କୋକଲୁଣ୍ଡା ରଙ୍ଗମଞ୍ଚରେ କଳାକାରଙ୍କୁ ସମ୍ବର୍ଦ୍ଧନା, ପ୍ରଶଂସା ସାଉଁଟିଲା ‘କିଏ କାନ୍ଦି ନାହଁ ହାତ ଟେକ’

ବେଲଗୁଣ୍ଠା,୧୬।୪( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଚଳିତ ବର୍ଷ ଗଞ୍ଜାମ ପ୍ରସିଦ୍ଧ ଦଣ୍ଡନାଚ ଏହାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏହା ଭିନ୍ନ ଭିନ୍ନ ସମୟରେ ଆରମ୍ଭ ହୋଇଥିଲେ ମଧ୍ୟ ମାସନ୍ତ ମେରୁ ଓ ସଂକ୍ରାନ୍ତି ମେରୁ ଦୁଇଟି ପ୍ରଯ୍ୟାୟରେ ସମାପନ ହୋଇଥାଏ । ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଉଢୁରା ପଞ୍ଚାୟତ କୋକଲୁଣ୍ଡା ଗ୍ରାମରେ ମେରୁ ଯାତ୍ରା ଓ କଳାକାର ସମ୍ବର୍ଦ୍ଧନା ସଭା ଶାନ୍ତିଶୃଙ୍ଖଳା ସହ ସମାପନ ହୋଇଛି । ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବରୁ ଯୁବ ପରିଚାଳନା କମିଟି ତରଫରୁ ସବୁ କଳାକାର, ନାଟ୍ୟ ସହଯୋଗୀ ମାନଙ୍କୁ ସେମାନଙ୍କ ନିଷ୍ଠାପର ଯୋଗଦାନ ସକାଶେ ସମ୍ବର୍ଦ୍ଧିତ କରାଯାଇଛି ।

ଚଳିତ ବର୍ଷର ଶ୍ରୀ ବିଶ୍ୱନାଥ ନାଟ୍ୟ ସଂଘ, କୋକଲୁଣ୍ଡା ଦ୍ୱାରା ପରିବେଷିତ ନାଟକ “କିଏ କାନ୍ଦି ନାହଁ ହାତ ଟେକ” ସବୁଆଡେ ପ୍ରଶଂସା ସାଉଁଟିଛି । ଯାତ୍ରା ଜଗତର ସୁନାମଧନ୍ୟ ନିର୍ଦ୍ଧେଶକ ଶାନ୍ତନୁ ଓଝାଙ୍କ ବଳିଷ୍ଠ ନିର୍ଦ୍ଧେଶନା,ଉଚ୍ଚଶିକ୍ଷିତ କଳାକାର, ଉତ୍ତମ ସାହିତ୍ୟିକ ସଂଳାପ ସହିତ ମେଲୋଡିର ଶାଳୀନତା,ଶୃଙ୍ଖଳା ଓ ଭଗବାନଙ୍କ ଗୁଣ କୀର୍ତ୍ତନ କାର୍ଯ୍ୟକ୍ରମ ମଞ୍ଚର ଗାରିମାକୁ ବହୁଗୁଣିତ କରୁଥିଲା । ଯୁବ ପରିଚାଳନା କମିଟିଙ୍କ ଏହି ସାଂସ୍କୃତିକ ଆଭିମୁଖ୍ୟ ବରିଷ୍ଠ ବ୍ୟକ୍ତି ମାନଙ୍କୁ ବେଶ ପ୍ରଭାବିତ କରିଛି । ଯୁବ ପରିଚାଳନା କମିଟି ରମେଶ, କିରଣ, କାଳିଚରଣ, ରୁଦ୍ର, ରାଜେଶ ବରା , ମୁନା, ବାବୁଲି, ସ୍ବସ୍ତି ସୁନ୍ଦର, ସଞ୍ଜୟ, ବିକ୍ରମ, ଟୁକୁନା, କାଳୁଚରଣ,ଚିତ୍ରସେନ, ଦୀପକ, ଭାବଗ୍ରାହୀ, ରବୀନ୍ଦ୍ର, ରାଜେଶ ପ୍ରଧାନ, ବିଷ୍ଣୁ, ମିଟୁ, ସାଗର, ସଚିନ, ପବିତ୍ର କାର୍ଯ୍ୟକ୍ରମର ସଫଳତାର ଶ୍ରେୟ ଗ୍ରାମର ପ୍ରତ୍ୟେକ ଗ୍ରାମବାସୀଙ୍କୁ ଅର୍ପଣ କରିଛନ୍ତି । ସନ୍ଧ୍ୟା ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମକୁ ସ୍ବସ୍ତି ସୁନ୍ଦର ସଂଯୋଜନା କରିଥିବା ବେଳେ ରାଜେଶ ବରା ଧନ୍ୟବାଦ ଜ୍ଞାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଡ଼ାରିରୁ OSRTC ବସ୍ ସେବା ଦାବି: ବିଧାନସଭାରେ ଉଠିଲା ପ୍ରଶ୍ନ, ମନ୍ତ୍ରୀ କହିଲେ….

ଗୁଡାରି,୨୪।୯(ପ୍ରମୋଦ କୁମାର ପତି ): ଗୁଡାରିରୁ ରାଜଧାନୀ ଭୁବନେଶ୍ୱରକୁ ସରକାରୀ ବସ ସେବା ପ୍ରଦାନ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ।…

୫୯ ନଂ ଜାତୀୟ ରାଜପଥ ଗାଜଲବାଡି ଘାଟି ସିଲ୍, ଗୋପାଳପୁର-ରାଇପୁର ଯାତାୟାତ ବନ୍ଦ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟି ରାସ୍ତାକୁ ସିଲ୍ କଲା କନ୍ଧମାଳ ଜିଲା…

କଳିଙ୍ଗା ଘାଟିରେ ଭୂସ୍ଖଳନ: ଯାତାୟାତ ବନ୍ଦ, ଘଟଣାସ୍ଥଳରେ ପ୍ରଶାସନ

ଜି.ଉଦୟଗିରି, ୨୪।୯ (ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସମ୍ଭାବ୍ୟ ବାତ୍ୟାର ପ୍ରଭାବ ସହ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲାର କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି।…

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗମନାଗମନ ବନ୍ଦ ଆଶଙ୍କା

ଭଞ୍ଜନଗର, ୨୪।୯ (ବାବୁଲା ପ୍ରଧାନ):ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପୁଣି ଭୂସ୍ଖଳନ ହୋଇଛି। ଏଥର ଅନ୍ଧାରୀକୋଟି ମନ୍ଦିର…

ବାଘୁଆ ଜଳଭଣ୍ଡାରରେ ଖୋଲିଲା ୨ ଗେଟ୍, ୪ ବର୍ଷ ପରେ ବଢ଼ି ପାଣି ଦେଖିଲେ ଲୋକେ

ବୁଗୁଡ଼ା,୨୪ା୯(କାଳିଚରଣଦାଶ): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମତାଝରିସ୍ଥିତ ବାଘୁଆ ଜଳଭଣ୍ଡାରର ଖୋଲିଲା ଗେଟ୍ । ଜଳସ୍ତରର ବିପଦକୁ ଆଖି ଆଗରେ ରଖି ଜଳ ସେଚନ ବିଭାଗ ବୁଧବାର ଦିନ…

କୋଲାବ ନଦୀରେ ଭାସିଗଲେ ଶିକ୍ଷକ, ମାଛ ଧରୁଥିବା ବେଳେ…

କୋରାପୁଟ, ୨୪ା୯ (ଅମିତାଭ ବେହେରା): କୋଲାବ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଶିକ୍ଷକ ନିଖୋଜ ହୋଇଛନ୍ତି । ନିଖୋଜ ଶିକ୍ଷକ ହେଲେ ବନ୍ଦଗୁଡ଼ା ଅଞ୍ଚଳର ଭୀମଧର…

ଦଳେଇଗୁଡ଼ା ସ୍କୁଲକୁ ଆକସ୍ମିକ ଗସ୍ତ କଲେ ଅତିରିକ୍ତ ଜିଲ୍ଲାପାଳ, ଯାଞ୍ଚ କଲେ ଖାଦ୍ୟର ଗୁଣବତ୍ତା

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ ): ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା, ଖାଦ୍ୟର ଗୁଣବତ୍ତା ଏବଂ ସରକାରୀ ନିର୍ଦ୍ଧାରିତ ମାନଦଣ୍ଡର ଅନୁପାଳନ ସମ୍ପର୍କରେ…

ଲଗାଣବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର, ବିପନ୍ନଙ୍କୁ ସହାୟତା ଦାବି

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?