କଲେଜ କ୍ଲାସ୍‌ରୁମ୍‌ରେ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ

ଯାଜପୁର/ବରୀ (ହର୍ଷବର୍ଦ୍ଧନ ବେହେରା/ ମହେନ୍ଦ୍ର ସ୍ବାଇଁ), ୧୬ା୧: ଯାଜପୁର ଜିଲା ବରୀ ଥାନା ଅନ୍ତର୍ଗତ ଏକ ପ୍ରତିଷ୍ଠିତ କଲେଜର ଯୁକ୍ତ ୩ ଶେଷ ବର୍ଷର ଜଣେ ଛାତ୍ରୀଙ୍କୁ ଅଧ୍ୟାପକ ଯୌନ ନିର୍ଯାତନା ଦେବା ସହ କ୍ଳାସ୍‌ରୁମ୍‌ରେ ବଳାତ୍କାର ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାକୁ ଚାପି ଦେଲେ ମାର୍କ ବଢ଼ାଇ ଦିଆଯିବ, ନଚେତ୍‌ ମାର୍କ କାଟି ଦିଆଯିବ ବୋଲି ଅଧ୍ୟାପକ ଏବଂ ଅଧ୍ୟକ୍ଷ ଧମକ ଦେଇଥିବା ଛାତ୍ରୀ ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଛାତ୍ରୀଙ୍କ ଅଭିଯୋଗକୁ ଭିତ୍ତି କରି ଅର୍ଥନୀତି ବିଭାଗର ଅଧ୍ୟାପକ ବିଦ୍ୟାଧର ଧଳଙ୍କ ନାମରେ ବରୀ ଥାନାରେ ଏକ ମାମଲା(ନଂ.୧୬/୨୦୨୫) ରୁଜୁ କରାଯାଇଛି। ତେବେ ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ଅଧ୍ୟାପକଙ୍କୁ ଗିରଫ କରାଯାଇପାରିନାହିଁ।
ଅଭିଯୋଗ ଅନୁଯାୟୀ, ଗତ ୬ ତାରିଖରେ ଛାତ୍ରୀ ଜଣକ ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ କଲେଜକୁ ଯାଇଥିଲେ। ପରୀକ୍ଷା ଚାଲିଥିବା ସମୟରେ ଅଧ୍ୟାପକ ଧଳ ଛାତ୍ରୀଙ୍କ ମୋବାଇଲ ଫୋନ ନେଇ ଚାଲି ଯାଇଥିଲେ। ଏହାର କିଛି ସମୟ ପରେ ଅଧ୍ୟାପକ ଧଳ ପୁଣି ପରୀକ୍ଷା ହଲକୁ ଆସି ଛାତ୍ରୀଙ୍କୁ ଛାଡ଼ି ଦେବାକୁ ସେଠାରେ ନିୟୋଜିତ ଅଧ୍ୟାପିକାଙ୍କୁ କହିଥିଲେ। ଛାତ୍ରୀ ଜଣକ ବାହାରକୁ ଯିବା ପରେ ଅଧ୍ୟାପକ ଛାତ୍ରୀଙ୍କୁ ପରୀକ୍ଷା ସମ୍ପର୍କରେ ପଚାରି ବୁଝିଥିଲେ। ସେଠାରୁ ଯିବା ପାଇଁ ଛାତ୍ରୀ ଜଣକ ଅଧ୍ୟାପକଙ୍କଠାରୁ ଅନୁମତି ମାଗିଥିଲେ। ତାଙ୍କ ମୋବାଇଲ କାହିଁକି ନେଇଥିଲେ ବୋଲି ଛାତ୍ରୀ ଜଣକ ତାଙ୍କୁ ପଚାରିଥିଲେ। ଗୋଟିଏ ଫୋନ କରିବାର ଥିଲା ବୋଲି ଅଧ୍ୟାପକ ଧଳ କହିଥିଲେ। ତାଙ୍କଠାରୁ ମୋବାଇଲ ଆଣି ପଛକୁ ବୁଲିବା ସମୟରେ ଅଧ୍ୟାପକ ଧଳ ଛାତ୍ରୀଙ୍କୁ ପଛରୁ ଜୋରରେ ଭିଡ଼ି ଧରିଥିଲେ। ପାଖରେ ଥିବା କଳା ବିଭାଗର କ୍ଲାସ୍‌ରୁମ୍‌କୁ ଜୋରଜବରଦସ୍ତି ଟାଣି ନେଇ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ଛାତ୍ରୀ ଜଣକ ଏହାକୁ ବିରୋଧ କରିବାକୁ ଚେଷ୍ଟା କରିଥିଲେ। ହେଲେ ଅଧ୍ୟାପକ ଧଳ ଛାତ୍ରୀଙ୍କୁ ଠେଲି ତଳେ ପକାଇ ଦେଇଥିଲେ। ଛାତ୍ରୀ ଜଣକ ପାଟି କରିବାରୁ କଲେଜର ପିଅନ ଆସି ଦେଖି କିଛି ନ କହି ଚାଲି ଯାଇଥିଲେ। ତେବେ ଦ୍ୱିତୀୟ ଥର ପାଟି କରିବାରୁ କଲେଜର ପ୍ରଥମ ବର୍ଷ କେତେଜଣ ଛାତ୍ର ଆସିଯିବାରୁ ଅଧ୍ୟାପକ ଧଳ ଛାତ୍ରୀଙ୍କୁ ଛାଡ଼ି ସେଠାରୁ ଚାଲି ଯାଇଥିଲେ।
ଘରକୁ ଫେରି ଛାତ୍ରୀଜଣକ ମା’ଙ୍କୁ ସବୁ କଥା କହିଥିଲେ। ଏପରି କି କଲେଜର ଅଧ୍ୟକ୍ଷଙ୍କୁ ମଧ୍ୟ ଜଣାଇଥିଲେ। ଏହାପରେ ଅଧ୍ୟାପକ ସିଧାସଳଖ ଧମକ ଦେଇଥିଲେ ଯେ, ତାଙ୍କର ପରୀକ୍ଷା କଣ୍ଟ୍ରୋଲ ରୁମ୍‌ରେ ନିଜ ଲୋକ ଅଛନ୍ତି, ତାଙ୍କୁ ଫେଲ୍‌ କରାଇ ଦେବେ। ସେମାନଙ୍କ କଥା ମାନିଲେ ଅଧିକ ମାର୍କ ଦିଆଯିବ ବୋଲି କଲେଜର ଅଧ୍ୟକ୍ଷ ମଧ୍ୟ ପ୍ରତିଶ୍ରୁତି ଦେଲେ। ହେଲେ ଏହି ପ୍ରସ୍ତାବରେ ଛାତ୍ରୀ ଜଣକ ରାଜି ନ ହେବାରୁ ତାଙ୍କୁ ମାନସିକ ନିର୍ଯାତନା ଦେଇ ଭୟଭୀତ କରାଯାଇଥିଲା। ଛାତ୍ରୀଙ୍କ ଗୋଡ଼ ବିନ୍ଧା ହେବାରୁ ସେ ୮ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ଯାଇ ଏକ୍ସ-ରେ କରି ଚିକିତ୍ସିତ ହୋଇଥିଲେ। ମାନସିକ ଚାପରେ ଥିବାରୁ ସେ ଥାନାରେ ଅଭିଯୋଗ କରିବାରେ ବିଳମ୍ବ ହେଲା ବୋଲି ଛାତ୍ରୀଜଣକ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏ ସଂକ୍ରାନ୍ତରେ ବରୀ ଥାନା ଆଇଆଇସି ଜ୍ୟୋତିର୍ମୟୀ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ଛାତ୍ରୀଙ୍କ ଅଭିଯୋଗ ମୁତାବକ ମାମଲା ରୁଜୁ ହୋଇଛି। ତଦନ୍ତ ଜାରି ରହିଛି ଏବଂ ଖୁବ୍‌ଶୀଘ୍ର ଅଭିଯକ୍ତଙ୍କୁ ଗିରଫ କରାଯିବ। ଏ ନେଇ କଲେଜର ଅଧ୍ୟକ୍ଷ ଏବଂ ସମ୍ପୃକ୍ତ ଅଧ୍ୟାପକଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଦିନରେ ଛାନ୍‌ଭିନ: ନବଙ୍କୁ ବାଜିଥିବା ଗୁଳି ଏ ଯାଏ ମିଳିନି: କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ୨ଜଣିଆ ଟିମ୍‌ ଗୁରୁବାର ୩ୟ ଦିବସରେ ଝାରସୁଗୁଡା ମୁଖ୍ୟ...

ଜେସିବିରେ ଏଟିଏମ୍‌ ତାଡିନେଲେ…

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ସଦର ଥାନା ଅନ୍ତର୍ଗତ ବିଟିଏମ୍‌ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍‌ ମେଶିନକୁ ଦୁର୍ବୃତ୍ତମାନେ ଜେସିବି...

ଯୁବକଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତ ଗିରଫ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମର ପିଙ୍କୁ ଓରଫ ସୁଧାଂଶୁ ପ୍ରଧାନ(୨୫)ଙ୍କୁ ପିଟିପିଟି ହତ୍ୟା ମାମଲାରେ ପୋଲିସ ୫ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ...

ଫ୍ରିଜ୍‌ କମ୍ପ୍ରେସର ଫାଟି ଘରେ ଅଗ୍ନିକାଣ୍ଡ

ରାଉରକେଲା,୨୦।୩(ସଙ୍ଗୀତା ଜେନା): ରାଉରକେଲା ମଧୁସୂଦନପାଲୀରେ ଗୁରୁବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ଫ୍ରିଜ କମ୍ପ୍ରେସର ଫାଟି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଘରର ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର...

ମୂଷାନାଳ ସହର ମୁଖ୍ୟ ରାସ୍ତା ମରଣଯନ୍ତା, ଲୋକେ ହନ୍ତସନ୍ତ

ଲାଞ୍ଜିଗଡ଼,୨୧/୩ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ମୂଷାନାଳ ସହର ମଝିରେ ଥିବା ମୁଖ୍ୟ ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇ ମରଣଯନ୍ତା ପାଲଟିଛି।...

୨ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ: ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ

ପାରଳାଖେମୁଣ୍ଡି,୨୦ା୩(ଗିରିଧାରୀ ପରିଛା): ପାରଳାଖେମୁଣ୍ଡିର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ତିରୁପତି ସାହୁକାର ଓ ଲୋକେଶ୍ୱର ସାହୁକରଙ୍କ ଘରେ ଗୁରୁବାର ଆୟକର ବିଭାଗ ଚଢ଼ାଉ କରିଛି। ଉଭୟେ ଆୟକର...

ସମବାୟ ସମିତି ବୋର୍ଡ ସଦସ୍ୟଙ୍କ ଆମରଣ ଅନଶନ: ଦାବି ଶୁଣୁନି ପ୍ରଶାସନ

ଦାରିଙ୍ଗବାଡି, ୨୦।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବୃହଦଗାର ସମବାୟ ସମିତି ଲିଃର ବୋର୍ଡ ସଦସ୍ୟ ମାନେ ବିଭିନ୍ନ ଦାବି ନେଇ ସମିତି...

ନାବାଳକ ଛାତ୍ର ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା: ମୋବାଇଲ ପାଇଁ…

ବରଗଡ଼, ୨୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ପଣ୍ଡରିତରାଇ ଜଙ୍ଗଲ ଭିତରୁ ଗତ ସୋମବାର ନାବାଳକ ଛାତ୍ର ସମୀର ପ୍ରଧାନ(୧୪) ମୃତଦେହ ଉଦ୍ଧାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri