Posted inଖେଳ

ପିତାଙ୍କ ମୃତ୍ୟୁଖବର ଶୁଣି ଅଷ୍ଟେଲିଆରୁ ଆସିଲେନି ଏହି ଖେଳାଳି, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପିତୃ ବିୟୋଗ ଘଟିଛି। ତାଙ୍କ ପିତା କିଛି ଦିନ ହେବ ଫୁସଫୁସ ରୋଗରେ ପୀଡିତ ଥିଲେ। ତାଙ୍କ ପିତାଙ୍କ ମୃତ୍ୟୁ ପରେ ବିସିସିଆଇ ଏହି ଦ୍ରୁତ ବୋଲରଙ୍କ ପ୍ରତି ସମବେଦନା ଜଣାଇଛି। ସିରାଜ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି। ଅଷ୍ଟ୍ରେଲିଆରୁ ଭାରତକୁ ଫେରିବା ପାଇଁ ବିସିସିଆଇ ସିରାଜଙ୍କୁ ଅଫର ଦେଇଥିଲା କିନ୍ତୁ ଏହି ଦ୍ରୁତ ବୋଲର ଦଳ ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ବିସିସିଆଇ ସଚିବ ଜୟ ଶାହା ଏକ ପ୍ରେସ ବିଜ୍ଞପ୍ତି ଜାରି କହିଛନ୍ତି ମହମ୍ମଦ ସିରାଜଙ୍କ ସହ ବୋର୍ଡ ଆଲୋଚନା କରିଛି। ବିସିସିଆଇ ସିରାଜଙ୍କୁ ଭାରତ ଫେରିବାର ବିକଳ୍ପ ଦେଇଥିଲା କିନ୍ତୁ ସେ ଦଳ ସହିତ ରହିବାକୁ ନିଷ୍ପତ୍ତି ନେଇଥିଲେ। ମହମ୍ମଦ ସିରାଜଙ୍କ ନିଷ୍ପତ୍ତିକୁ ବିସିସିଆଇ ସମ୍ମାନ କରି ତାଙ୍କ କଷ୍ଟ ସମୟରେ ସାନ୍ତ୍ୱନା ଦେଇଥିଲା। ପିତାଙ୍କ ସ୍ବପ୍ନ ଯୋଗୁ ସିରାଜ ଅଷ୍ଟ୍ରେଲିଆରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, ମୋ ପିତାଙ୍କ ସ୍ବପ୍ନ ଥିଲା ଯେ, ମୁଁ ଦେଶର ନାମକୁ ଉଜ୍ଜ୍ୱଳ କରିବା ଉଚିତ ଏବଂ ମୁଁ ନିଶ୍ଚିତ ତାହା କରିବି। ମୁଁ ମୋ ଜୀବନର ସବୁଠାରୁ ବଡ ସମର୍ଥକ ହରାଇଛି, ଏହା ଅତ୍ୟନ୍ତ ଦୁଃଖଦ ମୁହୂର୍ତ୍ତ । ମୋତେ ଦେଶ ପାଇଁ ଖେଳୁଥିବା ଦେଖିବା ତାଙ୍କର ସ୍ବପ୍ନ ଥିଲା। ସୂଚନାଯୋଗ୍ୟ ଯେ, ସିରାଜଙ୍କ ପିତା ଜଣେ ଅଟୋ ଡ୍ରାଇଭର ଥିଲେ। ଏହା ସତ୍ତ୍ୱେ ସେ ପୁଅକୁ କ୍ରିକେଟର କରିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ ଦେଇଥିଲେ ଏବଂ ତାଙ୍କର ସବୁ ଅଭାବ ପୂରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଭିଡ୍‌-୧୯: ୫୦ ଲକ୍ଷ ଟଙ୍କା ଦାନ ଦେବେ ଯୁବରାଜ

ନୂଆଦିଲ୍ଳୀ,୬।୪(ପି.ଟି.)- ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ କରୋନ ଭାଇରସ୍‌ ମୁକାବିଲା ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବେ। ରବିବାର ସେ ଏ ନେଇ...

ପାକିସ୍ତାନ ଅଧିନାୟକଙ୍କ ଖେଳ ଦେଖିଲେ ଭାରତୀୟ ଷ୍ଟାଫ୍‌

ଦୁବାଇ,୧୯।୧୦: ଟି -୨୦ ବିଶ୍ୱକପ ୨୦୨୧ ଆରମ୍ଭ ହୋଇଛି। ଅକ୍ଟୋବର ୨୪ରେ ଖେଳାଯିବାକୁ ଥିବା ଭାରତ ଏବଂ ପାକିସ୍ତାନ ମ୍ୟାଚ୍‌କୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା...

ଆଣ୍ଡ୍ରିୟୁ ସାଇମଣ୍ଡସଙ୍କ ପରଲୋକରେ କ୍ରିକେଟ ଜଗତରେ ଶୋକର ଛାୟା

ନୂଆଦିଲ୍ଲୀ,୧୫ ।୫: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡସଙ୍କର କାର ଦୁର୍ଘଟଣାରେ ୪୬ ବର୍ଷ ବୟସରେ ପରଲୋକ ହୋଇଛି । ଏହି ଖବର ଜଣାପଡିବା ପରେ...

‘ଅନେକ ଶିଖିବାର ଅଛି’

ଭୁବନେଶ୍ୱର, ୧୦।୨(କ୍ରୀଡ଼ା ପ୍ରତିନିଧି)- ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ରବିବାର ବେଲଜିୟମଠାରୁ ୨-୩ ଗୋଲରେ ପରାଜୟରେ ଦୁଃଖିତ ହୋଇଛନ୍ତି ଅଧିନାୟକ ମନପ୍ରୀତ ସିଂ। ଆମେ ଗୋଲ...

ପୂର୍ବତନ ଫୁଟ୍‌ବଲ ଅଧିନାୟକ ଚାପମ୍ୟାନଙ୍କ ପରଲୋକ

ନୂଆଦିଲ୍ଲୀ, ୧୩ା୧୦ (ପି.ଟି.)-ଭାରତର ପୂର୍ବତନ ଫୁଟ୍‌ବଲ ଅଧିନାୟକ ଓ ମିଡ୍‌ଫିଲ୍‌ଡର ଚାର୍ଲଟନ ଚାପମ୍ୟାନଙ୍କର ହୃଦ୍‌ଘାତରେ ବାଙ୍ଗାଲୋରରେ ପରଲୋକ ହୋଇଯାଇଛି। ତାଙ୍କୁ ୪୯ବର୍ଷ ବୟସ ହୋଇଥିଲା। ୧୯୯୦...

ଧୋନୀଙ୍କ ବ୍ୟାଟ୍‌ରେ ବାଜିଲାନି

ଦୁବାଇ,୪।୧୦ : ମ୍ୟାଚ୍‌ ଫିନିଶର ଭାବେ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀ ଶେଷ ପର୍ଯ୍ୟନ୍ତ ଛିଡ଼ା ହୋଇଥିଲେ। ୨୭ ବଲ ଖେଳିବା ପରେ ମଧ୍ୟ ତାଙ୍କ...

ଗାଙ୍ଗୁଲିଙ୍କ ସେଲ୍‌ଫି ଦର୍ଶକମୟ

କୋଲକାତା,୨୨।୧୧- ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଚାଲିଥିବା ଐତିହାସିକ ଦିବରାତ୍ର ଟେଷ୍ଟ ଅବସରରେ ସେଲ୍‌ଫି ନେବାକୁ ଭୁଲି ନାହାନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ମ୍ୟାଚ୍‌ ଆରମ୍ଭ...

୧୨୭ ବର୍ଷ ପରେ ପୁଣି କ୍ରିକେଟ୍‌ରେ ଘଟିଲା ଏମିତି

ବ୍ରିସବେନ୍‌,୮।୧୨: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟ ୨୦୨୧-୨୨ ବ୍ରିସବେନର ଗାବାଠାରେ ଖେଳାଯାଉଛି । ଗାବାରେ ଇଂଲଣ୍ଡର ଅଧିନାୟକ ଜୋ ରୁଟ...

Advertisement
Archives

Model This Week