ଫାଇଜର ଆଣିବ ବୁଷ୍ଟର

ଓ୍ବାଶିଂଟନ, ୧୦।୭: ଫାଇଜର କମ୍ପାନୀ ଏହାର କୋଭିଡ୍‌-୧୯ ଟିକାର ତୃତୀୟ ତଥା ବୁଷ୍ଟର ଡୋଜ୍‌ ଆଣିବା ପାଇଁ ଆମେରିକା କର୍ତ୍ତୃପକ୍ଷଙ୍କ ମଞ୍ଜୁରୀ ଲୋଡ଼ିଛି। ୧୨ ମାସ ମଧ୍ୟରେ ଅନ୍ୟ ଏକ ଡୋଜ୍‌ ରୋଗ ପ୍ରତିରୋଧ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ ଏବଂ କରୋନା ଭୂତାଣରୁ ସମସ୍ତ ମ୍ୟୁଟାଣ୍ଟରୁ ସୁରକ୍ଷା ଦେଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଫାଇଜର ଏବଂ ଅନ୍ୟ କୋଭିଡ୍‌ ଟିକା ଡେଲ୍ଟା ଭାରିଆଣ୍ଟ ବିରୋଧରେ ସୁରକ୍ଷା ଦେଉଥିବା ବିଭିନ୍ନ ଦେଶରେ ଦେଖିବାକୁ ମିଳିଛି। ଟିକାର ଦୁଇଟି ଡୋଜ୍‌ ଭୂତାଣୁର ସବୁ ଭାରିଆଣ୍ଟ ବିରୋଧରେ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ହେଲେ ମଧ୍ୟ ଏହା ଯଥେଷ୍ଟ ନୁହେଁ। ଟିକା ନେବା ପରେ ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡ଼ି କିଛିଦିନ ପରେ ସ୍ବାଭାବିକ ଭାବେ ଦୁର୍ବଳ ହୋଇଯାଇଥାଏ। ତେଣୁ ବୁଷ୍ଟରର ଆବଶ୍ୟକତା ସମ୍ପର୍କରେ ଅଧ୍ୟୟନ ଜାରି ରହିଛି। ବୁଷ୍ଟର ଡୋଜ୍‌ ନେଲେ ଆଣ୍ଟିବଡ଼ି ସ୍ତର ୫ରୁ ୧୦ ଗୁଣ ବୃଦ୍ଧି ପାଇବ ବୋଲି ଫାଇଜର
କମ୍ପାନୀ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି। କମ୍ପାନୀ ଏହି ଡୋଜ୍‌ ପାଇଁ ଆମେରିକାର ଫୁଡ୍‌ ଆଣ୍ଡ ଡ୍ରାଗ୍‌ ଅଥରିଟିଠାରୁ ମଞ୍ଜୁରୀ ପାଇଁ ଅଗଷ୍ଟରେ ଆବେଦନ କରିବ ବୋଲି ଫାଇଜର କହିଛି।

ଗର୍ଭବତୀଙ୍କ ପାଇଁ ଟିକା ସୁରକ୍ଷିତ

କୋଭିଡ୍‌-୧୯ ଭାକ୍ସିନ ଭୂତାଣୁ ସଂକ୍ରମଣରୁ ସୁରକ୍ଷା ଦେଉଥିବାରୁ ଗର୍ଭବତୀ ମହିଳାମାନେ ଟିକା ନେବା ଆବଶ୍ୟକ ବୋଲି ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭି.କେ. ପଲ୍‌ ଶୁକ୍ରବାର କହିଛନ୍ତି। ଗର୍ଭବତୀ ମହିଳାଙ୍କ ପାଇଁ ଟିକା ନିରାପଦ ଓ ପ୍ରଭାବୀ ବୋଲି ମିଳିଥିବା ତଥ୍ୟରୁ ଜଣାପଡ଼ିଛି ବୋଲି ସେ କହିଛନ୍ତି। ଗର୍ଭବତୀଙ୍କୁ ଟିକାଦାନ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଗର୍ଭାବସ୍ଥାରେ ଜଣେ ମହିଳା ଯଦି କୋଭିଡ୍‌-୧୯ ସଂସ୍ପର୍ଶରେ ଆସନ୍ତି ତେବେ ସମୟ ପୂର୍ବରୁ ପିଲା ଜନ୍ମ ବଢ଼ିବା ସମ୍ଭାବନା ରହିଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ପ୍ରତିଷେଧକ ସମ୍ପର୍କିତ ଜାତୀୟ ବୈଷୟିକ ଉପଦେଷ୍ଟା ଗୋଷ୍ଠୀ (ଏନ୍‌ଟିଏଜିଆଇ)ର ସୁପାରିସ୍‌କୁ ଗ୍ରହଣ କରି କୋଭିଡ୍‌-୧୯ ଟିକାକରଣରେ ଗର୍ଭବତୀ ମହିଳାମାନଙ୍କୁ ସାମିଲ କରିବା ପାଇଁ ଗତ ୨ ତାରିଖରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତକୁ ୮,୯୨୩.୮ କୋଟିର କରୋନା ଅନୁଦାନ…

ନୂଆଦିଲ୍ଲୀ, ୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୫ଟି ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତକୁ ୮,୯୨୩.୮ କୋଟିର ଅନୁଦାନ ଘୋଷଣା କରିଛନ୍ତି।...

୧୦୦ ଦିନ ଆନ୍ଦୋଳନ

ନୂଆଦିଲ୍ଲୀ,୨ା୩: : ପାଣିରେ ଭିଜିଲେ, ହାଡ଼ଭଙ୍ଗା ଶୀତରେ ଥରିଲେ। ଶତାଧିକ ଆଖି ବୁଜିଦେଲେ। କେତେବେଳେ ଖଲିସ୍ତାନୀ ଅପମାନ ତ ପୁଣି କେବେ ଆନ୍ଦୋଳନଜୀବୀ ନଚେତ୍‌ ଟୁଲ୍‌କିଟ୍‌...

ପୁରୁଷୋତ୍ତମପୁରରେ ଖୋଲିବ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ: ସ୍ଥିତି ଅନୁଧ୍ୟାନ କଲେ ଉପ ଜିଲାପାଳ

ପୁରୁଷୋତ୍ତମପୁର, ୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ ଖୋଲିବା ଲାଗି ମଙ୍ଗଳବାର ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସ୍ଥିତି ଅନୁଧ୍ୟାନ...

ଉଦ୍ଧାର କାର୍ଯ୍ୟ ବିଳମ୍ବ ନେଇ କ୍ଷମା ମାଗିଲେ ରାଷ୍ଟ୍ରପତି

ଇସ୍ତାନବୁଲ, ୨୮।୨ସୋମବାର ତୁର୍କୀର ପୂର୍ବାଞ୍ଚଳରେ ୫.୬ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିିଥିବାବେଳେ ୬୯ ଜଣ ଆହତ ହୋଇଛନ୍ତି।...

ପ୍ରଥମ ଥର ଭାରତ ଗ୍ରସ୍ତରେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୩: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଭାରତ-ଜାପାନର ୧୪ତମ ବାର୍ଷିକ ଶିଖର ସମ୍ମିଳନୀରେ ସେ ଅଂଶଗ୍ରହଣ କରିବେ। କିଶିଡା...

ମୋଦିଙ୍କ ଗଣିତ ବିଗାଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୬ା୫: ଚାଇନାରୁ ସୃଷ୍ଟି ହୋଇଥିବା ଘାତକ କରୋନା ଭାଇରସ୍‌ ଜି ଜିନ୍‌ପିଙ୍ଗ୍‌ ସରକାରଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି। ଏଥିଯୋଗୁ ଚାଇନାର ଅର୍ଥ ବ୍ୟବସ୍ଥା ବହୁଳ ଭାବେ...

ଶୀତ ଅଧିବେଶନ ପାଇଁ ରଣକୌଶଳ

ନୂଆଦିଲ୍ଲୀ,୩ା୧୨: ଆସନ୍ତା ୭ ତାରିଖରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଲାଗି ବିରୋଧୀ ଦଳ କଂଗ୍ରେସ ରଣକୌଶଳ...

ବଳାତ୍କାର ପୀଡ଼ିତାଙ୍କ ଜାତକରେ ମାଙ୍ଗଳିକ ଦୋଷ ଯାଞ୍ଚ୍‌: ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୬ : ବଳାତ୍କାର ପୀଡିତାଙ୍କ ଜାତକ ଯାଞ୍ଚ୍‌ କରିବାକୁ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ...

Advertisement
Archives

Model This Week