Posted inଜାତୀୟ

ହୃଦୟ ବିଦାରକ ଦୃଶ୍ୟ: ଲୋଡିଂ ସମୟରେ ଖସିପଡ଼ିଲା କ୍ରେନ, ୧୦ ଶ୍ରମିକଙ୍କ ଜୀବନ ଗଲା

ହାଇଦ୍ରାବାଦ,୧ା୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ହିନ୍ଦୁସ୍ତାନ ସିପ୍‌ୟାର୍ଡରେ ଶନିବାର ଏକ ଭୟଙ୍କର ଅଘଟଣ ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।  ଜାହାଜରେ ସାମଗ୍ରୀ ଲୋଡିଂ ପାଇଁ କ୍ରେନ୍‌ ସାହାଯ୍ୟରେ ଶ୍ରମିକମାନେ ଉଠାଉଥିବା ବେଳେ ଏହା ହଠାତ୍‌ ଖସିପଡ଼ିଥିଲା। ଏହି ଓଜନିଆ କ୍ରେନ୍‌ ଖସି ପଡ଼ିବାରୁ ବହୁ ଲୋକ ଏହା ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ଜୀବନ ଯାଇଛି।

ଏ ସମ୍ପର୍କରେ ଡିସିପି ସୁରେଶ ବାବୁ କହିଛନ୍ତି ଯେ, ହିନ୍ଦୁସ୍ତାନ ସିପ୍‌ୟାର୍ଡ କମ୍ପାନୀରେ କ୍ରେନ୍‌ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ଧନଜୀବନ ହାନିର ସଠିକ୍‌ ଆକଳନ କରାଯାଇପାରିନାହିିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଦ୍ରାବାଦ ବଳାତ୍କାର, ହତ୍ୟା ମାମଲା: ଖୁବ୍‌ଶୀଘ୍ର ଫାଷ୍ଟ ଟ୍ରାକ୍‌ରେ ହେବ ଶୁଣାଣି

ହାଇଦ୍ରାବାଦ,୪।୧୨: ହାଇଦ୍ରାବାଦରେ ଗତ ସପ୍ତାହର ବହୁ ଚର୍ଚ୍ଚିତ ଭେଟେରିନାରି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ମାମଲାର ଶୁଣାଣି ଖୁବ୍‌ଶୀଘ୍ର କରାଯିବ। ମହବୁବନଗର ଜିଲାରେ ଫାଷ୍ଟ...

ଆତ୍ମହତ୍ୟା କଲେ ଆନ୍ଧ୍ର ପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି

ହାଇଦ୍ରାବାଦ,୧୬।୯: ଆନ୍ଧ୍ର ପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ତେଲଗୁ ଦେଶମ ପାର୍ଟି(ଟିଡିପି)ର ନେତା କୋଡେଲା ଶିବ ପ୍ରସାଦ ରାଓ ସୋମବାର ଆତ୍ମହତ୍ୟା କରିଛନ୍ତି। ଏନେଇ...

କଶ୍ମୀରକୁ ନେଇ ଆକ୍ସନ ମୁଡରେ ସ୍ବରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୪।୬: ଜମ୍ମୁ କଶ୍ମୀରରେ ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆକ୍ସନ ମୁଡରେ ଆସିଯାଇଛନ୍ତି। ପଦ ସମ୍ଭାଳିବା ପରେ ଗତ ୪ ଦିନ...

ଚିଦାମ୍ବରମ୍‌ଙ୍କୁ ଝଟକା: ସୁପ୍ରିମ୍‌କୋର୍ଟରେ ଅଗ୍ରୀମ ଜାମିନ୍‌ ଆବେଦନ ଖାରଜ; ଇଡ଼ି ଗିରଫ କରିବା ଆଶଙ୍କା ବଢ଼ିଲା

ନୂଆଦିଲ୍ଲୀ,୫।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ଯୋଗୁ ବଡ଼ ଝଟକା ଲାଗିଛି। ଗୁରୁବାର ସୁପ୍ରିମ୍‌କୋର୍ଟରେ ତାଙ୍କର ଅଗ୍ରୀମ ଜାମିନ୍‌ ଆବେଦନ ଖାରଜ ହୋଇଯାଇଛି।...

ୟୁପିରେ ଅନର କିଲିଂ: ଦଳିତ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ

ହର୍ଦୋଇ, ୧୭ା୯ (ପି.ଟି.): ଅନ୍ୟ ଜାତିର ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଜଣେ ଦଳିତ ଯୁବକଙ୍କୁ ଜିଅନ୍ତା ଜାଳି ଦିଆଯାଇଛି। ଉତ୍ତରପ୍ରଦେଶର ହର୍ଦୋଇ ଜିଲା...

୭ରେ ଚନ୍ଦ୍ରକୁ ଛୁଇଁବ ଚନ୍ଦ୍ରୟାନ-୨: ୧୧ ବର୍ଷ ତଳର କାମ ସମ୍ପୂର୍ଣ୍ଣ କରିବ

ନୂଆଦିଲ୍ଲୀ,୬-୯(ପି.ଟି.): ୨୦୦୮-୦୯ରେ ଚନ୍ଦ୍ରକୁ ପଠାଯାଇଥିବା ଚନ୍ଦ୍ରୟାନ-୧ର ଅଧୁରା କାର୍ଯ୍ୟକୁ ୧୧ ବର୍ଷ ପରେ ପୂରା କରିବା ଲାଗି ଚନ୍ଦ୍ରୟାନ-୨ର ଅଭିଯାନ ଜାରି ରହିଛି। ଚନ୍ଦ୍ରରେ ଲୋକଙ୍କ...

ମହାତ୍ମା ଅବା ନେହେରୁଙ୍କ ବିରୋଧରେ କହିନି ଗୋଟିଏ ବି ଶବ୍ଦ: ଅନନ୍ତ ହେଗଡ଼େ

ନୂଆଦିଲ୍ଲୀ,୪।୨: ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଏମ୍‌ପି ଅନନ୍ତ ହେଗଡ଼େଙ୍କୁ ନେଇ ଭାଜପାକୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ତେବେ ମଙ୍ଗଳବାର...

କରୋନା ଭାଇରସ୍‌: ସରକାର ଜାରି କଲେ ୩୧ ଲ୍ୟାବ୍‌ ତାଲିକା

ନୂଆଦିଲ୍ଲୀ,୬।୩: ସାରା ବିଶ୍ୱରେ ଏବେ କରୋନା ଭାଇରସ୍‌ ଚିନ୍ତା। ଏଥିରୁ କିପରି ବର୍ତ୍ତିବେ ସେନେଇ ବିଭିନ୍ନ ଦେଶର ସରକାର ଉଦ୍ୟମ ଚଳାଇଛନ୍ତି। ଭାରତରେ କରୋନା ଭାଇରସ୍‌...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *