ବ୍ଲକ ଅଧ୍ୟକ୍ଷ-ଉପାଧ୍ୟକ୍ଷଙ୍କ ବିବାଦ ତୁଟୁନି, ଉପଜିଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ

କୋରାପୁଟ,୪ା୪(ଅମିତାଭ ବେହେରା): କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାଙ୍କ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି। ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଜି.ତ୍ରିନାଥଙ୍କ ବିରୋଧରେ ଉପାଧ୍ୟକ୍ଷା ରିନୁ ଦାସଙ୍କ ନେତୃତ୍ୱରେ ୫ ଜଣ ସମିତି ମେମ୍ବର ଏବଂ ୯ ଜଣ ସରପଞ୍ଚଙ୍କ ଦସ୍ତଖତ ଥାଇ ଏକ ଅଭିଯୋଗପତ୍ର କୋରାପୁଟ ଉପଜିଲାପାଳ ପ୍ରେମଲାଲ ହିଆଲଙ୍କୁ ପ୍ରଦାନ କରାଯାଇଥିଲା।

ବ୍ଲକ ଅଧ୍ୟକ୍ଷଙ୍କ ସମୟରେ କୌଣସି ବିକାଶ କାର୍ଯ୍ୟ ହୋଇ ନ ଥିବା ସେମାନେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ। ୩ ବର୍ଷରେ ମାତ୍ର ୩ଟି ବୈଠକ କରାଯାଇଥିବା, କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ସମୟରେ ଅବଗତ ନ କରିବା, ଆମ୍ଭମାନଙ୍କର ଅଜାଣତରେ କାର୍ଯ୍ୟ କରାଯାଉଥିବା, ଆମ୍ଭମାନଙ୍କର କାର୍ଯ୍ୟ ଖସଡ଼ାକୁ ଗ୍ରହଣ ନ କରିବା, ତାଙ୍କ ମନମୁତାବକ ଠିକାଦାରଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ଆଦି ଭିଯୋଗ କରାଯାଇଛି। ଏହି ଅଭିଯୋଗଗୁଡ଼ିକ ୧୫ ଦିନ ମଧ୍ୟରେ ସମାଧାନ ନ ହେଲେ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ବାଧ୍ୟ ହେବୁ ବୋଲି ସେମାନେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଆଜି ଅଧ୍ୟକ୍ଷଙ୍କ ସମର୍ଥନରେ ସରପଞ୍ଚ, ସମିତି ମେମ୍ବର ଏବଂ ଜିଲା ପରିଷଦ ମେମ୍ବର ଆସି ଉପଜିଲାପାଳଙ୍କୁ ଅବଗତ କରାଇବା ସହ ଦସ୍ତଖତ ଥାଇ ଚିଠି ପ୍ରଦାନ କରିଛନ୍ତି। ଆମ୍ଭେମାନେ ଇଂରାଜୀ ଭାଷା ଜାଣି ନାହୁଁ ଏବଂ କାମ ପାଇଁ ଦସ୍ତଖତ କର ବୋଲି କହିବାରୁ ଆମ୍ଭେମାନେ ଦସ୍ତଖତ କଲୁ ବୋଲି ନାରାୟଣପାଟଣା ସରପଞ୍ଚ ରେବତୀ କୁନ୍ଦରିଆ କହିଛନ୍ତି। ଆମ୍ଭେମାନେ ବିରୋଧୀ ଦଳ ସହିତ ଯିବୁ ନାହିଁ ଯେଉଁଠି ନ୍ୟାୟ ସେଠିକୁ ଯିବୁ ବୋଲି ସେ କହିଛନ୍ତି। ଉପାଧ୍ୟକ୍ଷାଙ୍କ ସହିତ ରହିଥିବା ୫ ଜଣ ସମିତି ମେମ୍ବର ଦେଖାଯାଉ ନ ଥିବା ଅଧ୍ୟକ୍ଷ ଜି ତ୍ରିନାଥ କହିଛନ୍ତି। ମୋ’ ସହିତ ୯ ଜଣ ସରପଞ୍ଚ, ୪ ଜଣ ସମିତି ମେମ୍ବର ଏବଂ ଜଣେ ଜିଲାପରିଷଦ ମେମ୍ବର ରହିଛନ୍ତି ବୋଲି ସେ କହିଛନ୍ତି। ନାରାୟଣପାଟଣା ଉପାଧ୍ୟକ୍ଷା ଏବଂ ଅନ୍ୟମାନଙ୍କ ଦସ୍ତଖତ ଥାଇ ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ ପତ୍ର ପାଇଛି ବୋଲି କୋରାପୁଟ ଉପଜିଲାପାଳ ପ୍ରେମଲାଲ ହିଆଲ କହିଛନ୍ତି। ଏହି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri