ବିଜେଡିକୁ ଶକ୍ତ ଧକ୍କା: ଅନାସ୍ଥାରେ ପଦ ହରାଇଲେ ସରପଞ୍ଚ

ଥୁଆମୂଳ ରାମପୁର,୨୭।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ବିଜେଡିକୁ ଗୋଟେ ପରେ ଗୋଟେ ଶକ୍ତ ଧକ୍କା ଲାଗିଛି। ବିଗତ ଦିନରେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧକ୍ଷ ଦୟାନିଧି ମାଝୀଙ୍କ ନାମରେ ଆଗତ ଅନାସ୍ଥା ଆଣିଥିଲେ କିଛି ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା। ହେଲେ କୋରମ ଅଭାବରୁ କାଟ୍‌ ଖାଉଥିଲା ଅନାସ୍ଥା। ସେଥିରେ ପୁଣି ବିଜୟ ହୋଇଥିଲେ ବ୍ଲକ ଅଧକ୍ଷ ଶ୍ରୀ ମାଝୀ ଏବଂ ବିଜେଡିରେ ତାଙ୍କୁ ଅଣଦେଖା କରିବା ସହ ତାଙ୍କ ସମର୍ଥକ ସରପଞ୍ଚ, ସମିତି ସଭ୍ୟ/ସଭ୍ୟାଙ୍କୁ ମଧ୍ୟ ଅଣଦେଖା ଓ କୋଣଠେଶା ହେଉଥିବା ଯୋଗୁ କିଛି ମାସ ତଳେ ବ୍ଲକ ଅଧକ୍ଷ ଶ୍ରୀ ମାଝୀ ତାଙ୍କ ସମର୍ଥକ ୪ଟି ସମିତି ଏବଂ ୩ଟି ସରପଞ୍ଚଙ୍କୁ ନେଇ ଶଙ୍ଖ ଛାଡ଼ି ପଦ୍ମ ଧରିଥିଲେ l ପୁଣି ଏହାର କିଛି ଦିନର ବ୍ୟବଧାନ ପରେ ପାଡେପଦର ସରପଞ୍ଚ ସମାରୀ ମାଝୀ ତାଙ୍କ ସରପଞ୍ଚ ପଦ ହରାଇଛନ୍ତି l

ସୂଚନାଯୋଗ୍ୟ ଯେ, ବ୍ଲକର ପାଡେପଦର ଗ୍ରାମପଞ୍ଚାୟତର ସରପଞ୍ଚ ସମ୍ବାରୀ ମାଝୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟାମାନେ କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ଗତ ୩.୧୦.୨୦୨୫ରେ ଲିଖିତ ଆଗତ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏଥିରେ ଉପଜିଲାପାଳ ପ୍ରଭାତ କୁମାର ପରିଡ଼ା ୱାର୍ଡ ମେମ୍ବର ମାନଙ୍କର ଅଭିଯୋଗ ଶୁଣି ୱାର୍ଡ ମେମ୍ବର ମାନଙ୍କ ସମସ୍ତ ଦସ୍ତଖତ ଯାଞ୍ଚ କରି ପାଡେପଦର ଗ୍ରାମ ପଞ୍ଚାୟତରେ ତସିଲଦାରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ୧୯୬୪ ର ଧାରା ୨୪ ଓ ଧାରା ୨୪ର ଉପଧାରା (୨)ରେ ଥିବା ବ୍ୟବସ୍ଥା ଅନୁଯାୟୀ ଏକ ସ୍ବତନ୍ତ୍ର ବୈଠକ କରି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶରେ ୦୭.୦୩.୨୦୨୫ ଡବ୍ଲୁ.ପି.ସି ନଂ. ୨୯୨୬୨ ଅନୁଯାୟୀ, ପାଡେପଦର ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ କରାଯାଇଥିବା ଅନାସ୍ଥା ପ୍ରସ୍ତାବର ମତଦାନ (ଭୋଟ) ହେବାର ଥିଲା। ହେଲେ ଏହାର ପରବର୍ତ୍ତୀ ସମୟ ଅର୍ଥାତ୍‌ ଗତ ମଙ୍ଗଳବାର ସମସ୍ତ ଅଧିକାରୀ ଏବଂ ସ୍ଥାନୀୟ ୱାର୍ଡ ସଭ୍ୟ ନାଏବ ସରପଞ୍ଚ, ସରପଞ୍ଚଙ୍କ ଉପସ୍ଥିତିରେ ଭୋଟ ଗଣତି ହୋଇଥିଲା।
ଏଥିରେ ସରପଞ୍ଚ ସମ୍ବାରୀ ମାଝୀଙ୍କୁ ୩ଖଣ୍ଡ ଭୋଟ ମିଳିଥିବା ବେଳେ ନାଏବ ସରପଞ୍ଚ ମହେନ୍ଦ୍ର ନାଏକଙ୍କୁ ୮ ଖଣ୍ଡ ଭୋଟ ମିଳିଥିଲା l

ଜିଲାପାଳଙ୍କୁ ଏ ନେଇ ଅବଗତ କରାଯିବା ପରେ ଗୁରୁବାର ସରପଞ୍ଚ ସମ୍ବାରୀ ମାଝୀଙ୍କ ତାଙ୍କ ସରପଞ୍ଚ ପଦରୁ ପଦଚ୍ୟୁତ କରି ନାଏବ ସରପଞ୍ଚ ମହେନ୍ଦ୍ର ନାଏକଙ୍କୁ ସରପଞ୍ଚ ଭାବେ ଦାୟିତ୍ୱ ନିର୍ବାହ କରିବା ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା – ୪୫୦, ୪୫୧, ୪୫୨, ୪୫୩ରେ ବିଜ୍ଞାପନ ଫଳକର ସୂଚନା ଦିଆଯାଇଥିବା ଜଣାପଡିଛି l

 


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?