Posted inଖେଳ

ଅଷ୍ଟ୍ରେଲିଆ ମହିଳା ଫୁଟବଲ କୋଚ୍‌ ପଦ ଛାଡିଲେ ଆଣ୍ଟେ ମିଲିକିକ୍‌

ସିଡ୍‌ନୀ,୧୯।୭(ଏପି): ଆଣ୍ଟେ ମିଲିକିକ୍‌ ଅଷ୍ଟ୍ରେଲିଆ ମହିଳା ଫୁଟବଲ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି। ସେ ଏ- ଲିଗ୍‌ ଏକ୍ସାପାନ୍ସନ କ୍ଲବ୍‌ ମାକାର୍ଥୁର ଏଫ୍‌ସିର ପ୍ରଥମ କୋଚ୍‌ ଭାବେ ଦାୟିତ୍ୱ ଗ୍ରହଣ କରିବେ। ନୂଆ ଦାୟିତ୍ୱ ଉପରେ ଫୋକସ୍‌ କରବା ପାଇଁ ସେ ପଦ ଛାଡିଛନ୍ତି। ଗତ ବର୍ଷ ଫେବୃୟାରୀରେ ସେ ଅଷ୍ଟ୍ରେଲିଆ ମହିଳା ଦଳାର କୋଚ୍‌ ପଦରେ ନିଯୁକ୍ତ ହୋଇଥିଲେ। କୋଚ୍‌ ପଦରୁ ଆଲେନ ଷ୍ଟାଜକିକ୍‌ଙ୍କୁ ଫୁଟବଲ ଫେଡେରେଶନ ଅଷ୍ଟ୍ରେଲିଆ (ଏଫ୍‌ଏଫ୍‌ଏ) ଦାୟିତ୍ୱରୁ ବିଦା କରିବାର ପରେ ମିଏିକିକ୍‌ଙ୍କୁ ନିଯୁକ୍ତି ମିଳିଥିଲା।
ମିଲିକିକ୍‌ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୨୦୨୦ ଅଲିମ୍ପିକ୍ସ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲା। ସେହିପରି ୨୦୧୯ରେ ଫ୍ରାନ୍ସରେ ଅନୁଷ୍ଠିତ ବିଶ୍ୱକପ୍‌ରେ ସେ ଅଷ୍ଟ୍ରେଲିଆକୁ ରାଉଣ୍ଡ ଅଫ୍‌ ୧୬କୁ ଉନ୍ନୀତ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୨୦୧୯ ମେ’ରେ ତାଙ୍କୁ ମାକାର୍ଥୁର ଏଫ୍‌ସି କୋଚ୍‌ ଭାବେ ଘୋଷଣା କରାଯାଇଥିଲା। ଟୋକିଓ ଅଲିମ୍ପିକ୍ସ ଶେଷ ହେବ ପରେ ସେ ନୂଆ ଦାୟିତ୍ୱ ଗ୍ରହଣ କରିଥାନ୍ତେ ଓ ଏଥିପାଇଁ ସେ ୩ ବର୍ଷିୟା ଚୁକ୍ତିରେ ସ୍ବାକ୍ଷର କରିଥିଲେ। କୋଭିଡ୍‌-୧୯ ମହାମାରୀ କାରଣରୁ ଅଲିମ୍ପିକ୍ସ ଘୁଞ୍ଚିବା ପରେ ମିଲିକିକ୍‌ ତାଙ୍କ ଯୋଜନାରେ ପରିବର୍ତ୍ତନ ଆଣିଥିଲେ। ଚଳିତ ବର୍ଷ ଶେଷ ଆଡକୁ ମାକାର୍ଥୁର ଏଫ୍‌ସି ଏ- ଲିଗ୍‌ ୨୦୨୦-୨୧ ସେସନ ଖେଳିବା ଆରମ୍ଭ କରିବ।
ମିଲିକିକ୍‌ କୋଚ୍‌ ପଦ ଚାଡିବେ ବୋଲି ଏଫ୍‌ଏଫ୍‌ଏ ମୁଖ୍ୟ ଜେମ୍ସ ଜନସନ ରବିବାର ସୂଚନା ଦେଇଛନ୍ତି। ସେ ମାକାର୍ଥୁର ଏଫ୍‌ସିର କୋଚ୍‌ ପଦ ଗ୍ରହଣ କରିବାକୁ ଯାଉଥିବାରୁ ଜନସନ୍‌ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଛନ୍ତି। ପଦ ଛାଡୁଥିବାରୁ ମିଲିକିକ୍‌ ଦୁଃଖ ପ୍ରକାଶ କରିଛନ୍ତି। ଏବେ ଜଣେ ନୂଆ କୋଚ୍‌ଙ୍କୁ ଦାୟିତ୍ୱ ଦେବାକୁ ଏଫ୍‌ଏଫ୍‌ଏ ପ୍ରୟାସ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri