮) ଏବଂ ଇଞ୍ଜିନିୟରିଂ ଛାତ୍ର ମୟଙ୍କ ରାଓ୍ବଲ(୨୧)ଙ୍କୁ ଉତ୍ତରାଖଣ୍ଡରୁ ଏବଂ ଅନ୍ୟ ଜଣେ ଇଞ୍ଜିନିୟରିଂ ଛାତ୍ର ବିଶାଲ କୁମାର ଝା(୨୧)ଙ୍କୁ ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା। ସେମାନଙ୍କୁ ଜେରା ପରେ ଏହି ଘଟଣାରେ ଦେଶର ୨୫ରୁ ଊର୍ଦ୍ଧ୍ୱ ଯୁବତୀଯୁବକଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି। ଏହାର ଲିଙ୍କ୍‌ ଓଡ଼ିଶାରେ ରହିଥିବା ଜଣାପଡିବା ପରେ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ସାଇବର ସେଲ୍‌ ସବ୍‌ଇନ୍ସପେକ୍ଟର ଗଣେଶ ସିର୍କା ଓ ତାଙ୍କ ସହଯୋଗୀ ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚତ୍ଥିଲେ। ଜିଲା ପୋଲିସ ସହାୟତାରେ ସେମାନେ ବ୍ରଜରାଜନଗର ସହରର ଇବ୍‌ପିଟ୍‌ରେ ରହୁଥିବା ନୀରଜ ସିଂଙ୍କ ଘରେ ଚଢାଉ କରି ତାଙ୍କୁ ଗିରଫ କରିଥିଲେ। ବୁଲ୍ଲି ବାଈ ଆପ୍‌ ଏବଂ ଏହାର ଟୁଇଟର ହ୍ୟାଣ୍ଡେଲ ତିଆରି କରିଥିବା ମୁଖ୍ୟ ଅଭିଯୁକ୍ତ ବିଷ୍ଣୋଇଙ୍କ ପ୍ଲାନିଂରେ ନୀରଜ ସାମିଲ ହୋଇଥିବା ସାଇବର ସେଲ୍‌ ଟିମ୍‌ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri