ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ କରାଯାଇ  ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଏହି ପ୍ରତିବାଦ ସମୟରେ ବିଜେଡି କର୍ମୀମାନେ ହାତରେ ଶୁଖୁଆ, ଝାଲମୁଢି ଓ ଲେମ୍ବୁ ମାଳ ପିନ୍ଧିବା ସହ ‘ନିମ୍ବୁଡା ନିମ୍ବୁଡା’ ଗୀତର ତାଳେ ତାଳେ ଏବଂ କୀର୍ତ୍ତନ କରି ଗାନ୍ଧିଛକରୁ  ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ବାହାର କରିଥିଲେ। ଆନ୍ଦୋଳନକାରୀମାନେ ବାଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ଶେଷରେ ବିଜେଡି ପକ୍ଷରୁ ଅତିରିକ୍ତ  ଜିଲାପାଳ ମଧୁଛନ୍ଦା ସାହୁଙ୍କ ଜରିଆରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ତ୍ରୁଟି ପାଇଁ ନୈତିକତା ଆଧାରରେ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ଏବଂ ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ଦାବି କରିଛି।

ଜିଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଜ୍ୟୋତ୍ସ୍ନା ପାଇକ, କବିତା ବେହେରା, ସୁନୀତି ପଣ୍ଡା, ଗୌରହରି ମିଶ୍ର, କିଶୋର ମିଶ୍ର, ଅନୁପ ଶତପଥୀ, ଉମେଶ ପଣ୍ଡା,ସୁବ୍ରତ ସିଂ, ପ୍ରଫୁଲ୍ଲ ନାଏକ, ରାଜେଶ ଅଗ୍ରୱାଲ, ଡୁଲୁ ରାଉତ୍, କରନ ସିକନ୍ଦର, ଚନ୍ଦନ ଗୁପ୍ତାଙ୍କ ସମେତ ଦଳର ଅନେକ ଛାତ୍ର ଓ ଯୁବନେତା ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri