ସଂକ୍ରମିତଙ୍କ ଘରେ ପହଞ୍ଚାଯାଉଛି ଖାଦ୍ୟ

କେନ୍ଦୁଝର,୧୮।୫(ସ୍ବ.ପ୍ର.)-କରୋନା ମହାମାରୀ ଧିରେ ଧିରେ ସହରଠାରୁ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି। ଫଳରେ ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଛି। ଲୋକେ ପଦାକୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି। ଏଭଳି ସମୟରେ କେନ୍ଦୁଝର ସହରର କେତେଜଣ ଯୁବକ କରୋନା ସଂକ୍ରମିତ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି। ଯେଉଁ ପରିବାରରେ ଅଧିକ ସଂଖ୍ୟକ ସଦସ୍ୟ ସଂକ୍ରମିତ ହୋଇଥିବାରୁ ଘରେ ରୋଷେଇ କରିପାରୁ ନାହାନ୍ତି କିମ୍ବା ବାହାରକୁ ଖାଦ୍ୟ ସାମଗ୍ରୀ ଆଣିବା ପାଇଁ ଯାଇ ପାରୁନାହାନ୍ତି, ସେହି ପରିବାରର ଲୋକଙ୍କୁ ଖାଇବା ଯୋଗାଇବା ଲାଗି ଅଣ୍ଟା ଭିଡ଼ିଛନ୍ତି ଏମାନେ। ସଂକ୍ରମଣର ଭୟକୁ ଭ୍ରୁକ୍ଷେପ ନ କରି କୋଭିଡ୍‌ ନିୟମ ମାନି ସମସ୍ତ ସତର୍କତା ପଦକ୍ଷେପ ଗ୍ରହଣ କରି ସେମାନଙ୍କ ଘରକୁ ଯାଇ ଖାଦ୍ୟ ପହଞ୍ଚାଉଛନ୍ତି। ଏଥିପାଇଁ ଯୁବକମାନେ ଫୋନ ନମ୍ବର ପ୍ରଚାର କରି କାହାରି ଏଭଳି ଆବଶ୍ୟକତା ଥିଲେ ଉକ୍ତ ନମ୍ବରରେ ଜଣାଇବାକୁ ନିବେଦନ କରିଛନ୍ତି।
ସୋମବାର ପ୍ରଥମ ଦିନରେ ପ୍ରାୟ ୭ ପରିବାରଠାରୁ ଫୋନ୍‌ କଲ୍‌ ଆସିଥିଲା। ସେମାନଙ୍କ ଘରକୁ ପ୍ରାୟ ୨୭ ଜଣଙ୍କ ପାଇଁ ଖାଦ୍ୟ ପହଞ୍ଚାଯାଇଛି। ସେହିପରି ବାଟରେ ଅନ୍ୟ ଅଭାବୀ ଲୋକଙ୍କୁ ମଧ୍ୟ ଖାଦ୍ୟ ଦିଆଯାଇଥିଲା। ଆଗାମୀ ଦିନରେ ଏହି ସଂଖ୍ୟା ବଢ଼ିବ ବୋଲି ଆଶା ରଖି ପ୍ରସ୍ତୁତ ରହିଛନ୍ତି। ଏବେ ୧୦ ଜଣ ସ୍ବେଚ୍ଛାସେବୀ କାମ କରୁଛନ୍ତି। ନିଜ ଖର୍ଚ୍ଚରେ ଗୋଟିଏ ସ୍ଥାନରେ ରୋଷେଇ କରି ଭଲ ଭାବେ ପ୍ୟାକିଂ କରି ଗାଡ଼ିରେ ବୁଲି ସଂକ୍ରମିତଙ୍କ ଘରେ ନେଇ ପହଞ୍ଚାଉଛନ୍ତି। ଏହାକୁ ଦେଖି ଅନେକ ଲୋକ ସହାୟତାର ହାତ ବଢ଼ାଇ ଗ୍ରୁପ୍‌ରେ ଯୋଡ଼ି ହେବାକୁ ଆଗେଇ ଆସୁଛନ୍ତି। ଏଭଳି କାମ କରି ଖୁସି ଲାଗୁଥିବା କହିଛନ୍ତି ଗ୍ରୁପର ସଦସ୍ୟ ତଥା ଶିକ୍ଷକ ବିଜୟ ବେହେରା। ରାତ୍ରିଭୋଜନ ମଧ୍ୟ ଦେବା ଲାଗି ବ୍ୟବସ୍ଥା କରୁଛନ୍ତି। ଖାଦ୍ୟ ଯେପରି ବଳକା ନ ରହେ ବା ନଷ୍ଟ ନ ହୁଏ ସେଥିପାଇଁ ପୂର୍ବରୁ ସୂଚିତ କରିବାକୁ ନିବେଦନ କରାଯାଇଛି। ବଳକା ରହିଲେ ସେସବୁ ରାସ୍ତାରେ ବୁଲୁଥିବା ଗୋରୁ, କୁକୁରଙ୍କୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ଅନ୍ୟ ଜଣେ ସ୍ବେଚ୍ଛାସେବୀ ତଥା ବ୍ୟବସାୟୀ ମାନସ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri