ଅଟୋରେ ଆସୁଥିଲେ, ମୋବାଇଲ ଲୁଟୁଥିଲେ

ଅନୁଗୋଳ ଅଫିସ, ୧୦ା୪: ଅନୁଗୋଳ ସାପ୍ତାହିକ ହାଟରୁ ଏକ ମୋବାଇଲ ଚୋରି ଗ୍ୟାଙ୍ଗକୁ କାବୁ କରିଛି ଅନୁଗୋଳ ପୋଲିସ। ଏହି ଗ୍ୟାଙ୍ଗରେ ଥିବା ସ୍ଥାନୀୟ ଅଞ୍ଚଳର ୨ ଜଣ ଓ ପଶ୍ଚିମବଙ୍ଗର ୩ ଜଣଙ୍କୁ ପୋଲିସ ଧରିଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି। ସମ୍ପୃକ୍ତ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ବେଳେ ଅନ୍ୟ ୪ ଜଣ ପଶ୍ଚିମବଙ୍ଗ ଦୁର୍ଗାପୁରର ଭିକି କୁମାର ନୋନିଆ(୨୪), ରୋହିତ କୁମାର ନୋନିଆ(୨୦), ଅନୁଗୋଳ ତୁରଙ୍ଗ ଅଞ୍ଚଳର ଶୁଭମ ବିଶ୍ୱାଳ(୨୪) ଓ ପୁରୁଣାକୋଟ ଥାନା କୋଠଭୂଇଁ ଅଞ୍ଚଳର ଅମରଜ୍ୟୋତି ବିଶ୍ୱାଳ(୨୫)ଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଭାତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୨୯ଟି ମୋବାଇଲ ଫୋନ୍‌, ଏକ ଅଟୋ (ନଂ. ଓଡି୧୯ଇ-୯୪୧୦)କୁ ଜବତ କରାଯାଇଛି।
ପ୍ରକାଶ ଯେ, ବାହାରୁ ଆସି ଏକ ଗ୍ୟାଙ୍ଗ ଅନୁଗୋଳ ସହରରେ ମୋବାଇଲ ଚୋରି କରୁଥିବା ନେଇ ଖବର ‘ଧରିତ୍ରୀ’ରେ ପ୍ରକାଶ ପରେ ପୋଲିସ ବିଭିନ୍ନ ହାଟ ଉପରେ ନଜର ରଖିଥିଲା। ରବିବାର ହାଟରୁ ୩ଟି ମୋବାଇଲ ଚୋରି ହୋଇଥିଲା। ଏହାପରେ ସ୍ଥାନୀୟ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ରେ ରହୁଥିବା ନିମାଇଁ ଚରଣ ମହାପାତ୍ରଙ୍କ ମୋବାଇଲ ଚୋରି ସମୟରେ ଜଣେ ନାବାଳକ ଧରାପଡ଼ିଥିଲେ। ଅନୁଗୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ନାବାଳକଙ୍କ ସହ ପଶ୍ଚିମବଙ୍ଗର ୨ ଜଣ ଲୁଟେରାଙ୍କୁ ସେଠାରୁ କାବୁ କରିଥିଲା। ସେମାନଙ୍କୁ ପଚରାଉଚରା ବେଳେ ପୋଲିସକୁ ଅଧିକ ତଥ୍ୟ ମିଳିଥିଲା। ଏକ ଡାଲା ଅଟୋରେ ଚୋରି ହୋଇଥିବା ବହୁ ମୋବାଇଲ ରହିଥିବା ଜଣାପଡ଼ିବା ପରେ ଉକ୍ତ ଅଟୋକୁ ଯାଞ୍ଚ କରି ସେଥିରୁ ୨୫ଟି ଫୋନ୍‌ ପୋଲିସ ପାଇଥିଲା। ଏଥିସହ ରବିବାର ହାଟରୁ ଚୋରି ହୋଇଥିବା ୪ଟି ଫୋନକୁ ମଧ୍ୟ ଜବତ କରିଥିଲା। ଏହି ଗ୍ୟାଙ୍ଗର ସଦସ୍ୟମାନେ ପ୍ରଥମେ ଅନୁଗୋଳ ପୁରୁଣାକୋଟର ଅମରଜ୍ୟୋତିଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ସେ ତୁରଙ୍ଗ ଅଞ୍ଚଳର ଶୁଭମଙ୍କୁ ଏହି କାର୍ଯ୍ୟରେ ଲଗାଇଥିଲେ। ସେମାନେ ଅନୁଗୋଳର ପ୍ରତିଟି ହାଟକୁ ଡାଲା ଅଟୋରେ ଯାଉଥିଲେ। ଅଟୋ ଚାଳକଙ୍କୁ ୫ଶହ ଟଙ୍କାର ତେଲ ଓ ଭଡ଼ା ବାବଦକୁ ୨ ହଜାର ଟଙ୍କା ଦେଉଥିଲେ। ମୋବାଇଲ ଚୋରି ପରେ ତାହାକୁ ଶୁଭମ୍‌ଙ୍କ ହାତରେ ଅଟୋ ନିକଟକୁ ପଠାଉଥିଲେ। ଶୁଭମ୍‌ ଅଟୋରେ ଚୋରା ମୋବାଇଲ ଗୁଡ଼ିକ ଆଣି ଅମରଜ୍ୟୋତିଙ୍କୁ ପ୍ରଦାନ କରୁଥିଲେ। ଏହି ମାମଲାର ଅଧିକ ତଦନ୍ତ ଅନୁଗୋଳ ଥାନା ଏସ୍‌ଆଇ ଅମିତ୍‌ ମିଶ୍ର କରୁଥିବା ଥାନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଉଚ୍ଚସ୍ଥ ଗୁରୁ-ବକ୍ରୀ ଶନିଙ୍କ ଚମତ୍କାର ସଂଯୋଗ: ଦୀପାବଳି ପର୍ଯ୍ୟନ୍ତ ଏହି ୩ ରାଶିକୁ ମିଳିବ ପ୍ରଚୁର ଧନଲାଭ, କ୍ୟାରିୟରରେ…

ଗୁରୁ ଗ୍ରହ ଜୁନ ୨ ତାରିଖରେ କର୍କଟ ରାଶିରେ ଗୋଚର କରିଥିଲେ। ଏବେ ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬ରେ ସିଂହ ରାଶିରେ ଗୋଚର କରିବେ। ଶନି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ମହିଳାଙ୍କ ଖାତାକୁ ଆସିବ ୩ହଜାର ଟଙ୍କା, ହେଲେ ସରକାର କାହିଁକି ଦେଉଛନ୍ତି ଏହି ଟଙ୍କା? ଜାଣନ୍ତୁ ଏହା ପଛର ରହସ୍ୟ

କୋଲକାତା,୧୮।୮: ପଶ୍ଚିମବଙ୍ଗ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ପ୍ରକ୍ରିୟା ସୋମବାର (ଅଗଷ୍ଟ ୧୭, ୨୦୨୬) ଠାରୁ ଆରମ୍ଭ ହୋଇଛି। ରାଜ୍ୟ…

ଜନସାଧାରଣଙ୍କ ପାଇଁ ଚିନ୍ତାଜନକ ଖବର: ପେଟ୍ରୋଲ-ଡିଜେଲ ଦାମ୍‌…

ନୂଆଦିଲ୍ଲୀ, ୧୮।୮: ଜନସାଧାରଣଙ୍କ ପାଇଁ ଅନ୍ତର୍ଜାତୀୟ ବଜାରରୁ ଏକ ନୂଆ ଚିନ୍ତାଜନକ ଖବର ଆସୁଛି। Crude Oil ଦରରେ ଲଗାତାର ତୃତୀୟ ଦିନ ପାଇଁ ବୃଦ୍ଧି ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri