ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି ସରକାର, ସମୂହ ଛୁଟିରେ ଗଲେ ବେଗୁନିଆପଡ଼ାବ୍ଲକ ଯୋଗାଣ ସହାୟକ

ବେଗୁନିଆପଡା,୫।୪(ସୁଶାନ୍ତ କୁମାର ପଟ୍ଟନାୟକ): ଯୋଗାଣ ସହାୟକମାନଙ୍କ ଦାବିକୁ ସରକାର କର୍ଣ୍ଣପାତ କରୁ ନ ଥିବା ଅଭିଯୋଗରେ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ଶନିବାରଠାରୁ ବେଗୁନିଆପଡ଼ା ବ୍ଳକର ସମସ୍ତ ଯୋଗାଣ ସହାୟକ ଛୁଟିରେ ଯାଇଛନ୍ତି। ଏହା ପରେ ପିଡିଏସ୍‌ ସାମଗ୍ରୀ ବଣ୍ଟନ ବାଧାପ୍ରାପ୍ତ ହେବା ଆଶଙ୍କା ପ୍ରକାଶ ପାଇଛି। ହିତାଧିକାରୀମାନେ ପିଡିଏସ ସାମଗ୍ରୀ ପାଇଁ ହଇରାଣ ହୋଇପାରନ୍ତି। ଦୀର୍ଘ ଦିନ ହେବ ଯୋଗାଣ ସହାୟକ ମାନେ ନିଜ ହକ ପାଇବାରୁ ବଞ୍ଚିତ ଥିବାରୁ ସଙ୍ଘ ଏଭଳି ନିଷ୍ପତି ନେଇଥିବା କହିଛନ୍ତି ବେଗୁନିଆପଡ଼ା ବ୍ଳକ ଯୋଗାଣ ସହାୟକ ସଙ୍ଘର ସଭାପତି ନାରାୟଣ ଶତପଥି ଓ ସମ୍ପାଦକ ମନୋଜ କୁମାର ବେହେରା। ଶନିବାର ପୂର୍ବାହ୍ନରେ ବିଡିଓଙ୍କ ଅନୁପସ୍ଥିତିରେ ଏବିଡିଓ ନିରଞ୍ଜନ ବେହେରାଙ୍କୁ ଏନେଇ ଏକ ଦାବୀପତ୍ର ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

ଯୋଗାଣ ସହାୟକ ସ୍ଥାୟୀ ନିଯୁକ୍ତି ଦାବି ନେଇ ଶନିବାରଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସମୂହ ଛୁଟିରେ ରହିବେ। ୧୪ ଏପ୍ରିଲ ସୁଦ୍ଧା ଯଦି ସରକାର ଏମାନଙ୍କ ଦାବି ପୂରଣ ନ କରନ୍ତି ତେବେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନର ଧାରା ଆଗକୁ ମଧ୍ୟ ଚାଲୁ ରହିବ ବୋଲି କହିଛନ୍ତି ସଙ୍ଘର କର୍ମକର୍ତ୍ତା। ୨୦୧୨ ମସିହାରୁ ଯୋଗାଣ ସହାୟକମାନେ ସ୍ବଳ୍ପ ପାରିଶ୍ରମିକ ପାଇ ଆସୁଥିବା ବେଳେ ଚାକିରୀର କୌଣସି ସର୍ତ୍ତାବଳି ନାହିଁ। ଏହି ଚୁକ୍ତି ଭିତ୍ତିକ ଚାକିରିରେ ସ୍ବଳ୍ପ ପାରିଶ୍ରମିକ ମିଳୁଥିବାରୁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡୁଥିବା ସେମାନେ କହିଛନ୍ତି। ପୂର୍ବ ସରକାର ସମୟରେ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ କୌଣସି ଦାବିକୁ ପୂର୍ବ ସରକାର ପୂରଣ କରି ନଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଯୋଗାଣ ସହାୟକ ନିଯୁକ୍ତ ହୋଇଥିବା ପଞ୍ଚାୟତରେ ପିଡିଏସ୍‌ ସାମଗ୍ରୀ ବଣ୍ଟନ ପୁରା ଠପ୍‌ ହୋଇଯିବା ଆଶଙ୍କା ଦେଖାଦେଇଛି । ବାରମ୍ବାର ସରକାରଙ୍କୁ ଅବଗତ କରିଥିଲେ ମଧ୍ୟ ଦାବି ପ୍ରତି କର୍ଣ୍ଣପାତ କରୁ ନ ଥିବାରୁ ଓଡିଶା ରାଜ୍ୟ ଯୋଗାଣ ସହାୟକ ସଂଘ ଏଭଳି ଆନ୍ଦୋଳନକୁ ଓହ୍ଲାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?