Odisha Elections 2024

ଭାଜପାର ପ୍ରଚାର ଜୋରଦାର: ଘରେ ଘରେ ପହଞ୍ଚିଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୯/୫ (ଅରୁଣ ସାହୁ):କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଭାଜପାର ବିଧାନସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ନିଜ ପ୍ରଚାର ଜୋରଦାର କରିଛନ୍ତି। ସେ ଗୁରୁବାର ସକାଳ ସମୟରେ ଦାରିଙ୍ଗବାଡି ବ୍ଲକର ବାଡାବାଙ୍ଗା ପଞ୍ଚାୟତ ସମେତ ସିମନବାଡି, ତିଲୋରୀ, ବୁଡ଼ାଗୁଡା ଗୁମିକିଆ ପର୍ଯ୍ୟନ୍ତ ପହଞ୍ଚି ପ୍ରଚାରକୁ ଜୋରଦାର କରିଛନ୍ତି। ତାଙ୍କ ସମର୍ଥକ ଙ୍କ ସହ ଘରେ ଘରେ ପହଞ୍ଚି ତାଙ୍କୁ ଭୋଟ ପ୍ରଦାନ ପାଇଁ ନିବେଦନ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ନିକଟରେ ସଠିକ ଭାବେ ପହଞ୍ଚିବା ପାଇଁ ଏଠି ବିଧାନସଭାରେ ଭାଜପାକୁ ଜିତାଇବାକୁ ସେ କହିଛନ୍ତି। ସେ କେନ୍ଦ୍ର ସରକାରଙ୍କ ଗ୍ୟାରେଣ୍ଟି ଯୋଜନା ସମ୍ପର୍କରେ ଲୋକଙ୍କୁ କହିବା ସହ ତାଙ୍କୁ ଆଶୀର୍ବାଦ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି।
ସେ ଏହିଥର ଜି. ଉଦୟଗିରି ନିର୍ବାଚନରେ ବିଜୟୀ ହେବେ ଓ ଲୋକଙ୍କ ସହଯୋଗରେ ଏକ ଭ୍ରଷ୍ଟ ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ହଟାଇବାକୁ ଲୋକଙ୍କୁ କହିଥିଲେ। ମାନଗୋବିନ୍ଦଙ୍କ ସହ ତାଙ୍କ ସମର୍ଥକ ତଥା ଭାଜପାର ବରିଷ୍ଠ କର୍ମକର୍ତ୍ତା ମିଟୁ ସାହୁ, ହରେନ ସାହୁ, ପ୍ରଭାକର ସାହୁ, ଭାଲୁ ସାହୁଙ୍କ ସମେତ ବହୁ କର୍ମୀ ତାଙ୍କ ସହ ଭାଜପାର ପ୍ରଚାର କରିଛନ୍ତି। ଏଥିସହ କନ୍ଧମାଳର ଭାଜପା ଏମପି ପ୍ରାର୍ଥୀ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ନିର୍ବାଚନରେ ଜିତାଇବାକୁ ଲୋକଙ୍କୁ ନିବେଦନ କରିବା ସହ ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଲୋକଙ୍କୁ ଭୋଟ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ଟାଣ କରିବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ସହିତ ଯାଇ ଭୋଟ ଦେଲେ ଦେବେଶ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ମତଦାନ କଲେ ମନ୍ତ୍ରୀ ରୀତା ସାହୁ

ବରପାଲି,୨୦ା୫(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ମତଦାତାଙ୍କ ଲମ୍ବା...

ଋଣ ଭାର ସହି ନ ପାରି ଆତ୍ମହତ୍ୟା କଲେ ଶ୍ରମିକ

ପାଟଣା, ୨୦।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ କପୁଣ୍ଡି ପଞ୍ଚାୟତ ଧାନବେଣୀ ଗ୍ରାମର ରାମ ମୁଣ୍ଡା(୫୦)ଋଣ ଭାର ସହି ନ ପାରି କୀଟନାଶକ...

ରାଇକିଆରେ ଚାଲିଛି ମତଦାନ

ରାଇକିଆ,୨୦ା୫(ପ୍ରଦୀପ ବେହେରା): ରାଜ୍ୟରେ ଦିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବା ବେଳେ କନ୍ଧମାଳ ଜିଲା ରାଇକିଆଠାରେ ସୋମବାର ସକାଳୁ ଶାନ୍ତିଶୃଙ୍ଖଳା ସହ ମତଦାନ ଆରମ୍ଭ ହୋଇଛି।...

”ଓଡ଼ିଶା ବରବାଦୀର କାରଣ ବିଜେଡି ସରକାର”: ନରେନ୍ଦ୍ର ମୋଦି

ଭୁବନେଶ୍ୱର,୨୦।୫: ସୋମବାର ସକାଳୁ ସକାଳୁ ପୁରୀରେ ରୋଡ ଶୋ’ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୋଳରେ ପହଞ୍ଚିଥିଲେ। ଏଠାରେ ସେ ବକ୍ତବ୍ୟ ଦେଇ ସକାଳ...

ଅବଧିର ୫ ବର୍ଷ ପରେ ବି ସରୁନି ବିଜୁ ସେତୁ କାମ

ବ୍ରହ୍ମବରଦା,୨୦ା୫(ଯଯାତି କେଶରୀ ବେହେରା): ବ୍ରହ୍ମବରଦା-ଝାଲପଡ଼ା ବିଜୁ ସେତୁ କାମ ଅବଧିର ୫ ବର୍ଷ ପରେ ସରି ପାରୁନାହିଁ। ଫଳରେ ଲୋକେ ଯାତାୟାତ ପାଇଁ ନାହିଁ ନ...

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ଦଳର ପ୍ରସ୍ତୁତି

କେନ୍ଦ୍ରାପଡ଼ା,୨୦ା୫(ଜଗନ୍ନାଥ ଧଳ): ରାଜ୍ୟର ଚତୁର୍ଥ ଓ ଦେଶର ସପ୍ତମ ତଥା ଚୂଡାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ଜୁନ ୧ରେ ହେବ। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା...

ଭୋଟରଙ୍କ ଅଗ୍ରାଧିକାର ସ୍ଥାନୀୟ ସମସ୍ୟା

ଯାଜପୁର,୨୦ା୫(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା ନିର୍ବାଚନ ମଣ୍ଡଳିର ଭୋଟରମାନେ ଏବେ ନିଜ ଅଞ୍ଚଳର ସମସ୍ୟାକୁ ଅଗ୍ରାଧିକାର ଦେଉଥିବା ଦେଖିବାକୁ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri