ଭାଙ୍ଗିଲା ସବୁ ରେକର୍ଡ: ସବୁଠୁ ଉତ୍ତପ୍ତ ମାସ ସାଜିଲା ଅଗଷ୍ଟ ୨୦୨୬

ନୂଆଦିଲ୍ଲୀ,୧୧।୯(ପି.ଟି.): ‘ଅଗଷ୍ଟ ୨୦୨୬’ ବିଶ୍ୱ ଇତିହାସରେ ସବୁଠାରୁ ଉତ୍ତପ୍ତ ମାସ ଭାବେ ରେକର୍ଡ କରିଛି। ବିଶ୍ୱର ହାରାହାରି ଭୂପୃଷ୍ଠ ବାୟୁ ତାପମାତ୍ରା ୧୬.୯୬ ଡିଗ୍ରୀ ସେଲ୍‌ସିୟସ ରହିବା ସହ ଏହା ‘ଜୁଲାଇ ୨୦୨୩’ର ସର୍ବାଧିକ ତାପମାତ୍ରା ରେକର୍ଡ (୧୬.୯୫ ଡିଗ୍ରୀ ସେଲ୍‌ସିୟସ) ସହ ପ୍ରାୟ ସମକକ୍ଷ ହୋଇଥିବା ନେଇ ୟୁରୋପୀୟ ଜଳବାୟୁ ନିରୀକ୍ଷଣ ସଂସ୍ଥା ‘କୋପରନିକସ୍‌ କ୍ଲାଇମେଟ୍‌ ଚେଞ୍ଜ ସର୍ଭିସ୍‌’ (ସି୩ଏସ୍‌) ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ମାନବସମାଜ ଔଦ୍ୟୋଗିକ ସ୍ତରରେ ତୈଳ, କୋଇଲା ଓ ଗ୍ୟାସ୍‌ ଦହନ କରିବା ପୂର୍ବରୁ ୧୯ଶ ଶତାବ୍ଦୀରେ ପୃଥିବୀର ଯେଉଁ ହାରାହାରି ତାପମାତ୍ରା ଥିଲା, ଗତ ଅଗଷ୍ଟ ମାସର ତାପମାତ୍ରା ତା’ଠାରୁ (ଅର୍ଥାତ୍‌ ପ୍ରାକ୍‌-ଶିଳ୍ପାୟନ ସ୍ତରଠାରୁ) ୧.୬୫ ଡିଗ୍ରୀ ସେଲ୍‌ସିୟସ ଅଧିକ ରହିଥିବା ‘ସି୩ଏସ୍‌’ ପ୍ରକାଶ କରିଛି। ‘ସି୩ଏସ୍‌’ର ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୦୨୫ ପରେ ପ୍ରଥମ ଥର ପାଇଁ କୌଣସି ମାସର ହାରାହାରି ତାପମାତ୍ରା ପ୍ରାକ୍‌-ଶିଳ୍ପାୟନ ସ୍ତରଠାରୁ ୧.୫ ଡିଗ୍ରୀ ସେଲ୍‌ସିୟସ ସୀମା ଅତିକ୍ରମ କରିଛି। ଜୀବାଶ୍ମ ଇନ୍ଧନ (କୋଇଲା, ତେଲ ଓ ଗ୍ୟାସ୍‌) ଦହନ ଯୋଗୁ ନିର୍ଗତ ସବୁଜଗୃହ ଗ୍ୟାସ୍‌ (ଡିଏଚ୍‌ଜି) ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୃଷ୍ଟ ସକ୍ରିୟ ‘ଏଲ୍‌ ନିନୋ’ ସ୍ଥିତି ଏହି ଅସ୍ବାଭାବିକ ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ବୋଲି ଦର୍ଶାଯାଇଛି।
ଏହି ସଙ୍କଟଜନକ ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କରି ଜାତିସଂଘ ଜଳବାୟୁ ପରିବର୍ତ୍ତନ ବିଭାଗର କାର୍ଯ୍ୟନିର୍ବାହୀ ସେକ୍ରେଟାରି ସାଇମନ ଷ୍ଟିଏଲ୍‌ କହିଛନ୍ତି, ଯେପର୍ଯ୍ୟନ୍ତ ମାନବସମାଜ ବିପୁଳ ପରିମାଣର କୋଇଲା, ତୈଳ ଓ ଗ୍ୟାସ୍‌ ଦହନ ବନ୍ଦ ନ କରିଛି, ସେପର୍ଯ୍ୟନ୍ତ ଏହି ପ୍ରଦୂଷଣ ଆମ ପୃଥିବୀକୁ ଉତ୍ତପ୍ତ କରିଚାଲିବ। ଏହି ଗ୍ରୀଷ୍ମପ୍ରବାହ ବହୁ ଲକ୍ଷ ଲୋକଙ୍କ ଜୀବନ ନେବା ସହ ଟ୍ରିଲିୟନ ଡଲାରର କ୍ଷତି ପହଞ୍ଚାଇବ, ପରିବହନ ଓ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବ ଏବଂ ଖାଦ୍ୟ ଭଳି ନିତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଘଟାଇବ। ସେ ଆହୁରି କହିଛନ୍ତି, ଏହି ପ୍ରମାଣ ସମ୍ପୂର୍ଣ୍ଣ ସ୍ପଷ୍ଟ: ଏହା ହେଉଛି ମାନବସମାଜର ଜୀବାଶ୍ମ ଇନ୍ଧନ୍‌ ପ୍ରତି ଆସକ୍ତି ଏବଂ ଏହା ଦ୍ୱାରା ବୃଦ୍ଧି ପାଉଥିବା ବିଶ୍ୱ ଜଳବାୟୁ ସଙ୍କଟର ଏକ ଭୟାନକ ପରିଣାମ।
‘ସି୩ଏସ୍‌’ର ତଥ୍ୟ ଅନୁଯାୟୀ, ଗତ ଅଗଷ୍ଟରେ ମେରୁ ଅଞ୍ଚଳ ବାହାରେ ଥିବା ଅନ୍ତର୍ଜାତୀୟ ସମୁଦ୍ର ପୃଷ୍ଠର ହାରାହାରି ତାପମାତ୍ରା ୨୧.୦୭ ଡିଗ୍ରୀ ସେଲ୍‌ସିୟସ୍‌ରେ ପହଞ୍ଚିଛି, ଯାହା ଅଗଷ୍ଟ ୨୦୨୩ରେ ସୃଷ୍ଟି ହୋଇଥିବା ପୂର୍ବ ରେକର୍ଡ ୨୦.୯୮ ଡିଗ୍ରୀ ସେଲ୍‌ସିୟସ୍‌କୁୁ ଅତିକ୍ରମ କରିଛି। ବିଗତ କିଛି ଦଶନ୍ଧି ଧରି ମାନବକୃତ ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ତପ୍ତ ହେଉଥିବା ସମୁଦ୍ରକୁ କ୍ରାନ୍ତୀୟ ପ୍ରଶାନ୍ତ ମହାସାଗରରେ ସୃଷ୍ଟ ଶକ୍ତିଶାଳୀ ‘ଏଲ୍‌ ନିନୋ’ ଆହୁରି ଅଧିକ ଉତ୍ତପ୍ତ କରିବାରେ ବଳ ଯୋଗାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରନେତାଙ୍କ ତତ୍ପରତା: ୮ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ ହେବା ଚର୍ଚ୍ଚା

ଭବାନୀପାଟଣା,୧୧ା୯(ଉତ୍ତମ କୁମାର ଦାଶ):ଦୀର୍ଘ ୮ବର୍ଷର ବ୍ୟବଧାନ ପରେ ଛାତ୍ରସଂସଦ ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟରେ ଛାତ୍ରସଂସଦ ପୁଣି ଥରେ ଆରମ୍ଭ କରିବା ନେଇ ଉଚ୍ଚଶିକ୍ଷା…

ଓରାଙ୍ଗ୍‌ଉଟାନ ଶାବକଙ୍କ ଡିଏନ୍‌ଏ ପରୀକ୍ଷାକୁ ନେଇ ଉଠୁଛି ପ୍ରଶ୍ନବାଚୀ: ଜାଣନ୍ତୁ କାହିଁକି

ଭୁବନେଶ୍ୱର,୧୧ା୯(ରବିନାରାୟଣ ଜେନା):ବାଲେଶ୍ୱର ଜଙ୍ଗଲ ଅଞ୍ଚଳରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗ୍‌ଉଟାନ ଶାବକଙ୍କୁ ନେଇ ସବୁ ପ୍ରକାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ…

ଆମେରିକା ଛାଡ଼ିବାକୁ ‘ମିଷ୍ଟର ସିଂ’ଙ୍କୁ ଧମକ, US ବିଜ୍ଞାପନକୁ ନେଇ ହଙ୍ଗାମା

ୱାଶିଂଟନ,୧୧।୯(ପି.ଟି.): ଆମେରିକାର ‘ଡିପାର୍ଟମେଣ୍ଟ ଅଫ୍‌ ହୋମଲ୍ୟାଣ୍ଡ୍‌ ସିକ୍ୟୁରିଟି’ (ଡିଏଚ୍‌ଏସ୍‌) ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ଜାରି କରାଯାଇଥିବା ଏକ ବିଜ୍ଞାପନକୁ ନେଇ ସାରା ବିଶ୍ୱରେ ତୀବ୍ର…

ଲଘୁଚାପ ସକ୍ରିୟ: ଏହି ୧୦ ଜିଲାରେ ଛେଚିବ ବର୍ଷା, ସତର୍କ ସୂଚନା ଜାରି

ଭୁବନେଶ୍ୱର, ୧୧ା୯:ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଫଳରେ ଗୁରୁବାର ଅଧିକାଂଶ ଜିଲାରେ ବର୍ଷା ହୋଇଥିବାବେଳେ କଟକ ଜିଲା ବାଙ୍କୀଠାରେ ସର୍ବାଧିକ ୧୦୪ ମି.ମି. ବର୍ଷ…

ବାରିପଦାରୁ ୨ ଅଡିଟ୍ ଅଫିସର୍‌ଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍

ବାରିପଦା,୧୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଆଦିବାସୀ ହଷ୍ଟେଲ ଗୁଡିକର ଅଡିଟ…

ଭାରତରେ ପହଞ୍ଚିଲେ ପୁଟିନ: ଜୋରଦାର ସ୍ବାଗତ, ଜିନ୍‌ପିଙ୍ଗଙ୍କୁ ଅପେକ୍ଷା

ନୂଆଦିଲ୍ଲୀ,୧୧।୯: ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ସକାଳେ ଭାରତରେ ପହଞ୍ଚିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା ପରେ ଭାରତୀୟ ଅଧିକାରୀମାନେ…

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୧୧।୯(ପି.ଟି.): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (ବ୍ରେଣ୍ଟ କ୍ରୁଡ୍‌) ଦର ବୃଦ୍ଧି ଏବଂ ବୈଦେଶିକ ପୁଞ୍ଜି ପ୍ରତ୍ୟାହାର ଯୋଗୁ ଭାରତୀୟ ମୁଦ୍ରା ‘ଟଙ୍କା’ ମୂଲ୍ୟରେ ବଡ଼ ଧରଣର…

ଗୋଟିଏ କୋଠରିରେ ଚାଲିଛି ୪୭ ବର୍ଷର ବିଦ୍ୟାଳୟ: ଅନୁଦାନ ମିଳୁ ନ ଥିବାରୁ ବଦଳୁନାହିଁ ସ୍ଥିତି

ହାଟଡ଼ିହୀ,୧୧l୯ (ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ କୁଆଡ଼ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥା ଦେଇ ଗତି କରୁଛି। ଗୋଟିଏ ଶ୍ରେଣୀ କକ୍ଷରେ ଶିଶୁ ବାଟିକାରୁ ୫ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri