Posted inଖେଳ

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍ ପାଇଁ ଦଳ ଘୋଷଣା କରିଛି। ଆସନ୍ତା ସେପ୍ଟେମ୍ବର ମାସରେ ଖେଳାଯିବାକୁ ଥିବା ଏହି ସିରିଜ୍ ପାଇଁ ଟି-୨୦, ଦିନିକିଆ (ODI) ଏବଂ ଟେଷ୍ଟ ଟିମ୍ ଘୋଷଣା କରାଯାଇଛି। ତେବେ ଏହି ଘୋଷଣାରେ ସବୁଠାରୁ ଆକର୍ଷଣୀୟ ନାମ ହେଉଛି ୨୩ ବର୍ଷୀୟା ଅଲରାଉଣ୍ଡର ଅନୁଷ୍କା ଶର୍ମା, ଯାହାଙ୍କୁ ଟି-୨୦ ସିରିଜ୍ ପାଇଁ ଦଳର ଅଧିନାୟିକା ଦାୟିତ୍ୱ ଦିଆଯାଇଛି।

ବିସିସିଆଇ ସିନିୟର ମହିଳା ଚୟନ କମିଟି ଅନୁଯାୟୀ, ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ୩ଟି ଟି-୨୦ (ମୁଲ୍ଲାନ୍‌ପୁର), ୩ଟି ଦିନିକିଆ (ମୋହାଲି) ଏବଂ ଗୋଟିଏ ଅନୌପଚାରିକ ଟେଷ୍ଟ ମ୍ୟାଚ୍ (ଧର୍ମଶାଳା) ଖେଳାଯିବ।

ଦିନିକିଆ ଏବଂ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ସିନିୟର ଟିମ୍‌ର ଉଇକେଟକିପର-ବ୍ୟାଟର ୟସ୍ତିକା ଭାଟିଆଙ୍କୁ ଅଧିନାୟିକା କରାଯାଇଛି। ତେବେ ଟି-୨୦ ସିରିଜ୍‌ରୁ ୟସ୍ତିକାଙ୍କୁ ବିଶ୍ରାମ ଦିଆଯାଇଥିବାରୁ ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଆସିଥିବା ୨୩ ବର୍ଷୀୟା ବ୍ୟାଟିଂ ଅଲରାଉଣ୍ଡର ଅନୁଷ୍କା ଶର୍ମା ଟି-୨୦ ଟିମ୍‌ର ଅଧିନାୟିକା ସାଜିଛନ୍ତି। ଏହାସହ ଦିନିକିଆ ଓ ଟେଷ୍ଟରେ ସେ ଉପ-ଅଧିନାୟିକା ଦାୟିତ୍ୱ ତୁଲାଇବେ।

କିଏ ଏହି ଅନୁଷ୍କା ଶର୍ମା?

ଘରୋଇ କ୍ରିକେଟ୍‌ରେ ମଧ୍ୟପ୍ରଦେଶର ସଫଳ ନେତୃତ୍ୱ ନେଇଥିବା ଅନୁଷ୍କା ଗତ ୱିମେନ୍ସ ପ୍ରିମିୟର ଲିଗ୍ (WPL)ରେ ଗୁଜରାଟ ଜାଏଣ୍ଟସ୍ ପକ୍ଷରୁ ୭ଟି ପାଳିରେ ୧୨୯ ଷ୍ଟ୍ରାଇକ୍ ରେଟ୍‌ରେ ୧୭୭ ରନ୍ ସଂଗ୍ରହ କରି ନିଜର ଦକ୍ଷତା ପ୍ରମାଣିତ କରିଥିଲେ। ଏହାପରେ ସେ ସାଉଥ୍ ଆଫ୍ରିକା ବିପକ୍ଷରେ ସିନିୟର ଭାରତୀୟ ଦଳରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ।

ସିରିଜ୍ ସୂଚୀ:

  • ଟି-୨୦ ସିରିଜ୍: ସେପ୍ଟେମ୍ବର ୧୨, ୧୫ ଏବଂ ୧୭

  • ଦିନିକିଆ ସିରିଜ୍: ସେପ୍ଟେମ୍ବର ୨୦, ୨୩ ଏବଂ ୨୫

  • ଟେଷ୍ଟ ମ୍ୟାଚ୍: ସେପ୍ଟେମ୍ବର ୨୯ ରୁ ଅକ୍ଟୋବର ୨

ଇଣ୍ଡିଆ ‘ଏ’ ସ୍କ୍ୱାଡ୍:

  • ଟି-୨୦: ଅନୁଷ୍କା ଶର୍ମା (ଅଧିନାୟିକା), ସାୟଲି ସତଘରେ (ଉପ-ଅଧିନାୟିକା), ବୃନ୍ଦା ଦିନେଶ, ସୁଜାତା ଦେ, ତେଜଲ ହସବନିସ, ନିକ୍କି ପ୍ରସାଦ, ଶିପ୍ରା ଗିରି (ୱିକେଟକିପର), ଶ୍ୱେତା ସେହରାୱତ, ଉମା ଛେତ୍ରୀ (ୱିକେଟକିପର), ତନୁଜା କଂୱର, ମିନ୍ନୁ ମଣି, ଵୈଷ୍ଣବୀ ଶର୍ମା, ଜିନ୍ତିମଣି କଲିତା, ଶବନମ ଶକିଲ, ସିମରନ୍ ଦିଲ ବାହାଦୁର।

  • ଦିନିକିଆ (ODI): ୟସ୍ତିକା ଭାଟିଆ (ଅଧିନାୟିକା/ଉଇକେଟକିପର), ଅନୁଷ୍କା ଶର୍ମା (ଉପ-ଅଧିନାୟିକା), ବୃନ୍ଦା ଦିନେଶ, ପ୍ରିୟା ପୁନିଆ, ତନିଷା ସିଂ, ତେଜଲ ହସବନିସ, ନିକ୍କି ପ୍ରସାଦ, ଉମା ଛେତ୍ରୀ (ଉଇକେଟକିପର), ମିନ୍ନୁ ମଣି, ଅମନଦୀପ କୌର, ଵୈଷ୍ଣବୀ ଶର୍ମା, ସାୟଲି ସତଘରେ, ଜିନ୍ତିମଣି କଲିତା, ଶବନମ ଶକିଲ, ଅକ୍ଷିତା ଭଗତ।

  • ଟେଷ୍ଟ: ୟସ୍ତିକା ଭାଟିଆ (ଅଧିନାୟିକା/ଉଇକେଟକିପର), ଅନୁଷ୍କା ଶର୍ମା (ଉପ-ଅଧିନାୟିକା), ଶୁଭା ସତୀଶ, ପ୍ରିୟା ପୁନିଆ, ତନିଷା ସିଂ, ତେଜଲ ହସବନିସ, ନିକ୍କି ପ୍ରସାଦ, ମମତା ମଦିୱାଲା (ଉଇକେଟକିପର), ସୁଶ୍ରୀ ଦିବ୍ୟଦର୍ଶିନୀ, ଶୁଚି ଉପାଧ୍ୟାୟ, ଵୈଷ୍ଣବୀ ଶର୍ମା, ସାୟଲି ସତଘରେ, ଜିନ୍ତିମଣି କଲିତା, ଶବନମ ଶକିଲ, ଅକ୍ଷିତା ଭଗତ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକର ଫାଇନାଲ ମ୍ୟାଚ୍‌: ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଲା ଶ୍ରୀଲଙ୍କା

ଦୋହା,୨୯।୧୧: Asia Cup Rising Stars 2026 ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଅତ୍ୟନ୍ତ ରୋମାଞ୍ଚକପୂର୍ଣ୍ଣ ହୋଇଥିଲା। ଯେଉଁଥିରେ ଶ୍ରୀଲଙ୍କା ‘ଏ’ (Sri Lanka ’A’) ଦଳ ପାକିସ୍ତାନ…

ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ୧୩ ମୃତ, ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ରାଞ୍ଚି,୨୯ା୧୧: ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଦ୍ରୁତ ବେଗରେ ଆସୁଥିବା ଏକ ଏସ୍‌ୟୁଭି ଭାରୀ ଯାନକୁ ଧକ୍କା ଦେବାରୁ ୫ ପିଲା ଓ ୩ ମହିଳାଙ୍କ ସମେତ ୧୩…

ମହମ୍ମଦ ସିରାଜଙ୍କୁ ଅଣଦେଖା କରିବା ନେଇ ରାଗିଗଲେ ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ କହିଲେ….

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍‌ରେ ଯୁବ…

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଏକାଠି ବସି ମୋଦିଙ୍କ ବାର୍ତ୍ତା ଶୁଣିଲେ ଭାଜପା କାର୍ଯ୍ୟକର୍ତ୍ତା

ହାଟଡ଼ିହୀ/ଆନନ୍ଦପୁର/ଛେନାପଦୀ,୨୯।୧୧(ଶୁଭକାନ୍ତ ନାୟକ/ସୁଶାନ୍ତ ସାହୁ/ଶ୍ରୀଧର ମହାରଣା/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରବିବାର ବିଧାନସଭାସ୍ତରୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ହୋଟେଲରେ ଯୁବମୋର୍ଚ୍ଚା…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

ଭୂସ୍ଖଳନରେ ୧୩ ଜୀବନ ହାନି, ଦୁର୍ଦ୍ଦିନରେ ଥିବା ଗିଡ଼ିପାବାଲି ପରିବାରଙ୍କୁ ପୁଣି ସହାୟତାର ହାତ ବଢ଼ାଇଲେ ଅସୀମା

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ): ବାତ୍ୟା, ବର୍ଷାର ବିଭୀଷିକା ଥମିଯାଇଛି, ହେଲେ ଏହାର ଦୁଃଖଦ ଚିହ୍ନ ଏବେ ବି ଅନେକ ପରିବାରଙ୍କ ଜୀବନରେ ଲିଭିନାହିଁ। ଅନେକ ପରିବାର ସର୍ବସ୍ବ ହରାଇଥିବା…

କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ…

ଗୁଡ଼ାରି ଡାକ୍ତରଖାନାରେ ନାହିଁ ଏକ୍ସ-ରେ ସୁବିଧା, ୪୫ କିମି ଦୂର ଯାଉଛନ୍ତି ରୋଗୀ

ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?