Posted inଖେଳ

ଘରୋଇ କ୍ରିକେଟ ସେସନକୁ ଛୋଟ କଲା ବିସିସିଆଇ: କେବଳ ରଣଜୀ, ବିନୁ ମଙ୍କଡ ଟ୍ରଫି ଖେଳାଯିବ

ମୁମ୍ବାଇ,୧୯।୭(ପି.ଟି.): କୋଭିଡ୍‌-୧୯ ମହାମାରୀର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଆଗାମୀ ଘରୋଇ କ୍ରିକେଟ ସେସନକୁ କାଟଛାଣ୍ଟ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ଏଥର କେବଳ ରଣଜୀ ଟ୍ରଫି ଓ ୧୯ ବର୍ଷରୁ କମ୍‌ ବିନୁ ମଙ୍କଡ ଟ୍ରଫି ଖେଳାଯିବ ବୋଲି ବୋର୍ଡ ତରଫରୁ କୁହାଯାଇଛି। ଏହି କ୍ରମରେ ଦୁଲୀପ୍‌ ଟ୍ରଫି, ଦେଓଧର ଟ୍ରଫି, ବିଜୟ ହଜାରେ ଟ୍ରଫି ଓ ୨୩ ବର୍ଷରୁ କମ୍‌ ସି.କେ. ନାଇଡୁ ଟ୍ରଫିକୁ ବୋର୍ଡ ବାତିଲ କରିଛି। ତେବେ ସୟଦ ମୁସ୍ତାକ ଅଲୀ ଟି୨୦ ଟୁର୍ନାମେଣ୍ଟ ଆୟୋଜନ କରିବା ପାଇଁ ଚଳିତ ବର୍ଷ ପ୍ରୟାସ କରାଯିବ।
ପୂର୍ବରୁ ଯେପରି ରଣଜୀ ଟ୍ରଫି ପ୍ରାରମ୍ଭିକ ବେଳେ ଖେଳାଯାଉଥିଲା ଏଥର ଏହା ଠିକ୍‌ ସେହିଭଳି ଖେଳାଯିବ ବୋଲି ଆଶା କରାଯାଉଛି। ସାରା ଦେଶକୁ ୫ଟି ଭୌଗଲିକ ଅଞ୍ଚଳରେ ବିଭକ୍ତ କରାଯିବ ଓ ଏହି ଅଞ୍ଚଳଗୁଡିକୁ ନେଇ ରଣଜୀ ଖେଳାଯିବ। ଏଗୁଡିକ ହେଲା ଉତ୍ତର, ପଶ୍ଚିମ, ଦକ୍ଷିଣ, ପୂର୍ବ ଓ କେନ୍ଦ୍ରୀୟ ଅଞ୍ଚଳ। ପ୍ରଥମେ ଜୋନ୍‌ଗୁଡିକ ମଧ୍ୟରେ ମ୍ୟାଚ୍‌ ଖେଳାଳିଯିବ ଓ ସମ୍ପୃକ୍ତ ଜୋନର ବିଜେତା ଘୋଷଣା କରାଯିବ। ଏହାପରେ ଜୋନ୍‌ଗୁଡିକର ବିଜେତା ଦଳଗୁଡିକ ନକ୍‌ଆଉଟ୍‌ ଟୁର୍ନାମେଣ୍ଟ ଖେଳବା ପରେ ରଣଜୀ ଚାମ୍ପିୟନ କେଉଁ ଦଳ ହେବ ଜଣାପଡିବ।
ରଣଜୀ ଟ୍ରଫିରେ ପ୍ରତିବର୍ଷ ୩୮ଟି ଦଳ ଓ ପାଖାପାଖି ୫୦୦ ଖେଳାଳି ଅଂଶଗ୍ରହଣ କରିଥାନ୍ତି। ଦୁଲୀପ ଟ୍ରଫି ଓ ଇରାନୀ ଟ୍ରଫି ପାଇଁ ଖେଳାଳିମାନେ ରଣଜୀରୁ ହିଁ ବଛା ଯାଇଥାନ୍ତି। ତେବେ ପ୍ରତିଭା ଚହ୍ନଟ ତଥା ଅନ୍ବେଷଣ ପାଇଁ ୧୯ ବର୍ଷରୁ କମ୍‌ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ କରିବା ଜରୁରୀ ହୋଇପଡିଛି ବୋଲି ବିସିଆଇ ହୃଦୟଙ୍ଗମ କରିଛି। ଏହି ମହାମାରୀକୁ ଦୃଷ୍ଟିରେ ରଖି ସବୁ ଖେଳାଳିଙ୍କୁ ନ୍ୟାୟୋଚିତ ପାଉଣା ଓ ସମ୍ମାନ ଦେବାକୁ ଉପରେ କାର୍ଯ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ୪ର୍ଥ ଥର ଲାଗି ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବେ ଚେନ୍ନାଇ-ମୁମ୍ବାଇ

ନୂଆଦିଲ୍ଲୀ, ୭।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଲାଗି କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ୟୁଏଇରେ ୧୯...

କ୍ୟାଚ୍‌ ଛାଡ଼ିବାରୁ ସାଥି ଖେଳାଳିଙ୍କୁ ଚାପୁଡା ମାରିଲେ

କରାଚୀ,୨୨।୨: ବିଭିନ୍ନ କାରଣ ଯୋଗୁ ଚଳିତ ପାକିସ୍ତାନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ବିବାଦରେ ଘେରି ହୋଇ ରହିଛି। ବ୍ୟକ୍ତିଗତ କାରଣ ଯୋଗୁ ବିଦେଶୀ ଖେଳାଳି ଆଲେକ୍ସ...

ତୃତୀୟ ଅମ୍ପାୟରଙ୍କ ତ୍ରୁଟି: ପୁନଃ ଲାଗୁ ହେଲା ଇଂଲଣ୍ଡର ଡିଆରଏସ୍‌

ଚେନ୍ନାଇ,୧୪।୨(ପି.ଟି.): ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସରେ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା। ତୃତୀୟ ଅମ୍ପାୟର ଅନିଲ ଚୌଧୁରୀଙ୍କ ଏକ ତ୍ରୁଟି ଯୋଗୁ...

ଶ୍ରୀଲଙ୍କା ୪୧ ରନ୍‌ରେ ପରାଜିତ…

ସିଲହଟ, ୧।୧୦ : ମହିଳା ଏସିଆ କପର ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶର ସିଲହଟରେ ଶନିବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୪୧...

ସୋସିଆଲ ମିଡିଆରେ ପତ୍ନୀଙ୍କୁ ପଟେଇ ଥିଲେ ଧାଓ୍ବନ

କଥାରେ ଅଛି ପ୍ରେମ କେଉଁଠାରେ ବି ହୋଇପାରେ। ଏଥିରେ କିଛି ବି ନିର୍ଦ୍ଦିଷ୍ଟ ମାଧ୍ୟମ ନାହିଁ। ଭାରତୀୟ ଓପନର ଶିଖର ଧାଓ୍ବନ ଓ ତାଙ୍କ ପତ୍ନୀ...

କେକେଆରର ସହଜ ବିଜୟ…

ମୁମ୍ବାଇ, ୧୪।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୧ତମ ମ୍ୟାଚ୍‌ରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ବିପକ୍ଷରେ ସହଜ ବିଜୟ ହାସଲ...

ସେରେନା ନିରାଶ

ନ୍ୟୁୟର୍କ, ୮।୯- ୟୁଏସ୍‌ ଓପନ୍‌ ଫାଇନାଲ ପରାଜୟ ପରେ ଆମେରିକୀୟ ଅଭିଜ୍ଞ ମହିଳା ଟେନିସ୍‌ ତାରକା ସେରେନା ଓ୍ବିଲିୟମ୍ସ ନୈରାଶ୍ୟ ଜାହିର କରିଛନ୍ତି। ଫାଇନାଲ ମ୍ୟାଚ୍‌ରେ...

ପଞ୍ଜାବରେ ଆଉ ୨ ସପ୍ତାହ ବଢ଼ିଲା ଲକ୍‌ଡାଉନ

ଚଣ୍ଡିଗଡ଼,୨୯।୪: କରୋନା ଭାଇରସ୍‌ ମହାମାରୀ ପ୍ରକୋପ ଜାରି ରହିଥିବାରୁ ପଞ୍ଜାବ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର କର୍ଫ୍ୟୁ ଓ...

Advertisement
Archives

Model This Week