ଫାଇଜର ଆଣିବ ବୁଷ୍ଟର

ଓ୍ବାଶିଂଟନ, ୧୦।୭: ଫାଇଜର କମ୍ପାନୀ ଏହାର କୋଭିଡ୍‌-୧୯ ଟିକାର ତୃତୀୟ ତଥା ବୁଷ୍ଟର ଡୋଜ୍‌ ଆଣିବା ପାଇଁ ଆମେରିକା କର୍ତ୍ତୃପକ୍ଷଙ୍କ ମଞ୍ଜୁରୀ ଲୋଡ଼ିଛି। ୧୨ ମାସ ମଧ୍ୟରେ ଅନ୍ୟ ଏକ ଡୋଜ୍‌ ରୋଗ ପ୍ରତିରୋଧ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ ଏବଂ କରୋନା ଭୂତାଣରୁ ସମସ୍ତ ମ୍ୟୁଟାଣ୍ଟରୁ ସୁରକ୍ଷା ଦେଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଫାଇଜର ଏବଂ ଅନ୍ୟ କୋଭିଡ୍‌ ଟିକା ଡେଲ୍ଟା ଭାରିଆଣ୍ଟ ବିରୋଧରେ ସୁରକ୍ଷା ଦେଉଥିବା ବିଭିନ୍ନ ଦେଶରେ ଦେଖିବାକୁ ମିଳିଛି। ଟିକାର ଦୁଇଟି ଡୋଜ୍‌ ଭୂତାଣୁର ସବୁ ଭାରିଆଣ୍ଟ ବିରୋଧରେ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ହେଲେ ମଧ୍ୟ ଏହା ଯଥେଷ୍ଟ ନୁହେଁ। ଟିକା ନେବା ପରେ ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡ଼ି କିଛିଦିନ ପରେ ସ୍ବାଭାବିକ ଭାବେ ଦୁର୍ବଳ ହୋଇଯାଇଥାଏ। ତେଣୁ ବୁଷ୍ଟରର ଆବଶ୍ୟକତା ସମ୍ପର୍କରେ ଅଧ୍ୟୟନ ଜାରି ରହିଛି। ବୁଷ୍ଟର ଡୋଜ୍‌ ନେଲେ ଆଣ୍ଟିବଡ଼ି ସ୍ତର ୫ରୁ ୧୦ ଗୁଣ ବୃଦ୍ଧି ପାଇବ ବୋଲି ଫାଇଜର
କମ୍ପାନୀ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି। କମ୍ପାନୀ ଏହି ଡୋଜ୍‌ ପାଇଁ ଆମେରିକାର ଫୁଡ୍‌ ଆଣ୍ଡ ଡ୍ରାଗ୍‌ ଅଥରିଟିଠାରୁ ମଞ୍ଜୁରୀ ପାଇଁ ଅଗଷ୍ଟରେ ଆବେଦନ କରିବ ବୋଲି ଫାଇଜର କହିଛି।

ଗର୍ଭବତୀଙ୍କ ପାଇଁ ଟିକା ସୁରକ୍ଷିତ

କୋଭିଡ୍‌-୧୯ ଭାକ୍ସିନ ଭୂତାଣୁ ସଂକ୍ରମଣରୁ ସୁରକ୍ଷା ଦେଉଥିବାରୁ ଗର୍ଭବତୀ ମହିଳାମାନେ ଟିକା ନେବା ଆବଶ୍ୟକ ବୋଲି ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭି.କେ. ପଲ୍‌ ଶୁକ୍ରବାର କହିଛନ୍ତି। ଗର୍ଭବତୀ ମହିଳାଙ୍କ ପାଇଁ ଟିକା ନିରାପଦ ଓ ପ୍ରଭାବୀ ବୋଲି ମିଳିଥିବା ତଥ୍ୟରୁ ଜଣାପଡ଼ିଛି ବୋଲି ସେ କହିଛନ୍ତି। ଗର୍ଭବତୀଙ୍କୁ ଟିକାଦାନ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଗର୍ଭାବସ୍ଥାରେ ଜଣେ ମହିଳା ଯଦି କୋଭିଡ୍‌-୧୯ ସଂସ୍ପର୍ଶରେ ଆସନ୍ତି ତେବେ ସମୟ ପୂର୍ବରୁ ପିଲା ଜନ୍ମ ବଢ଼ିବା ସମ୍ଭାବନା ରହିଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ପ୍ରତିଷେଧକ ସମ୍ପର୍କିତ ଜାତୀୟ ବୈଷୟିକ ଉପଦେଷ୍ଟା ଗୋଷ୍ଠୀ (ଏନ୍‌ଟିଏଜିଆଇ)ର ସୁପାରିସ୍‌କୁ ଗ୍ରହଣ କରି କୋଭିଡ୍‌-୧୯ ଟିକାକରଣରେ ଗର୍ଭବତୀ ମହିଳାମାନଙ୍କୁ ସାମିଲ କରିବା ପାଇଁ ଗତ ୨ ତାରିଖରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ! ୧୭ ଅଗଷ୍ଟ ପର୍ଯ୍ୟନ୍ତ ରହିବନି କୌଣସି ପ୍ରକାରର ଟେନସନ, ୩ ରାଶିରେ ଟଙ୍କା ବର୍ଷା…

ଗ୍ରହରାଜ ସୂର୍ଯ୍ୟଦେବ, ଅଶ୍ଲେଷା ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଯାହାର ସ୍ୱାମୀ ନିଜେ ସ୍ୱୟଂ ବୁଧ ଦେବ ଅଟନ୍ତି । ଏହି ନକ୍ଷତ୍ରରେ ସୂର୍ଯ୍ୟ ଦେବ…

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଯୁଗ୍ମ ରାଜ୍ୟ ସମ୍ପାଦକ ହେଲେ କର୍ଣ୍ଣରାଜ

ଅମରପାଲି, ୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମର କର୍ଣ୍ଣରାଜ ପଧାନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଯୁଗ୍ମ ରାଜ୍ୟ ସମ୍ପାଦକ…

ବିଜେଡି, କଂଗ୍ରେସ ପୋଛିନେଲେ ସମସ୍ତ ୧୧ ଆସନ: ନିର୍ବାଚନରୁ ଦୁରେଇ ରହିଲା ଭାଜପା

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଯୋଜନା କମିଟିରେ ଖାଲିଥିବା ୧୧ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲାର ନିର୍ବାଚିତ ଜିଲା ପରିଷଦ ସଭ୍ୟାସଭ୍ୟ ଏହି ନିର୍ବାଚନରେ…

ଗ୍ରୀକ୍‌ ଓ ଭାରତୀୟ ନାଟ୍ୟକଳାରେ ବିବିଧତା

ଚୀନ ଗ୍ରୀସ୍‌ ଓ ଭାରତର ନାଟ୍ୟକଳା ଭଳି ଦୁଇଟି ମହାନ୍‌ ଶାସ୍ତ୍ରୀୟ ପରମ୍ପରା ମାଧ୍ୟମରେ ନାଟ୍ୟକଳାର ଇତିହାସ ପ୍ରାୟତଃ ବର୍ଣ୍ଣନା କରାଯାଏ। ଉଭୟ ପରମ୍ପରା କାହାଣୀ, ଅଭିନୟ,…

ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋନମ ୱାଙ୍ଗଚୁକ, କହିଲେ- ସେଦିନ ରାତିରେ…

ନୂଆଦିଲ୍ଲୀ,୬।୮: NEET ପେପର ଲିକ ଘଟଣା ଏବଂ ଛାତ୍ରୀଛାତ୍ରଙ୍କ ପ୍ରତିବାଦକୁ ସମର୍ଥନ କରି ୨୬ ଦିନ ଧରି ଅନଶନ କରିଥିବା ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ନିଜର…

ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ଘର ବିକ୍ରି ହେବ

ୱାପାକୋନେଟା, ଓହିୟୋ, ୬ା୮ (ଏ.ପି.): ଚନ୍ଦ୍ରପୃଷ୍ଠରେ ପ୍ରଥମ ମାନବ ଭାବେ ପାଦ ଥାପି ଇତିହାସ ରଚିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ସ୍ବପ୍ନ ଓ ଉଡ଼ାଣର ମୂଳଦୁଆ ପଡ଼ିଥିବା…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦୦୦କୁ ବୃଦ୍ଧି ପାଇବ ଡାକ୍ତରୀ ସିଟ୍‌

ଭୁବନେଶ୍ୱର, ୬ା୮(ରବିନାରାୟଣ ଜେନା): ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ଏବଂ ଡାକ୍ତର ଅଭାବ ପୂରଣ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଭାଜପା ସରକାର…

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri