ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କୋଡ଼ଖମଣ ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ବୁଧବାର ରାତିରେ ଘଟିଛି ଦୁଃଖଦ ଘଟଣା। ପରମ୍ପରା ଅନୁସାରେ କନ୍ୟାଙ୍କୁ ମହୁଲ ଗଛ ସହ ବିବାହ କରାଇବା ପାଇଁ ପରିବାର ଓ ସମ୍ପର୍କୀୟମାନେ ଯାଉଥିବା ସମୟରେ କନ୍ୟାଙ୍କ ଭିଣୋଇ ଅସାବଧାନତା ବଶତଃ ଏକ କୂଅରେ ଖସି ପଡ଼ିଥିଲେ। ପରିବାର ଲୋକ ଏବଂ ଗ୍ରାମବାସୀଙ୍କ ସହାୟତାରେ ଅଗ୍ନିଶମ ବାହିନୀ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପାଟଣା ମେଡିକାଲ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ମୃତକ ଜଣକ ବାରିଆ ଥାନା ପାଣପୋଷି ଗ୍ରାମର ଭାସ୍କର ମହାନ୍ତ ବୋଲି ଜଣାପଡ଼ିଛି।

