ପାଲୁରୁ ସାହେବ କେନାଲ ଅବରୋଧ, ଦୁର୍ଦ୍ଦିନରେ ମତ୍ସ୍ୟଜୀବୀ

ଗଞ୍ଜାମ,୬ା୮(ଡି.ଏନ.ଏ.): ଗଞ୍ଜାମ ବ୍ଲକ ଅଧୀନରେ ଥିବା ପାଲୁରୁ ସାହେବ କେନାଲ ନୂତନ ପୋଡ଼ାମପେଟା ଓଡିଆର୍‌ପି ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଗମନାଗମନ ସୁବିଧା ଦୃଷ୍ଟିରୁ ମୟୂରପଦା ଗ୍ରାମ ନିକଟରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଯାହାକୁ ନେଇ ଉକ୍ତ ସ୍ଥାନରେ ପ୍ରାୟ ୬ ମାସରୁ ଊର୍ଦ୍ଧ ଦିନ ହେବ ବାଲି ବସ୍ତା ରଖାଯାଇ କେନାଲକୁ ଅବରୋଧ କରାଯାଇଛି। ଏହା ଦ୍ୱାରା ଚିଲିକା ହ୍ରଦରେ ମାଛ ମାରି ଜୀବିକା ନିର୍ବାହ କରିଆସୁଥିବା ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କ ପାଇଁ ଅଭିଶାପର କାରଣ ପାଲଟିଛି। ଯଦ୍ଦ୍ବାରାକି ଚିଲିକାରେ ମାଛ ମାରି ଜୀବିକା ନିର୍ବାହ କରିଆସୁଥିବା ୯୫ ପ୍ରତିଶତ ମତ୍ସ୍ୟଜୀବୀ ଜୀବିକା ହରାଇ ଦୁର୍ଦ୍ଦିନରେ କାଳ କାଟୁଥିବା ଅଭିଯୋଗ ହେଉଛି। ସେତୁର ଉତ୍ତର ଦିଗରେ ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ କେନାଲ ପରେ ଚିଲିକା ହ୍ରଦ ରହିଛି। ପ୍ରାୟ ୬ ମାସ ହେଲା କେନାଲ ଜଳ ନିଷ୍କାସିତ ନ ହୋଇ ସ୍ଥିର ହୋଇଯିବା ଫଳରେ କେନାଲ ଜଳ ବର୍ତ୍ତମାନ ନାଲି ପଡ଼ିଯିବା ସହ ବିଷାକ୍ତ ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି। ଋଷିକୁଲ୍ୟା ମୁହାଣ ଅଞ୍ଚଳରେ ଜଳଜୀବ ଦେଉଥିବା ଅଣ୍ଡା କେନାଲ ଦେଇ ଚିଲିକା ହ୍ରଦକୁ ଯାଇପାରୁନାହିଁ। ଫଳରେ ଚିଲିକାରେ ମତ୍ସ୍ୟାଭାବ ଦେଖାଯାଇଛି। ଏଥିପାଇଁ ଅନ୍ୟ ରାଜ୍ୟରେ ସେମାନେ ଦାଦନ ଖଟୁଥିବା ଅଭିଯୋଗ କରିଛନ୍ତି ବ୍ଲକର ଗଜପତି ନଗର ଗ୍ରାମର ମତ୍ସ୍ୟଜୀବୀ ଗୌରହରି ବେହେରା। ଉକ୍ତ ଅବରୋଧ ଦ୍ୱାରା ଗଞ୍ଜାମ ବ୍ଲକର ଗଜପତି ନଗର, ଗୌରାଙ୍ଗ ପାଟଣା ରମ୍ଭା, ଖଲ୍ଲିକୋଟ ବ୍ଲକର ସାବୁଳିଆ, କେଶପୁର, ଲଙ୍ଗଳେଶ୍ୱର, ପୁରୀ ଜିଲା କୃଷ୍ଣପ୍ରସାଦଗଡ଼ ବ୍ଲକର କୁମାରପୁର, ପାଟନାସୀ ମଲେଶ୍ୱରୀ, ଖଳାମୁହଁ, ରସକୁଦୀ, ବାଲିନାସୀ, ହରିପୁର, ଶ୍ରୀରାମପୁର ପ୍ରମୁଖ ମତ୍ସ୍ୟଜୀବୀ କୁଳ ପ୍ରଭାବିତ ହୋଇଥିବା ଅଭିଯୋଗ ହେଉଛି। ନିର୍ମାଣ ପୂର୍ବରୁ ନିର୍ମାଣାଧୀନ ପୋଲ ନିକଟରେ ଗଳାଶଙ୍ଖ ସାହାଯ୍ୟରେ ଜଳ ନିଷ୍କାସନ ବିଭାଗୀୟ କର୍ତ୍ତୃପକ୍ଷ ବ୍ୟବସ୍ଥା କରିବା ନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଥିଲା ବୋଲି ମତ୍ସ୍ୟଜୀବୀ ପ୍ରକାଶ କରିଛନ୍ତି। ଚିଲିକାର ପାରମ୍ପରିକ ମତ୍ସ୍ୟଜୀବୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ତୁରନ୍ତ ପୋଲ ନିର୍ମାଣ କରାଯାଇ କେନାଲ ଅବରୋଧ ହଟାଇବାକୁ
ମତ୍ସ୍ୟଜୀବୀ କୁଳ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ରେଡକ୍ରସ ସଚେତନତା କାର୍ଯ୍ୟକ୍ରମ: ସମାଜରୁ ଅନ୍ଧବିଶ୍ୱାସ ଦୂର କରିବାକୁ ଆହ୍ବାନ

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଯୁବ ରେଡକ୍ରସ ୟୁନିଟର ଇଣ୍ଡକ୍ସନ…

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

ବିଜୟ ସରକାରର ୧୦୦ ଦିନ ପୂର୍ତ୍ତିରେ ରଜନୀକାନ୍ତଙ୍କ ‘ସାଇଲେଣ୍ଟ ମୋଡ’, ପ୍ରଶ୍ନ ଶୁଣି ଏମିତି ଦେଲେ ରିଆକ୍ସନ

ଚେନ୍ନାଇ,୨୬।୮: ଥଲାପତି ବିଜୟ ମେ’ ୧୦ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ତାମିଲନାଡୁରେ ସରକାର ଗଠନକୁ ନେଇ ରହିଥିବା ସସ୍ପେନ୍ସର ଅନ୍ତ ଘଟାଇ, ନିଜ…

କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର…

ଧନଲାଭର ମହାଯୋଗ! ଏହି ୫ ରାଶିଙ୍କ ପାଇଁ ଶୁଭ ସଙ୍କେତ, ଜାଣନ୍ତୁ କ’ଣ କହୁଛି ଆଜିର ରାଶିଫଳ

୨୬ ଅଗଷ୍ଟ ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ଏକ ବିଶେଷ ଦିନ ହୋଇପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାରର ସଂଯୋଗ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri