କୃତ୍ରିମ ବୁଦ୍ଧିମତ୍ତା ଦୌଡ଼

ବହୁ ଦଶନ୍ଧି ହେଲା ଭବିଷ୍ୟତ ଆକଳନ କରିବାର ଗାଣିତିକ ପ୍ରକ୍ରିୟା(ପ୍ରେଡିକ୍‌ଟିଭ ଆଲଗୋରିଦିମ୍‌) ପ୍ରଚଳିତ ହୋଇଆସିଥିବାବେଳେ ନିକଟରେ ଓପନ ଏଆଇ ପକ୍ଷରୁ ଆରମ୍ଭ କରାଯାଇଥିବା ଚାଟ୍‌ଜିପିଟି -୩ (ପ୍ରେଡିକ୍‌ଟିଭ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଭବିଷ୍ୟସୂଚକ କୃତ୍ରିମ ବୁଦ୍ଧିମତ୍ତା) ଅତ୍ୟଧିକ ୟୁଜରଙ୍କୁ ଆକର୍ଷିତ କରିପାରିଥିଲା। ଫଳରେ ଏହାକୁ ନେଇ ଗତ ମାସେରୁ ୩ ମାସ ସମୟକୁ ଏକ ସ୍ମରଣୀୟ କ୍ଷଣ କୁହାଯାଇପାରେ। ଚାଟ୍‌ଜିପିଟି-୩ ଆରମ୍ଭ ହେବା ମାତ୍ର କିଛି ସପ୍ତାହ ମଧ୍ୟରେ ଏହା ମାସକୁ ପ୍ରାୟ ୧୦୦ ମିଲିୟନ ୟୁଜରଙ୍କୁ ଆକର୍ଷିତ କରିଥିଲା। ନିଃସନ୍ଦେହ ଯେ, ସେମାନଙ୍କ ମଧ୍ୟରୁ ଅନେକେ ଏହାର ଖରାପ ପରିଣାମକୁ ଅନୁଭବ କରିଛନ୍ତି। ଏବେ ଲେଖା, ବକ୍ତବ୍ୟ, ଆର୍ଟ ଏବଂ ଭିଡିଓ ସୃଷ୍ଟି କରିବା ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ଗୁଡ଼ିକର ଦ୍ରୁତ ଅଗ୍ରଗତି ହେଉଛି। ଶାସନ, ବାଣିଜ୍ୟ ଏବଂ ସାମାଜିକ ଜୀବନରେ ଏହାର ଦୀର୍ଘମିଆଦୀ ଉପଯୋଗ ହେଉଛି। ଉକ୍ତ କ୍ଷେତ୍ରକୁ ବି ଅତ୍ୟଧିକ ପୁଞ୍ଜି ପ୍ରବାହ ହେବାରେ ଲାଗିଛି। ସଦ୍ୟ ବିକଶିତ ମେଶିନ ଲର୍ନିଂ ସାଧନଗୁଡ଼ିକର ବିନିଯୋଗ ଓ ବିକାଶ ପାଇଁ ଷ୍ଟାର୍ଟଅପ୍‌ଗୁଡ଼ିକରେ ସରକାର ଓ କମ୍ପାନୀଗୁଡ଼ିକ ନିବେଶ କରୁଛନ୍ତି।
ଗୁରୁତ୍ୱପୂର୍ଣ୍ଣ ଯେ, ପ୍ରେଡିକ୍‌ଟିଭ ଆନାଲେଟିକ୍ସ ପ୍ରଯୁକ୍ତିର ଗ୍ରହଣୀୟତା କେବଳ ଧନୀ ଦେଶ ଏବଂ ଗୁଗଲ, ମେଟା ଓ ମାଇକ୍ରୋସଫ୍ଟ ଭଳି କମ୍ପାନୀଗୁଡ଼ିକରେ ସୀମିତ ନ ରହି ନିମ୍ନ ତଥା ମଧ୍ୟମ ଆୟ ବର୍ଗର ଅର୍ଥ ବ୍ୟବସ୍ଥାଗୁଡ଼ିକରେ ପ୍ରସାରିତ ହେବାରେ ଲାଗିଛି। ଏହିସବୁ ଦେଶରେ ସହରୀ ଅସମାନତା କମ୍‌ ହେବାଠାରୁ ଆରମ୍ଭ କରି ଖାଦ୍ୟ ସୁରକ୍ଷାର ସମାଧାନ ଯାଏ ସବୁଥିରେ ପ୍ରଭାବୀ ମନେହେଉଛି। ଏହା ଦକ୍ଷତା ବୃଦ୍ଧିକରିବା ସହ ସାମାଜିକ ଓ ଅର୍ଥନୈତିକ ଲାଭର ପଥ ଉନ୍ମୁକ୍ତ କରିଛି। ତେବେ ସମସ୍ୟା ହେଉଛି, ଏହାର ଅତ୍ୟଧିକ ନକାରାମତ୍କ ପ୍ରଭାବ ଦୃଷ୍ଟି ଆକର୍ଷଣ କରିପାରିନାହିଁ। ଅଭୂତପୂର୍ବ କ୍ଷମତାସମ୍ପନ୍ନ ଏଆଇ ସାଧନଗୁଡ଼ିକ ବିପଜ୍ଜନକ ଭାବେ କେବଳ ଏକଚ୍ଛତ୍ରବାଦୀ ଶାସନଗୁଡ଼ିକର ନିରୀକ୍ଷଣ କ୍ଷମତାକୁ ମଜଭୁତ କରିବ। ଏହାର ଏକ ଦୃଷ୍ଟାନ୍ତ ହେଉଛି ଚାଇନାର ସୋସିଆଲ କ୍ରେଡିଟ ସିଷ୍ଟମ।
ତେବେ ଉତ୍ତମ ଲକ୍ଷ୍ୟ ନେଇ ଆଗଉଥିବା ଗଣତାନ୍ତ୍ରିକ ଦେଶ, ସାମାଜିକ ପ୍ରଭାବ ଉପରେ ଗୁରୁତ୍ୱ ଦେଉଥିବା କମ୍ପାନୀ ଏବଂ ପ୍ରଗତିଶୀଳ ଏନ୍‌ଜିଓଗୁଡ଼ିକରେ ଆକଳନକାରୀ ସାଧନଗୁଡ଼ିକ ସବୁଠୁ ଭଲ ନୁହେଁ ବରଂ ତା’ଠାରୁ କମ୍‌ ପରିଣାମ ସୃଷ୍ଟି କରିପାରେ। ମହତ୍ତ୍ୱପୂର୍ଣ୍ଣ ତଥା ଗୁପ୍ତ ଆଲଗୋରିଦିମର ଡିଜାଇନଗତ ତ୍ରୁଟି ଏବଂ ପକ୍ଷପାତି ଡାଟାସେଟ୍‌ଗୁଡ଼ିକ ଗୋପନୀୟତା ଭଙ୍ଗ କରିବା ସହ ପରିଚୟଭିତ୍ତିକ ବାଛବିଚାର ଆଣିପାରେ। ଏହା ଏବେ ଅପରାଧିକ ନ୍ୟାୟରେ ଏକ ବଡ଼ ସମସ୍ୟା ହୋଇଯାଇଛି, ଯେଉଁଠି ପ୍ରେଡିକ୍‌ଟିଭ ଆନାଲେଟିକ୍ସ ଜାତିଗତ ଏବଂ ସାମାଜିକ- ଅର୍ଥନୈତିକ ବିଭେଦର କାରଣ ହୋଇଛି। କୃତ୍ରିମ ବୁଦ୍ଧିମତ୍ତା କର୍ମସ୍ଥଳୀରେ ଅସମାନତା ବୃଦ୍ଧି କରୁଛି; ଯାହା ଚିନ୍ତାଜନକ। ଏବେ ସୁଦ୍ଧା ପ୍ରେଡିକ୍‌ଟିଭ ଆଲଗୋରିଦିମ୍‌ ବୃଦ୍ଧି କରୁଥିବା ଦକ୍ଷତା ଓ ଲାଭ ସାଧାରଣ କର୍ମଚାରୀଙ୍କ ବଦଳରେ ପରିଚାଳକ ଏବଂ ଅଂଶୀଦାରମାନଙ୍କୁ ହିଁ ଅଧିକ ଲାଭଦେଉଛି। ଏହିସବୁ ଉଦାହରଣକୁ ଲକ୍ଷ୍ୟ କଲେ ଜଣାଯାଏ, ଏଆଇ ସମାଜ ପାଇଁ ଏକ ବିକୃତ ସଂସ୍କରଣ ଏବଂ ଏହା ଆମ ବିଭେଦତା ଓ ଅସମାନତା ବଢ଼ାଉଛି। ଟେକ୍‌ନୋଲୋଜି ବିଶେଷଜ୍ଞ ନାନଜିରା ସାମ୍‌ବୁଲି ଉଲ୍ଲେଖ କରିଛନ୍ତି ଯେ, ପୂର୍ବରୁ ଥିବା ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ ସମସ୍ୟାଗୁଡ଼ିକୁ ସୁଧାରିବା ପରିବର୍ତ୍ତେ ଡିଜିଟାଇଜେଶନ ତାହାକୁ ଖରାପ କରୁଛି। ତେବେ ଆକଳନକାରୀ ସାଧନଗୁଡ଼ିକୁ ଗ୍ରହଣ କରିବାରେ ଯେଉଁ ଆଗ୍ରହ ପ୍ରକାଶ ପାଉଛି ତାହା ଉପରେ ବିଚାରକରିବା ଉଚିତ। ଶକ୍ତିଶାଳୀ ଆଲଗୋରିଦିମ୍‌ର ପ୍ରଭାବ ବିବାଦୀୟ କିମ୍ବା ଅଜଣା ରହିଛି। ତେବେ ପ୍ରତିରକ୍ଷାମତ୍କ ସିଦ୍ଧାନ୍ତ ବା ନୀତିଗୁଡ଼ିକ ତାହାର ବ୍ୟବହାରକୁ ସୀମିତ ରଖିବାକୁ ବାଟ ଦେଖାଇବ।
ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ନୀତି ନିର୍ଦ୍ଧାରକମାନେ ଏଆଇକୁ ଅନୁମତି ଦେବା ଉଚିତ ନୁହେଁ। ସେଥିପାଇଁ ଜାତିସଂଘ ମାନବ ଅଧିକାର ହାଇକମିଶନର ଏବଂ ଅନ୍ୟମାନେ ଏଆଇ ସିଷ୍ଟମକୁ ନେଇ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ରୋକିବାକୁ ଆହ୍ବାନ ଦେଇଛନ୍ତି। ଯେ ପର୍ଯ୍ୟନ୍ତ ସେଗୁଡ଼ିକର କ୍ଷତିକୁ ବିଚାରକୁ ନେଇ ନୈତିକ ଏବଂ ମାନବ ଅଧିକାର ଢାଞ୍ଚାଗୁଡ଼ିକର ନବୀକରଣ ନ ହୋଇଛି ସେଯାଏ ଏହାକୁ ରୋକାଯିବା ଦରକାର ବୋଲି କହିଛନ୍ତି। ଉପଯୁକ୍ତ ଢାଞ୍ଚା ଗଠନ କରିବା ସକାଶେ ପ୍ରେଡିକ୍‌ଟିଭ ଏଆଇ ସାଧନର ବ୍ୟବହାର ଓ ଡିଜାଇନ ସମ୍ପର୍କରେ ସୂଚିତ କରୁଥିବା ମୌଳିକ ସିଦ୍ଧାନ୍ତଗୁଡ଼ିକ ଉପରେ ଏକମତ ପ୍ରକାଶ ପାଇବା ଦରକାର। ସୌଭାଗ୍ୟବଶତଃ, କୃତ୍ରିମ ବୁଦ୍ଧିମତ୍ତା ପାଇଁ ଆରମ୍ଭ ହୋଇଥିବା ଦୌଡ଼ ଗବେଷଣା, ଯୋଜନା, ସଂସ୍ଥା ଓ ନୀତିଗତ ନେଟଓ୍ବର୍କକୁ ସମାନ୍ତରାଳ ଭାବେ ଚଳଚଞ୍ଚଳ କରିଛି। ଓଇସିଡି ଏବଂ ୟୁନେସ୍କୋ ଏଥିରେ ସାମିଲ ହୋଇଛନ୍ତି। ୨୦୨୧ରୁ ନୀତିଗତ ନିୟମଗୁଡ଼ିକୁ ମାନୁଥିବା କୃତ୍ରିମ ବୁଦ୍ଧିମତ୍ତା ପାଇଁ ଏକ ବୈଶ୍ୱିକ ମାନକ ଗଢିବା ଲାଗି ଜାତିସଂଘ କାର୍ଯ୍ୟ କରିଆସୁଛି। ତେବେ ୟୁରୋପୀୟ ସଂଘ ପ୍ରଥମେ ଏକ ଏଆଇ ଆକ୍ଟ ପ୍ରସ୍ତାବ ଦେଇଛି। ଏହି ଆଇନ ଏଆଇ ନିର୍ଦ୍ଦିଷ୍ଟ ବ୍ୟବହାର (ଚାଇନାର ସୋସିଆଲ କ୍ରେଡିଟ ସିଷ୍ଟମ)କୁ ବନ୍ଦ କରିବ ଓ ଅଧିକ ବିପଜ୍ଜନକ ଆପ୍ଲିକେଶନ ଉପରେ ନିରୀକ୍ଷଣ କରିବ। ଏବେସୁଦ୍ଧା ଉତ୍ତର ଆମେରିକା ଓ ପଶ୍ଚିମ ୟୁରୋପରେ ଏହି ବିତର୍କ ଅତ୍ୟଧିକ କେନ୍ଦ୍ରିତ ହୋଇଛି। କିନ୍ତୁ ନିମ୍ନ ଓ ମଧ୍ୟମ ଆୟ ବର୍ଗର ଦେଶଗୁଡ଼ିକ ନିଜର ମୌଳିକ ଆବଶ୍ୟକତା, ସମସ୍ୟା ଏବଂ ସାମାଜିକ ଅସମାନତା ଉପରେ ବିଚାର କରିବାକୁ ପଡ଼ିବ। ଅନେକ ଗବେଷଣାରୁ ଜଣାପଡ଼ିଛି ଯେ, ଉନ୍ନତ ଅର୍ଥ ବ୍ୟବସ୍ଥାଗୁଡ଼ିକର ମାର୍କେଟ ପାଇଁ ସେମାନଙ୍କ ଦ୍ୱାରା ବିକଶିତ ଟେକ୍‌ନୋଲୋଜିଗୁଡ଼ିକ ବହୁ ସମୟରେ ଅନୁନ୍ନତ ଅର୍ଥ ବ୍ୟବସ୍ଥାଗୁଡ଼ିକ ପାଇଁ ଅନୁପଯୁକ୍ତ ହେଉଛି।
ଯଦି ନୂତନ ଏଆଇ ସାଧନସବୁ ଆମଦାନୀ କରି ଆବଶ୍ୟକ ଶାସକୀୟ ବ୍ୟବସ୍ଥା ଆପଣାଇବା ପୂର୍ବରୁ ବ୍ୟାପକ ଭାବେ ବ୍ୟବହାର କରାଯାଏ, ତେବେ ଭଲ ବଦଳରେ ଅଧିକ ଖରାପ ପରିଣାମ ମିଳିବ। ବାସ୍ତବରେ ଏଆଇ ପରିଚାଳନା ପାଇଁ ଯଦି ଆମେ ଏକ ବୈଶ୍ୱିକ ନୀତି ଗଢ଼ିବାକୁ ଯାଉଛେ ତେବେ ଏହିସବୁ ସମସ୍ୟା ଉପରେ ବିଚାର କରିବା ଉଚିତ। ତେବେ ପ୍ରେଡିକ୍‌ଟିଭ ଆନାଲେଟିକ୍ସ ସୁରକ୍ଷା ଓ ବିକାଶ ପାଇଁ ସମସ୍ୟାଗୁଡ଼ିକୁ ଚିହ୍ନଟ କରି ଇଗାରେପ ଇନ୍‌ଷ୍ଟିଚ୍ୟୁଟ ଏବଂ ନ୍ୟୁ ଆମେରିକା ନିକଟରେ ଏକ ନୂଆ ଗ୍ଲୋବାଲ ଟାସ୍କ ଫୋର୍ସ ଆରମ୍ଭ କରିଛନ୍ତି। ଏହା ପ୍ରଥମ ନୀତି ନିର୍ଦ୍ଧାରଣ କରିବା ଲକ୍ଷ୍ୟରେ ଡିଜିଟାଲ ଅଧିକାର ଅଧିଭୋକ୍ତା, ପବ୍ଲିକ ସେକ୍ଟର ସହଭାଗୀ, ଟେକ୍‌ ଏଣ୍ଟରପ୍ରିନ୍ୟୁର ଏବଂ ଆମେରିକା, ଆଫ୍ରିକା, ଏସିଆ ଓ ୟୁରୋପରୁ ସାମାଜିକ ବିଜ୍ଞାନୀଙ୍କ ବୈଠକକୁ ଆମନ୍ତ୍ରଣ କରିବ। ସାଧାରଣଙ୍କ ସୁରକ୍ଷା ଏବଂ ଗ୍ଲୋବାଲ ସାଉଥ୍‌ ବା ଆର୍ଥିକ ଓ ଶିଳ୍ପ କ୍ଷେତ୍ରରେ ଦୁର୍ବଳ ଦେଶଗୁଡ଼ିକରେ ପରିବେଶ ଉପଯୋଗୀ ବିକାଶ କ୍ଷେତ୍ରରେ ଆକଳନକାରୀ ଟେକ୍‌ନୋଲୋଜିର ବ୍ୟବହାର ପାଇଁ ଏହା କରାଯିବ। ନୀତି ଓ ମାନକ ସବୁ ଗଢ଼ିବା ହେଉଛି ପ୍ରଥମ ପଦକ୍ଷେପ। କିନ୍ତୁ ସେଗୁଡ଼ିକୁ ଆଇନରେ ଲାଗୁ କରିବା ଏବଂ ପାଳନ କରିବା ପାଇଁ ଅନ୍ତର୍ଜାତୀୟ, ଜାତୀୟ ଏବଂ ଆଞ୍ଚଳିକ ସ୍ତରୀୟ ସହଯୋଗ ଓ ସମନ୍ବୟ ଆବଶ୍ୟକ । କିନ୍ତୁ ଏହା ଏକ ବଡ଼ ଆହ୍ବନ ହେବ। ନୂଆ ପ୍ରେଡିକ୍‌ଟିଭ ଏଆଇ ସାଧନଗୁଡ଼ିକୁ ନେଇ ଦେଖାଯାଇଥିବା ବୈଶ୍ୱିକ ଦୌଡ଼ରେ ସମ୍ଭାବ୍ୟ କ୍ଷତି ରୋକିବା ଲାଗି ଉନ୍ନତ ଢାଞ୍ଚା ଦରକାର; ଯାହା ସୁରକ୍ଷା, ସମୃଦ୍ଧି, ପରିବେଶ ଉପଯୋଗୀ ତଥା ମାନବ କୈନ୍ଦ୍ରିକ ଭବିଷ୍ୟତ ସୁନିଶ୍ଚିତ କରିବ ।

  • ରବର୍ଟ ମୁଗାହ, ସହ ପ୍ରତିଷ୍ଠାତା, ଇଗାରେପ ଇନଷ୍ଟିଚ୍ୟୁଟ ଆଣ୍ଡ ସେକଦେବ୍‌ ଗ୍ରୁପ୍‌
  • ଗାବ୍ରିଏଲା ସିଲେର, କନ୍‌ସଲଟାଣ୍ଟ, ଇଗାରେପ ଇନଷ୍ଟିଚ୍ୟୁଟ

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?