ଶିକ୍ଷକଙ୍କୁ କୋଭିଡ୍‌ ଦାୟିତ୍ୱ ନ ଦେବାକୁ ଓଷ୍ଟାର ଦାବି

ଭଞ୍ଜନଗର,୬।୭(ଡି.ଏନ.ଏ.)- କୋଭିଡ୍‌-୧୯ ପରିଚାଳନା ଦାୟିତ୍ୱରେ ଥିବା ଗଞ୍ଜାମ ଜିଲାର ୨ ଶିକ୍ଷକଙ୍କର କରୋନାରେ ମୃତ୍ୟୁ ଘଟିଛି। ତେଣୁ ଶିକ୍ଷକମାନଙ୍କୁ ସିଧାସଳଖ କୋଭିଡ୍‌ ଦାୟିତ୍ୱ ଅଗଷ୍ଟ ୩୧ ପର୍ଯ୍ୟନ୍ତ ନଦେବାକୁ ଓଷ୍ଟା ରାଜ୍ୟ ସଂଘ ଉପ ସଭାପତି ସନ୍ତୋଷ ଜେନା ରବିବାର ସଂଘର ଏକ ବୈଠକରେ ଭଞ୍ଜନଗରଠାରେ ଦାବି କରିଛନ୍ତି। ସରକାରୀସ୍ତରରେ ଶିକ୍ଷକମାନଙ୍କୁ ଯଦିଓ କରୋନା ଯୋଦ୍ଧାଭାବେ ଘୋଷଣା କରାଯାଇନାହିଁ। ତଥାପି ଶିକ୍ଷକମାନଙ୍କୁ ସଙ୍ଗରୋଧ କେନ୍ଦ୍ର ପରିଚାଳନା ଠାରୁ ଘରଘର ବୁଲି ସର୍ଭେ ପର୍ଯ୍ୟନ୍ତ ବହୁ ଦାୟିତ୍ୱ ଦିଆଯାଉଛି। କରୋନା ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ ମଧ୍ୟ କରୋନା ଯୋଦ୍ଧା ଘୋଷଣା କରା ନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୨ଶିକ୍ଷକଙ୍କ ମୃତ୍ୟୁ ଅପୂରଣୀୟ କ୍ଷତି ଘଟାଇଛି। ଏକମାତ୍ର ଶିକ୍ଷକ ପୁତ୍ରର ମୃତ୍ୟୁ ପରେ କବିସୂର୍ଯ୍ୟନଗରରେ ପିତାମାତା ଆତ୍ମହତ୍ୟା କରିବା ଶିକ୍ଷକ ସମାଜ ପାଇଁ ବଡ ଦୁଃଖଦ ଘଟଣା। ସରକାର ଉଭୟଙ୍କୁ କରୋନା ଯୋଦ୍ଧା ଘୋଷଣା ସହ ପ୍ରତ୍ୟେକ ପରିବାରକୁ ୫୦ ଲକ୍ଷ ସହାୟତା, ପୁତ୍ର ସନ୍ତାନଙ୍କ ଉଚ୍ଚ ଶିକ୍ଷା ପାଇଁ ଆର୍ଥତ୍କ ସହାୟତା ଓ ପରିବାରର ଜଣଙ୍କୁ ସରକାରୀ ଚାକିରୀ ସହ ଅଗଷ୍ଟ ୩୦ ପର୍ଯ୍ୟନ୍ତ କୌଣସି କରୋନା ଦାୟିତ୍ୱ ସିଧାସଳଖ ନଦେଖା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା। ଗଞ୍ଜାମ ଜିଲା ସଂଘ କର୍ମକର୍ତ୍ତା ବିଜୟ କୁମାର ବେହେରା, ଅଶୋକ ଦଳେଇ, ବିଜୟ ଚନ୍ଦ୍ର ମହାରଣା, ଭଞ୍ଜନଗର ବ୍ଲକ କର୍ମକର୍ତ୍ତା ଗୌରୀନନ୍ଦନ ହୋତା, ରବିନାରାୟଣ ମହାନ୍ତି, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ସଭାପତି ଜଗବନ୍ଧୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହାପୂର୍ବରୁ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ଗଞ୍ଜାମ ଜିଲା ଶାଖା ପକ୍ଷରୁ ସାଧାରଣ ସମ୍ପାଦକ ସୁଜିତ କୁମାର ସ୍ବାଇଁ ଭଞ୍ଜନଗର ଉପ ଜିଲାପାଳଙ୍କୁ ଶନିବାର ଭେଟି ଶିକ୍ଷକମାନଙ୍କ ସମସ୍ୟା ଓ ଏହାର ନିରାକରଣ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ବନ୍ଦ ଡାକରାରେ ଅତାବିରାରେ ଜନଜୀବନ ପ୍ରଭାବିତ

ଅତାବିରା,୮ା୧୦(ଯୁଧିଷ୍ଠିର ମହାପାତ୍ର): କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ବରଗଡ଼ ଜିଲା ଅତାବିରା ଠପ୍‌ ହୋଇପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ…

ପାକିସ୍ତାନ ସୁପର ଲିଗ୍‌ର ତାରିଖ ଘୋଷଣା କଲା PCB, ୨୦୨୭ରେ ପୁଣି IPL-PSL ଲଢ଼େଇ

ନୂଆଦିଲ୍ଲୀ,୮।୧୦: ୨୦୨୭ରେ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଏବଂ ପାକିସ୍ତାନ ସୁପର ଲିଗ୍ (PSL) ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିବ । ପାକିସ୍ତାନ କ୍ରିକେଟ୍…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଅଭିଜିତ ଦୀପକେଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ,୮।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଆକ୍ରମକ କକରୋଚ ଜନତା ପାର୍ଟି’ (CJP) ଆସନ୍ତା ଅକ୍ଟୋବର ୧୦ରେ ଜନ୍ତର ମନ୍ତର ଅଭିମୁଖେ ଶୋଭାଯାତ୍ରା…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

ବହୁତ ବଡ଼ ‘ଦାନବୀର’ ଥିଲେ ନାନା ପାଟେକର, ନିଜ ରୋଜଗାରର ଏକ ବଡ଼ ଅଂଶ ଦାନ କରୁଥିଲେ ଅଭିନେତା, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ,୮।୧୦: ବଲିଉଡ ଚଳଚ୍ଚିତ୍ର ଜଗତ ପାଇଁ ଗୁରୁବାର ସକାଳ ଏକ ଅତ୍ୟନ୍ତ ଦୁଃଖଦ ଖବର ନେଇ ଆସିଥିଲା। ପ୍ରଖ୍ୟାତ ଅଭିନେତା ନାନା ପାଟେକର ଗୁରୁବାର ସକାଳେ ଗୋଆସ୍ଥିତ…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

କଳାହାଣ୍ଡିରେ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭକାରୀ…

ଭବାନୀପାଟଣା,୮ା୧୦(ଉତ୍ତମ କୁମାର ଦାଶ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ କଳାହାଣ୍ଡି ଜିଲାରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?