ଶିକ୍ଷକଙ୍କୁ କୋଭିଡ୍‌ ଦାୟିତ୍ୱ ନ ଦେବାକୁ ଓଷ୍ଟାର ଦାବି

ଭଞ୍ଜନଗର,୬।୭(ଡି.ଏନ.ଏ.)- କୋଭିଡ୍‌-୧୯ ପରିଚାଳନା ଦାୟିତ୍ୱରେ ଥିବା ଗଞ୍ଜାମ ଜିଲାର ୨ ଶିକ୍ଷକଙ୍କର କରୋନାରେ ମୃତ୍ୟୁ ଘଟିଛି। ତେଣୁ ଶିକ୍ଷକମାନଙ୍କୁ ସିଧାସଳଖ କୋଭିଡ୍‌ ଦାୟିତ୍ୱ ଅଗଷ୍ଟ ୩୧ ପର୍ଯ୍ୟନ୍ତ ନଦେବାକୁ ଓଷ୍ଟା ରାଜ୍ୟ ସଂଘ ଉପ ସଭାପତି ସନ୍ତୋଷ ଜେନା ରବିବାର ସଂଘର ଏକ ବୈଠକରେ ଭଞ୍ଜନଗରଠାରେ ଦାବି କରିଛନ୍ତି। ସରକାରୀସ୍ତରରେ ଶିକ୍ଷକମାନଙ୍କୁ ଯଦିଓ କରୋନା ଯୋଦ୍ଧାଭାବେ ଘୋଷଣା କରାଯାଇନାହିଁ। ତଥାପି ଶିକ୍ଷକମାନଙ୍କୁ ସଙ୍ଗରୋଧ କେନ୍ଦ୍ର ପରିଚାଳନା ଠାରୁ ଘରଘର ବୁଲି ସର୍ଭେ ପର୍ଯ୍ୟନ୍ତ ବହୁ ଦାୟିତ୍ୱ ଦିଆଯାଉଛି। କରୋନା ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ ମଧ୍ୟ କରୋନା ଯୋଦ୍ଧା ଘୋଷଣା କରା ନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୨ଶିକ୍ଷକଙ୍କ ମୃତ୍ୟୁ ଅପୂରଣୀୟ କ୍ଷତି ଘଟାଇଛି। ଏକମାତ୍ର ଶିକ୍ଷକ ପୁତ୍ରର ମୃତ୍ୟୁ ପରେ କବିସୂର୍ଯ୍ୟନଗରରେ ପିତାମାତା ଆତ୍ମହତ୍ୟା କରିବା ଶିକ୍ଷକ ସମାଜ ପାଇଁ ବଡ ଦୁଃଖଦ ଘଟଣା। ସରକାର ଉଭୟଙ୍କୁ କରୋନା ଯୋଦ୍ଧା ଘୋଷଣା ସହ ପ୍ରତ୍ୟେକ ପରିବାରକୁ ୫୦ ଲକ୍ଷ ସହାୟତା, ପୁତ୍ର ସନ୍ତାନଙ୍କ ଉଚ୍ଚ ଶିକ୍ଷା ପାଇଁ ଆର୍ଥତ୍କ ସହାୟତା ଓ ପରିବାରର ଜଣଙ୍କୁ ସରକାରୀ ଚାକିରୀ ସହ ଅଗଷ୍ଟ ୩୦ ପର୍ଯ୍ୟନ୍ତ କୌଣସି କରୋନା ଦାୟିତ୍ୱ ସିଧାସଳଖ ନଦେଖା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା। ଗଞ୍ଜାମ ଜିଲା ସଂଘ କର୍ମକର୍ତ୍ତା ବିଜୟ କୁମାର ବେହେରା, ଅଶୋକ ଦଳେଇ, ବିଜୟ ଚନ୍ଦ୍ର ମହାରଣା, ଭଞ୍ଜନଗର ବ୍ଲକ କର୍ମକର୍ତ୍ତା ଗୌରୀନନ୍ଦନ ହୋତା, ରବିନାରାୟଣ ମହାନ୍ତି, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ସଭାପତି ଜଗବନ୍ଧୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହାପୂର୍ବରୁ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ଗଞ୍ଜାମ ଜିଲା ଶାଖା ପକ୍ଷରୁ ସାଧାରଣ ସମ୍ପାଦକ ସୁଜିତ କୁମାର ସ୍ବାଇଁ ଭଞ୍ଜନଗର ଉପ ଜିଲାପାଳଙ୍କୁ ଶନିବାର ଭେଟି ଶିକ୍ଷକମାନଙ୍କ ସମସ୍ୟା ଓ ଏହାର ନିରାକରଣ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍‌ ଅଏଲ୍‌ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସହାୟତା

ଭୁବନେଶ୍ୱର,୮।୧୧: ଇଣ୍ଡିଆନ୍‌ ଅଏଲ ପକ୍ଷରୁ ବାଲିଅନ୍ତା ବ୍ଲକ ଉମାଦେଇପୁର ବ୍ରହ୍ମପୁର ପଞ୍ଚାୟତର ଅନ୍ତର୍ଗତ ନାଗପୁର ଗ୍ରାମର କୁମର ରାଉତ(୭୦) ଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି। କମ୍ପାନୀର...

ଓଭରବ୍ରିଜ୍‌ ଉପରେ କଡ଼ାକଡ଼ି ହେଲା ହେଲ୍‌ମେଟ କଟକଣା: ଦିନକରେ ଧରାପଡ଼ିଲେ ୨ଶହରୁ ଊର୍ଦ୍ଧ୍ୱ ବାଇକ ଚାଳକ

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ରାଜଧାନୀ ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥ ଓଭରବ୍ରିଜ୍‌ ଉପରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗତ ମାସଠାରୁ ଏବେସୁଦ୍ଧା ୧୨ ଦୁର୍ଘଟଣାରେ ୯...

କରୋନା ମହାମାରୀ ଯୋଗୁ ଫିକା ପଡିଲା ରଜ ମଉଜ

ବୁଗୁଡ଼ା,୧୬।୬(ଡି.ଏନ.ଏ) : ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୁଗୁଡ଼ା ଅଞ୍ଚଳରେ ନିରାଡ଼ମ୍ବର ଭାବେ ପାଳିତ ହେଉଛି ରଜ ପର୍ବ। ରଜରେ ଝିଅମାନେ ସାମୂହିକ ଭାବେ...

ସାପ ବିଷ ସଂଗ୍ରହ ର଼୍ୟାକେଟ୍‌ ସକ୍ରିୟ

ବାରିପଦା ଅଫିସ,୩ା୧୨: ମୟୂରଭଞ୍ଜ ଜିଲାରେ ବିଷାକ୍ତ ସାପ ଧରିବା ବାହାନାରେ ବିଷ ସଂଗ୍ରହ ର଼୍ୟାକେଟ ସକ୍ରିୟ ହୋଇପଡ଼ିଛନ୍ତି। ସାପ ଧରିବା ପରେ ବନ ବିଭାଗକୁ ନ...

ବ୍ରହ୍ମବରଦା ବ୍ରାହ୍ମଣୀ ସେତୁରେ ଜମୁଛି ବାଲି, ବଢୁଛି ଦୁର୍ଘଟଣା

ବ୍ରହ୍ମବରଦା,୧୬ା୧(ଡି.ଏନ.ଏ.):ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବ୍ରହ୍ମବରଦା ଓ ମହେଶ୍ୱପୁର ପଞ୍ଚାୟତରେ ଲଘୁଖଣିଜ୍ୟ ପରିବହନ ସମୟରେ ମହେଶ୍ୱରପୁର ପଞ୍ଚାୟତସ୍ଥିତ ବ୍ରାହ୍ମଣୀ ସେତୁ ଉପରେ ଚାଖଣ୍ଡେ ମୋଟ ବହଳର ବାଲି...

୧୬ବର୍ଷ ପରେ ଅଭିଯୁକ୍ତଙ୍କୁ ଦଣ୍ଡ

ପରଜଙ୍ଗ, ୬।୧୦(ଡି.ଏନ.ଏ.): ପରଜଙ୍ଗ ଜେଏମ୍‌ଏଫ୍‌ସିଙ୍କ ଅଦାଲତରେ ଦୀର୍ଘ ୧୬ବର୍ଷ ଧରି ଚାଲିଥିବା ଏକ ଯୌତୁକ ନିର୍ଯାତନା ମାମଲାର ରାୟ ପ୍ରକାଶ ପାଇଛି। ଜେଏମ୍‌ଏଫ୍‌ସି ପ୍ରଜ୍ଞା ପଣ୍ଡା...

ଜରାଜୀର୍ଣ୍ଣ ଅବସ୍ଥାରେ ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ

ବୋଲଗଡ,୧୧।୮(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡରେ ଥିବା ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌)ର ଟେଲିଫୋନ ଏକ୍ସଚେଞ୍ଜ କାର୍ଯ୍ୟାଳୟଟି ଜରାଜୀର୍ଣ୍ଣ ହୋଇପଡିରହିଛି। ଆଗରୁ ଏହା ଭଡାଘରେ କାର୍ଯ୍ୟ...

ଭୁଲ୍‌ ଇଞ୍ଜେକ୍ସନରୁ ଗର୍ଭସ୍ଥ ଶିଶୁ, ମା’ ମୃତ

ବାରିପଦା ଅଫିସ,୨୪।୭: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲରେ ଭୁଲ୍‌ ଇଞ୍ଜେକ୍ସନ ଯୋଗୁ ଶନିବାର ଗର୍ଭସ୍ଥ ଶିଶୁ ସମେତ ଜଣେ ମହିଳାଙ୍କ...

Advertisement
Archives

Model This Week