୨୯ରେ ପଦାର୍ପଣ କଲା ଅନୁଗୋଳ

ଅନୁଗୋଳ ଅଫିସ,୧।୪ ୧୯୯୩ ଏପ୍ରିଲ ୧ରେ ଜିଲା ମାନ୍ୟତା ପାଇଥିବା ଅନୁଗୋଳ ୨୯ ବର୍ଷରେ ପଦାର୍ପଣ କରିଛି। ତେଣୁ ଏପ୍ରିଲ୍‌ ୧ ଶୁକ୍ରବାର ଓଡ଼ିଶା ଦିବସ ସହ ଜିଲାର ଏହି ପ୍ରତିଷ୍ଠା ଦିବସକୁ ବେଶ୍‌ ଧୁମ୍‌ଧାମରେ ପାଳନ କରିବାକୁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। କୋଭିଡ୍‌ କାରଣରୁ ଗତ ୨ ବର୍ଷ ଧରି ଏହି ଦିବସ ପାଳନ କେବଳ ସଭାସମିତିରେ ସୀମିତ ରହିଥିବା ବେଳେ ଚଳିତବର୍ଷ ଏହା ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ହେବ। ପୂର୍ବପରି ରାସ୍ତାକୁ ଫେରିବ ରାହାଗିରି। ସେହିପରି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଜିଲାବାସୀଙ୍କ ମନକୁ ଅତ୍ୟନ୍ତ ପ୍ରଫୁଲ୍ଲ କରିଦେବ।
ପ୍ରଶାସନର କାର୍ଯ୍ୟସୂଚୀ ଅନୁଯାୟୀ ଭୋର୍‌ ୪ଟା ୩୦ରୁ ସହରରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯିବ। ସକାଳ ୭ଟାରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ, ୭ଟା ୪୫ରେ ଗାନ୍ଧୀ ପାର୍କସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ପୂର୍ବାହ୍ନ ୮ଟା ୩୦ରେ ଅନୁଗୋଳ ରକ୍ତ ଭଣ୍ଡାରଠାରେ ରକ୍ତଦାନ ଶିବିର ଆୟୋଜନ, ଅପରାହ୍ନ ୬ଟାରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ସାଧାରଣ ସଭା ଓ ପୁରସ୍କାର ବିତରଣ ଏବଂ ସନ୍ଧ୍ୟା ୭ଟାରେ ଜିଲା ସଂସ୍କୃତି ପରିଷଦଠାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେହିପରି ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ରାହଗିରି ଅନୁଷ୍ଠିତ ହେବ। ଅନୁଗୋଳ ଜଗନ୍ନାଥ ମନ୍ଦିରଠାରୁ ବିଇଡି ଛକଯାଏ ରାସ୍ତା ଉପରେ ଲୋକେ ଉତ୍ସବ ମନାଇବେ। ଗୀତ, ନାଚ, ଖେଳ, ସାଇକେଲ ଚାଳନା ଆଦି କରିବେ। ଅପରପକ୍ଷରେ ୨୯ ବର୍ଷରେ ପଦାର୍ପଣ କରିଥିବା ଅନୁଗୋଳ ଜିଲାର ବିକାଶ ଦିଗରେ ପ୍ରଶାସନ ପକ୍ଷରୁ ଶତପ୍ରତିଶତ ଉଦ୍ୟମ ଜାରି ରହିଛି। ଜିଲାବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରାଧାନ୍ୟ ଦିଆଯାଉଛି। ଚାଷ ଜମିକୁ ଜଳସେଚନ ନେଇ ଥିବା ଅସୁବିଧା ଦୂର ଦିଗରେ ପ୍ରଚେଷ୍ଟା ଚାଲିଛି। ମିଲେଟ ମିଶନରେ କିପରି ଅଧିକ ଚାଷୀ ସାମିଲ ହୋଇପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଗଁାଠାରୁ ସହର ଯାଏ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯାଉଛି। ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଉନ୍ନତୀକରଣ ସହ ଏହାକୁ ନେଇ ଏକ ପର୍ଯ୍ୟଟନ ସର୍କିଟ କରାଯାଉଛି। ଯୁବତୀ ଯୁବକଙ୍କୁ ରୋଜଗାର, ନିଯୁକ୍ତି ଦେବାକୁ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଆଦର୍ଶ ବିଦ୍ୟାଳୟରେ ବିଦେଶୀ ଭାଷାରେ ଶିକ୍ଷାଦାନ ଯୋଜନା ରଖାଯାଇଛି। ଇତିମଧ୍ୟରେ ଅନୁଗୋଳ ସହରର ସୌନ୍ଦର୍ଯ୍ୟକରଣ କରାଯାଇଥିବାବେଳେ ତାଳଚେର ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା କାର୍ଯ୍ୟ ଚାଲିଛି। ଷ୍ଟାଡିୟମ, ହେଲ୍‌ଥ କରିଡର, ବସ୍‌ଷ୍ଟାଣ୍ଡ ଆଦି ନିର୍ମାଣ ହେଉଛି। ବିଶ୍ୱସ୍ତରୀୟ କୋଲ୍‌ ମ୍ୟୁଜିୟମ କରାଯାଉଛି। ଅନୁଗୋଳରେ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଇ-ଲାଇବ୍ରେରି, ତୃଣମୂଳସ୍ତରରୁ କ୍ରୀଡ଼ାବିତ୍‌ ସୃଷ୍ଟି କରିବା ପାଇଁ କ୍ରୀଡ଼ା ଉତ୍ସବମାନ ଆୟୋଜନ ସହ ମିନି ଷ୍ଟାଡିୟମ ନିର୍ମାଣ ହେଉଛି। ୨୦୨୩ ସୁଦ୍ଧା ଏସବୁ କାର୍ଯ୍ୟ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ପୁରସ୍କାର ପାଇବେ ଓଡ଼ିଶାର ୮ ହସ୍ତଶିଳ୍ପୀ

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ଓଡ଼ିଶାର ହସ୍ତଶିଳ୍ପ ତଥା ଓଡ଼ିଆ କାରିଗରଙ୍କ କଳାକୃତି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ସୁନାମ ଅର୍ଜନ କରିଛି। ଇତିମଧ୍ୟରେ ଓଡ଼ିଶାର ମୋଟ...

ଏନ୍‌ପିଆର ପାଇଁ ରାଜ୍ୟର ପ୍ରସ୍ତୁତି

ଭୁବନେଶ୍ୱର,୪ା୧(ବ୍ୟୁରୋ): ରାଜ୍ୟ ସରକାର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ସମର୍ଥନ କରିଥିଲେ।  ହେଲେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆରସି)କୁ ବିରୋଧ କରିଥିଲେ। ଏହାକୁ ଓଡ଼ିଶାରେ ଲାଗୁ...

ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା: ୬ ଜଣିଆ ଟିମ୍‌ ଗଠିତ

ଭୁବନେଶ୍ୱର,୪ା୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ କଲେଜ ପକ୍ଷରୁ ତଦନ୍ତ ପାଇଁ ୬ ଜଣିଆ ତଦନ୍ତକାରୀ ଟିମ୍‌ ଗଠନ କରାଯାଇଛି।...

ପର୍ବତାରୋହୀ ଲିପିକା ସେଠଙ୍କୁ ସମ୍ବର୍ଦ୍ଧନା

ଭେଡ଼େନ, ୧୯।୭ (ଡ଼ି.ଏନ.ଏ)-ଭେଡ଼େନ ବ୍ଲକ ଡ଼ାଳବ ଗ୍ରାମର ଯୁବ ପର୍ବତାରୋହିଣୀ ଲିପିକା ସେଠଙ୍କୁ ଭେଡ଼େନ ତହସିଲଦାର ସୀମା ସବିତା କୁଲୁ ଗୁରୁବାର ସମ୍ବର୍ଦ୍ଧିତ କରିଛନ୍ତି ।...

ଗଞ୍ଜାମରେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ ପ୍ରତିନିଧି ଦଳ

ଛତ୍ରପୁର,୫।୨(ଡି.ଏନ୍‌.ଏ.): ନ୍ୟାଶନାଲ ଡିଫେନ୍ସ ଏକାଡେମୀର ଭାରତ, ଉଗାଣ୍ଡା, ନେପାଳର ୧୪ ଜଣିଆ ପ୍ରତିନିଧି ଦଳ ବୁଧବାର ଗଞ୍ଜାମ ଜ଼ିଲା ଗସ୍ତରେ ଆସିଛନ୍ତି। ଜିଲାପାଳ ବିଜୟ ଅମୃତା...

କୋଭିଡ୍‌ କଟକଣା ଉଲ୍ଲଂଘନ: ୩୦ ହଜାର ଟଙ୍କା ଗଣିଲା ମନ୍ଦିର କମିଟି

ବରଗଡ଼ ଅଫିସ୍‌,୨୬।୩: ବରଗଡ଼ ଜିଲା ଭଟଲିସ୍ଥିତ ଶ୍ୟାମ ବିହାରୀ ମନ୍ଦିରରେ ଗୁରୁବାର ଫାଲଗୁନ ମେଳା ପାଳନ କରିବା ମନ୍ଦିର କମିଟିକୁ ମହଙ୍ଗା ପଡ଼ିଛି । କୋଭିଡ୍‌...

ଶ୍ରମିକଙ୍କୁ ପ୍ରାପ୍ୟ ପ୍ରଦାନରେ ଠକେଇ ଅଭିଯୋଗ, ଥାନାରେ ଏତଲା

ବଅଁରପାଳ,୩ା୬(ଡି.ଏନ୍‌.ଏ.) : ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମ ହରିଜନସାହିର ୫୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ପ୍ରାପ୍ୟ ପ୍ରଦାନରେ ଠକେଇ ହୋଇଥିବା ନେଇ ବୁଧବାର...

କମୁଛି ସଂକ୍ରମଣ: ଚିହ୍ନଟ ହେଲେ ୮୨ କରୋନା ପଜିଟିଭ

ଭୁବନେଶ୍ୱର,୮।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮ ଜଣ...

Advertisement
Archives

Model This Week