Posted inଖେଳ

ଘରୋଇ କ୍ରିକେଟ ସେସନକୁ ଛୋଟ କଲା ବିସିସିଆଇ: କେବଳ ରଣଜୀ, ବିନୁ ମଙ୍କଡ ଟ୍ରଫି ଖେଳାଯିବ

ମୁମ୍ବାଇ,୧୯।୭(ପି.ଟି.): କୋଭିଡ୍‌-୧୯ ମହାମାରୀର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଆଗାମୀ ଘରୋଇ କ୍ରିକେଟ ସେସନକୁ କାଟଛାଣ୍ଟ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ଏଥର କେବଳ ରଣଜୀ ଟ୍ରଫି ଓ ୧୯ ବର୍ଷରୁ କମ୍‌ ବିନୁ ମଙ୍କଡ ଟ୍ରଫି ଖେଳାଯିବ ବୋଲି ବୋର୍ଡ ତରଫରୁ କୁହାଯାଇଛି। ଏହି କ୍ରମରେ ଦୁଲୀପ୍‌ ଟ୍ରଫି, ଦେଓଧର ଟ୍ରଫି, ବିଜୟ ହଜାରେ ଟ୍ରଫି ଓ ୨୩ ବର୍ଷରୁ କମ୍‌ ସି.କେ. ନାଇଡୁ ଟ୍ରଫିକୁ ବୋର୍ଡ ବାତିଲ କରିଛି। ତେବେ ସୟଦ ମୁସ୍ତାକ ଅଲୀ ଟି୨୦ ଟୁର୍ନାମେଣ୍ଟ ଆୟୋଜନ କରିବା ପାଇଁ ଚଳିତ ବର୍ଷ ପ୍ରୟାସ କରାଯିବ।
ପୂର୍ବରୁ ଯେପରି ରଣଜୀ ଟ୍ରଫି ପ୍ରାରମ୍ଭିକ ବେଳେ ଖେଳାଯାଉଥିଲା ଏଥର ଏହା ଠିକ୍‌ ସେହିଭଳି ଖେଳାଯିବ ବୋଲି ଆଶା କରାଯାଉଛି। ସାରା ଦେଶକୁ ୫ଟି ଭୌଗଲିକ ଅଞ୍ଚଳରେ ବିଭକ୍ତ କରାଯିବ ଓ ଏହି ଅଞ୍ଚଳଗୁଡିକୁ ନେଇ ରଣଜୀ ଖେଳାଯିବ। ଏଗୁଡିକ ହେଲା ଉତ୍ତର, ପଶ୍ଚିମ, ଦକ୍ଷିଣ, ପୂର୍ବ ଓ କେନ୍ଦ୍ରୀୟ ଅଞ୍ଚଳ। ପ୍ରଥମେ ଜୋନ୍‌ଗୁଡିକ ମଧ୍ୟରେ ମ୍ୟାଚ୍‌ ଖେଳାଳିଯିବ ଓ ସମ୍ପୃକ୍ତ ଜୋନର ବିଜେତା ଘୋଷଣା କରାଯିବ। ଏହାପରେ ଜୋନ୍‌ଗୁଡିକର ବିଜେତା ଦଳଗୁଡିକ ନକ୍‌ଆଉଟ୍‌ ଟୁର୍ନାମେଣ୍ଟ ଖେଳବା ପରେ ରଣଜୀ ଚାମ୍ପିୟନ କେଉଁ ଦଳ ହେବ ଜଣାପଡିବ।
ରଣଜୀ ଟ୍ରଫିରେ ପ୍ରତିବର୍ଷ ୩୮ଟି ଦଳ ଓ ପାଖାପାଖି ୫୦୦ ଖେଳାଳି ଅଂଶଗ୍ରହଣ କରିଥାନ୍ତି। ଦୁଲୀପ ଟ୍ରଫି ଓ ଇରାନୀ ଟ୍ରଫି ପାଇଁ ଖେଳାଳିମାନେ ରଣଜୀରୁ ହିଁ ବଛା ଯାଇଥାନ୍ତି। ତେବେ ପ୍ରତିଭା ଚହ୍ନଟ ତଥା ଅନ୍ବେଷଣ ପାଇଁ ୧୯ ବର୍ଷରୁ କମ୍‌ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ କରିବା ଜରୁରୀ ହୋଇପଡିଛି ବୋଲି ବିସିଆଇ ହୃଦୟଙ୍ଗମ କରିଛି। ଏହି ମହାମାରୀକୁ ଦୃଷ୍ଟିରେ ରଖି ସବୁ ଖେଳାଳିଙ୍କୁ ନ୍ୟାୟୋଚିତ ପାଉଣା ଓ ସମ୍ମାନ ଦେବାକୁ ଉପରେ କାର୍ଯ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଚନ୍ଦ୍ରଗ୍ରହଣ! ପ୍ରବଳ ଇନକମ କରିବେ ୪ ରାଶି, ଅଜଣା ଲୋକ ସାଜିବେ ଦେବଦୂତ!

ମାସ ମାନଙ୍କ ମଧ୍ୟରେ ଶ୍ରାବଣ ମାସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାସ। ଏହି ପବିତ୍ର ମାସ ଆହୁରି ଗୁରୁତ୍ୱପୂର୍ଣ୍ଣ କାରଣ ଅଗଷ୍ଟ ୨୮ରେ ଆଶିଂକ ଚନ୍ଦ୍ରଗ୍ରହଣ ଲାଗିବାକୁ…

ପ୍ରବଳ ବର୍ଷାରେ ବୁଡ଼ିଗଲାଣି ଧାନଜମି, ଚାଷକାର୍ଯ୍ୟ ବ୍ୟାହତ, ଚାଷୀ ମୁଣ୍ଡରେ ଚଡ଼କ

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳହାଣ୍ଡି ଜିଲାର କେସିଙ୍ଗା ବ୍ଲକ ଅଞ୍ଚଳରେ ଦୀର୍ଘ ୪ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବାରୁ ଚାଷଜମିରେ ବର୍ଷାଜଳ ଭରି ଯାଇଥିବାରୁ ଧାନଗଜା ବୁଡି…

ରାହୁଲଙ୍କ ଅଭିଯୋଗକୁ ନେଇ ସରକାରଙ୍କ କଡ଼ା ଜବାବ, ଗୁଳି ନୁହେଁ କେବଳ….

ନୂଆଦିଲ୍ଲୀ,୨୯।୭: ଲୋକ ସଭାରେ ପେପର ଲିକ ବିରୋଧୀ ବିଲ ଉପରେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ନେଇ ପ୍ରବଳ ହଟ୍ଟଗୋଳ ଦେଖାଦେଇଥିଲା । ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ…

କୌଣସି ପ୍ରମାଣ ନାହିଁ… ୧୧ ବର୍ଷ ପୁରୁଣା ମାମଲାରେ ମନମୋହନ ସିଂଙ୍କୁ କ୍ଲିନଚିଟ୍

ନୂଆଦିଲ୍ଲୀ,୨୯ା୭: କୋଇଲା ବ୍ଲକ ଆବଣ୍ଟନ ମାମଲାରେ ସ୍ବର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିରୋଧରେ ଜାରି ସମନକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁର…

ସିଭିଲ କୋର୍ଟ ପ୍ରତିଷ୍ଠାର ବର୍ଷ ପୂର୍ତ୍ତି ପାଳନରେ ସମ୍ବର୍ଦ୍ଧିତ ହେଲେ ୩ ମାଜିଷ୍ଟ୍ରେଟ୍‌

ଦିଗପହଣ୍ଡି,୨୯ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଗତ ୨୦୨୫ ଜୁଲାଇ ୨୯ରେ ନୂତନ ଭାବେ ଦେଓ୍ବାନୀ କୋର୍ଟ (ସିଭିଲ ଜଜ ସିନିୟର ଡିଭିଜନ) ଶୁଭାରମ୍ଭ ହୋଇଥିଲା।…

ବଢୁଛି ସାପ ଆତଙ୍କ: ଅଧ୍ୟାପକଙ୍କ ଘରେ ବିରାଟ ନାଗ, ଆଉ ତା’ ପରେ……

ଭଞ୍ଜନଗର,୨୯ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଆଜକୁ କିଛିଦିନ ହେବ ମଝିରେ ମଝିରେ ବର୍ଷା ହେଉଛି। ତେଣୁ ଖାଲଖମାଗୁଡ଼ିକ ପାଣିରେ ଭର୍ତ୍ତି ହୋଇଥିବା ଯୋଗୁ ସାପ…

ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଲୋକ ସଭାରେ ପାରିତ ହେଲା ଆଣ୍ଟି ପେପର ଲିକ୍ ବିଲ୍

ନୂଆଦିଲ୍ଲୀ,୨୯ା୭: ଲୋକ ସଭାରେ ଆଣ୍ଟି ପେପର ଲିକ୍ ବିଲ୍ ପାରିତ ହୋଇଛି । ପରୀକ୍ଷାରେ ସଂସ୍କାର ନେଇ ଆସିଥିବା ବିଲ୍ ପାରିତ ହୋଇଛି । ପରୀକ୍ଷାରେ ପେପର…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୨୯ା୭: ବନ୍ୟା ପ୍ରଭାବିତ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜିଲାପାଳମାନଙ୍କୁ ସ୍କୁଲ ଛୁଟି ଘୋଷଣା ସମ୍ପର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri