Posted inଫୁରସତ

କନ୍ୟା ସନ୍ତାନକୁ ଜନ୍ମ ଦେଇ ଗର୍ଭବତୀ ଥିବା ଭୁଲିଗଲେ ଏହି ମହିଳା, ଜାଣନ୍ତୁ କାରଣ

ଜଣେ ମହିଳା କରୋନା ଭୂତାଣୁରେ ପୀଡ଼ିତ ଥିବାବେଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। କିନ୍ତୁ ମହିଳା ଜଣକ ଭୁଲି ଯାଇଛନ୍ତି ଯେ, ସେ ସଂକ୍ରମିତ ହେବା ପୂର୍ବରୁ ଗର୍ଭବତୀ ଥିଲେ ବୋଲି। ଏପରି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଆମେରକାର ବ୍ରୁକଲିନ୍‌ ସହରରେ ରହୁଥିବା ୩୫ ବର୍ଷୀୟା ସିଲ୍‌ଭିୟା ଲିରୟଙ୍କ କ୍ଷେତ୍ରରେ। ସିଲ୍‌ଭିୟା ପେସାରେ ଜଣେ ନର୍ସ। ମାର୍ଚ୍ଚ ଶେଷରେ ସେ କରୋନାରେ ପୀଡ଼ିତ ହୋଇ ୨୮ ସପ୍ତାହ ଅର୍ଥାତ୍‌ ୧୯୬ ଦିନର ଗର୍ଭବତୀ ଥିଲେ। ତେଣୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା।


କରୋନା ଚିକିତ୍ସା ସମୟରେ ଭେଣ୍ଟିଲେଟରରୁ ବାହାର କରାଯିବା ପରେ ମହିଳା ଜଣକ ହୃଦ୍‌ଘାତରେ ଆକ୍ରାନ୍ତ ହୋଇଥିଲେ। ପରେ, ଯେତେବେଳେ ସ୍ଥିତିରେ ସୁଧାର ଆସିଲା, ସେ ‘C’ ବିଭାଗ ଜରିଆରେ ପ୍ରିମାଚ୍ୟୁୟର କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ପ୍ରାୟ ୪ ମିନିଟ୍‌ ପର୍ଯ୍ୟନ୍ତ ଅକ୍ସିଜେନ୍‌ ଅଭାବରୁ ସିଲ୍‌ଭିୟା ମସ୍ତିଷ୍କରେ ଆଘାତ ପାଇଥିଲେ। ଫଳରେ ସେ ତାଙ୍କର ସ୍ମୃତିଶକ୍ତି ହରାଇ ବସିଥିଲେ। କୋମାରୁ ବାହାରିବା ପରେ ସିଲ୍‌ଭିୟାଙ୍କ ମନେ ନାହିଁ ଯେ ସେ ଗର୍ଭବତୀ ଥିଲେ। ଅନ୍ୟପକ୍ଷରେ ତାଙ୍କ ଝିଅକୁ ବର୍ତ୍ତମାନ ୩ ମାସ ହେଲାଣି।


ଏକ ରିପୋର୍ଟ ଅନୁଯାୟୀ, ସିଲଭିୟାଙ୍କ ଭଉଣୀ ଶିର୍ଲି କହିଛନ୍ତ, ସେ ବର୍ତ୍ତମାନ ବହୁତ କମ୍‌ କହୁଛନ୍ତି। ଗର୍ଭବତୀ ଥିବା ତାଙ୍କ ଭଉଣୀଙ୍କର ମନେ ନାହିଁ। ଏଥିସହିତ ପରିବାର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଗୋଫଣ୍ଡ୍‌ମ ଅଭିଯାନ ଆରମ୍ଭ କରାଯାଇଛି। ଯାହାଦ୍ୱାରା ଲୋକମାନେ ନର୍ସଙ୍କ ପୂର୍ବାବସ୍ଥା ଫେରି ଆସିବା ପାଇଁ ସହାୟତା କରୁଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ୭ କୋଟି ଟଙ୍କା ଲୋକେ ଦାନ କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri