ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓଙ୍କ କାର୍ଯ୍ୟାଳୟ ଘେରିଲେ ବରଗଡ଼ ଚାଷୀ

ବରଗଡ଼,୧୧।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଭଟଲି ବ୍ଲକର ବିଭିନ୍ନ ଗ୍ରାମରୁ ଶତାଧିକ ଚାଷୀ ଲୋ’ ଭୋଲଟେଜ୍‌ ଓ ପାୱାର୍‌ କଟ ସମସ୍ୟା ନେଇ ମଙ୍ଗଳବାର ଭଟଲିସ୍ଥିତ ବିଦ୍ୟୁତ୍‌ ଏସ୍‌ଡିଓଙ୍କ କାର୍ଯ୍ୟାଳୟ ଘେରାଉ କରି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏସ୍‌ଡିଓଙ୍କ ଅନୁପସ୍ଥିତରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଦାବିପତ୍ର ଗ୍ରହଣ କରିଥିଲେ। ଜଳସେଚନର କୌଣସି ସୁବିଧା ନଥିବାରୁ ଏହି ଅଞ୍ଚଳର କୃଷକମାନେ ଗଭୀର ନଳକୂପ ଉପରେ ନିର୍ଭର କରି କୃଷିକାର୍ଯ୍ୟ କରି ନିଜ ଜୀବିକା ନିର୍ବାହ କରୁଛନ୍ତି। କିନ୍ତୁ ଚଳିତ ବର୍ଷ କ୍ରମାଗତ ବିଜୁଳି କାଟ, ଲୋ ଭୋଲ୍ଟେଜ୍‌ ଏବଂ ପାୱାର କଟ୍‌ ଯୋଗୁ ଧାନ ଫସଲ ନଷ୍ଟ ହେବା ସହିତ ପନିପରିବା ଫସଲ ନଷ୍ଟ ହେବାକୁ ଯାଉଛି। ଦିନକୁ ୬ରୁ ୮ଘଣ୍ଟା ପାୱାର କଟ୍‌ ହେଉଥିବାବେଳେ ଲୋ ଭୋଲଟେଜ୍‌ କାରଣରୁ ଗଭୀର ନଳକୂପରୁ ପାଣି ବାହାରୁ ନାହିଁ। ଅନେକ ଚାଷୀଙ୍କ ମୋଟର୍‌ ପୋଡିଯାଉଛି। ଫଳରେ ଚାଷ ଜମି ଫାଟି ଧାନ ଫସଲ ନଷ୍ଟ ହେବାକୁ ଯାଉଛି ବୋଲି ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ଯଦି କୌଣସି ଚାଷୀର ବିଜୁଳି ସମସ୍ୟା ଜନିତ ଫସଲ ନଷ୍ଟ ହୁଏ, ବିଦ୍ୟୁତ ବିଭାଗ ଦାୟୀ ରହିବେ ବୋଲି ଲିଖିତ ଅଭିଯୋଗ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜୟ କିଷାନ ଆନ୍ଦୋଳନର ଜିଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆଁ, ବ୍ଲକ ସମ୍ପାଦକ ମିନିଷ୍ଟର ବାରିକ, ବିଜୟ ପ୍ରଧାନ, ଜନ୍ମେଞ୍ଜୟ ଠାକୁର, ଅକ୍ଷୟ ପ୍ରଧାନ, ଭରତ ଚନ୍ଦ୍ର ନାୟକ, ରେବତି କାନ୍ତ ବେହେରା, ନ୍ଯଯଯାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକା ଖାଇବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri