Posted inଜାତୀୟ

ପୁଣି ଥରେ ଭାଜପା ଏମ୍‌ପିଙ୍କ ଘରେ ଫୁଟିଲା ବୋମା

କୋଲକାତା, ୧୪।୯: ଭାଜପାର ପଶ୍ଚିମବଙ୍ଗ ଏମ୍‌ପି ଅର୍ଜୁନ ସିଂଙ୍କ ଘର ଆଗରେ ମଙ୍ଗଳବାର ସକାଳ ୯ଟାରେ ବୋମା ମାଡ଼ କରାଯାଇଛି। ତେବେ ଭାଜପା ଏମ୍‌ପିଙ୍କ ଘର ଆଗରେ ବୋମା ମାଡ଼ କରାଯିବାର ଏହା ପ୍ରଥମ ଘଟଣା ନୁହେଁ। ଗତ ୮ ତାରିଖରେ ମଧ୍ୟ କୋଲକାତାଠାରୁ ୪୦ କିମି ଦୂର ଭାତପାରାସ୍ଥିତ ତାଙ୍କ ବାସଭବନ ଉପରେ ୩ ବୋମା ମାଡ଼ କରାଯାଇଥିଲା। ଏହି ଘଟଣାର ତଦନ୍ତ ପାଇଁ ଏନ୍‌ଆଇଏ(ଜାତୀୟ ତଦନ୍ତକାରୀ ଏଜେନ୍ସି)କୁ ସୋମବାର ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ।

ତଦନ୍ତ ନିର୍ଦ୍ଦେଶ ଦିଆଯିବାର ଦିନକ ପରେ ତାଙ୍କ ଘର ଆଗରେ ବୋମା ମାଡ଼ କରାଯାଇଛି। ଘଟଣା ସ୍ଥଳରେ ପୋଲିସ ଓ ବୋମା ନିଷ୍କ୍ରିୟ ସ୍କାଡ ପହଞ୍ଚିଥିଲେ। ବୋମା ମାଡ଼ ପଛରେ କିଏ ଜାଣିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ତେବେ ସରକାରରେ ଥିବା ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ବୋମା ମାଡ଼ କରିଥିବା ଭାଜପା ଏମ୍‌ପି ଅଭିଯୋଗ କରିଛନ୍ତି। କିନ୍ତୁ ଏହାକୁ ଖଣ୍ଡନ କରିବା ସହ ଭାଜପା ନେତା ଡ୍ରାମା କରୁଥିବା ଟିଏମ୍‌ସି ବିଧାୟକ ପାର୍ଥ ଭୋମିକ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୮ ତାରିଖ ସକାଳ ୬ଟା ୩୦ରେ ବାରକପୁର ଏମ୍‌ପିଙ୍କ ବାସଭବନର ଗେଟ୍‌ ଉପରକୁ ୩ ବୋମା ମାଡ଼ କରାଯାଇଥିଲା। ସେତେବେଳେ ସେ ଦିଲ୍ଲୀରେ ଥିଲେ। କିନ୍ତୁ ଘରେ ଥିଲେ ତାଙ୍କ ପରିବାର ସଦସ୍ୟ। ତେବେ ବୋମା ମାଡ଼ରେ କେହି ଆହତ ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ କଂଗ୍ରେସର କଳହକୁ ନେଇ କେଜରିୱାଲ କହିଲେ, ‘ସେ ତାଙ୍କ ଘର ସମ୍ଭାଳିପାରୁ ନାହାନ୍ତି’

ନୂଆଦିଲ୍ଲୀ,୨୬ ।୯: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବଦଳିବାକୁ ନେଇ ଅଶୋକ ଗେହଲଟ ଓ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜୁଛି । ଗେହଲଟଙ୍କୁ ସମର୍ଥନ କରୁଥିବା...

ଅଖିଳେଶ ପ୍ରସାଦ ବିହାରର ନୂଆ ଅଧ୍ୟକ୍ଷ

ପାଟନା,୫।୧୨: ବିହାରରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ମଦନ ମୋହନ ଝା ଇସ୍ତଫା ଦେଇଛନ୍ତି। ଏହାପରେ କଂଗ୍ରେସ ଏମ୍‌ପି ଅଖିଳେଶ ପ୍ରସାଦ ସିଂହଙ୍କୁ ଏକ ବଡ଼ ଦାୟିତ୍ୱ...

ଖାଦ୍ୟ ପାଇଁ ସଂଗ୍ରାମ: କର୍ବେଟ ଅଭୟାରଣ୍ୟରେ ବଢୁଛି ହାତୀ-ବାଘ ମୁହାଁମୁହିଁ ଘଟଣା

ଡେରାଡୁନ୍‌,୯।୬: ଉତ୍ତରାଖଣ୍ଡରେ ଥିବା କର୍ବେଟ ଅଭୟାରଣ୍ୟରେ ହାତୀ-ବାଘ ମୁହାଁମୁହିଁ ଘଟଣା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ୨୦୧୪ଠାରୁ ୨୦୧୯ ପର୍ଯ୍ୟନ୍ତ ଗତ ୫ ବର୍ଷରେ ଏଠାରେ ୨୧...

ପିଏଫ୍‌ଆଇର କେରଳ ସମ୍ପାଦକ ଗିରଫ

ନୂଆଦିଲ୍ଲୀ,୨୯।୧୦: ବେଆଇନ ଘୋଷିତ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ)ର କେରଳ ସାଧାରଣ ସମ୍ପାଦକ ସି.ଏ. ରୌଫ୍‌ଙ୍କୁ ପଲକ୍କଡର ପଟ୍ଟାମ୍ବିରୁ ଜାତୀୟ ତଦନ୍ତକାରୀ ସଂସ୍ଥା...

ଏଆଇଏଡିଏମ୍‌କେ ବିଧାୟକ କରୋନା ଆକ୍ରାନ୍ତ

ଚେନ୍ନାଇ, ୧୩ା୬: ତାମିଲନାଡ଼ୁରେ ଦେଶର ଦ୍ୱିତୀୟ ସର୍ବାଧିକ କରୋନା ରୋଗୀ ଥିବାବେଳେ ଶାସକ ଏଆଇଏଡିଏମ୍‌କେର ଶ୍ରୀପେରୁମ୍ବୁଦୁର ବିଧାୟକ କେ. ପାଲାନି (୫୭) ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି।...

ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକକୁ ନେଇ ଆଜି ଦେଶରେ ଗୋଟିଏ ଦିନିଆ ରାଜକୀୟ ଶୋକ, ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ନୂଆଦିଲ୍ଲୀ,୧୧ ।୯: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ଭାରତରେ ଆଜି ଗୋଟିଏ ଦିନ ରାଜକୀୟ ଶୋକ ଘୋଷଣା କରାଯାଇଛି । ଏଲିଜାବେଥ ଦ୍ୱିତୀୟଙ୍କ ସ୍ମୃତି...

ଭିକ୍ଷୁ ଦାନକଲେ ୯୦ ହଜାର ଟଙ୍କା

ମଦୁରାଇ,୧୮।୮: କରୋନା ମହାମାରୀ ସହ ସାରା ବିଶ୍ୱ ଲଢେକ କରି ଚାଲିଥିବା ବେଳେ ଏହା ଏବେବି ତା’ର କାୟା ବିସ୍ତାର କରି ରଖିଛି। ଏହି କରୋନା...

କୃଷକ ଆନ୍ଦୋଳନରେ ପ୍ରବେଶ କରିଛି ଆସାମାଜିକ ତତ୍ତ୍ୱ

ଚଣ୍ଡିଗଡ,୨୮ ।୧୧: ହରିୟାଣା ଓ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ କହିଛନ୍ତି କୃଷକ ଆନ୍ଦୋଳନରେ ପ୍ରବେଶ...

Advertisement
Archives

Model This Week