Posted inଖେଳ

ବିସିସିଆଇ ଜେନେରାଲ ମ୍ୟାନେଜର ପଦରୁ ସବା କରିମ୍‌ଙ୍କ ଇସ୍ତଫା

ମୁମ୍ବାଇ,୧୯।୭(ପି.ଟି.): ପୂର୍ବତନ କ୍ରିକେଟର ସବା କରିମ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟ ଅପରେଶନ ଜେନେରାଲ ମ୍ୟାନେଜର ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପଦରୁ ଇସ୍ତାଫା ଦେବା ପାଇଁ କୁହାଯାଇଥିଲା। ବୋର୍ଡ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ଇସ୍ତଫା ଦେବାର ଗୋଟିଏ ସପ୍ତାହ ପରେ କରିମ୍‌ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୭ ଡିସେମ୍ବରରେ କରିମ୍‌ ଦାୟିତ୍ୱ ଗ୍ରହଣ କରିଥିଲେ। ୫୨ ବର୍ଷୀୟ କରିମ୍‌ ଦାୟିତ୍ୱ ନେବାରେ ସେତେଟା ସଫଳ ହୋଇପାରି ନ ଥିଲେ ବୋଲି ଆଲୋଚନା ହୋଇଥିଲା। ଫଳରେ ସେ ସମସ୍ତଙ୍କ ନଜରରେ ରହିଥିଲେ। ତେବେ ବୋର୍ଡ ତରଫରୁ ଏ ନେଇ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ। ଘରୋଇ କ୍ରିକେଟ ନେଇ ଯୋଜନା ଓ ପରିଚାଳନାରେ କରିମ୍‌ଙ୍କ କାର୍ଯ୍ୟ ନେଇ ବୋର୍ଡ ସନ୍ତୁଷ୍ଟ ନ ଥିଲା।
କରିମ୍‌ଙ୍କୁ ପଦରୁ ଇସ୍ତଫା ଦେବାକୁ କୁହାଯାଇଥିଲା ବୋଲି ବିସିସିଆଇ ସୁତ୍ରରୁ ଜଣାଯାଇଛି। କୋଭିଡ୍‌ -୧୯ ମହାମାରୀକୁ ଦୃଷ୍ଟିରେ ରଖି ଘରୋଇ କ୍ରିକେଟ ପାଇଁ ସେ ଏକ ଗଠନମୂଳକ ଯୋଜନା ପ୍ରସ୍ତୁତ କରିବାରେ ବିଫଳ ହୋଇଥିଲେ ବୋଲି କୁହାଯାଇଛି। ଦେଶରେ ମହାମାରୀର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଡିସେମ୍ବର ପୂର୍ବରୁ ଘରୋଇ କ୍ରିକେଟ ଆରମ୍ଭ ହେବା ଅସମ୍ଭବ ମନେ ହେଉଛି। ଯଦି ଅନୁମାନ ଅନୁସାରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆଗାମୀ ସେପ୍ଟେମ୍ବର- ନଭେମ୍ବରରେ ଆୟୋଜନ ହୁଏ ତେବେ ଏହି ସମୟରେ ଘରୋଇ କ୍ରିକେଟ ଆୟୋଜନ ହୋଇପାରିବ ନାହିଁ। ଏହାପୂର୍ବରୁ ଜୋହରିଙ୍କ ଇସ୍ତଫାକୁ ମଧ୍ୟ ଗ୍ରହଣ କରାଯାଇଛି। ବୋର୍ଡର ମୁଖ୍ୟ ଫାଇନାନ୍ସିଆଲ ଅଫିସର ସନ୍ତୋଷ ରାଙ୍ଗେନେକର ମଧ୍ୟ ଗତବର୍ଷ ଇସ୍ତଫା ଦେଇଥିଲେ। ବୋର୍ଡର ନୂଆ ସଭାପତି ସୌରଭ ଗାଙ୍ଗୁଲି ଦାୟିତ୍ୱ ନେବା ପରେ ନୂଆ ଅଧିକାରୀ ମାନେ ନିଯୁକ୍ତ ପାଇବା ପରେ ସେ ଇସ୍ତଫା ଦେଇଥିଲେ।
ଜଣେ ଉଇକେଟକିପର ବ୍ୟାଟ୍ସମ୍ୟାନ ହିସାବରେ କରିମ୍‌ ଭାରତ ତରଫରୁ ପ୍ରତିନିଧିତ୍ୱ କରି ଗୋଟିଏ ଟେଷ୍ଟ ଓ ୩୪ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ସେହିପରି ସେ ୧୨୯ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି। ପୂର୍ବରୁ କରିମ୍‌ କର୍ପୋରେଟ୍‌ ସେକ୍ଟରରେ ମଧ୍ୟ ସଫଳତାର ସହ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ପୂର୍ବାଞ୍ଚଳ ପାଇଁ ଜାତୀୟ ଚୟନକର୍ତ୍ତା ଭାବେ କାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri