Posted inଖେଳ

ବୋଟାସ ଜିତିଲେ ଅଷ୍ଟ୍ରିଆନ ଗ୍ରାଁ ପ୍ରି

ସ୍ପେଲବର୍ଗ(ଅଷ୍ଟ୍ରିଆ), ୬।୭: ରବିବାର ଅନୁଷ୍ଠିତ ସିଜନ ଆରମ୍ଭ ଅଷ୍ଟ୍ରିଆନ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ମର୍ସିଡିଜ୍‌ ଡ୍ରାଇଭର ଭାଲ୍‌ଟେରି ବୋଟାସ। ପୋଲ୍‌ ପୋଜିଶନରୁ ରେସ୍‌ ଆରମ୍ଭ କରିଥିବା ବୋଟାସ ୧:୩୦:୫୫.୭୩୯ ସେକେଣ୍ଡ ସମୟ ନେଇ ବାଜି ମାରିଛନ୍ତି। ତାଙ୍କ ଟିମ୍‌ମେଟ୍‌ ଲୁଇସ ହାମିଲଟନ ୨ୟ ଡ୍ରାଇଭରଭାବେ ରେସ୍‌ ଫିନିଶ୍‌ କରିଥିଲେ ହେଁ ପୋଡିୟମ ଫିନିଶ୍‌ କରିପାରି ନାହାନ୍ତି। ୬୭ତମ ଲ୍ୟାପ ଅବସରରେ ସେ ରେଡ୍‌ବୁଲ୍‌ ଡ୍ରାଇଭର ଆଲେକ୍ସ ଆଲବନଙ୍କ ସହ ଧକ୍କା କରିଥିବାରୁ ୫ ସେକେଣ୍ଡ ପେନାଲ୍ଟି ପାଇଥିଲେ। ଫଳରେ ହାମିଲଟନଙ୍କୁ ଏଠାରେ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଫଳରେ ଫେରାରୀର ଚାଲର୍‌ସ ଲେକ୍‌ରେକ୍‌ ଦ୍ୱିତୀୟ ଏବଂ ମ୍ୟାକ୍‌ଲରେନର ଲାନ୍‌ଡୋ ନୋରିସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। କରୋନା ଭାଇରସ ସଂକ୍ରମଣ ଯୋଗୁ ଚଳିତ ସିଜନର ଅନେକ ରେସ୍‌ ବାତିଲ କିମ୍ବା ସସପେଣ୍ଡ ରହିଥିବାବେଳେ ଏଠାରୁ ଡ୍ରାଇଭରମାନେ ଅଭିଯାନ ଆରମ୍ଭ କରିଛନ୍ତି।
ସିଜନର ପ୍ରଥମ ରେସ୍‌ରେ ୨୦ ଡ୍ରାଇଭରଙ୍କ ମଧ୍ୟରୁ ମାତ୍ର ୧୧ ଜଣ ରେସ୍‌ ଫିନିଶ୍‌ କରିପାରିଥିଲେ। ଇଞ୍ଜିନ୍‌ରେ ସମସ୍ୟା ଯୋଗୁ ହେଉ କିମ୍ବା ଟାୟାର ପଙ୍କଚ୍‌ର ୯ ଜଣ ଡ୍ରାଇଭର ରେସ୍‌ ଅଧାରୁ ଓହରି ଯାଇଥିଲେ। ବୋଟାସ, ଲେକ୍‌ରେକ୍‌ ଓ ନୋରିସ ପୋଡିୟମ ମଣ୍ଡନ କରିଥିବାବେଳେ ହାମିଲଟନ ଦୁର୍ଭାଗ୍ୟଜନକଭାବେ ୪ର୍ଥ ସ୍ଥାନରେ ରହିଛନ୍ତି। ଟପ୍‌-୧୦ ଫିନିଶ୍‌ କରିଥିବା ଅନ୍ୟ ଡ୍ରାଇଭରମାନେ ହେଲେ ମ୍ୟାକଲରେନର କାର୍ଲୋସ ସିଞ୍ଜ୍‌ ଜୁନିୟର, ରେସିଂ ପଏଣ୍ଟର ସର୍ଗିଓ ପେରେଜ, ଆଲ୍‌ଫା ଟୌରୀର ପିଏରେ ଗାସ୍‌ଲେ, ରେନଲ୍ଟର ଏଟେବନ ଓକନ, ଆଲ୍‌ଫା ରୋମିଓର ଆଣ୍ଟୋନିଓ ଜିଓଭିନାଜି ଓ ଫେରାରୀର ସେବାଷ୍ଟିଆନ ଭେଟେଲ। ରେସ୍‌ ଶେଷ କରି ୧୧ତମ ସ୍ଥାନରେ ରହିଥିବା ଅନ୍ୟ ଡ୍ରାଇଭର ଜଣକ ହେଲେ ଓ୍ବିଲିୟମ୍ସର ନିକୋଲାସ ଲାଟିଫି। ରେସ୍‌ ଅଧାରୁ ଓହରି ଯାଇଥିବା ଡ୍ରାଇଭରମାନେ ହେଲେ ମ୍ୟାକ୍ସ ଭର୍ଷ୍ଟାପେନ, ଡାନିଏଲ ରିକାର୍ଡୋ, ଲାନ୍ସ ଷ୍ଟ୍ରୋଲ୍‌, କେଭିନ ମ୍ୟାଗ୍ନୁସେନ, ଜର୍ଜ ରସେଲ, ରୋମାଇନ୍‌ ଗ୍ରସଜେନ, କିମି ରାଇକୋନେନ, ଆଲେକଜାଣ୍ଡର ଆଲ୍‌ବନ ଓ ଡାନିଏଲ କ୍ୟାଟ। ପ୍ରଥମ ୧୦ ସ୍ଥାନ ଅଧିକାର କରିଥିବା ଡ୍ରାଇଭରମାନେ ଯଥାକ୍ରମେ ୨୫, ୧୮, ୧୬, ୧୨, ୧୦, ୮, ୬, ୪, ୨, ୧ ପଏଣ୍ଟ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜନ୍ମଦିନରେ ବ୍ୟାଡ୍‌ମିଣ୍ଟନ ଷ୍ଟାର୍‌ ଜ୍ୱାଲାଙ୍କୁ ନିର୍ବନ୍ଧ ମୁଦି ପିନ୍ଧାଇଲେ ଏହି ଅଭିନେତା

