ଜଙ୍ଗଲ ନିଆଁକୁ ନେଇ ଚିନ୍ତା

ନୟାଗଡ଼ ଅଫିସ,୨।୨: ନୟାଗଡ଼ ବନଖଣ୍ଡରେ ଜଙ୍ଗଲ ନିଆଁ ଚିନ୍ତାର କାରଣ ହୋଇଛି । ଗତବର୍ଷ ନୟାଗଡ଼ ବନଖଣ୍ଡର ୧୮୪ ପଏଣ୍ଟର ୧୩୯ ହେକ୍ଟରରେ ନିଆଁ ଲାଗିଥିଲା । ଗଛର ପତ୍ରଝଡ଼ା ପରେ ନିଆଁ ଲାଗିବାର ସମ୍ଭାବନା ରହୁଛି । ଫେବୃୟାରୀରୁ ଆରମ୍ଭ ହୋଇଥାଏ ଜଙ୍ଗଲରେ ନିଆଁ ଲାଗିବା। ଜଙ୍ଗଲରେ ନିଆଁ ମନୁଷ୍ୟକୃତ ହୋଇଥିଲେ ହେଁ ଏହା ଉପରେ ଲଗାମ ଲାଗିପାରୁନି । ବଣ ଜଙ୍ଗଲ ଘେରା ନୟାଗଡ଼ ଜିଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ନୟାଗଡ଼ ସହର ସମେତ ଜିଲାର ବିଭିନ୍ନ ଗଁା ଧୂଆଁମୟ ହୋଇ ଯାଇଥାଏ। ଯାହାର ଭୟାବହତା ୨୦୨୧ ଫେବୃୟାରୀ ଓ ମାର୍ଚ୍ଚରେ ଦେଖିବାକୁ ମିଳିଥିଲା । ଜିଲା ସଦର ମହକୁମାରେ ସହର ସାରା ନିଆଁ ଜମି ରହିଥିଲା । ନିଆଁର ନିଆଁରେ ଆଖି ପୋଡ଼ିଥିଲା, ଏପରିକି ନିଃଶ୍ୱାସ ପ୍ରଶ୍ୱାସ ନେବା କଷ୍ଟ ହୋଇଥିଲା। ନିଆଁର ପ୍ରକୋପ କମିବା ବଦଳରେ ବଢ଼ିଥିଲା । ଫଳରେ ଆକାଶ ମେଘାଚ୍ଛନ୍ନ ଥିବାବେଳେ ପରିବେଶରେ ଧୂଆଁ କୁହୁଡିର ଭ୍ରମ ସୃଷ୍ଟି କରିଥିଲା। ସେହି ବର୍ଷ ନିଆଁରେ ପୋଡ଼ି ହୋଇ ଏକାଧିକ ବନ୍ୟଜନ୍ତୁ ପ୍ରାଣ ହରାଇଥିଲେ।

ବହୁ ଜୀବଜନ୍ତୁ ଗଁା ଓ ସହର ମୁହଁା ହୋଇ ଶିକାର ପାଲଟିଥିଲେ। ଗଛର ପତ୍ରଝଡା ସମୟରେ ଜଙ୍ଗଲରେ ନିଆଁ ଲଗାଇ ଜୀବଜନ୍ତୁଙ୍କୁ ସୁବିଧାରେ ଶିକାରୀ ଶିକାର କରିଥାଆନ୍ତି । ସେହିପର ଅଙ୍ଗାର ପାଇଁ ମଧ୍ୟ ଜଙ୍ଗଲରେ ନିଆଁ ଲାଗେ । କେତେଜଣ ଲୋକ ପୋଡୁ ଚାଷ କରି ଜଙ୍ଗଲକୁ ପଦା କରିବା ପାଇଁ ନିଆଁ ଲଗାଇଥାନ୍ତି । ଏପରି ବିଭିନ୍ନ କାରଣରୁ ଜଙ୍ଗଲ ଜଳେ। ନିଆଁ ଲଗାଇବା ଦଣ୍ଡନୀୟ ଅପରାଧ। ନିଆଁ ଲଗାଉଥିବା ବ୍ୟକ୍ତିଙ୍କୁ ଓଡ଼ିଶା ଜଙ୍ଗଲ ଆଇନ ୧୯୭୨ ଧାରା ୨୭(୧)(ଏ)୩(ବି) ଅନୁସାରେ ୩ରୁ ୭ବର୍ଷ ଜେଲ ଦଣ୍ଡ ରହିଛି । ସବୁ ସତ୍ତ୍ୱେ ଜଙ୍ଗଲରେ ନିଆଁ ଲାଗିବା ପ୍ରତି ବର୍ଷ ବଢ଼ି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ି ହେଲା ମହିଳାଙ୍କ ୪ କଟା ଆଙ୍ଗୁଠି

କଟକ ଅଫିସ,୧୬ା୭: ଯୋଡ଼ିି ହେଲା ମହିଳାଙ୍କ ୪ କଟା ଆଙ୍ଗୁଠି। ଏଭଳି ବିରଳ ଅସ୍ତ୍ରୋପଚାର ଏସ୍‌ସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗ ଡାକ୍ତରମାନେ କରିଛନ୍ତି। ଫଳରେ ଅସ୍ତ୍ରୋପଚାରର...

ବସ୍‌ରୁ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର ଅଫିସ, ୩୧।୫- ବାଲେଶ୍ବରରୁ ବଲାଙ୍ଗୀର ଆସୁଥିବା ଏକ ଯାତ୍ରୀବାହୀ ବସ୍‌ରୁ ଶୁକ୍ରବାର ସକାଳେ ଜଣେ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି...

ଶ୍ରମିକଙ୍କ ଉପରେ ଖସିଲା ସିମେଣ୍ଟ ବସ୍ତା: ଚାପିହୋଇଗଲେ ୩୦ରୁ ଊର୍ଦ୍ଧ୍ୱ, ୪ ଗୁରୁତର

ବାଲେଶ୍ୱର ଅଫିସ,୧୩।୩: ବାଲେଶ୍ୱର ଜିଲା ରୁପ୍ସା ଥାନା ଅଞ୍ଚଳର ଏକ ସିମେଣ୍ଟ ଗୋଦାମରେ ବସ୍ତା ଖସି ୪ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକମାନେ...

ପୁଅର ଚାକିରି ପାଇଁ ଅର୍ଥ ହରାଇ ମହିଳାଙ୍କ ଆତ୍ମହତ୍ୟା

ବିଞ୍ଝାରପୁର,୧୨ା୧୨(ଡି.ଏନ.ଏ.): ପୁଅର ଚାକିରି କରାଇ ଦେବା ପାଇଁ ଜଣେ ଯୁବକଙ୍କୁ ଟଙ୍କା ଦେଇଥିଲେ ମା’। ହେଲେ ପୁଅର ଚାକିରି ହେଲାନି, ଟଙ୍କା ବି ଫେରି ପାଇଲେନି।...

ଯବାନଙ୍କ କ୍ୟାମ୍ପ୍‌ ଉପରେ ମାଓବାଦୀଙ୍କ ଗୁଳିବର୍ଷଣ: ୪ ଯବାନ ଆହତ

ମାଲକାନଗିରି,୧୮ା୪(ଡି.ଏନ୍‌.ଏ.): ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲାରେ ପୋଲିସ କ୍ୟାମ୍ପ୍‌ ଉପରେ ମାଓବାଦୀ ହମଲା କରିଛନ୍ତି। କୁଟରୁ ଥାନା ଅନ୍ତର୍ଗତ ଦରଭା ପୋଲିସ କ୍ୟାମ୍ପ୍‌ ଉପରେ ରବିବାର...

ପ୍ଲାଜମା ନେଇ ଗଞ୍ଜାମ ଜିଲାର ୩ କରୋନା ଆକ୍ରାନ୍ତ ସୁସ୍ଥ: ଶୁଭେଚ୍ଛା ଜଣାଇଲେ ଜିଲାପାଳ

ଛତ୍ରପୁର,୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶିତଳାପଲିସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲରେ ୩ ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା ଉକ୍ତ ୩ ଜଣଙ୍କ ମଧ୍ୟରେ...

କୋଭିଡ ନିୟମ କଡାକଡି ପାଳନ ନିର୍ଦ୍ଦେଶ: ଚାଲିଚାଲି ଯାଇ ସ୍ଥିତି ପରଖିଲେ ଜିଲାପାଳ

ଛତ୍ରପୁର,୧୭।୬(ଡି.ଏନ୍‌.ଏ.): କରୋନା ମହାମାରୀ ନେଇ ଲକ୍‌ଡାଉନ୍‌ ଉଠି ନ ଥିବା ବେଳେ କଟକଣା କୋହଳ ହୋଇଛି। ଏଣୁ ସମସ୍ତେ କୋଭିଡ ନିୟମ ମାନିବାକୁ ବାଧ୍ୟତାମୂଳକ ଏହାକୁ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଭିଜିଲାନ୍ସ ବିଭାଗ ବନ୍ଦ କଲା ସମବାୟ ସମିତି ସଭାପତିଙ୍କ ବ୍ୟବସାୟିକ ଅନୁଷ୍ଠାନ

ପଦ୍ମପୁର,୨୧।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବରଣ୍ଡୁଆ ପଞ୍ଚାୟତ ସରପଞ୍ଚ ଓ ତାଙ୍କ ସ୍ବାମୀ ସମବାୟ ସମିତିର ସଭାପତିଙ୍କ ମାଲିକାନାରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ...

Advertisement
Archives

Model This Week