ସିସିଟିଭି ସର୍ଭେଲାନ୍ସରେ ୮୧ କେନ୍ଦ୍ର

ଢେଙ୍କାନାଳ ଅଫିସ,୧୦।୩: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାରଠାରୁ ଆରମ୍ଭ ହେଉଛି ସମ୍ମେଟିଭ୍‌ ଆସେସମେଣ୍ଟ (ଏସ୍‌ଏ-୨)। ଢେଙ୍କାନାଳ ଜିଲାର ୯୬ କେନ୍ଦ୍ରରେ ମୋଟ ୧୬,୧୧୫ ରେଗୁଲାର ଏବଂ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି ୧୦ ଜଣ ମଧ୍ୟମା ଏବଂ ୧୬୦ ଜଣ ଷ୍ଟେଟ୍‌ ଓପନ ସ୍କୁଲ ସାର୍ଟିଫିକେଟ୍‌ (ଏସ୍‌ଓଏସ୍‌ସି) ପରୀକ୍ଷାର୍ଥୀ ଗୋଟିଏ କେନ୍ଦ୍ରରେ ପରୀକ୍ଷା ଦେବେ। ପରୀକ୍ଷା ସୁପରିଚାଳନା ଲାଗି ଭୁବନ ବ୍ଲକରେ ୧୧, ଢେଙ୍କାନାଳରେ ୧୬, ଗଁଦିଆରେ ୧୨, ହିନ୍ଦୋଳରେ ୧୩, କାମାକ୍ଷାନଗରରେ ୧୨, କଙ୍କଡ଼ାହାଡ଼ରେ ୮, ଓଡ଼ାପଡ଼ାରେ ୧୩ ଏବଂ ପରଜଙ୍ଗ ବ୍ଲକରେ ୧୧ଟି କେନ୍ଦ୍ର କରାଯାଇଛି। ଏଥିସହ ଏସ୍‌ଓଏସ୍‌ସି ପରୀକ୍ଷାର୍ଥୀଙ୍କ ପାଇଁ ଢେଙ୍କାନାଳରେ ଗୋଟିଏ କେନ୍ଦ୍ର ହୋଇଛି। ସମସ୍ତ ପ୍ରକାର ଅପ୍ରୀତିକର ସ୍ଥିତି ଏଡ଼ାଇବାକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସିସିଟିଭି ସର୍ଭେଲାନ୍ସରେ ୮୧ କେନ୍ଦ୍ର ରହିଛି।
ଏହାକୁ ବାଦ୍‌ଦେଲେ ପ୍ରଶ୍ନ ଓ ଉତ୍ତର ପତ୍ର ରଖିବା ନିମନ୍ତେ ଭୁବନ, ଗଁଦିଆ, ହିନ୍ଦୋଳ, କାମାକ୍ଷାନଗର, ଓଡ଼ାପଡ଼ା ଓ ପରଜଙ୍ଗ ବ୍ଲକରେ ଗୋଟିଏ ଲେଖାଏ ଏବଂ ଢେଙ୍କାନାଳ ଓ କଙ୍କଡ଼ାହାଡ଼ ବ୍ଲକରେ ୨ଟି ଲେଖାଏ ସେଣ୍ଟର ହୋଇଛି। କଡ଼ା ପୋଲିସ ସୁରକ୍ଷା ବଳୟରେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ଏବଂ ଉତ୍ତର ପତ୍ର ନେବା ଆଣିବା କରାଯିବ। ଏଥିରେ ମାଜିଷ୍ଟ୍ରେଟ ମୁତୟନ ହେବେ। କପି ରୋକିବା ଲାଗି ପ୍ରତି ବିଡିଓଙ୍କ ନେତୃତ୍ୱରେ ସ୍କ୍ବାଡ୍‌ ଗଠନ ହୋଇଛି। ଜିଲା ଶିକ୍ଷା ବିଭାଗ ପକ୍ଷରୁ ୩ଟି ଏବଂ ରାଜ୍ୟ ପକ୍ଷରୁ ଗୋଟିଏ ସ୍କ୍ବାଡ୍‌ ବ୍ୟବସ୍ଥା କରାଯାଇଛି। ଜିଲାପାଳ ଓ ଏସ୍‌ପି ମଧ୍ୟ ଅଚାନକ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବେ ବୋଲି ଜିଲା ଶିକ୍ଷାଧିକାରୀ ନିବେଦିତା ପାଣି ସୂଚନା ଦେଇଛନ୍ତି।
ପ୍ରଥମ ଦିନ ପୂର୍ବାହ୍ନ ୮ଟାରୁ ୧୦ଟା ଯାଏ ମାତୃଭାଷା ଓଡ଼ିଆ ବିଷୟରେ ପରୀକ୍ଷା ହେବ। ଆସନ୍ତା ୨୦ ତାରିଖ ଯାଏ ପରୀକ୍ଷା ଚାଲିବ ବୋଲି ଜିଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?