ଭାଜପାର ସମ୍ପୂର୍ଣ୍ଣ, ବିଜେଡିର ଗୋଟିଏ ବାକି

ଅନୁଗୋଳ ଅଫିସ, ୨୧।୧
ଅନୁଗୋଳ ଜିଲାର ୨୮ଟି ଜିଲା ପରିଷଦ ଜୋନ୍‌ ପାଇଁ ଗୁରୁବାର ଭାଜପା ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏ କ୍ଷେତ୍ରରେ ବିଜେଡି ମଧ୍ୟ ପଛରେ ପଡ଼ିନାହିଁ। ଦଳ କେବଳ ୧୯ନଂ. ଜୋନ୍‌କୁ ବାଦ୍‌ ଦେଇ ଅନ୍ୟ ଜୋନ୍‌ ଗୁଡ଼ିକରେ କିଏ ପ୍ରାର୍ଥୀ ହେବେ ସେମାନଙ୍କ ନାମ ପ୍ରକାଶ କରିଛି। ଗତ ୧୭ ତାରିଖରେ କଂଗ୍ରେସ ୨୮ଟି ଜୋନ୍‌ରେ ପ୍ରାର୍ଥୀ ଘୋଷଣା କରିସାରିଥିବାରୁ ୩ ଦଳରେ ଥିବା ଆଶାୟୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଏକପ୍ରକାର ଶେଷ ହୋଇଛି। ତେବେ ୨୧ ତାରିଖ ସୁଦ୍ଧା ନାମାଙ୍କନ ଓ ୨୫ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ୩ ପ୍ରମୁଖ ଦଳର ପ୍ରାର୍ଥୀମାନଙ୍କ ମଧ୍ୟରେ ଅସଲ ଲଢ଼େଇ ଆରମ୍ଭ ହେବ।
ଜିଲା ଭାଜପା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ସୁପାରିସ ଓ ରାଜ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ ଅନୁଗୋଳ ବ୍ଲକରେ ଥିବା ୪ଟି ଜୋନ୍‌ ମଧ୍ୟରୁ ୧ନଂ. ରୁ ଡଲି ଚିନରାଙ୍କୁ ଦଳ ପ୍ରାର୍ଥୀ କରିଛି। ୨ନଂ. ଜୋନ୍‌ରୁ ରଞ୍ଜିତା ନାଏକ, ୩ନଂ. ରୁ ଯୁଧିଷ୍ଠିର ସେଠ, ୪ନଂ. ଜୋନ୍‌ରୁ ଦୁର୍ଗା ଚରଣ ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି। ଆଠମଲ୍ଲିକ ବ୍ଲକର ୩ଟି ଜୋନ୍‌ ମଧ୍ୟରୁ ୫ନଂ. ଜୋନ୍‌ରୁ ଚିତ୍ତରଞ୍ଜନ ପ୍ରଧାନ, ୬ନଂ. ରୁ ରୋହିତ କୁମାର ନାୟକ, ୭ନଂ. ରୁ ଦୀପିକା ଦେହୁରୀଙ୍କୁ ପ୍ରାର୍ଥୀ କରାଯାଇଛି। କଣିହଁା ବ୍ଲକରେ ଥିବା ୩ଟି ଜୋନ୍‌ରୁ ୮ନଂ. ରୁ ଚନ୍ଦନ ସ୍ବରାଜ, ୯ନଂ.ରୁ ସବ୍ୟସାଚୀ ପାଣି, ୧୦ନଂ.ରୁ ସ୍ବର୍ଣ୍ଣମଞ୍ଜରୀ ବେହେରାଙ୍କ ନାମ ଘୋଷଣା କରାଯାଇଛି। କିଶୋରନଗର ବ୍ଲକର ୩ଟି ଜୋନ୍‌ ମଧ୍ୟରୁ ୧୧ନଂ.ରୁ ଅନିତା ପ୍ରଧାନ, ୧୨ ନଂ.ରୁ ଅଞ୍ଜଳି ପ୍ରଧାନ, ୧୩ନଂ.ରୁ ସୁମତି ରାଣୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି। ଛେଣ୍ଡିପଦା ବ୍ଲକରେ ଥିବା ୪ଟି ଜୋନ୍‌ ମଧ୍ୟରୁ ୧୪ନଂ. ଜୋନ୍‌ରୁ ଅଖିଳ କୁମାର ଗଡ଼ନାଏକ, ୧୫ନଂ.ରୁ ଯଶୋବନ୍ତ ବେହେରା, ୧୬ନଂ.ରୁ ବିପିନ କୁମାର ମାଝି, ୧୭ନଂ.ରୁ ସଞ୍ଜୁକ୍ତା ପ୍ରଧାନଙ୍କ ନାମ ଦଳ ପ୍ରକାଶ କରିଛି। ତାଳଚେର ବ୍ଲକରେ ଥିବା ୪ଟି ଜୋନ୍‌ ମଧ୍ୟରୁ ୧୮ନଂ. ରୁ ହିମାଂଶୁ ଶେଖର ସାହୁ, ୧୯ନଂ. ରୁ ମନୋଜ କୁମାର ପ୍ରଧାନ, ୨୦ନଂ. ରୁ ଯଶ୍ମିନ ପ୍ରଧାନ, ୨୧ନଂ. ରୁ ଊର୍ମିଳା ଦେହୁରୀଙ୍କ ନାମ ଘୋଷଣା କରାଯାଇଛି। ପାଲଲହଡ଼ା ବ୍ଲକରେ ଥିବା ୩ଟି ଜୋନ୍‌ ମଧ୍ୟରୁ ୨୨ନଂ. ରୁ ଗୁରୁଚରଣ ହେମ୍ବ୍ରମ୍‌, ୨୩ନଂ. ରୁ ସସ୍ମିତା କରୁଆ, ୨୪ନଂ. ଜୋନ୍‌ରୁ ସୁରୁମୁନି ଛତରଙ୍କୁ ପ୍ରାର୍ଥୀ କରାଯାଇଛି। ବଅଁରପାଳ ବ୍ଲକରେ ଥିବା ୪ଟି ଜୋନ୍‌ ମଧ୍ୟରୁ ୨୫ନଂ. ଜୋନ୍‌ରୁ ସରୋଜ ଦେବତା, ୨୬ନଂ. ରୁ ଗୀତାଞ୍ଜଳି ବେହେରା, ୨୭ନଂ. ରୁ ମହେଶ୍ୱର ବେହେରା ଓ ୨୮ ନଂ. ରୁ ଅମିତା ସିଂହଙ୍କୁ ଦଳ ପ୍ରାର୍ଥୀ କରିଛି।
ସେହିପରି ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଅନୁଗୋଳ ଜିଲା ପାଇଁ ଜିଲା ପରିଷଦ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ୧ନଂ. ଜୋନ୍‌ରୁ କାଜଲ ପଟ୍ଟନାୟକ, ୨ନଂ. ରୁ ରେବତୀ ନାଏକ, ୩ନଂ. ରୁ ପ୍ରିୟଦର୍ଶୀ ପଟ୍ଟନାୟକ, ୪ନଂ. ରୁ ଧ୍ରୁବଚରଣ ଦେହୁରୀ, ୫ନଂ. ରୁ ରଶ୍ମିରେଖା ମାହାର, ୬ନଂ.ରୁ ଯୁଧିଷ୍ଠିର ସିଂହ, ୭ନଂ. ରୁ ବବିତା କର୍ଣ୍ଣ, ୮ନଂ. ରୁ ରଶ୍ମିତା ସେଠୀ, ୯ନଂ. ରୁ ରଞ୍ଜନ କୁମାର ସାହୁ, ୧୦ନଂ. ରୁ ରଶ୍ମିତା ବେହେରା, ୧୧ନଂ. ରୁ ବବିତା ପ୍ରଧାନ, ୧୨ନଂ. ରୁ ଅନୁପମା ସାହୁ, ୧୩ନଂ. ରୁ ବିଷ୍ଣୁପ୍ରିୟା ପ୍ରଧାନ, ୧୪ନଂ. ରୁ ନଗେନ୍ଦ୍ର କୁମାର ପ୍ରଧାନ, ୧୫ନଂ. ରୁ ତ୍ରିନାଥ ବେହେରା, ୧୬ନଂ. ରୁ ପ୍ରଦୀପ ସାହୁ, ୧୭ନଂ. ରୁ ଭାନୁପ୍ରିୟା ପ୍ରଧାନ, ୧୮ନଂ. ରୁ ଅମିୟ କୁମାର ପ୍ରଧାନ, ୨୦ନଂ. ରୁ ରିତାରାଣୀ ଦାସ, ୨୧ନଂ. ରୁ ସତ୍ୟଭାମା ସାହୁ, ୨୨ନଂ. ରୁ ବୁଧୁରାମ ବାଇପାଇ, ୨୩ନଂ. ରୁ ସାବିତ୍ରୀ ମାଝି, ୨୪ନଂ.ରୁ ଇନ୍ଦିରା ହେମ୍ବ୍ରମ୍‌, ୨୫ନଂ. ରୁ ଦିଲୀପ ପ୍ରଧାନ, ୨୬ନଂ. ରୁ ସୁଶିଳା ନାଏକ, ୨୭ନଂ. ରୁ ଗୋପାଳ ନାଏକ ଓ ୨୮ ନଂ.ରୁ ମୀରା ଗଡ଼ନାୟକଙ୍କ ନାମ ଘୋଷଣା କରାଯାଇଛି। ୧୯ନଂ. ଜୋନ୍‌ର ପ୍ରାର୍ଥୀଙ୍କ ନାମ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ ବୋଲି ଜିଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri