ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ ଚଳିତ ବର୍ଷର ସର୍ବପିତୃ ଅମାବାସ୍ୟା ବିଶେଷ ହେବାକୁ ଯାଉଛି।

ଜ୍ୟୋତିଷବିତ୍‌ଙ୍କ ମତ ଅନୁସାରେ, ଏହି ସମୟରେ ଶନି ମୀନ ରାଶି, ସୂର୍ଯ୍ୟ କନ୍ୟା ରାଶି ଏବଂ ଶୁକ୍ର ତୁଳା ରାଶିରେ ରହିବେ। ସେହିପରି ଦେବଗୁରୁ ବୃହସ୍ପତି କର୍କଟ ରାଶିରେ ରହିବେ। ଏହା ସହ ହସ୍ତ ନକ୍ଷତ୍ର ଓ ଐନ୍ଦ୍ର ଯୋଗର ସଂଯୋଗ ମଧ୍ୟ ରହିବ। ଏହି ଗ୍ରହ ସ୍ଥିତି ଓ ଶୁଭ ସଂଯୋଗର ପ୍ରଭାବ ୩ଟି ରାଶି ପାଇଁ ବିଶେଷ ଅନୁକୂଳ ହୋଇପାରେ।

କର୍କଟ
ସର୍ବପିତୃ ଅମାବାସ୍ୟା ସମୟରେ କର୍କଟ ରାଶିର ବ୍ୟକ୍ତିଙ୍କୁ ମନମୁତାବକ ସଫଳତା ମିଳିବାର ଯୋଗ ରହିଛି। ନୂଆ ଲୋକଙ୍କ ସହ ପରିଚୟ ହେବ ଏବଂ ସେମାନଙ୍କ ସହଯୋଗରେ ଆରମ୍ଭ କରାଯାଇଥିବା କାମରେ ସଫଳତା ମିଳିପାରେ।

ସନ୍ତାନ ସମ୍ପର୍କିତ କୌଣସି ଭଲ ଖବର ମିଳିପାରେ। ଚାକିରି କ୍ଷେତ୍ରରେ ବଡ଼ ସୁଯୋଗ ମିଳିବା ସହ ସରକାରୀ କ୍ଷେତ୍ରରୁ ମଧ୍ୟ କୌଣସି ଭଲ ଖବର ଆସିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପରିଶ୍ରମକୁ ପ୍ରଶଂସା ମିଳିବ। ପାରିବାରିକ ଜୀବନରେ ସୁଖ-ସୁବିଧା ବଢ଼ିବା ସହ ଘରେ ଖୁସିର ମାହୋଲ ରହିବ।

କନ୍ୟା ରାଶି

କନ୍ୟା ରାଶିର ଲୋକଙ୍କ ପାଇଁ ଏହି ସମୟ ଭାଗ୍ୟୋଦୟର ସଙ୍କେତ ଦେଉଛି। ଦୀର୍ଘଦିନ ଧରି କରୁଥିବା ପରିଶ୍ରମର ସକାରାତ୍ମକ ଫଳ ମିଳିପାରେ। ହଠାତ୍‌ ଆୟ ବୃଦ୍ଧିର ଯୋଗ ମଧ୍ୟ ରହିଛି।

ଯାନବାହନ କିଣିବାର ସୱପ୍ନ ପୂରଣ ହୋଇପାରେ। ଆର୍ଥିକ କ୍ଷେତ୍ରରେ ଲାଭ ମିଳିବା ସହ ପୁରୁଣା ନିବେଶରୁ ମଧ୍ୟ ଭଲ ଫଳ ମିଳିପାରେ। ବିବାହକୁ ନେଇ ପରିବାର ପକ୍ଷରୁ ସମ୍ମତି ମିଳିବାର ଯୋଗ ରହିଛି।

ମକର ରାଶି

ମକର ରାଶି ପାଇଁ ମଧ୍ୟ ଏହି ସମୟ ସଫଳତା ଆଣିପାରେ। ପୁରୁଣା ପରିଚିତ କିମ୍ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ଗୁରୁତ୍ୱପୂର୍ଣ୍ଣ କାମ ସଫଳ ହୋଇପାରେ।

ଆର୍ଥିକ କାରବାର ସମ୍ପର୍କିତ କାମରେ ଭଲ ସମ୍ପର୍କର ଲାଭ ମିଳିପାରେ। ନିକଟ ସମ୍ପର୍କୀୟଙ୍କ ସହ ଭଲ ସମୟ ବିତାଇବାର ସୁଯୋଗ ମିଳିବ। ବ୍ୟବସାୟୀମାନଙ୍କ ପାଇଁ ନୂଆ ସୁଯୋଗ ଆସିପାରେ। କ୍ୟାରିୟର ସମ୍ପର୍କିତ ସମୟୋପଯୋଗୀ ନିଷ୍ପତ୍ତି ଭବିଷ୍ୟତରେ ଲାଭଦାୟକ ହୋଇପାରେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?