ନିଜ କରୋନା ଟିକା ଉପରେ ରୁଷ୍‌ର ନାହିଁ ଭରସା: ଲୋକଙ୍କୁ ଦେବାକୁ ବାରଣ

ମସ୍କୋ, ୨୧।୯: ରୁଷ୍‌ ପ୍ରଥମେ ଅଗଷ୍ଟ ୧୧ରେ କରୋନା ପ୍ରତିଷେଧକ ଟିକା ପ୍ରସ୍ତୁତି କରି ପୃଥିବୀରେ ଇତିହାସ ରଚିଥିଲା। ତେବେ ଏବେ ରୁଷ୍‌ ଟିକାର ପ୍ରଭାବ ଉପରେ ଭରସା କରି ପାରୁନାହିଁ। ଟିକାର ସମ୍ପୂର୍ଣ୍ଣ ପରୀକ୍ଷା ଶେଷ ନ ହୋଇଥିବାବେଳେ ଏହାକୁ ବଜାରକୁ ଅଣାଯାଇଥିଲା। ସେତେବେଳେ ସମସ୍ତ ଆଶଙ୍କାକୁ ରୁଷ୍‌ ଖଣ୍ଡନ ମଧ୍ୟ କରିଥିଲା। କିନ୍ତୁ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ନେଇ ସନ୍ଦେହ ଉପୁଜିବାରୁ ଏବେ ରୁଷ୍‌ରେ ଲୋକଙ୍କୁ ଏହି ଟିକା ଦିଆଯିବା ପାଇଁ ବାରଣ କରାଯାଇଛି। ଟିକାର ପରୀକ୍ଷା ପୂର୍ବରୁ ଏହା ଉପରେ ପ୍ରଶ୍ନ ଉଠାଇଥିବା ରୁଷ୍‌ ଆସୋସିଏଶନ୍‌ ଫର ଏଭିଡେନ୍ସ୍‌ ବେସଡ୍‌ ମେଡ଼ିସିନ୍‌ର ଉପାଧ୍ୟକ୍ଷ ଡାକ୍ତର ଓ୍ବସିଲି ଓ୍ବେଲାସୋଭ୍‌ କହିଛନ୍ତି ଯେ, ଟିକା ସମ୍ପର୍କରେ ଆମ ପାଖରେ ବହୁତ କମ୍‌ ସୂଚନା ରହିଛି। ଏହା କିଭଳି ମନୁଷ୍ୟ ଶରୀରରେ କାମ କରିବାକୁ ସକ୍ଷମ ସେ ନେଇ ବିଶଦ ତଥ୍ୟ ନ ମିଳିବା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କୁ ଏହା ନ ଦିଆଯିବା ଉଚିତ। ଏହା ଦ୍ୱାରା ସମସ୍ୟା ଅଧିକ ବଢ଼ିବ ପଛେ କମ ହେବ ନାହିଁ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଦେଢ଼ମାସ ବିତିବାକୁ ଯାଉଥିଲେ ମଧ୍ୟ ଏହି ଟିକା ପ୍ରସ୍ତୁତି କାର୍ଯ୍ୟ ବହୁତ ଧିମାଗତିରେ ଜାରି ରହିଛି। ଏଥିରୁ ଏହା ପ୍ରମାଣିତ ହେଉଛି ଯେ, ଟିକା ନେଇ ଆମେ ସନ୍ଦେହମୁକ୍ତ ନୁହଁ। ସମ୍ପ୍ରତି କ୍ରିମିୟା ମାଳଭୂମିର ୨ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳକୁ ଏହି ଟିକା ପଠାଯାଇଛି। ତେବେ ସେଠାରେ କେବଳ ୨୧ ଜଣଙ୍କ ପାଇଁ ଟିକା ପଠାଯାଇଥିବା ଜଣାପଡ଼ିଛି। ଦେଶର କେତେକ ଅଞ୍ଚଳକୁ କମ୍‌ ପରିମାଣର ଟିକା ପଠାଯାଇଥିବା ରୁଷ୍‌ ସ୍ବାସ୍ଥ୍ୟମନ୍ତ୍ରୀ ମିଖାଇଲ୍‌ ମୁରାଶକୋ କିଛି ଦିନ ତଳେ ସୂଚନା ଦେଇଥିଲେ। ମାତ୍ର ଏଭଳି କାହିଁକି କରାଯାଇଛି ତାହା ସେ ପ୍ରକାଶ କରି ନ ଥିଲେ। ସାଧାରଣ ଲୋକଙ୍କ ପାଇଁ କେବେ ଟିକା ଉପଲବ୍ଧ ହେବ ତାହା ସେ କହି ନ ଥିଲେ। ସେଣ୍ଟ ପିଟର୍ସବର୍ଗ ଅଞ୍ଚଳକୁ ପ୍ରଥମେ ଯିକା ପଠାଯିବାର ସମ୍ଭାବନା ଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ। ଡାକ୍ତର, ସାସ୍ଥ୍ୟକର୍ମୀ ଏବଂ ଶିକ୍ଷକଙ୍କୁ ପ୍ରଥମେ ଟିକା ଦିଆଯିବ ବୋଲି ପୂର୍ବରୁ ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

ଭାଜପାରେ ସାମିଲ ହେଲେ ପ୍ରଭାତ ବିଶ୍ୱାଳ, ଶହଶହ ସମର୍ଥକଙ୍କ ସହ ଆସି…

ଭୁବନେଶ୍ୱର,୧୨ା୭: କଟକ ରାଜନୀତିରେ ବଡ଼ଧରଣର ହଲଚଲ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ରବିବାର ଭାଜପାରେ ସାମିଲ…

ଯାତ୍ରୀ ଭାବେ ବସ୍‌ରେ ଯାତ୍ରା କଲେ ମନ୍ତ୍ରୀ, କଣ୍ଡକ୍ଟର କହିଲେ ଖୁଚୁରା ନାହିଁ ଯଦି ଓହ୍ଲାଇ ଯାଅ…

ବେଙ୍ଗାଲୁରୁ,୧୨।୭: ଶନିବାର ରାତିରେ କର୍ନାଟକ ପରିବହନ ମନ୍ତ୍ରୀ ବାଇରାଥୀ ସୁରେଶ ବେଙ୍ଗାଲୁରୁରେ BMTC ବସ୍‌ଗୁଡ଼ିକର ଅଚାନକ ଯାଞ୍ଚ କରିଥିଲେ । ଯାତ୍ରୀଙ୍କ ସୁବିଧା ମୂଲ୍ୟାଙ୍କନ କରିବା ପାଇଁ…

ସବୁଜ ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଲେ ମହିଳା, ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ…

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା ଏବଂ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ ଦେବାର ପ୍ରକୃତ କାରଣ କହିଲେ ଶ୍ରେୟସ ଆୟର, ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ

ନୂଆଦିଲ୍ଲୀ,୧୨।୭: ଶନିବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ରେ ଭାରତୀୟ ଦଳ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଏକାଦଶରୁ ବାଦ ଦେଇଥିଲା। ସଞ୍ଜୁ ସାମସନ ତିନୋଟି ମ୍ୟାଚ…

ମାଟିର ମହକରେ ଫେରିଲା ଦେଶୀ ମଞ୍ଜି, ପ୍ରେରଣାଦାୟୀ ସାଜିଲେ ମହିଳା ଚାଷୀ, ହସିହସି କୁହନ୍ତି ଆମ ପରିବାରରେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): ବଦଳୁଥିବା କୃଷି ପଦ୍ଧତି ମଧ୍ୟରେ ଯେତେବେଳେ ଅନେକ ଚାଷୀ ହାଇବ୍ରିଡ୍‌ ମଞ୍ଜି ଓ ରାସାୟନିକ କୃଷି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି, ସେତେବେଳେ କଳାହାଣ୍ଡି…

ENG vs IND: ଇଂଲଣ୍ଡ ODI ଏବଂ ଜିମ୍ବାୱେ T20 ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ; BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୭: ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଏବଂ ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇଛି। ରବିବାର, ପୁରୁଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri