Posted inଜାତୀୟ

ଥମୁନି ‘ସୋରୋସ୍‌’ ଚର୍ଚ୍ଚା

ନୂଆଦିଲ୍ଲୀ,୨୦ା୨: ଭାରତର ଗଣତନ୍ତ୍ର ଉପରେ ବିଲିୟନେୟାର୍‌ ବିଜ୍‌ନେସ୍‌ମ୍ୟାନ୍‌ ଜର୍ଜ ସୋରୋସ୍‌ଙ୍କ ମନ୍ତବ୍ୟ ଦେଶରେ ବିତର୍କ ସୃଷ୍ଟି କରିଛି। ଜର୍ମାନୀର ମ୍ୟୁନିକ୍‌ ସୁରକ୍ଷା ସମ୍ମିଳନୀରେ ସୋରୋସ୍‌ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣତନ୍ତ୍ର ସପକ୍ଷବାଦୀ ନୁହନ୍ତି। ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସହ ମୋଦିଙ୍କ ସମ୍ପର୍କକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। ଇତିମଧ୍ୟରେ ସୋରୋସ୍‌ଙ୍କ ମନ୍ତବ୍ୟକୁ ନେଇ କେନ୍ଦ୍ରର କ୍ୟାବିନେଟ୍‌ ମନ୍ତ୍ରୀମାନେ କଡ଼ା ଜବାବ ଦେବା ପାଇଁ ଆଗେଇ ଆସିଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ସୋରୋସ୍‌ଙ୍କୁ ଜଣେ ଆର୍ଥିକ ଯୁଦ୍ଧ ଅପରାଧୀ ଭାବେ ଅଭିହିତ କରିଥିବାବେଳେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ତାଙ୍କୁ ବୃଦ୍ଧ, ଧନୀ, କୁହାଳିଆ ଓ ବିପଜ୍ଜନନ ବ୍ୟକ୍ତି ବୋଲି ସମାଲୋଚନା କରିଛନ୍ତି।

ଭୂରାଜନୈତିକ ବିଶେଷଜ୍ଞ ଅଭିଜିତ ଆୟର ମିତ୍ରଙ୍କ ମତରେ ମୋଦିଙ୍କ ସହ ଆଦାନୀଙ୍କ ସମ୍ପର୍କ ତୁଳନାରେ ସୋରୋସ୍‌ଙ୍କ ସହ କଂଗ୍ରେସର ଅଧିକ ସମ୍ପର୍କ ରହିଛି। ଆମେରିକୀୟ ଶର୍ଟ ସେଲର୍‌ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ୍‌ ବିରୋଧରେ ଷ୍ଟକ୍ସ ଓ ଆକାଉଣ୍ଟସ୍‌ ହେରଫେର ନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରଘଟ କରିଥିଲା। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏହାର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବିରେ ଅଡ଼ିବସିଥିବାବେଳେ ଶୁକ୍ରବାର ମ୍ୟୁନିକ୍‌ ସିକ୍ୟୁରିଟି କନ୍‌ଫରେନ୍ସ (ଏମ୍‌ଏସ୍‌ସି-୨୦୨୩)ରେ ୯୨ ବର୍ଷୀୟ ସୋରୋସ୍‌ କହିଥିଲେ, ଆଦାନୀ ଗ୍ରୁପ୍‌କୁ ନେଇ ବିଦେଶୀ ନିବେଶକଙ୍କ ପ୍ରଶ୍ନ ଏବଂ ଭାରତୀୟ ପାର୍ଲାମେଣ୍ଟରେ ଆସିଥିବା ଅଭିଯୋଗଗୁଡ଼ିକର ଉତ୍ତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେବାକୁ ପଡ଼ିବ। ଅନ୍ୟପକ୍ଷେ ସୋରୋସ୍‌ଙ୍କ ଅବାଞ୍ଛିତ ମନ୍ତବ୍ୟ ଭାରତୀୟ ଗଣତନ୍ତ୍ରକୁ ଦୁର୍ବଳ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଭାଜପା ଜବାବ ଦେଇଛି। ସ୍ମରଣଯୋଗ୍ୟ, ୨୦୧୯ ସେପ୍ଟେମ୍ବର ୨୨ରେ ଆମେରିକାର ଟେକ୍ସାସ୍‌ ଇଣ୍ଡିଆ ଫୋରମ୍‌ ପକ୍ଷରୁ ଆୟୋଜିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସପକ୍ଷରେ ପ୍ରଚାର କରିଥିଲେ।

ମୋଦି ‘ଅବ୍‌ କୀ ବାର୍‌ ଟ୍ରମ୍ପ୍‌ ସରକାର’ ସ୍ଲୋଗାନ ଦେଇ ଆମେରିକାରେ ବସବାସ କରୁଥିବା ଭାରତୀୟ ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ଯଦି ମୋଦି ଆମେରିକା ରାଜନୀତିରେ ହସ୍ତକ୍ଷେପ କରିପାରୁଛନ୍ତି ତେବେ ସୋରୋସ୍‌ ଭାରତୀୟ ରାଜନୀତି ଓ ଗଣତନ୍ତ୍ର ଉପରେ ମନ୍ତବ୍ୟ ଦେବା ଆଦୌ ଅବାଞ୍ଛିତ ନୁହେଁ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?