Posted inଖେଳ

ବିସିସିଆଇ ଜେନେରାଲ ମ୍ୟାନେଜର ପଦରୁ ସବା କରିମ୍‌ଙ୍କ ଇସ୍ତଫା

ମୁମ୍ବାଇ,୧୯।୭(ପି.ଟି.): ପୂର୍ବତନ କ୍ରିକେଟର ସବା କରିମ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟ ଅପରେଶନ ଜେନେରାଲ ମ୍ୟାନେଜର ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପଦରୁ ଇସ୍ତାଫା ଦେବା ପାଇଁ କୁହାଯାଇଥିଲା। ବୋର୍ଡ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ଇସ୍ତଫା ଦେବାର ଗୋଟିଏ ସପ୍ତାହ ପରେ କରିମ୍‌ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୭ ଡିସେମ୍ବରରେ କରିମ୍‌ ଦାୟିତ୍ୱ ଗ୍ରହଣ କରିଥିଲେ। ୫୨ ବର୍ଷୀୟ କରିମ୍‌ ଦାୟିତ୍ୱ ନେବାରେ ସେତେଟା ସଫଳ ହୋଇପାରି ନ ଥିଲେ ବୋଲି ଆଲୋଚନା ହୋଇଥିଲା। ଫଳରେ ସେ ସମସ୍ତଙ୍କ ନଜରରେ ରହିଥିଲେ। ତେବେ ବୋର୍ଡ ତରଫରୁ ଏ ନେଇ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ। ଘରୋଇ କ୍ରିକେଟ ନେଇ ଯୋଜନା ଓ ପରିଚାଳନାରେ କରିମ୍‌ଙ୍କ କାର୍ଯ୍ୟ ନେଇ ବୋର୍ଡ ସନ୍ତୁଷ୍ଟ ନ ଥିଲା।
କରିମ୍‌ଙ୍କୁ ପଦରୁ ଇସ୍ତଫା ଦେବାକୁ କୁହାଯାଇଥିଲା ବୋଲି ବିସିସିଆଇ ସୁତ୍ରରୁ ଜଣାଯାଇଛି। କୋଭିଡ୍‌ -୧୯ ମହାମାରୀକୁ ଦୃଷ୍ଟିରେ ରଖି ଘରୋଇ କ୍ରିକେଟ ପାଇଁ ସେ ଏକ ଗଠନମୂଳକ ଯୋଜନା ପ୍ରସ୍ତୁତ କରିବାରେ ବିଫଳ ହୋଇଥିଲେ ବୋଲି କୁହାଯାଇଛି। ଦେଶରେ ମହାମାରୀର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଡିସେମ୍ବର ପୂର୍ବରୁ ଘରୋଇ କ୍ରିକେଟ ଆରମ୍ଭ ହେବା ଅସମ୍ଭବ ମନେ ହେଉଛି। ଯଦି ଅନୁମାନ ଅନୁସାରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆଗାମୀ ସେପ୍ଟେମ୍ବର- ନଭେମ୍ବରରେ ଆୟୋଜନ ହୁଏ ତେବେ ଏହି ସମୟରେ ଘରୋଇ କ୍ରିକେଟ ଆୟୋଜନ ହୋଇପାରିବ ନାହିଁ। ଏହାପୂର୍ବରୁ ଜୋହରିଙ୍କ ଇସ୍ତଫାକୁ ମଧ୍ୟ ଗ୍ରହଣ କରାଯାଇଛି। ବୋର୍ଡର ମୁଖ୍ୟ ଫାଇନାନ୍ସିଆଲ ଅଫିସର ସନ୍ତୋଷ ରାଙ୍ଗେନେକର ମଧ୍ୟ ଗତବର୍ଷ ଇସ୍ତଫା ଦେଇଥିଲେ। ବୋର୍ଡର ନୂଆ ସଭାପତି ସୌରଭ ଗାଙ୍ଗୁଲି ଦାୟିତ୍ୱ ନେବା ପରେ ନୂଆ ଅଧିକାରୀ ମାନେ ନିଯୁକ୍ତ ପାଇବା ପରେ ସେ ଇସ୍ତଫା ଦେଇଥିଲେ।
ଜଣେ ଉଇକେଟକିପର ବ୍ୟାଟ୍ସମ୍ୟାନ ହିସାବରେ କରିମ୍‌ ଭାରତ ତରଫରୁ ପ୍ରତିନିଧିତ୍ୱ କରି ଗୋଟିଏ ଟେଷ୍ଟ ଓ ୩୪ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ସେହିପରି ସେ ୧୨୯ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି। ପୂର୍ବରୁ କରିମ୍‌ କର୍ପୋରେଟ୍‌ ସେକ୍ଟରରେ ମଧ୍ୟ ସଫଳତାର ସହ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ପୂର୍ବାଞ୍ଚଳ ପାଇଁ ଜାତୀୟ ଚୟନକର୍ତ୍ତା ଭାବେ କାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri