ରଙ୍ଗ ତୂଳୀରେ ଜୀବନ୍ୟାସ

ଧାମନଗର, ୨୦।୫(ସ୍ବ.ପ୍ର.) ରଙ୍ଗତୁଳୀ, ମାଟି, ଚକ୍‌ ଖଡ଼ିରେ ଚିତ୍ର ଆଙ୍କିବାରେ ସେ ସିଦ୍ଧହସ୍ତ। ତାଙ୍କ ସ୍ପର୍ଶରେ କଳାକୃତି ହୋଇଉଠୁଛି ଜୀବନ୍ତ। ଏଭଳି କଳାକୃତି ପାଇଁ ବିଦେଶରେ ମଧ୍ୟ ସେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଏପରି ଜଣେ ଅନନ୍ୟ ଶିଳ୍ପୀ ହେଉଛନ୍ତି ଭଦ୍ରକ ଜିଲା ଧାମନଗର ବ୍ଲକ ସରେଇ ଚୂଡ଼ାକୁଟି ପଞ୍ଚାୟତର ସୋରିଷଡିହୀ ଗ୍ରାମର ରତ୍ନାକର ସାମଲଙ୍କ ପୁଅ ଗୋପାଳ(୩୮)।
ଜେଜେ ନିଧି ସାମଲଙ୍କ ପାଖରୁ ପିଲାଟି ଦିନରୁ ମୂର୍ତ୍ତି ନିର୍ମାଣ ଶିକ୍ଷା କରିବା ପରେ ମଧ୍ୟପ୍ରଦେଶର ଜବଲପୁରରେ ଦିଦି ଜ୍ଞାନେଶ୍ୱରୀ ବ୍ରହ୍ମଋଷି ଆଶ୍ରମରେ ୪ ବର୍ଷ କାରୁକାର୍ଯ୍ୟରେ ଲିପ୍ତ ରହି ଗାଁକୁ ଫେରିଥିଲେ। କୋଭିଡ୍‌ ସମୟରେ ମୂର୍ତ୍ତି ଗଢ଼ି ନିଜେ ରୋଜଗାର କରିବା ସହିତ କେତେଜଣ ଯୁବକଙ୍କୁ ରୋଜଗାର ପାଇଁ ତାଲିମ ଦେଇଥିଲେ। ପଞ୍ଜାବ, ଗୁଜୁରାଟ, ହରିୟାନା, ଉତ୍ତରାଖଣ୍ଡ, ୟୁପି ଆଦି ରାଜ୍ୟ ସମେତ ବିଦେଶରେ ତାଙ୍କର ମୂର୍ତ୍ତି ଲୋକପ୍ରିୟତା ଅର୍ଜନ କରିଛି। ଆମେରିକାରେ ଥିବା ହିନ୍ଦୀ ୟୁଏସ୍‌ଏ ଟ୍ରଷ୍ଟକୁ ୧୪ ଇଞ୍ଚ ଉଚ୍ଚତା ବିଶିଷ୍ଟ ୪ ଶହଟି ଭାରତମାତାଙ୍କ ଫାଇବର ମୂର୍ତ୍ତି ନିର୍ମାଣ କରି ଜୁଲାଇ ୨୦୨୨ରେ ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି କାନାଡା, ଇଂଲଣ୍ଡ, ନେଦରଲ୍ୟାଣ୍ଡ ଓ ସୁରିମନ ଆଦି ଦେଶକୁ ନିଜ ହାତ ତିଆରି ଫାଇବର, ଚକ୍‌ ଓ ସିମେଣ୍ଟ ମାଧ୍ୟମରେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ନିର୍ମାଣ କରି ପଠାଇଛନ୍ତି। ଋଷ ଓ ୟୁକ୍ରେନରେ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ରୋକିବାକୁ ବାଲୁକା ଚିତ୍ରରେ ମଧ୍ୟ ସଚେତନତାର ବାର୍ତ୍ତା ଦେଇଥିଲେ। ଚାଟଶାଳୀ ଶିକ୍ଷକ ନନ୍ଦସାର, ସିନେତାରକା ମିହିର ଦାସ, କଣ୍ଠଶିଳ୍ପୀ ଲତା ମଙ୍ଗେସକର, ସ୍ବାମୀ ବିବେକାନନ୍ଦ ଓ ସୁବାଷ ବୋଷଙ୍କର ଚକ୍‌ ଖଡ଼ିରେ ନିର୍ମିତ ମୂର୍ତ୍ତି ବେଶ୍‌ ଲୋକାଦୃତ ହୋଇପାରିଛି। ରଙ୍ଗ ତୂଳୀରେ ନିଖୁଣ କାରିଗରୀ ଆଗାମୀ ଦିନରେ ଅନେକ ଯୁବପିଢ଼ିଙ୍କୁ କଳାକୃତି ପ୍ରତି ଆକୃଷ୍ଟ କରିବ। ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି କଳାକୁ ବିକାଶ କରିବା ପାଇଁ ପ୍ରୋତ୍ସାହନର ବ୍ୟବସ୍ଥା କରିଲେ ସେ ଆଗକୁ ବଢ଼ିପାରନ୍ତେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri