Posted inଜାତୀୟ

ଉପକୂଳ ମୁହାଁ ‘ଆସାନି’, ହାଇ ଆଲର୍ଟ ଜାରି…

ନୂଆଦିଲ୍ଲୀ,୨୦।୩ : ଚଳିତ ବର୍ଷର ପ୍ରଥମ ସାଇକ୍ଲୋନିକ ଝଡ ’ଆସାନି’ ବିଷୟରେ ସତର୍କ ସୂଚନା ଜାରି କରାଯାଇଛି । ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଭାଗରେ ଏକ ଲଘୁଚାପ ଅଞ୍ଚଳ ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ କହିଛି।

ଏହାର ପ୍ରଭାବରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗର ବୁଲେଟିନ ଅନୁଯାୟୀ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଞ୍ଚଳ ପୂର୍ବ-ଉତ୍ତର-ପୂର୍ବ ଦିଗକୁ ଗତି କରିଛି ଏବଂ ମାର୍ଚ୍ଚ ୨୦ ରେ ଅଧିକ ଶକ୍ତି ସଞ୍ଜୟ କରିବା ସହିତ ମାର୍ଚ୍ଚ ୨୧ ରେ ସାଇକ୍ଲୋନିକ ଝଡ ଆସାନି ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ କହିଛି ଯେ ଏହି ଲଘୁଚାପ କ୍ଷେତ୍ର ସୋମବାର ଏକ ସାଇକ୍ଲୋନିକ ଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି।

ଏହାର ପ୍ରଭାବରେ ମାର୍ଚ୍ଚ ୨୦ ରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଅଧିକାଂଶ ସ୍ଥାନରେ ସାମାନ୍ୟ ରୁ ମଧ୍ୟମ ବର୍ଷା ଏବଂ ବଜ୍ରପାତ ବିଷୟରେ ପାଣିପାଗ ବିଭାଗ ଚେତାବନୀ ଦେଇଛି। ସାଇକ୍ଲୋନିକ ଝଡ ଯୋଗୁଁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ନିମ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଓ ଜଳସ୍ତର ବଢ଼ିବାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇଛି। ଶନିବାର ଦିନ ବୁଲେଟିନ୍‌ରେ ପାଣିପାଗ ବିଭାଗ କହିଛି ଯେ ଏହା ପରେ ’ଆସାନି’ ବାତ୍ୟା ପ୍ରାୟ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରିବ ଏବଂ ମାର୍ଚ୍ଚ ୨୨ ରେ ଉତ୍ତର ମ୍ୟାନ୍‌ମାରର ଦକ୍ଷିଣ-ପୂର୍ବ ବାଂଲାଦେଶ ଉପକୂଳରେ ପହଞ୍ଚିବ।

ହାଇ ଆଲର୍ଟ ପରେ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସାଇକ୍ଲୋନିକ ଝଡ ’ଆସାନି’ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିବ ବୋଲି ଆଶା କରାଯାଉଥିବାରୁ ନିମ୍ନ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ସହିତ ସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ଆବଶ୍ୟକୀୟ ବ୍ୟବସ୍ଥା କରୁଛି।

ପ୍ରଶାସନର ପ୍ରସ୍ତୁତିର ସମୀକ୍ଷା କରାଯାଉଛି ଏବଂ ସମସ୍ତ ପ୍ରଭାବିତ ଆଶଙ୍କା ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତରିତ କରି ଆଶ୍ରୟ ଦେବା ପାଇଁ ଅସ୍ଥାୟୀ ଶିବିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଆଶ୍ରୟସ୍ଥଳରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ, ଜଳ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଖରାପ ପାଗକୁ ଦୃଷ୍ଟିରେ ରଖି ସମୁଦ୍ରକୁ ମାଛ ଧରି ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

ମତ୍ସ୍ୟଜୀବୀମାନଙ୍କୁ ଆଣ୍ଡାମାନ ସାଗର ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପ୍ରବେଶ ନକରିବାକୁ ସତର୍କ ସୂଚନା ଜାରି ହୋଇଛି। ସେହିପରି ଶିପିଂ ସେବାକୁ ତୁରନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ବିରୋଧୀଙ୍କ ହଟ୍ଟଗୋଳ, ସଂସଦ ଅଚଳ! ଲୋକ ସଭାରେ ୧୯% ଏବଂ ରାଜ୍ୟ ସଭାରେ ୩୯% କାର୍ଯ୍ୟ ସହିତ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ,୧୩।୮: ଗୁରୁବାର (୧୩ ଅଗଷ୍ଟ, ୨୦୨୬) ଦିନ ଲୋକ ସଭା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନ ସମୟରେ, ଲୋକ ସଭାରେ ୧୯…

ଲୋକ ସଭା ଇତିହାସରେ ପ୍ରଥମ ଥର, ଗୃହର କାର୍ଯ୍ୟକାଳ ସମୟରେ ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ’

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri