Odisha Elections 2024
Posted inରାଜ୍ୟ

ସିବିଆଇ ଏବଂ ଇଡି ଭୟରେ ଭାଜପା ସହିତ ମେଣ୍ଟ କରୁଛି ବିଜେଡି: କଂଗ୍ରେସ

ଭୁବନେଶ୍ୱର,୭ା୩: ଓଡ଼ିଶାରେ ଭାଜପା ଏବଂ ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଜୋର ଧରିଥିବା ବେଳେ ଗୁରୁବାର ଉଭୟ ଦଳଙ୍କୁ କଟାକ୍ଷ କରିଛି କଂଗ୍ରେସ। ବିଜୁ ଜନତା ଦଳ (ବିଜେଡି) ଓଡ଼ିଶାର ସ୍ୱାର୍ଥ ପାଇଁ ନିଷ୍ପତି ନେଉଥିବା କହୁଥିଲେ ବଳେ ଏହା କେବଳ ନିଜର ଲାଭ ପାଇଁ କରୁଥିବା କହିଛନ୍ତି ପ୍ରଦେଶ କଂଗ୍ରେସ ମୁଖ୍ୟ ଶରତ ପଟ୍ଟନାୟକ।

“ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଏବଂ ଭାଜପା ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ଓଡ଼ିଶାରେ ଶାସନ କରୁଥିଲେ। ଏହା ପରେ ମଧ୍ୟ ବିଜେଡି ସେମାନଙ୍କ ସହ କାମ କରୁଛି। ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ସରକାର ଦୁର୍ନୀତିରେ ପରିଣତ ହୋଇଥିବାରୁ ସେମାନେ ଇଡି ଏବଂ ସିବିଆଇ କାର୍ଯ୍ୟନୁଷ୍ଠାନକୁ ଭୟ କରୁଛନ୍ତି ଯେଉଁଥିପାଇଁ ସେମାନେ ଭାଜପା ଆଗରେ ଆତ୍ମସମର୍ପଣ କରିଛନ୍ତି” ବୋଲି ପଟ୍ଟନାୟକ କହିଛନ୍ତି।

ବିଜେଡି ଏବଂ ଭାଜପା ହାତ ମିଳାଇଲେ ମଧ୍ୟ ସେମାନେ ଜିତିପାରିବେ ନାହିଁ। ଓଡିଶାରେ କଂଗ୍ରେସ ସରକାର ଗଠନ କରିବ ବୋଲି ସେ ଦୃଢତାର ସହିତ କହିଛନ୍ତି। ତେବେ ଭାଜପା ଓ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା: ଖଲ୍ଲିକୋଟ ହତ୍ୟା ଘଟଣାରେ ଆଉ ଦୁଇ ଗିରଫ

ଛତ୍ରପୁର,୧୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହତ୍ୟା ଘଟଣାରେ ପୁଣି ଦୁଇ ଗିରଫ ହୋଇଛନ୍ତି। ଗିରଫମାନେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ସୁଦର୍ଶନ ପାହାନ ଓ ରାମଚନ୍ଦ୍ରପୁର...

ବାତ୍ୟାର ଆସିବାର କୌଣସି ପୂର୍ବାନୁମାନ କରାଯାଇ ନାହିଁ: ପାଣିପାଗ ବିଭାଗ

ଭୁବନେଶ୍ୱର,୧୯ା୫: ରବିବାର ଭୁବନେଶ୍ୱର ଆଇଏମଡି ନିର୍ଦ୍ଦେଶକ ମନୋରାମା ମହାନ୍ତି ସୂଚନା ଦେଇଛନ୍ତି ଯେ ବାତ୍ୟା ସୃଷ୍ଟି ହେବାର କୌଣସି ପୂର୍ବାନୁମାନ କରାଯାଇ ନ ଥିବାରୁ ଭୟଭୀତ...

‘ୱାର୍ଡମେମ୍ବର ନିର୍ବାଚନ ଲଢ଼ିନାହାନ୍ତି, ମୋତେ ପଚାରୁଛନ୍ତି କ’ଣ କରିଛ’: ଅପରାଜିତା

ଭୁବନେଶ୍ୱର,୧୯।୫: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଭାଜପା ନେତ୍ରୀ ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ।...

ଆନନ୍ଦପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଏସବୁ ପ୍ରତିଶ୍ରୁତି, କହିଲେ ବିଜେଡି ଆସିଲେ…

ହାଟଡିହୀ,୧୯ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଛେନାପଦୀଠାରେ ନିର୍ବାଚନୀ ପ୍ରଚାର ଏବଂ ବୈଠକରେ ଯୋଗ ଦେଇ ବିଜେଡିକୁ ଆଶୀର୍ବାଦ କରିବାକୁ...

ପୁଣି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଲଗାତର ତିନିଦିନ କରିବେ ପ୍ରଚାର

ଭୁବନେଶ୍ୱର,୧୯।୫: ପୁଣି ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏଥର ରାହୁଲ ଓଡ଼ିଶାରେ ବଡ଼ ଛାପ ଛାଡିବାକୁ ଯୋଜନା କରିଛନ୍ତି।...

ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ମୋରଡ଼ା ଭାଜପା, ଏଥିରେ ରହିଛି ୧୫ ବଡ଼ ପ୍ରତିଶ୍ରୁତି…

ମୋରଡ଼ା,୧୯ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ଆସନ୍ତା ଜୁନ୍‌ ୧ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ଭାଜପା ସଜବାଜ ହେବା...

ପୁରୀରେ ରୋଡ ଶୋ’ ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ ମୋଦି

ପୁରୀ,୧୯।୫: ରବିବାର ତୃତୀୟ ଥର ପାଇଁ ପ୍ରଚାରରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ। ଶ୍ରୀଜିଉଙ୍କ ଦର୍ଶନ ସହ ଶ୍ରୀକ୍ଷେତ୍ରରେ ରୋଡ୍‌ ସୋ...

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଠକେଇ ମାମଲାର ନୂଆ ମୋଡ଼, ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଏତଲାକାରୀଙ୍କ ସତ୍ୟପାଠ

ବ୍ରହ୍ମପୁର,୧୯।୫(ସୁବାସ ଚନ୍ଦ୍ର ପାଢ଼ୀ): ଭାଜପା ଲୋକସଭା ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସ ନାଁରେ ଚାକିରି ଦେବାକୁ କହି ଅନେକ ଯୁବତୀ ଯୁବକଙ୍କଠାରୁ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri