ଗାଁରେ ପଡୁଛି ଗୁଳି, ଲୋକେ ଆତଙ୍କିତ

ଆଠଗଡ,୬।୧୨(ସ୍ବ.ପ୍ର.):ଆଠଗଡ଼ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ନୂଆଶାସନ ଗ୍ରାମରେ ଆଠମାସ ହେବ ଗୁଳି ପଡୁଛି । ଏନେଇ ଗଁା ଲୋକେ ଭୟଭୀତ ହୋଇଯାଇଛନ୍ତି। ପ୍ରତ୍ୟେକ ଦିନ ଗୁଳି ଗ୍ରାମର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ଏହି ଗୁଳି ବାଜି ସାଧାରଣ ଲୋକେ ଆହତ ହେଉଥିତ୍ବା ବେଳେ ଆଉ କାହାର ଘର ଆଜବେଷ୍ଟସ୍‌ ଭାଙ୍ଗୁଛି। ବହୁ ସମୟରେ ଗୁଳି ବାଜି ଗୃହପାଳିତ ପ୍ରାଣୀ ଆହତ ହେଉଛନ୍ତି। ପ୍ରାୟ ୨ ମାସ ପୂର୍ବେ ଗୋଟିଏ ଗୁଳି ଗ୍ରାମର ଜଣେ ମହିଳାଙ୍କ ହାତରେ ବାଜିବାରୁ ସେ ଆହତ ହୋଇଥିଲେ। ସେ ହେଲେ ସୁଭାଷିନୀ ରାଉତ। ଅସ୍ତ୍ରୋପଚାର କରାଯାଇ ତାଙ୍କ ହାତରୁ ଗୁଳି କଢ଼ାଯାଇଥିଲା। ଗୁଳି ଗ୍ରାମର ପୂର୍ବପଟୁ ମାଡ଼ ହେଉଛି ବୋଲି ଗ୍ରାମବାସୀ କହିଛନ୍ତି। ମାତ୍ର କିଏ ଓ କେଉଁଠାରୁ ଏହାକୁ ଫୁଟାଉଛି ତାହା ଜଣାପଡ଼ୁନାହଁ ବୋଲି ଗ୍ରାମର ସରୋଜ ପଣ୍ଡା,ଅଜୟ କୁମାର ସାହୁ, ରତିକାନ୍ତ ସାହୁ ପ୍ରମୁଖ କହିଛନ୍ତି। ନିକଟସ୍ଥ ଗ୍ରାମର କେତେଜଣ ଲୋକଙ୍କ କହିବାନୁଯାୟୀ, ମହାନଦୀର ଉତ୍ତର କୂଳ ପଶ୍ଚିମ ଦିଗରେ ନୂଆଶାସନ ଗ୍ରାମ ରହିଛି। ଏହି ଗ୍ରାମର ପୂର୍ବଦିଗରେ ମହାନଦୀର ଦକ୍ଷିଣ ତଟରେ ବାଙ୍କୀ ବ୍ଲକ ସାନ ମୁଣ୍ଡଳୀ-ନରାଜ ରାସ୍ତା ନିକଟ ଛୋଟ ପର୍ବତରେ ଓଡିଶା ପୋଲିସ, ସିଆଇଏସ୍‌ଏଫ ପକ୍ଷରୁ ଗୁଳିଚାଳନା ଅଭ୍ୟାସ ଓ ତାଲିମ ପ୍ରଦାନ କରାଯାଇଥାଏ। ତାଲିମ ପାଇଁ ବ୍ୟବହୃତ ଉଚ୍ଚ କ୍ଷମତାପନ୍ନ ଏକେ-୪୭ ବନ୍ଧୁକରୁ ନିିର୍ଗତ ଗୁଳି ଛୋଟ ପାହାଡ ଓ ମହାନଦୀ ପାର ହୋଇ ଗ୍ରାମରେ ପଡୁଥିବା ଆଶଙ୍କା କରାଯାଉଛି। ଅଭ୍ୟାସ ସ୍ଥାନରୁ ଗ୍ରାମର ଦୂରତା ପ୍ରାୟ ୫ କିଲୋମିଟର ଦୂର ହୋଇଥିବାରୁ ଏତେ ଦୂରରୁ ଗୁଳି କିପରି ଆସୁଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ଖୁଣ୍ଟୁଣୀ ଥାନାରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଥିବାରୁ ଏନେଇ ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ କୌଣସି ସୂଚନା ମିଳିନାହଁ ବୋଲି ଚୌଦ୍ୱାରା ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା କହିଛନ୍ତି। ଏପ୍ରସଙ୍ଗରେ ଆଠଗଡ ତହସିଲଦାର ପ୍ରିୟବ୍ରତ ଦାସ କହିଛନ୍ତି, ଏନେଇ ଗ୍ରାମବାସୀଙ୍କ ତରଫରୁ କୌଣସି ଅଭିଯୋଗ ହୋଇନାହିଁ। ତେବେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ତରଫରୁ ତୁରନ୍ତ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ଗୁଡାରିରେ ଅଖଚକ ସବୁ ଜାମ୍

