କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ବଡ଼ ଖୁସିଖବର, ଗୋଟିଏ ଭିଡିଓ କଲେ ୧ ଲକ୍ଷ ଟଙ୍କା ଦେବେ ସରକାର! ଏତିକି ଦରକାର views

ପାଟନା,୨୦।୮: ବିହାର ସରକାର ସୋସିଆଲ ମିଡିଆ କ୍ରିଏଟରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ରାଜ୍ୟ କ୍ୟାବିନେଟ୍ ବିହାର ସୋସିଆଲ ମିଡିଆ ନୀତିରେ ନୂଆ ସଂଶୋଧନକୁ ମଞ୍ଜୁରୀ ଦେଇଛି । ଏହା ଅନୁସାରେ ସରକାରଙ୍କ ଯୋଜନା ଓ ଉପଲବ୍ଧି ଉପରେ ଭିଡିଓ ତିଆରି କରୁଥିବା ଯୋଗ୍ୟ କ୍ରିଏଟରମାନେ ଗୋଟିଏ ଭିଡିଓରୁ ସର୍ବାଧିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ । ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି।

ନୂଆ ନୀତି ଅନୁସାରେ, ବିହାର ସରକାରଙ୍କ ଯୋଜନା ଓ ଉପଲବ୍ଧି ଉପରେ ତିଆରି ଭିଡିଓକୁ ୩୦ ଦିନ ମଧ୍ୟରେ ମିଳିଥିବା ଭ୍ୟୁଜ୍ ଆଧାରରେ ଟଙ୍କା ଦିଆଯିବ । ପ୍ରତି ୧ ଲକ୍ଷ ଭ୍ୟୁଜ୍ ପାଇଁ ୧୦ ହଜାର ଟଙ୍କା ଅତିରିକ୍ତ ଭାବେ ଦିଆଯିବ। ତେବେ ଗୋଟିଏ ଭିଡିଓ ପାଇଁ ସର୍ବାଧିକ ପେମେଣ୍ଟ ସୀମା ୧ ଲକ୍ଷ ଟଙ୍କା ରହିଛି। ଅର୍ଥାତ୍, କୌଣସି ଭିଡିଓ ୧୦ ଲକ୍ଷ ଭ୍ୟୁଜ୍ ପାଇଲେ କ୍ରିଏଟରଙ୍କୁ ସର୍ବାଧିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ। ତେବେ କେବଳ ଭିଡିଓ ଭାଇରାଲ ହେଲେ ଟଙ୍କା ମିଳିବ ନାହିଁ । ସରକାରଙ୍କ ନିର୍ଦ୍ଧାରିତ ନିୟମ ଓ ସର୍ତ୍ତ ପୂରଣ କରିବାକୁ ପଡ଼ିବ । ଏଥିପାଇଁ କ୍ରିଏଟରଙ୍କ ଏମ୍ପାନେଲମେଣ୍ଟ ପ୍ରକ୍ରିୟା ରହିବ । ସରକାରଙ୍କ ତାଲିକାରେ ସାମିଲ ଓ ଯୋଗ୍ୟ କ୍ରିଏଟରମାନେ ହିଁ ଏହି ସୁବିଧା ପାଇପାରିବେ। ସରକାର କ୍ରିଏଟରଙ୍କ ପେଜ୍, ହ୍ୟାଣ୍ଡଲ୍ ଓ ଚ୍ୟାନେଲର ଫଲୋଅର୍ସ ଏବଂ ଭ୍ୟୁଜ୍‌କୁ ସମୟ ସମୟରେ ଯାଞ୍ଚ କରିବେ ।

ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଡିଜିଟାଲ ମାଧ୍ୟମରେ ସରକାରୀ ଯୋଜନା ଓ ଉପଲବ୍ଧିର ସୂଚନାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା। ଏହା ସହ ରାଜ୍ୟର ଯୁବପିଢ଼ି ଓ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ରୋଜଗାର ଏବଂ ଆୟର ନୂଆ ସୁଯୋଗ ସୃଷ୍ଟି କରିବା ମଧ୍ୟ ଏହି ନୀତିର ଉଦ୍ଦେଶ୍ୟ। ଏହି ବ୍ୟବସ୍ଥା ସମ୍ପର୍କରେ ସୂଚନା ଓ ଜନସମ୍ପର୍କ ବିଭାଗ ଖୁବଶୀଘ୍ର ବିସ୍ତୃତ ନୋଟିଫିକେସନ୍ ଜାରି କରିବ । କେଉଁ ପ୍ରକାରର କଣ୍ଟେଣ୍ଟକୁ ମାନ୍ୟତା ମିଳିବ, ଆବେଦନ କିପରି କରିବାକୁ ପଡ଼ିବ, ଭ୍ୟୁଜ୍ କିପରି ଯାଞ୍ଚ ହେବ ଏବଂ ପଞ୍ଜୀକରଣର ନିୟମ କ’ଣ ରହିବ ନୋଟିଫିକେସନ୍ ପରେ ଏସବୁ ସ୍ପଷ୍ଟ ହେବ । ବିହାର ସରକାରଙ୍କ ଏହି ନୂଆ ନୀତି ଡିଜିଟାଲ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ଆୟର ଏକ ନୂଆ ସୁଯୋଗ ଭାବେ ଦେଖାଯାଉଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?