ମାଓବାଦୀଙ୍କ ଭୟ ଦୂର କରିବ ବିଏସ୍‌ଏଫ କ୍ୟାମ୍ପ

ମାଲକାନଗିରି/ଚିତ୍ରକୋଣ୍ଡା,୯ା୧୨(ଡି.ଏନ.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ମାଓବାଦୀଙ୍କ ପାର୍ଦୁଭାବକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ତଥା ପଣସପୁଟ ପଞ୍ଚାୟତ ଘନବେଢାଠାରେ ଗୁରୁବାର ଏକ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ହୋଇଛି।

ବିଏସଏଫ ଡ଼ିଆଇଜି ସଞ୍ଜୟ କୁମାର ସିଂ, ମାଲକାନଗିରି ଏସ୍‌ପି ପ୍ରହଲ୍ଲାଦ ସହାଇ ମିନାଙ୍କ ଉପସ୍ଥିତିରେ ଘନବେଢାରେ ଉଡିଛି ତ୍ରିରଙ୍ଗା ପତାକା। ମାଓବାଦୀ ଦମନ ପାଇଁ ପ୍ରଥମେ ହନ୍ତାଳଗୁଡ଼ା ପରେ ଜନ୍ତୁରାଇ, ଯୋଡ଼ାମ୍ବର ଦାରଲାବେଢା ଓ ଗୋରାସେତୁଠାରେ ପୂର୍ବରୁ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ହୋଇଥିଲା। ଯୋଡ଼ାମ୍ବରେ ମଧ୍ୟ ଥାନା ଖୋଲିଥିଲା। ଏବେ ମାଓବାଦୀ କାର୍ଯ୍ୟକଳାପକୁ ଦମନ କରି ଉନ୍ନୟନମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ଘନବେଢାରେ ବିଏସଏଫ କ୍ୟାମ୍ପ ସ୍ଥାପନ କରାଯାଇଛି। ଏହି କ୍ୟାମ୍ପ ଉଭୟ ଘନବେଢା ଓ ଗୋରାସେତୁକୁ ସମ୍ପୂର୍ଣ୍ଣ ମାଓବାଦୀମୁକ୍ତ କରି ପାରିବା ସହ ଅଣ୍ଡିରାପାଲି ପଞ୍ଚାୟତର କେତେକ ଗ୍ରାମ ଉପରେ ନଜର ରଖିପାରିବ। ଉକ୍ତ ଅଞ୍ଚଳ ଦୀର୍ଘ ବର୍ଷ ଧରି ବିଚ୍ଛିନ୍ନ ଦୁର୍ଗମ ପାହାଡି ଅଞ୍ଚଳ ରୂପେ ପରିଚିତ ଥିଲା। ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳର ବିକାଶ ଦ୍ରୁତଗତିରେ ଆଗେଇବ। ମାଓାଦୀଙ୍କ ପ୍ରତି ଲୋକଙ୍କ ଭୟ ରହିବ ନାହିଁ ବୋଲି ଏସ୍‌ପି ମୀନା କହିଛନ୍ତି। ସେ ମାଓବାଦୀମାନଙ୍କୁ ଅଞ୍ଚଳର ବିକାଶରେ ସାମିଲ ହୋଇ ମୁଖ୍ୟସ୍ରୋତକୁ ଫେରିଆସିବା ପାଇଁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା

ବୋଲଗଡ଼/ଭାପୁର,୧୭ା୬(ଡି.ଏନ୍‌.ଏ.)-ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ବୋଲଗଡ଼ଠାରେ ରବିବାର ସକାଳେ ଏକ କାର୍‌ ଦୁର୍ଘଟଣାରେ ପୂର୍ବତନ ସରପଞ୍ଚ ପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଭାପୁର...