ଗୁଡାରି,୮।୧୦(ପ୍ରମୋଦ କୁମାର ପତି): ଗୁରୁବାର ଇଣ୍ଡିଆ ମେଣ୍ଟର ଓଡିଶା ବନ୍ଦ ଡାକରା ପ୍ରଭାବ ଗୁଡାରି ସହରରେ ଦେଖିବାକୁ ମିଳିଛି । ସହରର ସମସ୍ତ ସରକାରୀ ଓ ବେସରକାରୀ…

କ୍ରିକେଟ୍‌ରେ ଚାମ୍ପିୟନ୍‌ ହେଲା ଆମେରିକା: ଭାରତୀୟ ବଂଶୋଦ୍ଭବ କଲେ କମାଲ

ଡଲାସ,୮।୧୦:ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲଙ୍କ ଧମାକାଦାର ଶତକ ବଳରେ ନାମ୍ବିଆକୁ ୪ ଉଇକେଟରେ ପରାସ୍ତ କରି ICC Cricket World Cup League Two 2023-27ର…

ବଙ୍ଗରେ ହଲଚଲ! ଉପନିର୍ବାଚନକୁ ନେଇ ମମତାଙ୍କ ବଡ଼ ଅଭିଯୋଗ; କହିଲେ ନିର୍ବାଚନ ହୋଇନି, EVMରେ…

କୋଲକାତା,୮।୧୦: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ରାଜନୀତି ସରଗରମ ହୋଇଛି । ମମତା ବାନାର୍ଜୀ ଭାଜପା ଉପରେ ଗୁରୁତର…

କୋହଲିଙ୍କୁ ପିଛା ଛାଡ଼ୁନି ବିବାଦ: ଆଗେ ଫସୁଛନ୍ତି ପରେ ଦେଉଛନ୍ତି ସଫେଇ

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟର ତାରକା ବିରାଟ କୋହଲିଙ୍କୁ ନେଇ ପୁଣିଥରେ ଏକ ବିବାଦ ଚର୍ଚ୍ଚାକୁ ଆସିଛି। ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ…

ଗୁଡ଼ାରୀବାସୀଙ୍କ ପାଇଁ ବଡ଼ ଖବର: ଗୁଡ଼ାରୀ-ଢେପାଗୁଡ଼ା-କର୍ଲାଘାଟି ରାସ୍ତା ପ୍ରଶସ୍ତୀକରଣକୁ ମଞ୍ଜୁରି, ବିଧାୟକ କହିଲେ….

ଗୁଡାରି,୮ା୧୦(ପ୍ରମୋଦ କୁମାର ପତି ): ରାୟଗଡା ଜିଲାର ଗୁଡାରି – ଢେପାଗୁଡା – କର୍ଲାଘାଟି ରାସ୍ତାର ପ୍ରଶସ୍ତୀକରଣ ପ୍ରକଳ୍ପ ମଞ୍ଜୁର ହୋଇଛି । ଏନେଇ ପୂର୍ତ୍ତ ବିଭାଗ…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?