ନୂଆଦିଲ୍ଲୀ, ୭।୯: ଭାରତର ବ୍ୟାଡ୍‌ମିଣ୍ଟନ ଷ୍ଟାର୍‌ ଜ୍ୱାଲା ଗୁଟ୍ଟା ନିଜର ୩୭ତମ ଜନ୍ମଦିନ ଅବସରରେ ତାଙ୍କର ପ୍ରଶଂସକଙ୍କୁ ଜବରଦସ୍ତ ସର୍‌ପ୍ରାଇଜ ଦେଇଛନ୍ତି। ଦକ୍ଷିଣ ଭାରତୀୟ ଫିଲ୍ମ...

ଧୋନୀ ଅଭିଜ୍ଞତା ବାଣ୍ଟିବେ, କୋହଲିଙ୍କ ଲକ୍ଷ୍ୟ ଟାଇଟଲ ଉପରେ ରହିବ: ଗମ୍ଭୀର

ନୂଆଦିଲ୍ଲୀ,୧୯।୧୦: ଭାରତୀୟ ଟି-୨୦ର ଅଧିନାୟକ ଭାବେ ବିଶ୍ୱକପ୍‌ ହିଁ ବିରାଟ କୋହଲିଙ୍କ ଶେଷ ଟୁର୍ନାମେଣ୍ଟ ହେବ। ୨୦୦୭ରୁ ଏଯାଏ ଦଳ ଟି-୨୦ ବିଶ୍ୱକପ୍‌ ଟାଇଟଲ ଜିତିନାହିଁ।...

ଭାରତ ଏ’ ପାଇଁ ଖେଳିବେ ଧାଓ୍ବନ

ନୂଆଦିଲ୍ଲୀ,୩୧।୮(ପି.ଟି.)- ଖରାପ ଫର୍ମ ଦେଇ ଗତି କରୁଥିବା ଅଭିଜ୍ଞ ଭାରତୀୟ ଓପନର ଶିଖର ଧାଓ୍ବନ ଭାରତ ଏ’ ପାଇଁ ଖେଳିବେ। ଫର୍ମ ଫେରିପାଇବା ପାଇଁ ସେ...

ସଂସ୍କୃତିରେ ପରିବର୍ତ୍ତନ, ଫିଟ୍‌ନେସ୍‌ର ଉନ୍ନତି ଯୋଗୁ ଭାରତୀୟ ଦ୍ରୁତ ବୋଲିଂରେ ଉନ୍ନତି ହୋଇଛି: ଗାଙ୍ଗୁଲି

ନୂଆଦିଲ୍ଲୀ,୬।୭: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଦ୍ରୁତ ବୋଲିଂରେ ଦୃଷ୍ଟାନ୍ତମୂଳକ ଉନ୍ନତି ହୋଇଛି। ଭାରତୀୟ ଦ୍ରୁତ ବୋଲିଂ ଏବେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପେସ୍‌...

ରାଣୀ ଅଧିନାୟିକା, ଦୀପ୍‌ଗ୍ରେସ୍‌ ଓ ସବିତା ଉପଅଧିନାୟିକା

ନୂଆଦିଲ୍ଲୀ, ୨୨ା୬ (ପି.ଟି.)-ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ସୋମବାର ଷ୍ଟ୍ରାଇକର ହରିୟାଣାର ରାଣୀ ରାମପାଲ ଅଧିନାୟିକା ଏବଂ ଓଡ଼ିଶାର...

ସିନ୍ଧୁଙ୍କ ବିଜୟ ଆରମ୍ଭ: ସାଇନା ଆଉଟ୍‌

ହଂକଂ,୧୩।୧୧(ଏଏଫ୍‌ପି)- ବିଶ୍ୱ ଚାମ୍ପିୟନ ପି. ଭି. ସିନ୍ଧୁ ବିଜୟ ସହ ହଂକଂ ଓପନରେ ଅଭିଯାନ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ୪ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର...

ଟସ୍‌ ଜିତିଲା ଆୟାର୍ଲାଣ୍ଡ

ଡବଲିନ୍‌,୨୦।୮: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ ଡବଲିନ୍‌ରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଆୟାର୍ଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ...

କରୋନା ଆତଙ୍କ ସତ୍ତ୍ୱେ ୟୁକେରେ ଛୁଟି କଟାଉଛି ଭାରତୀୟ ଦଳ

ଲଣ୍ଡନ, ୭।୭(ଏପି)- ଇଂଲଣ୍ଡ କ୍ରିକେଟ ଦଳର ୩ ଖେଳାଳି ଓ ୪ଜଣ ସପୋର୍ଟ ଷ୍ଟାଫ୍‌ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି। ଏହାସତ୍ତ୍ୱେ ୟୁକେ ଟୁର୍‌ରେ ଥିବା...

Advertisement
Archives

Model This Week