ଡରାଇଲାଣି ତୃତୀୟ ଲହର

ବାରିପଦା ଅଫିସ,୨୭।୮-କରୋନା ମହାମାରୀର ତୃତୀୟ ଲହର ଆଶଙ୍କାକୁ ନେଇ ସମସ୍ତେ ଭୀତସ୍ତତ। ସେପ୍ଟେମ୍ବର ଶେଷ ଓ ଅକ୍ଟୋବର ପ୍ରାରମ୍ଭରେ ସଂକ୍ରମଣ ବଢ଼ିବା ସମ୍ଭାବନା ଥିବା ନେଇ...

ଅନ୍ଧାରରେ ପଦ୍ମଶ୍ରୀଙ୍କ ପରିବାର

କେନ୍ଦୁଝର,୧୭ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ତଳ ବୈତରଣୀ ଗ୍ରାମରେ ରହୁଥିବା ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ପରିବାର ଅନ୍ଧାରରେ। ବିଭାଗୀୟ ଭୁଲ ଯୋଗୁ ଦୀର୍ଘ ଏକ...

ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ଆରମ୍ଭ;ଶିଳ୍ପ ପ୍ରତିଷ୍ଠା ଲାଗି ଯୁବ ଉଦ୍ୟୋଗୀଙ୍କୁ ଆହ୍ବାନ

ଭୁବନେଶ୍ୱର,୯-୧(ବ୍ୟୁରୋ): ବହୁ ପ୍ରାଚୀନ ସମୟରୁ ଓଡିଶା ଉଦ୍ୟୋଗ ବିକାଶକୁ ପ୍ରାଥମିକତା ଦେଇଆସିଛି। ପୂର୍ବ କାଳର ଏହି ଐତିହ୍ୟ ଏବେ କଳିଙ୍ଗ ଏବଂ ଉତ୍କଳ ବ୍ରାଣ୍ଡ ନାମରେ...

ଚନ୍ଦନ ବଣ ଛାରଖାର

ଯୋଡ଼ା,୨୪ା୨(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବିରିକଳା ପଞ୍ଚାୟତ କାର୍ଯ୍ୟାଳୟ ପଛ ପାର୍ଶ୍ୱରେ ଥିବା ଚନ୍ଦନ ଗଛ ବଣରେ ନିଆଁ ଲାଗି ଛାରଖାର ହୋଇଯାଇଛି।...

ପାନୀୟ ଜଳ ଚିନ୍ତାରେ ଭୁବନ ଏନ୍‌ଏସି ବାସିନ୍ଦା

ଭୁବନ,୧୪ା୪(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ୧୫ଟି ଓ୍ବାର୍ଡରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଏଠାରେ ଥିବା କୂଅ, ପୋଖରୀଗୁଡ଼ିକ ଶୁଖି ଚାଲିଥିବାବେଳେ ୫ଟି...

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ, ଛାତ୍ରୀଛାତ୍ର

ଘଣ୍ଟାପଡ଼ା,୨୨।୧୦(ଡି.ଏନ୍‌.ଏ.): ବୌଦ୍ଧ ଜିଲା ଘଣ୍ଟାପଡ଼ା ସମଲେଶ୍ୱରୀ ହାଇସ୍କୁଲରେ ବିଜ୍ଞାନ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ଦାବିରେ ମଙ୍ଗଳବାର ଅଭିଭାବକ ଏବଂ ଛାତ୍ରୀଛାତ୍ର ବିଦ୍ୟାଳୟର ମୁଖ୍ୟ...

ପୂର୍ବଭାରତର ତ୍ରିବେଣୀ ବଳଙ୍ଗ, ଶୋଣ, ଗଙ୍ଗାହାର

ବାଲେଶ୍ୱର ଅଫିସ,୯।୩ – ବାଲେଶ୍ୱର ଜିଲା ସଦର ମହକୁମାରୁ ୫ କି.ମି. ଦୂରରେ ବଳଙ୍ଗ, ଶୋଣ, ଗଙ୍ଗାହାର ତିନୋଟି ନଦୀର ସଙ୍ଗମ ସ୍ଥଳ ଅବସ୍ଥିତ। ଉତ୍ତରରୁ...

Advertisement
Archives

Model This Week