ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ ପରିସରରେ ଶକ୍ତି ପ୍ରଦର୍ଶନ ଓ ପ୍ରଚାରକୁ ନେଇ ଉଭୟ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ପ୍ରାର୍ଥୀ ତଥା ସମର୍ଥକମାନେ ପରସ୍ପରର ମୁହାଁମୁହିଁ ହୋଇଥିଲେ।

ପ୍ରାପ୍ତ ସୂଚନାନୁଯାୟୀ, ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ କଲେଜ ପରିସରରେ ଉଭୟ ଛାତ୍ର ସଙ୍ଗଠନ ମଧ୍ୟରେ କ୍ୟାମ୍ପସ କବ୍‌ଜା ଏବଂ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାରକୁ ନେଇ କଥା କଟାକଟି ଆରମ୍ଭ ହୋଇ ଉଗ୍ର ରୂପ ନେଇଥିଲା। ଉଭୟ ଗୋଷ୍ଠୀର ଛାତ୍ରମାନେ ପରସ୍ପର ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ କଲେଜ ପରିସରରେ ଉତ୍ତେଜନା ସୃଷ୍ଟି କରିଥିଲେ। ପରିସ୍ଥିତି କ୍ରମଶଃ ଉତ୍ତେଜନମୂଳକ ହୋଇପଡ଼ିବାରୁ କଲେଜ ଅଧ୍ୟକ୍ଷ ରଞ୍ଜିତ କୁମାର ଦାସ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ମହାକାଳପଡ଼ା ଏବଂ ମାର୍ଶାଘାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଛାତ୍ର ଗୋଷ୍ଠୀଙ୍କୁ ବୁଝାଶୁଝା କରିଥିଲେ। ପୋଲିସର ସତର୍କତା ଓ ହସ୍ତକ୍ଷେପ ଫଳରେ ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ୧୩ ମୃତ, ସହାୟତା ଘୋଷଣା ପ୍ରଧାନମନ୍ତ୍ରୀ

ରାଞ୍ଚି,୨୯ା୧୧: ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଦ୍ରୁତ ବେଗରେ ଆସୁଥିବା ଏକ ଏସ୍‌ୟୁଭି ଭାରୀ ଯାନକୁ ଧକ୍କା ଦେବାରୁ ୫ ପିଲା ଓ ୩ ମହିଳାଙ୍କ ସମେତ ୧୩…

ମହମ୍ମଦ ସିରାଜଙ୍କୁ ଅଣଦେଖା କରିବା ନେଇ ରାଗିଗଲେ ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ କହିଲେ….

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍‌ରେ ଯୁବ…

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଏକାଠି ବସି ମୋଦିଙ୍କ ବାର୍ତ୍ତା ଶୁଣିଲେ ଭାଜପା କାର୍ଯ୍ୟକର୍ତ୍ତା

ହାଟଡ଼ିହୀ/ଆନନ୍ଦପୁର/ଛେନାପଦୀ,୨୯।୧୧(ଶୁଭକାନ୍ତ ନାୟକ/ସୁଶାନ୍ତ ସାହୁ/ଶ୍ରୀଧର ମହାରଣା/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରବିବାର ବିଧାନସଭାସ୍ତରୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ହୋଟେଲରେ ଯୁବମୋର୍ଚ୍ଚା…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

ଭୂସ୍ଖଳନରେ ୧୩ ଜୀବନ ହାନି, ଦୁର୍ଦ୍ଦିନରେ ଥିବା ଗିଡ଼ିପାବାଲି ପରିବାରଙ୍କୁ ପୁଣି ସହାୟତାର ହାତ ବଢ଼ାଇଲେ ଅସୀମା

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ): ବାତ୍ୟା, ବର୍ଷାର ବିଭୀଷିକା ଥମିଯାଇଛି, ହେଲେ ଏହାର ଦୁଃଖଦ ଚିହ୍ନ ଏବେ ବି ଅନେକ ପରିବାରଙ୍କ ଜୀବନରେ ଲିଭିନାହିଁ। ଅନେକ ପରିବାର ସର୍ବସ୍ବ ହରାଇଥିବା…

କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ…

ଗୁଡ଼ାରି ଡାକ୍ତରଖାନାରେ ନାହିଁ ଏକ୍ସ-ରେ ସୁବିଧା, ୪୫ କିମି ଦୂର ଯାଉଛନ୍ତି ରୋଗୀ

ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି…

ଶାଳୀଙ୍କ ନିର୍ବନ୍ଧ ଭୋଜିକୁ ଯାଇଥିଲେ: ଦୁର୍ଘଟଣାରେ ଚାଲିଗଲା ଭିଣୋଇଙ୍କ ଜୀବନ

ଦିଗପହଣ୍ଡି,୨୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମଠାରୁ ପଳାସପୁର ରାସ୍ତା ସିଙ୍ଗପୁର ଗ୍ରାମ ମା’ତାରିଣୀ ମନ୍ଦିର ନିକଟରେ ରବିବାର ସାରେ ଏକ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?