ଭାଙ୍ଗିଲା ସବୁ ରେକର୍ଡ: ସବୁଠୁ ଉତ୍ତପ୍ତ ମାସ ସାଜିଲା ଅଗଷ୍ଟ ୨୦୨୬

ନୂଆଦିଲ୍ଲୀ,୧୧।୯(ପି.ଟି.): ‘ଅଗଷ୍ଟ ୨୦୨୬’ ବିଶ୍ୱ ଇତିହାସରେ ସବୁଠାରୁ ଉତ୍ତପ୍ତ ମାସ ଭାବେ ରେକର୍ଡ କରିଛି। ବିଶ୍ୱର ହାରାହାରି ଭୂପୃଷ୍ଠ ବାୟୁ ତାପମାତ୍ରା ୧୬.୯୬ ଡିଗ୍ରୀ ସେଲ୍‌ସିୟସ ରହିବା ସହ ଏହା ‘ଜୁଲାଇ ୨୦୨୩’ର ସର୍ବାଧିକ ତାପମାତ୍ରା ରେକର୍ଡ (୧୬.୯୫ ଡିଗ୍ରୀ ସେଲ୍‌ସିୟସ) ସହ ପ୍ରାୟ ସମକକ୍ଷ ହୋଇଥିବା ନେଇ ୟୁରୋପୀୟ ଜଳବାୟୁ ନିରୀକ୍ଷଣ ସଂସ୍ଥା ‘କୋପରନିକସ୍‌ କ୍ଲାଇମେଟ୍‌ ଚେଞ୍ଜ ସର୍ଭିସ୍‌’ (ସି୩ଏସ୍‌) ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ମାନବସମାଜ ଔଦ୍ୟୋଗିକ ସ୍ତରରେ ତୈଳ, କୋଇଲା ଓ ଗ୍ୟାସ୍‌ ଦହନ କରିବା ପୂର୍ବରୁ ୧୯ଶ ଶତାବ୍ଦୀରେ ପୃଥିବୀର ଯେଉଁ ହାରାହାରି ତାପମାତ୍ରା ଥିଲା, ଗତ ଅଗଷ୍ଟ ମାସର ତାପମାତ୍ରା ତା’ଠାରୁ (ଅର୍ଥାତ୍‌ ପ୍ରାକ୍‌-ଶିଳ୍ପାୟନ ସ୍ତରଠାରୁ) ୧.୬୫ ଡିଗ୍ରୀ ସେଲ୍‌ସିୟସ ଅଧିକ ରହିଥିବା ‘ସି୩ଏସ୍‌’ ପ୍ରକାଶ କରିଛି। ‘ସି୩ଏସ୍‌’ର ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୦୨୫ ପରେ ପ୍ରଥମ ଥର ପାଇଁ କୌଣସି ମାସର ହାରାହାରି ତାପମାତ୍ରା ପ୍ରାକ୍‌-ଶିଳ୍ପାୟନ ସ୍ତରଠାରୁ ୧.୫ ଡିଗ୍ରୀ ସେଲ୍‌ସିୟସ ସୀମା ଅତିକ୍ରମ କରିଛି। ଜୀବାଶ୍ମ ଇନ୍ଧନ (କୋଇଲା, ତେଲ ଓ ଗ୍ୟାସ୍‌) ଦହନ ଯୋଗୁ ନିର୍ଗତ ସବୁଜଗୃହ ଗ୍ୟାସ୍‌ (ଡିଏଚ୍‌ଜି) ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୃଷ୍ଟ ସକ୍ରିୟ ‘ଏଲ୍‌ ନିନୋ’ ସ୍ଥିତି ଏହି ଅସ୍ବାଭାବିକ ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ବୋଲି ଦର୍ଶାଯାଇଛି।
ଏହି ସଙ୍କଟଜନକ ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କରି ଜାତିସଂଘ ଜଳବାୟୁ ପରିବର୍ତ୍ତନ ବିଭାଗର କାର୍ଯ୍ୟନିର୍ବାହୀ ସେକ୍ରେଟାରି ସାଇମନ ଷ୍ଟିଏଲ୍‌ କହିଛନ୍ତି, ଯେପର୍ଯ୍ୟନ୍ତ ମାନବସମାଜ ବିପୁଳ ପରିମାଣର କୋଇଲା, ତୈଳ ଓ ଗ୍ୟାସ୍‌ ଦହନ ବନ୍ଦ ନ କରିଛି, ସେପର୍ଯ୍ୟନ୍ତ ଏହି ପ୍ରଦୂଷଣ ଆମ ପୃଥିବୀକୁ ଉତ୍ତପ୍ତ କରିଚାଲିବ। ଏହି ଗ୍ରୀଷ୍ମପ୍ରବାହ ବହୁ ଲକ୍ଷ ଲୋକଙ୍କ ଜୀବନ ନେବା ସହ ଟ୍ରିଲିୟନ ଡଲାରର କ୍ଷତି ପହଞ୍ଚାଇବ, ପରିବହନ ଓ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବ ଏବଂ ଖାଦ୍ୟ ଭଳି ନିତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଘଟାଇବ। ସେ ଆହୁରି କହିଛନ୍ତି, ଏହି ପ୍ରମାଣ ସମ୍ପୂର୍ଣ୍ଣ ସ୍ପଷ୍ଟ: ଏହା ହେଉଛି ମାନବସମାଜର ଜୀବାଶ୍ମ ଇନ୍ଧନ୍‌ ପ୍ରତି ଆସକ୍ତି ଏବଂ ଏହା ଦ୍ୱାରା ବୃଦ୍ଧି ପାଉଥିବା ବିଶ୍ୱ ଜଳବାୟୁ ସଙ୍କଟର ଏକ ଭୟାନକ ପରିଣାମ।
‘ସି୩ଏସ୍‌’ର ତଥ୍ୟ ଅନୁଯାୟୀ, ଗତ ଅଗଷ୍ଟରେ ମେରୁ ଅଞ୍ଚଳ ବାହାରେ ଥିବା ଅନ୍ତର୍ଜାତୀୟ ସମୁଦ୍ର ପୃଷ୍ଠର ହାରାହାରି ତାପମାତ୍ରା ୨୧.୦୭ ଡିଗ୍ରୀ ସେଲ୍‌ସିୟସ୍‌ରେ ପହଞ୍ଚିଛି, ଯାହା ଅଗଷ୍ଟ ୨୦୨୩ରେ ସୃଷ୍ଟି ହୋଇଥିବା ପୂର୍ବ ରେକର୍ଡ ୨୦.୯୮ ଡିଗ୍ରୀ ସେଲ୍‌ସିୟସ୍‌କୁୁ ଅତିକ୍ରମ କରିଛି। ବିଗତ କିଛି ଦଶନ୍ଧି ଧରି ମାନବକୃତ ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ତପ୍ତ ହେଉଥିବା ସମୁଦ୍ରକୁ କ୍ରାନ୍ତୀୟ ପ୍ରଶାନ୍ତ ମହାସାଗରରେ ସୃଷ୍ଟ ଶକ୍ତିଶାଳୀ ‘ଏଲ୍‌ ନିନୋ’ ଆହୁରି ଅଧିକ ଉତ୍ତପ୍ତ କରିବାରେ ବଳ ଯୋଗାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍‌ ଇଞ୍ଜିନ ସରକାରରେ…

ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

ବିରାଟଙ୍କୁ ବଡ଼ ଝଟକା, ଶୂନ୍ୟ ରନରେ ଆଉଟ ହେବା ପରେ ତଳକୁ ଖସି ଆସିଛନ୍ତି କୋହଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୭।୧୦: ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ପ୍ରଥମ ମ୍ୟାଚରେ…

ODI ବ୍ୟାଟ୍ସମ୍ୟାନଙ୍କ ଟପ-୧୦ରେ ସାମିଲ ହେଲେ କେଏଲ ରାହୁଲ, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ ଅଛନ୍ତି

ନୂଆଦିଲ୍ଲୀ,୭।୧୦: ODI କ୍ରିକେଟରେ ଭାରତୀୟ ବ୍ୟାଟରମାନଙ୍କର ପ୍ରାଧାନ୍ୟ ପୁଣିଥରେ ସ୍ପଷ୍ଟ ହୋଇଛି। ସାମ୍ପ୍ରତିକ ICC ରାଙ୍କିଙ୍ଗରେ, କେ.ଏଲ. ରାହୁଲ ଏକ ବଡ଼ ଧରଣର ଅଗ୍ରଗତି କରି ଶ୍ରେଷ୍ଠ…

ଇନଷ୍ଟାଗ୍ରାମ୍ ପ୍ରେମିକଙ୍କ ସହ ବିବାହ କରିବାକୁ ରାଜି ହେଲେନି ମା’; ଏମିତି ହତ୍ୟା କଲେ ଝିଅ, ଶୁଣିଲେ ଥରିଉଠିବ ଛାତି

ନୂଆଦିଲ୍ଲୀ,୭ା୧୦: ହରିୟାଣାର ସୋନିପତରୁ ଆସିଛି ଛାତିଥରା ଘଟଣା।ଇନଷ୍ଟାଗ୍ରାମ୍‌ରେ ହୋଇଥିବା ପ୍ରେମ ଓ ବିବାହ କରିବାକୁ ନେଇ ମା’ ପ୍ରତିବନ୍ଧକ ସାଜିବାରୁ ନିଜ ପ୍ରେମିକ ସହ ମିଶି ମା’ଙ୍କୁ…

ଘର ଦୋହଲିଲା, ଟିଭି ଭାଙ୍ଗିଲା! ଗାଁଲୋକଙ୍କ ଅଭିଯୋଗ ପରେ ବେଆଇନ ପଥର ଖାଦାନ ଉପରେ ଚଢ଼ାଉ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଆଙ୍କୋରଡ଼ା ମୌଜା ବଡ଼ଢ଼ିମିରା ପାହାଡ଼ରେ ବେଆଇନ ପଥର ଖନନ ଓ ବ୍ଲାଷ୍ଟିଂ ଅଭିଯୋଗ ହୋଇଛି। ଏପରି…

ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସର୍ବୋଚ୍ଚ ସମ୍ମାନ

ଷ୍ଟକହୋମ,୭।୧୦: ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ବୈଜ୍ଞାନିକ ହେନ୍ରି ବି. କାଗାନ୍ ଓ କେନ୍ସୋ ସୋଆଇଙ୍କୁ ପ୍ରଦାନ କରାଯାଇଛି । ରସାୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?