ଓଏଚ୍‌ଆର୍‌ସିରେ ବ୍ୟକ୍ତିଗତ ହାଜର ପାଇଁ ବିଏମ୍‌ସି କମିଶନରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮ା୪ (ବନ୍ଦନା ସେଠୀ): ଭୁବନେଶ୍ୱର ଓକିଲଙ୍କ ଅସ୍ଥାୟୀ ବୈଠକ ଗୃହ ଭଙ୍ଗା ଘଟଣାରେ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆର୍‌ସି)ରେ ବ୍ୟକ୍ତିଗତ ଭାବେ ହାଜର ହେବେ ବିଏମ୍‌ସି କମିଶନର। ମେ’ ୨୨ରେ ହାଜର ହୋଇ ପକ୍ଷ ରଖିବାକୁ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ। ୨୦୨୩ ଏପ୍ରିଲ ୧୧ରେ ଗୌତମନଗରସ୍ଥିତ ଓକିଲଙ୍କ ଅସ୍ଥାୟୀ ବୈଠକ ଖାନାକୁ ବିଏମ୍‌ସି ପକ୍ଷରୁ ବଳପୂର୍ବକ ଭଙ୍ଗାଯାଇଥିଲା। ଏନେଇ ତିନିଜଣ ଓକିଲ ବିଜୟ କୁମାର ପଣ୍ଡା, ଗୋଲକ ବିହାରୀ ନାୟକ ଏବଂ ଶୁଭାଶିଷ ପଣ୍ଡା ଓଏଚ୍‌ଆରସିରେ ଅଭିଯୋଗ କରିଥିଲେ। କମିଶନ ପକ୍ଷରୁ ସବୁ ପକ୍ଷଙ୍କୁ ନୋଟିସ୍‌ ଜାରି କରିବା ସହ ବିଏମ୍‌ସିର ତତ୍କାଳୀନ ଏନ୍‌ଫୋର୍ସମେଣ୍ଟ ଅଧିକାରୀଙ୍କ ସତ୍ୟପାଠ ଏବଂ ବ୍ୟକ୍ତିଗତ ଶୁଣାଣି କରାଯାଇଥଲା। ସମ୍ପୃକ୍ତ ବୈଠକ ଖାନା ବା ଅସ୍ଥାୟୀ ଗୃହକୁ ବଳପୂର୍ବକ ଭଙ୍ଗାଯାଇଥିବାରୁ ଓକିଲଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କିମ୍ବା ୧ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ବିଏମ୍‌ସି କମିଶନରଙ୍କୁ ଆଦେଶ ଦିଆଯାଇଥିଲା। ଏହି ଆଦେଶକୁ ୪ମାସ ଭିତରେ ପାଳନ ପାଇଁ କମିଶନ ଅଧ୍ୟକ୍ଷ ବିଚାରପତି ଶତ୍ରୁଘନ ପୁଜାହାରୀଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ୨୦୨୪ ଜୁଲାଇ ୯ରେ ଏହି ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଇତି ମଧ୍ୟରେ ୮ମାସ ବିତିଯାଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ। ଏପରିକି କମିଶନଙ୍କ ଆଦେଶକୁ ନେଇ ବିଏମ୍‌ସି ପକ୍ଷରୁ କୌଣସି ଜବାବ ଦାଖଲ କରାଯାଇ ନାହିଁ। ତେଣୁ ମାନବାଧିକାର କମିଶନଙ୍କ ପକ୍ଷରୁ ବିଏମ୍‌ସି କମିଶନରଙ୍କୁ ବ୍ୟକ୍ତିଗତ ହାଜର ପାଇଁ ଆଦେଶ ଦିଆଯାଇଥିଲା। ପରେ ବିଏମ୍‌ସି କମିଶନରଙ୍କ ପକ୍ଷରୁ ଓକିଲ ଜରିଆରେ ପୁନଃ ଶୁଣାଣି ପାଇଁ ଆବେଦନ ସହ ବ୍ୟକ୍ତିଗତ ହାଜିରାରୁ ଛାଡ଼ ପାଇଁ ଆବେଦନ ହୋଇଥିଲା। ମାତ୍ର ଚଳିତ ମାସ ୧୦ ତାରିଖରେ ଏହି ଆବେଦନର ଶୁଣାଣି ହୋଇ ବିଏମ୍‌ସି କମିଶନରଙ୍କ ବ୍ୟକ୍ତିଗତ ହାଜିରା ଛାଡ଼ ଆବେଦନକୁ ଖାରଜ କରାଯାଇଥିଲା। ଏଥିସହ ମେ’ ୨୨ରେ କମିଶନରଙ୍କୁ ବ୍ୟକ୍ତିଗତ ହାଜର ପାଇଁ ଆଦେଶ ଦେବା ସହ ପୁନଃଶୁଣାଣି କରାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ବା କେଶ ପାଇଁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ନୂଆଦିଲ୍ଲୀ,୯।୮: ଭାରତର ଜଣେ ମହିଳା ନିଜର ଅତି ଲମ୍ବା କେଶ ପାଇଁ ଏକ ନୂତନ ଓ୍ବାଲର୍‌ଡ ରେକର୍ଡ ସୃଷ୍ଟି କରିଛନ୍ତି। ଉତ୍ତରାଖଣ୍ଡର ହଲଦଓ୍ବାନୀ ସହରର ରେଣୁ ଧାରିଓ୍ବାଲ…

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ମରଣକୁ ଡାକୁଛି ଆ’…

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲୀ ଲତାଗୁଳ୍ମରେ ଆଚ୍ଛାଦିତ ହୋଇ ରହିଥିବା ଦେଖିବାକୁ…

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଲେ ୪ ଛାତ୍ର

ନୟାଗଡ଼,୯ା୮(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନା ସାଇ ସାହାରା ଆବାସିକ ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଇଥିବା…

ହୀରାକୁଦ ଜଳଭଣ୍ଡାରରେ ବୃଦ୍ଧି ପାଉଛି ବନ୍ୟାଜଳ, ପୁଣି ଖୋଲିଲା ଗେଟ୍‌

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ରବିବାର ପୁଣିଥରେ ବିପୁଳ ପରିମାଣର ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ…

କୂଳା ନାଳରେ ଭାସିଗଲେ ବୃଦ୍ଧ: ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ

ମହାକାଳପଡ଼ା, ୯।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଟିକରପଙ୍କା ପଞ୍ଚାୟତର ଟିକରପଙ୍କା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର…

ପିଣ୍ଡି ନିର୍ମାଣ ପ୍ରସଙ୍ଗ: ବିନା ସୂଚନା ଫଳକରେ ଚାଲିଛି କାମ, ସରପଞ୍ଚଙ୍କ ଭୂମିକାକୁ ନେଇ ପ୍ରଶ୍ନ

ରିଷିଡ଼ା, ୯।୮ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ଅଧୀନ ହାଇସ୍କୁଲ ବଜାର ପଡ଼ିଆରେ ବିନା ସୂଚନା ଫଳକରେ ପିଣ୍ଡି ନିର୍ମାଣ କାମ…

ରୋଜଗାର ଦେଇଛି ଶ୍ରାବଣ ଛତୁ: କିଲୋ ପିଛା ୫ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି, ବଢୁଛି ଚାହିଦା

ଦାରିଙ୍ଗବାଡ଼ି, ୯।୮ (ଅରୁଣ ସାହୁ): ଏବେ ଚାଲିଛି ଶ୍ରାବଣ ମାସ। ଶ୍ରାବଣ ବର୍ଷା ମଧ୍ୟ ଛାଡ଼ିବାର ନାଁ ଧରୁନାହିଁ। ଏଭଳି ପରିସ୍ଥିତିରେ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ…

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri