ତାଲିବାନକୁ ବିରୋଧ ନ କରିବାକୁ ଅଶରଫ ଘାନି ନେଇଥିଲେ ୧୧୦ ନିୟୁତରୁ ଅଧିକ ଡଲାର,କତାର ଦେଇଥିଲା ଲାଞ୍ଚ…

କାବୁଲ,୨।୨ : ତାଲିବାନକୁ ବିରୋଧ ନ କରିବା ପାଇଁ କତାର ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆଶରଫ ଘାନିଙ୍କୁ ୧୧୦ ମିଲିୟନ ଡଲାରରୁ ଅଧିକ ଲାଞ୍ଚ ଦେଇଥିଲା। ଇଟାଲୀର ସ୍ଥାନୀୟ ଗଣମାଧ୍ୟମ ଟିଜି-୧ ରାଏ ଏହାର ଅନୁସନ୍ଧାନ ରିପୋର୍ଟରେ ଏହି ସମ୍ବେଦନଶୀଳ ଦାବି କରିଛି। ଏହି ରିପୋର୍ଟରେ ଅଜମଲ ଅହମ୍ମଦଙ୍କ ଦସ୍ତଖତ ହୋଇଥିବା ଏକ ରସିଦ ଦଲିଲ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଯିଏ ସେତେବେଳେ ଘାନିଙ୍କର ସ୍ବତନ୍ତ୍ର ଦୂତ ତଥା ଆଫଗାନିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କର ମୁଖ୍ୟ ଥିଲେ।

୨୦୨୧ ମସିହା ଅଗଷ୍ଟ ୧୫ରେ ତାଲିବାନ ଆଫଗାନିସ୍ତାନର ରାଜଧାନୀରେ ପ୍ରବେଶ କରିବା ପରେ ପୂର୍ବତନ ରାଷ୍ଟ୍ରପତି କାବୁଲ ଛାଡି ପଳାଇଥିଲେ ଏବଂ ବର୍ତ୍ତମାନ ସେ ସଂଯୁକ୍ତ ଆରବ ଏମିରେଟ୍ସରେ ନିର୍ବାସନରେ ରହୁଛନ୍ତି। ତାଙ୍କ ଅନୁପସ୍ଥିତିରେ ତାଲିବାନ ରାଷ୍ଟ୍ରପତି ଭବନକୁ ଦଖଲ କରିବାର ବାଟ ଫିଟିଥିଲା। ପରେ ଘାନି ଆଫଗାନିସ୍ତାନ ନାଗରିକଙ୍କ ନିକଟରେ କ୍ଷମା ମାଗି କହିଥିଲେ ଯେ ରକ୍ତପାତରୁ ଦେଶକୁ ରକ୍ଷା କରିବା ପାଇଁ ଦେଶ ଛାଡ଼ି ପଳାଇଥିଲେ।

ରାଜନୈତିକ ସମାଧାନରେ ପହଞ୍ଚିବା ପୂର୍ବରୁ ପଳାୟନ କରିଥିବାରୁ ତାଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କଡ଼ା ସମାଲୋଚନା କରାଯାଇଥିଲା। ତଥାପି ସେ ନିଜକୁ ଆଫଗାନିସ୍ତାନର ରାଷ୍ଟ୍ରପତି ଭାବେ ବିବେଚନା କରୁଛନ୍ତି। ତାଙ୍କ ସରକାରର ପତନ ପୂର୍ବରୁ ଘାନି ଦାବି କରିଥିଲେ ଯେ ସେ ମୃତ୍ୟୁ ପର୍ଯ୍ୟନ୍ତ ତାଲିବାନ ବିରୁଦ୍ଧରେ ଠିଆ ହେବେ।

ସେ କହିଛନ୍ତି ଯେ ଯେତେବେଳେ କାବୁଲର ପତନ ଘଟିଲା ସେତେବେଳେ ତାଙ୍କର କୌଣସି କାର୍ଯ୍ୟନିର୍ବାହୀ ଶକ୍ତି ନ ଥିଲା। ଘାନି ଗତ ବର୍ଷ ଅଗଷ୍ଟରେ ଏକ ଗଣମାଧ୍ୟମକୁ କହିଥିଲେ ଯେ ସେ ଦେଶ ଛାଡିଥିବା ଶେଷ ବ୍ୟକ୍ତି ଥିଲେ। ସେ ଡ.ନଜୀବଙ୍କ ତିକ୍ତ ଅନୁଭୂତିର ପୁନରାବୃତ୍ତି ନହେବା ପାଇଁ ଏହା କରିଛନ୍ତି। ସେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଜିବୁଲ୍ଲାଙ୍କ ବିଷୟରେ କହୁଥିଲେ। ତାଲିବାନ ଦ୍ୱାରା ପ୍ରଥମେ କାବୁଲକୁ ଦଖଲ କଲାବେଳେ ୧୯୯୬ ରେ ତାଙ୍କୁ ହତ୍ୟା କରାଯାଇଥିଲା ।

ସେ କହିଥିଲେ ଯେ ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ଆଗରେ ପଳାୟନ କରିଛନ୍ତି ଏବଂ କାବୁଲରେ ଥିବା ଆମେରିକା ଦୂତାବାସ ଏହାର କର୍ମଚାରୀ ଏବଂ ଆଫଗାନିସ୍ତାନ ସୁରକ୍ଷା ବାହିନୀକୁ ସ୍ଥାନାନ୍ତର କରିବା ଆରମ୍ଭ କରି ଦେଇଥିଲା। ଘାନି କହିଥିଲେ ତାଙ୍କ ଗୁପ୍ତଚର ମୁଖ୍ୟ ତାଙ୍କୁ ସୂଚନା ପ୍ରଦାନ କରିଥିଲେ ଯେ ଆଫଗାନିସ୍ତାନ ସୈନ୍ୟମାନେ ସେତେବେଳେ ଯୁଦ୍ଧ କରିବାରେ ସମର୍ଥ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?