ସମାଧାନ ବୈଠକ ପରେ ମୁଥ ମରାମରି

ଅନୁଗୋଳ ଅଫିସ, ୨୮ା୨: ଅନୁଗୋଳ ଜିଲା ତାଳଚେର ବ୍ଲକ ଘଣ୍ଟପଡ଼ା ପଞ୍ଚାୟତରେ ଥିବା ଗ୍ଲୋବାଲ କୋଲ ୱାସେରିକୁ ନେଇ ବିପକ୍ଷବାଦୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଏପରି କି ସମାଧାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସୋମବାର ଉଭୟ ପକ୍ଷଙ୍କୁ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ କରାଯାଇଥିବା ବେଳେ ସେଠାରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି। ବୈଠକ ଶେଷରେ ଉଭୟ ପକ୍ଷ ମୁଥ ମରାମରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ପ୍ରକାଶ ଯେ, ତାଳଚେର ବ୍ଲକ ଘଣ୍ଟପଡ଼ାରେ ଥିବା ଗ୍ଲୋବାଲ କୋଲ ୱାସେରି ସ୍ଥାନାନ୍ତର ଦାବି ନେଇ ଗତ ୨୩ ତାରିଖରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଘଣ୍ଟପଡ଼ା ପଞ୍ଚାୟତବାସୀ ଏହି ଅନ୍ଦୋଳନ କରୁଥିବା ବେଳେ ତେଣ୍ଟୁଲେଇ ପଞ୍ଚାୟତବାସୀ ଏହାକୁ ସମର୍ଥନ କରୁଛନ୍ତି। ବିପକ୍ଷବାଦୀଙ୍କ ଏହି ଆନ୍ଦୋଳନକୁ ତାଳଚେର ବିଧାୟକ ଓ ବିଜେଡି ସମର୍ଥନ ଦେଉଛି। ସେହିପରି ୱାସେରିକୁ ବନ୍ଦ ଅଥବା ସ୍ଥାନାନ୍ତର ନ କରିବାକୁ ସପକ୍ଷବାଦୀ ଘଣ୍ଟପଡ଼ା ସରପଞ୍ଚ ସସ୍ମିତା ବିଶ୍ୱାଳ ଓ ଭାଜପା ପକ୍ଷରୁ ଦାବି କରାଯାଉଛି। ଏହି ବିବାଦ ତେଜୁଥିବାରୁ ଏହାର ସମାଧାନ ପାଇଁ ସୋମବାର ଜିଲାପାଳଙ୍କ ପକ୍ଷରୁ ବୈଠକର ଆୟୋଜନ ସହ ସେଠାକୁ ତାଳଚେର ବିଧାୟକ ପ୍ରଧାନ, ମହିଳା ମୋର୍ଚ୍ଚା ପକ୍ଷରୁ ନେତୃତ୍ୱ ନେଉଥିବା ୨୧ନଂ. ଜିଲା ପରିଷଦ ସଦସ୍ୟା ସତ୍ୟଭାମା ସାହୁ, ରିତାରାଣୀ ଦାସ, ସପକ୍ଷବାଦୀ ଘଣ୍ଟପଡ଼ା ସରପଞ୍ଚ ବିଶ୍ୱାଳ, ସୁନୀଲ ବିଶ୍ୱାଳ, କର୍ମଚାରୀ ସଂଘ, କୋଲ ୱାସେରି ପରିଚାଳନା ଅଧିକାରୀ ଓ ଗ୍ରାମସଭାପତି କ୍ଷୀରୋଦ ସାହୁଙ୍କୁ ଡକାଯାଇଥିଲା। ତାଳଚେର ଉପଜିଲାପାଳ, ଏସ୍‌ଡିପିଓ ସୌଭାଗ୍ୟ ଲକ୍ଷ୍ମୀ ପଟ୍ଟନାୟକ, ପ୍ରଦୂଷଣ ବୋର୍ଡର ଅଧିକାରୀ ସୌମ୍ୟରଞ୍ଜନ ସୌମେନ୍ଦ୍ର ମହାନ୍ତି, କୋଲିୟରୀ ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ତେବେ ଆଲୋଚନା ଶେଷ ହେବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ଭିତରେ ସପକ୍ଷବାଦୀ ପକ୍ଷରୁ ଜଣେ ଯୁବକ ବିପକ୍ଷବାଦୀର ନେତ୍ରୀ ସତ୍ୟଭାମା ସାହୁଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହାପରେ ଜିଲା କାର୍ଯ୍ୟାଳୟରେ ବିପକ୍ଷବାଦୀ-ସପକ୍ଷବାଦୀଙ୍କ ମଧ୍ୟରେ ମୁଥ ମରାମରି ହୋଇଥିଲା। ତେବେ ଜିଲାପାଳ ଆସି ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଆୟତକୁ ଆସିଥିଲା। ଏ ନେଇ ବିପକ୍ଷବାଦୀ ସତ୍ୟଭାମା ସାହୁ ତାଙ୍କୁ ଦୁର୍ବ୍ୟବହାର, ଧକା ମାରିବା ଓ ଗଣ୍ଡଗୋଳ କରାଯାଇଥିବା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ। ସେହିପରି ସପକ୍ଷବାଦୀ ଘଣ୍ଟପଡ଼ା ସରପଞ୍ଚ ସସ୍ମିିତା ବିଶ୍ୱାଳ ତାଙ୍କ ଜୀବନ ପ୍ରତି ବିପଦ ଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ନଂ. ୧୦୩/୨୩ ଓ ୧୦୪/୨୩ରେ ଦୁଇଟି ମାମଲା ରୁଜୁ କରି ଥିବା ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ କହିଛନ୍ତି, କୋଲ୍‌ ୱାସେରି ପ୍ରଦୂଷଣ କରୁଛି। ନିକଟରେ ହେବାକୁ ଥିବା ମେଡିକାଲ କଲେଜ, ସ୍ଥାନୀୟ ଅଞ୍ଚଳରେ ଥିବା ବିଦ୍ୟାଳୟ ଓ ସେଣ୍ଟ୍ରାଲ କଲୋନୀବାସୀ ସମସ୍ୟାରେ ପଡ଼ୁଛନ୍ତି। ସ୍ଥାନୀୟ ଲୋକଙ୍କ ଟ୍ରକ୍‌ଗୁଡ଼ିକୁ ମଧ୍ୟ ଲୋଡିଂ ପ୍ରଦାନ କରାଯାଉନାହିଁ। ଏ ନେଇ ଆଲୋଚନା ହୋଇଥିଲା। ବୈଠକ ପରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଦୁର୍ଭାଗ୍ୟଜନକ। ସେହିପରି ସତ୍ୟଭାମା କହିଛନ୍ତି, ଅଞ୍ଚଳବାସୀ ଧୂଳି ଧୂଅଁା ଖାଇ ଆନ୍ଦୋଳନ କରୁଛନ୍ତି। କିନ୍ତୁ କେତେଜଣ ନେତା ଟଙ୍କା ନେଇ କମ୍ପାନୀ ପକ୍ଷରୁ ଦାଦାଗିରି କରିବାକୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଛନ୍ତି। ସପକ୍ଷବାଦୀ ସୁନୀଲ ବିଶ୍ୱାଳ କହିଛନ୍ତି, ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ନୂତନ ଜ୍ଞାନକୌଶଳର ବ୍ୟବହାର କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ସ୍ଥାନୀୟ ନେତା ଗାଁକୁ ବିଭାଜନ ପାଇଁ ଉଦ୍ୟମ କରୁଛନ୍ତି। ଜିଲାପାଳଙ୍କ ପ୍ରକୋଷ୍ଠ ନିକଟରେ ସେପରି କିଛି ଘଟିନାହିଁ। କଥା କଟାକଟି ସହ ସାମାନ୍ୟ ବଚସା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?