Posted inଖେଳ

ବୋଟାସ ଜିତିଲେ ଅଷ୍ଟ୍ରିଆନ ଗ୍ରାଁ ପ୍ରି

ସ୍ପେଲବର୍ଗ(ଅଷ୍ଟ୍ରିଆ), ୬।୭: ରବିବାର ଅନୁଷ୍ଠିତ ସିଜନ ଆରମ୍ଭ ଅଷ୍ଟ୍ରିଆନ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ମର୍ସିଡିଜ୍‌ ଡ୍ରାଇଭର ଭାଲ୍‌ଟେରି ବୋଟାସ। ପୋଲ୍‌ ପୋଜିଶନରୁ ରେସ୍‌ ଆରମ୍ଭ କରିଥିବା ବୋଟାସ ୧:୩୦:୫୫.୭୩୯ ସେକେଣ୍ଡ ସମୟ ନେଇ ବାଜି ମାରିଛନ୍ତି। ତାଙ୍କ ଟିମ୍‌ମେଟ୍‌ ଲୁଇସ ହାମିଲଟନ ୨ୟ ଡ୍ରାଇଭରଭାବେ ରେସ୍‌ ଫିନିଶ୍‌ କରିଥିଲେ ହେଁ ପୋଡିୟମ ଫିନିଶ୍‌ କରିପାରି ନାହାନ୍ତି। ୬୭ତମ ଲ୍ୟାପ ଅବସରରେ ସେ ରେଡ୍‌ବୁଲ୍‌ ଡ୍ରାଇଭର ଆଲେକ୍ସ ଆଲବନଙ୍କ ସହ ଧକ୍କା କରିଥିବାରୁ ୫ ସେକେଣ୍ଡ ପେନାଲ୍ଟି ପାଇଥିଲେ। ଫଳରେ ହାମିଲଟନଙ୍କୁ ଏଠାରେ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଫଳରେ ଫେରାରୀର ଚାଲର୍‌ସ ଲେକ୍‌ରେକ୍‌ ଦ୍ୱିତୀୟ ଏବଂ ମ୍ୟାକ୍‌ଲରେନର ଲାନ୍‌ଡୋ ନୋରିସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। କରୋନା ଭାଇରସ ସଂକ୍ରମଣ ଯୋଗୁ ଚଳିତ ସିଜନର ଅନେକ ରେସ୍‌ ବାତିଲ କିମ୍ବା ସସପେଣ୍ଡ ରହିଥିବାବେଳେ ଏଠାରୁ ଡ୍ରାଇଭରମାନେ ଅଭିଯାନ ଆରମ୍ଭ କରିଛନ୍ତି।
ସିଜନର ପ୍ରଥମ ରେସ୍‌ରେ ୨୦ ଡ୍ରାଇଭରଙ୍କ ମଧ୍ୟରୁ ମାତ୍ର ୧୧ ଜଣ ରେସ୍‌ ଫିନିଶ୍‌ କରିପାରିଥିଲେ। ଇଞ୍ଜିନ୍‌ରେ ସମସ୍ୟା ଯୋଗୁ ହେଉ କିମ୍ବା ଟାୟାର ପଙ୍କଚ୍‌ର ୯ ଜଣ ଡ୍ରାଇଭର ରେସ୍‌ ଅଧାରୁ ଓହରି ଯାଇଥିଲେ। ବୋଟାସ, ଲେକ୍‌ରେକ୍‌ ଓ ନୋରିସ ପୋଡିୟମ ମଣ୍ଡନ କରିଥିବାବେଳେ ହାମିଲଟନ ଦୁର୍ଭାଗ୍ୟଜନକଭାବେ ୪ର୍ଥ ସ୍ଥାନରେ ରହିଛନ୍ତି। ଟପ୍‌-୧୦ ଫିନିଶ୍‌ କରିଥିବା ଅନ୍ୟ ଡ୍ରାଇଭରମାନେ ହେଲେ ମ୍ୟାକଲରେନର କାର୍ଲୋସ ସିଞ୍ଜ୍‌ ଜୁନିୟର, ରେସିଂ ପଏଣ୍ଟର ସର୍ଗିଓ ପେରେଜ, ଆଲ୍‌ଫା ଟୌରୀର ପିଏରେ ଗାସ୍‌ଲେ, ରେନଲ୍ଟର ଏଟେବନ ଓକନ, ଆଲ୍‌ଫା ରୋମିଓର ଆଣ୍ଟୋନିଓ ଜିଓଭିନାଜି ଓ ଫେରାରୀର ସେବାଷ୍ଟିଆନ ଭେଟେଲ। ରେସ୍‌ ଶେଷ କରି ୧୧ତମ ସ୍ଥାନରେ ରହିଥିବା ଅନ୍ୟ ଡ୍ରାଇଭର ଜଣକ ହେଲେ ଓ୍ବିଲିୟମ୍ସର ନିକୋଲାସ ଲାଟିଫି। ରେସ୍‌ ଅଧାରୁ ଓହରି ଯାଇଥିବା ଡ୍ରାଇଭରମାନେ ହେଲେ ମ୍ୟାକ୍ସ ଭର୍ଷ୍ଟାପେନ, ଡାନିଏଲ ରିକାର୍ଡୋ, ଲାନ୍ସ ଷ୍ଟ୍ରୋଲ୍‌, କେଭିନ ମ୍ୟାଗ୍ନୁସେନ, ଜର୍ଜ ରସେଲ, ରୋମାଇନ୍‌ ଗ୍ରସଜେନ, କିମି ରାଇକୋନେନ, ଆଲେକଜାଣ୍ଡର ଆଲ୍‌ବନ ଓ ଡାନିଏଲ କ୍ୟାଟ। ପ୍ରଥମ ୧୦ ସ୍ଥାନ ଅଧିକାର କରିଥିବା ଡ୍ରାଇଭରମାନେ ଯଥାକ୍ରମେ ୨୫, ୧୮, ୧୬, ୧୨, ୧୦, ୮, ୬, ୪, ୨, ୧ ପଏଣ୍ଟ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ମୋତେ ଏମିତି କରିବ, କ’ଣ ଥିଲା ନାନା ପାଟେକରଙ୍କ ଶେଷ ଇଚ୍ଛା? ୨୦୨୩ରେ ପ୍ରକାଶ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ

ମୁମ୍ବାଇ,୮।୧୦: ବଲିଉଡରେ ଏପରି କିଛି ଅଭିନେତା ଅଛନ୍ତି ଯେଉଁମାନେ କେବଳ ପରଦାରେ ଚରିତ୍ର ରୂପାୟନ କରିବାଠାରୁ ଊର୍ଦ୍ଧ୍ୱକୁ ଯାଇ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି…

ବୋରିଆ ସ୍କୁଲରେ ଶିକ୍ଷକ ଅଭାବ: ପାଠପଢ଼ାରେ ବ୍ୟାଘାତ

କେସିଙ୍ଗା, ୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମରେ ଜାତୀୟ ରାଜପଥ-୨୬ କଡ଼ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ…

ସଂସଦରେ ଟ୍ରମ୍ପଙ୍କ ସୁନାର ନଗ୍ନ ପ୍ରତିମୂର୍ତ୍ତି, ନାଁ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୧୦: ୟୁରୋପ ସଂସଦ ପରିସରରେ ଏବେ ଏକ ଅଜବ ଏବଂ ଚର୍ଚ୍ଚିତ କଳାକୃତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ…

ଓଡ଼ିଶା ବନ୍ଦ ଡାକରାରେ ଅତାବିରାରେ ଜନଜୀବନ ପ୍ରଭାବିତ

ଅତାବିରା,୮ା୧୦(ଯୁଧିଷ୍ଠିର ମହାପାତ୍ର): କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ବରଗଡ଼ ଜିଲା ଅତାବିରା ଠପ୍‌ ହୋଇପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ…

ପାକିସ୍ତାନ ସୁପର ଲିଗ୍‌ର ତାରିଖ ଘୋଷଣା କଲା PCB, ୨୦୨୭ରେ ପୁଣି IPL-PSL ଲଢ଼େଇ

ନୂଆଦିଲ୍ଲୀ,୮।୧୦: ୨୦୨୭ରେ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଏବଂ ପାକିସ୍ତାନ ସୁପର ଲିଗ୍ (PSL) ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିବ । ପାକିସ୍ତାନ କ୍ରିକେଟ୍…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଅଭିଜିତ ଦୀପକେଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ,୮।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଆକ୍ରମକ କକରୋଚ ଜନତା ପାର୍ଟି’ (CJP) ଆସନ୍ତା ଅକ୍ଟୋବର ୧୦ରେ ଜନ୍ତର ମନ୍ତର ଅଭିମୁଖେ ଶୋଭାଯାତ୍ରା…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?