ଅନୁପ ବିଷୋୟୀ ହେଲେ ବ୍ରହ୍ମପୁର ବନସେବା ସର୍କଲ ସଭାପତି

ଭଞ୍ଜନଗର,୭ା୪(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ୍‌ ବନସେବା ବ୍ରହ୍ମପୁର ସର୍କଲର ୨୦୨୫-୨୬ ପାଇଁ ନୂତନ କର୍ମକର୍ତ୍ତା ନର୍ବାଚନ ରବିବାର ଆର୍‌ସିସିଏଫ୍‌ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଆର୍‌ ସି ସି ଏଫ କାର୍ଯ୍ୟାଳୟ ଅଧୀନରେ ଆସୁଥିବା ୯ଟି ବନଖଣ୍ଡର ବନରକ୍ଷୀ, ବନପାଳ, ଡେପୁଟି ରେଞ୍ଜର ନିର୍ବାଚନରେ ଭାଗ ନେଇ ନୂତନ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିଥିଲେ। ଏଥିରେ ସଭାପତି ଭାବେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ସଭାପତି ଅନୁପ କୁମାର ବିଷୋୟୀ ବ୍ରହ୍ମପୁର
ସର୍କଲ ସଭାପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲା। ଅନୁପ ସର୍କଲ ସଭାପତି ହେବା ପରେ ତାଙ୍କ ସମର୍ଥକମାନେ ଖୁସିବ୍ୟକ୍ତ କରିବା ସହ ସଂଗଠନ ଆଗକୁ ବଢ଼ିବ ବୋଲି ଆଶା ରଖିଛନ୍ତି।
ସହିଭଳି ଉପସଭାପତି ଭାବେ ବୌଦ୍ଧ ବନଖଣ୍ଡର ସୁଶାନ୍ତ କୁମାର ସାହୁ ନିର୍ବାଚିତ ହୋଇଛନ୍ତି। ସମ୍ପାଦକ ବ୍ରହ୍ମପୁର ବନଖଣ୍ଡ ଅମରେଶ ଦାସ, ଯୁଗ୍ମ ସମ୍ପାଦକ ପାରଳାଖେମୁଣ୍ଡି ବନଖଣ୍ଡର ଦୁର୍ଯ୍ୟୋଧନ ଜେନା, ଘୁମୁସର ଦକ୍ଷିଣ ବନଖଣ୍ଡର ପୁଷ୍ପାଞ୍ଜଳି ଜେନା, କୋଷାଧ୍ୟକ୍ଷ ବ୍ରହ୍ମପୁରର ଗିରିଶ ଚନ୍ଦ୍ର ରାୟ, ସଂଗଠନ ସମ୍ପାଦକ ଘୁମୁସର ଦକ୍ଷିଣ ବନଖଣ୍ଡର ପି ସୁରତ କୁମାର ରାଓ, ବୌଦ୍ଧର ରାମଚନ୍ଦ୍ର ଦଳବେହେରା, ବାଲିଗୁଡ଼ାର ଦାଶରଥି ପଣ୍ଡା, ଘୁମୁସର ଉତ୍ତର ବନଖଣ୍ଡର ସୁଶୀଲ କୁମାର ରାଉତ ନିର୍ବାଚିତ ହୋଇଛନ୍ତି। ଏଥିସହ ମୁଖ୍ୟ ଉପଦେଷ୍ଟା ଭାବେ ଫୁଲବାଣୀ ବନଖଣ୍ଡର ସରୋଜ କୁମାର ମିଶ୍ର, ପାରଳାଖେମୁଣ୍ଡିର ସନ୍ତୋଷ କୁମାର ରଥ,
ଘୁମୁସର ଦକ୍ଷିଣ ବନଖଣ୍ଡର ପଲ୍ଲବୀ ନନ୍ଦ ଓ ବୌଦ୍ଧ କେନ୍ଦୁପତ୍ରର ରାଜେଶ କୁମାର ସାହୁ ନିର୍ବାଚିତ ହୋଇଛନ୍ତି। ନିର୍ବାଚନକୁ ରାଜ୍ୟ ଅଧ୍ୟକ୍ଷ ଖଗେଶ୍ବର ସେଠୀ, ରାଜ୍ୟ ଉପସଭାପତି ଭବାନୀ ଶଙ୍କର ପରିଚ୍ଛା, ରାଜ୍ୟ ସହ ସମ୍ପାଦକ ସନ୍ତୋଷ ବିଷୋୟୀ ପରିଚାଳନା କରିଥିଲେ। ଏହାପୂର୍ବରୁ ସଂଗଠନର କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି ଜଗବନ୍ଧୁ ପାତ୍ରଙ୍କ ସଭାପତିତ୍ବରେ ହୋଇଥିଲା। ଏଥିରେ ରାଜ୍ୟ ସରକାର କର୍ମଚାରୀମାନଙ୍କ ବିଭିନ୍ନ ଦାବିକୁ ପୂରଣ କରିଥିବା ଯୋଗୁ ସରକାର ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଯାଇଥିଲା। ଅପରପକ୍ଷେ ନବନିର୍ବାଚିତ ସର୍କଲ ସଭାପତି ଅନୁପ କୁମାର ବିଷୋୟୀ କହିଛନ୍ତି ଯେ, ଅଫିସର ଏବଂ କର୍ମଚାରୀଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ସଂଗଠନକୁ ଆଗକୁ ନିଆଯିବ। ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପ୍ରତି ମଧ୍ୟ ସତନ୍ତ୍ର ଦୃଷ୍ଟି ଦିଆଯିବ। ଭଲ କାମ କରୁଥିବା କର୍ମଚାରୀଙ୍କୁ ଉତ୍ସାହିତ କରାଯିବ। ରାଜନୀତି ଚାପରେ କାମ ନ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ ଅନୁପ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ନିରକ୍ଷର ବ୍ୟକ୍ତିମାନଙ୍କୁ ସାକ୍ଷର: ଉଲ୍ଲାସ ଅଭିଯାନ ଶୁଭାରମ୍ଭ

ଛତ୍ରପୁର, ୫।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନିରକ୍ଷରଙ୍କୁ ସାକ୍ଷର କରିବା ଓ ଜୀବନବ୍ୟାପୀ ଶିକ୍ଷା ପ୍ରତି ଲୋକଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାରେ ‘ଉଲ୍ଲାସ’ ସଚେତନତା…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri