Posted inଜାତୀୟ

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ ପୋଲିସ ଅଧିକାରୀ ଶନିବାର ଏହା ପ୍ରକାଶ କରିଛନ୍ତି। ବିଭିନ୍ନ ରାଜ୍ୟରେ ଚାଲିଥିବା ଜାଲ୍‌ ସରକାରୀ ଓ୍ବେବ୍‌ସାଇଟ୍‌, ଆଲଗୋରିଦମ୍‌ ଆଧାରିତ ବ୍ୟବସାୟିକ ଜାଲିଆତି, ହାନିକାରକ ମୋବାଇଲ୍‌ ଆପ୍ଲିକେଶନ୍‌, ଓ୍ବାର୍କ ଫ୍ରମ୍‌ ହୋମ୍‌ ନାମରେ ଜାଲିଆତି ଏବଂ ଅନ୍‌ଲାଇନ ଆଧ୍ୟାତ୍ମିକ ଆରୋଗ୍ୟ ର଼୍ୟାକେଟ ଆଦି ସାଇବର ମଡ୍ୟୁଲ୍‌ଗୁଡ଼ିକୁ ଟାର୍ଗେଟ କରି କେନ୍ଦ୍ରୀୟ ଦିଲ୍ଲୀ ପୋଲିସ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିଲା। ଅଭିଯୁକ୍ତମାନଙ୍କୁ ରାଜସ୍ଥାନ, ପଞ୍ଜାବ, କର୍ନାଟକ, ମଧ୍ୟପ୍ରଦେଶ, ହରିୟାଣା ଓ ଉତ୍ତରପ୍ରଦେଶରୁ ଗିରଫ କରାଯାଇଛି।

ଏହି ଆନ୍ତଃରାଜ୍ୟ ସାଇବର ଜାଲିଆତି ନେଟ୍‌ଓ୍ବର୍କ ୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ କାରବାର ସହ ଜଡ଼ିତ। ଚଢ଼ାଉ ବେଳେ କେତେକ ଲକ୍‌ଜୁରି ଗାଡ଼ି, ଇଲେକ୍ଟ୍ରୋନିକ୍‌ ଉପକରଣ, କ୍ରିପ୍ଟୋ କରେନ୍ସି ହାର୍ଡଓ୍ବେରଓ୍ବାଲେଟ୍‌, ଡେବିଟ୍‌ କାର୍ଡ ଏବଂ ଅନ୍ୟାନ୍ୟ ଡିଜିଟାଲ ପ୍ରମାଣ ହସ୍ତଗତ ହୋଇଛି।

ସରକାରୀ ପୋର୍ଟାଲ ‘ପରିବହନ ଡଟ୍‌ ଅନ୍‌ଲାଇନ୍‌’ ଜାଲିଆତିରେ ବହୁ ମାମଲା ସମ୍ପୃକ୍ତ ଥିବା ଜଣାପଡ଼ିଛି। ପରିବହନ ବିଭାଗର ପୋର୍ଟାଲକୁ ନକଲ କରି କରାଯାଇଥିବା ଏହି ଓ୍ବେବ୍‌ସାଇଟ୍‌ ଜରିଆରେ ଗାଡ଼ି ସମ୍ପର୍କିତ ସେବା ଚାହୁଁଥିବା ଲୋକମାନଙ୍କଠାରୁ ଟଙ୍କା ଆଦାୟ ପାଇଁ ଏହି ଜାଲ୍‌ ଓ୍ବେବ୍‌ସାଇଟ୍‌କୁ ବ୍ୟବହାର କରାଯାଉଥିଲା।

ଏହି ମାମଲାରେ ପୋଲିସ ଉତ୍ତରପ୍ରଦେଶର ଇଟାଓ୍ବା ଜିଲାରୁ ଏମ୍‌ସିଏ ସ୍ନାତକ ଅନଶୁଲ ଯାଦବ(୨୪)ଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଲାପ୍‌ଟପ୍‌, ମୋବାଇଲ୍‌ ଫୋନ୍‌ ଏବଂ ଜାଲ୍‌ ଓ୍ବେବ୍‌ସାଇଟ୍‌ ସହ ଜଡ଼ିତ ଫାଇଲ୍‌ ଜବତ କରିଛି। ୧୪ ହଜାରରୁ ଊର୍ଦ୍ଧ୍ୱ ଜାଲିଆତି କାରବାରରେ ଉକ୍ତ ର଼୍ୟାକେଟ ସମ୍ପୃକ୍ତ ଥିଲା। ୬୩୬ ଜଣ ଏହି ଜାଲିଆତିର ଶିକାର ହୋଇ ଟଙ୍କା ହରାଇଥିବା ପୋଲିସ କହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

FIFA World Cup 2026: ସମସ୍ତେ ଟ୍ରଫି ଦେଖିଛନ୍ତି… କିନ୍ତୁ ଏବେ FIFA ଚାମ୍ପିୟଙ୍କୁ ଦିଆଯିବ ଏକ ସ୍ବତନ୍ତ୍ର ‘Ring’, ଯାହାର ମୂଲ୍ୟ…

ନ୍ୟୁୟର୍କ,୧୯।୭: ମାତ୍ର କିଛି ଘଣ୍ଟା ମଧ୍ୟରେ, ଫୁଟବଲ ତାର ପରବର୍ତ୍ତୀ ବିଶ୍ୱ ବିଜେତାଙ୍କୁ ମୁକୁଟ ପିନ୍ଧାଇବ। ୧୯ ଜୁଲାଇ ବିଳମ୍ବିତ ରାତିରେ ଆର୍ଜେଣ୍ଟିନା ଏବଂ ସ୍ପେନ ମଧ୍ୟରେ…

ଉଦ୍‌ଘାଟନ ପୂର୍ବରୁ ଚକରାଘାଟିରେ ପର୍ଯ୍ୟଟକଙ୍କ ଭିଡ଼, ଏବେଠୁ ସୁରକ୍ଷା ଚିନ୍ତା, ନଚେତ୍‌…

ଭଞ୍ଜନଗର,୧୯ା୭(ବାବୁଲା ପ୍ରଧାନ): ଘୁମୁସର ମାଟିରେ ଭଞ୍ଜ ରାଜବଂଶର ଯାହା କିଛି ସ୍ମୃତି ଅଛି ସେଥିମଧ୍ୟରୁ ଚକରାଘାଟି ଅନ୍ୟତମ। ଉକ୍ତ ଘଞ୍ଚ ଜଙ୍ଗଲ ଘାଟିରେ ଘୁମୁସର ବୀର ଚକରା…

୭ ଜିଲାକୁ ପ୍ରବଳ ବର୍ଷା: ସତର୍କ କରାଇ ପାଣିପାଗ ବିଭାଗ କହିଲା ଏହି ସମୟରେ…

ଭୁବନେଶ୍ୱର,୧୯ା୭: ରବିବାର ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ରାଜ୍ୟ…

ଟ୍ରମ୍ପଙ୍କ ଶୁଳ୍କ ଦ୍ୱାରା କିଏ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ? IMFର ଆଶ୍ଚର୍ଯ୍ୟଜନକ ରିସର୍ଚ୍ଚ ଆସିଲା ସାମ୍ନାକୁ

ଓ୍ବାଶିଂଟନ,୧୯।୭: ଅର୍ଥନୀତିଜ୍ଞ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ର ପୂର୍ବତନ ଉପ-ପରିଚାଳନା ନିର୍ଦ୍ଦେଶକ ଗୀତା ଗୋପୀନାଥ କହିଛନ୍ତି ଯେ ଆମେରିକାର ଶୁଳ୍କର ପରିଣାମ ଆମେରିକୀୟ ଗ୍ରାହକମାନଙ୍କ ପାଇଁ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ସୋମବାର ସମସ୍ତ ସ୍କୁଲ ଛୁଟି

ଥିରୁଭାନନ୍ତପୁରମ,୧୯ା୭: ରବିବାର ଫିଫା ବିଶ୍ବକପର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରି ରହିଥିବା ବେଳେ କେରଳ ସରକାର…

ଘରକୁ ଫେରିବାବେଳେ ହାତୀ ହାବୁଡ଼ରେ ପଡ଼ିଗଲେ, ଶୁଣ୍ଢରେ ଟେକି ବିଲରେ କଚାଡ଼ିଲା, ଆଉ ତା’ ପରେ…

କେନ୍ଦୁଝର,୧୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଭୂୟାଁ ଜୁଆଙ୍ଗପିଢ଼ ରେଞ୍ଜ ତଳରଢ଼ୁଆଁ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଉକ୍ତ ଅଞ୍ଚଳରେ…

Fifa World Cup Trophyରେ କେତେ ସୁନା ରହିଛି? ଓଜନ ଶୁଣିଲେ….

ନୂଆଦିଲ୍ଲୀ,୧୯।୭: ୨୦୨୬ ଫିଫା ବିଶ୍ୱକପର ଫାଇନାଲ ମ୍ୟାଚ୍ ରବିବାର ନ୍ୟୁୟର୍କର ନ୍ୟୁ ଜର୍ସି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ବିଳମ୍ବିତ ରାତି ୧୨ଟା୩୦ ମିନିଟରେ ହେବାକୁ ଥିବା…

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri