Posted inଖେଳ

ବିସିସିଆଇ ଏସ୍‌ଓପି: ଅରୁଣଲାଲ, ହ୍ବାଟମୋର ପ୍ରଶିକ୍ଷଣ ଦେଇପାରିବେନି

ନୂଆଦିଲ୍ଲୀ,୩।୮(ପି.ଟି.): କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସ୍‌ଓପି) କରିଛି। ଏହା ଦ୍ୱାରା ରାଜ୍ୟ ଆସୋସିଏଶନଗୁଡିକ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କୁ କୋଚ୍‌ ନିଯୁକ୍ତି ଦେବା ପ୍ରକ୍ରିୟାରୁ ବିରତ ରହିବେ। ଅର୍ଥାତ୍‌ ୬୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନେ ଟ୍ରେନିଂ କ୍ୟାମ୍ପରୁ ଦୂରେଇ ରହିବାକୁ କୁହାଯାଇଛି। ଏହି ଏସ୍‌ଓପି ଭାରତୀୟ ପୂର୍ବତନ କ୍ରିକେଟର ଅରୁଣ ଲାଲ ଓ ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ଡେଭ ହ୍ବାଟମୋରଙ୍କୁ ପ୍ରଭାବିତ କରିବ। ଅରୁଣ ଲାଲ ବେଙ୍ଗଲ ଓ ହ୍ବାଟମୋର ବରୋଦାର କୋଚ୍‌ ରହିଛନ୍ତି। ଫଳରେ ଏମାନେ କୋଚିଂ ଦେବାରୁ ବଞ୍ଚିତ ହେବା ସ୍ପଷ୍ଟ ହୋଇଛି। ହ୍ବାଟମୋରଙ୍କ ବୟସ ୬୬ ହୋଇଥିବା ବେଳେ ଏପ୍ରିଲ୍‌ରେ ସେ କୋଚ୍‌ ନିଯୁକ୍ତ ହୋଇଥିଲେ। ସେହିପରି ଅରୁଣ ଲାଲଙ୍କ ବୟସ ୬୫ ହୋଇଥିବା ବେଳେ ସେ ଗତ ମାର୍ଚ୍ଚରେ ବେଙ୍ଗଲକୁ ରଣଜୀ ଟ୍ରଫି ଫାଇନାଲରେ ପହଞ୍ଚାଇଥିଲେ।
ଉଲ୍ଲେଖଥାଉ କି, ଯେଉଁମାନଙ୍କ ବୟସ ୬୦ରୁ ଊର୍ଦ୍ଧ୍ୱ ହୋଇଥିବା ବ୍ୟକ୍ତିମାନେ ଏହି ଭାଇରସ୍‌ ଦ୍ୱାରା ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି। ସେମାନଙ୍କୁ କୋଚ୍‌, ସପୋର୍ଟ ଷ୍ଟଫ୍‌, ଅମ୍ପାୟର୍ସ, ଗ୍ରାଉଣ୍ଡ ଷ୍ଟାଫ୍‌ ଦାୟିତ୍ୱ ନେବାରୁ ବାରଣ କରାଯାଇଛି। ସେହିପରି ଡାଇବେଟିସ୍‌ ଓ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିମାନେ ମଧ୍ୟ ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି। ବିସିସିଆଇର ୧୦୦ ପୃଷ୍ଠା ସମ୍ବଳିତ ଏସ୍‌ଓପିରେ ଏମାନଙ୍କୁ ବିଭିନ୍ନ ଦାୟିତ୍ୱ ନେବାରୁ ବାରଣ କରାଯାଇଛି। ଫଳରେ ଅରୁଣ ଓ ହ୍ବାଟମୋର ପ୍ରି- ସେସନ ଟ୍ରେନିଂ କ୍ୟାମ୍ପରେ ଯୋଗ ଦେଇପାରିବେନି। ଏ ସଂକ୍ରାନ୍ତରେ ମତ ଦେବା ପାଇଁ କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି) ଅଧ୍ୟକ୍ଷ ଅଭିଷେକ ଡାଲମିୟା ଉପସ୍ଥିତ ନାହାନ୍ତି। ତେବେ ଏହି ସବୁ ନିୟମ ମାନିବା ଯେକୌଣସି ଦଳ ପାଇଁ କଷ୍ଟକର ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅରୁଣ ଓ ହ୍ବାଟମୋରଙ୍କ ଭଳି କୋଚ୍‌ ଦାୟିତ୍ୱରୁ ବାଦ୍‌ ପଡିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

ରୋହିତ ଶର୍ମାଙ୍କ ସନ୍ନ୍ୟାସ ନେବା ପକ୍କା? ଏହି ଖୁସି ଖବର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ ଭାଙ୍ଗିଦେବ!

ନୂଆଦିଲ୍ଲୀ, ୧୧।୮: ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତୃତୀୟ ଦିନିକିଆ ମ୍ୟାଚରେ ଏହି ଭାରତୀୟ ଖେଳାଳି ଏକ ଚମତ୍କାର ଶତକ…

ଅଜିଙ୍କ୍ୟ ରାହାଣେଙ୍କ ସନ୍ନ୍ୟାସରେ ଚକିତ ହୋଇଯାଇଥିଲେ ସଚିନ! ଦୁହିଁଙ୍କ କଥାବାର୍ତ୍ତାର ହେଲା ଖୁଲାସା

ନୂଆଦିଲ୍ଲୀ, ୧୧।୮: ଗତ କିଛି ସପ୍ତାହ ଧରି ଅଜିଙ୍କ୍ୟ ରାହାଣେ ବେଶ ଚର୍ଚ୍ଚାରେ ଅଛନ୍ତି। ଗତ ଜୁଲାଇ ୩୦ ତାରିଖରେ ସେ ଅବସର ଘୋଷଣା କରିଥିଲେ। ଏହାସହ…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

ପୈତୃକ ଗାଁରେ ଘର କାମ ଆରମ୍ଭ କଲେ ରିଷଭ ପନ୍ତ

ପିଥୋରାଗଡ଼(ଉତ୍ତରାଖଣ୍ଡ),୧୦ା୮: ରିଷଭ ପନ୍ତଙ୍କ ମା’ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ନିଜ ପୈତୃକ ଗାଁକୁ ଫେରିବା ପରେ ସେମାନଙ୍କ ଘରର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri