ମାଦକଦ୍ରବ୍ୟ କାରବାର ବନ୍ଦ ଅଭିଯାନ ପ୍ରହସନ

ଜଗତ୍‌ସିଂହପୁର ଅଫିସ, ୩ା୯: ନିଶା ସେବନ ଶରୀର ପାଇଁ କ୍ଷତିକାରକ। ଏଥିପାଇଁ ନିଶା ସେବନରୁ ଦୂରେଇ ରହିବାକୁ ସରକାରୀ ଓ ବେସରକାରୀ ମାଧ୍ୟମରେ ବର୍ଷ ବର୍ଷ ଧରି ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଏ ବାବଦରେ ସରକାରୀ ଅର୍ଥ ବ୍ୟୟ ହେଉଛି। ଅପରପକ୍ଷରେ ରାଜସ୍ବ ବୃଦ୍ଧି ପାଇଁ ସରକାର ମଦ, ଗଞ୍ଜେଇ ଆଦି ଦୋକାନ ସଂଖ୍ୟା ବଢାଇ ଚାଲିଛନ୍ତି। ଯାହାକି ସରକାରଙ୍କ ବିଚିତ୍ର ନୀତି କହିଲେ ଅତ୍ୟୁକ୍ତି ହେବନାହିଁ। କେବଳ ଏତିକି ନୁହେଁ, ମଦ କାରବାରକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ପରୋକ୍ଷରେ ଚୋରା ମଦ କାରବାରକାରୀଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଛନ୍ତି। ଏଣେ ଚୋରା କାରବାର ବନ୍ଦ ପାଇଁ ଚଢ଼ାଉ ଚାଲିଥିବାବେଳେ ସରକାରୀ ମଦ ଦୋକାନୀଙ୍କ ଟାର୍ଗେଟ୍‌ ବଢୁଛି। ଏଭଳି ବ୍ୟତିକ୍ରମ ଫଳରେ ମାଦକଦ୍ରବ୍ୟ କାରବାର ବନ୍ଦ ଅଭିଯାନ ପ୍ରହସନ ପାଲଟିଛି।
ଜିଲାରେ ୨୬ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଥିବାବେଳେ ୪ ବିଦେଶୀ ଠିପି ଖୋଲା ମଦ ଦୋକାନ ରହିଛି। ସେହିପରି ରେଷ୍ଟୁରାଣ୍ଟ (ଠିପି ଖୋଲା) ୨୭, କ୍ଲବ ୧, ପାରାଦୀପସ୍ଥିତ ମିଲିଟାରୀ କ୍ୟାଣ୍ଟିନ୍‌ ୧, ଦେଶୀ (କଣ୍ଟ୍ରି ସ୍ପିରିଟ୍‌) ୧୩, ବିୟର ପାର୍ଲର ୨ ଓ ଭାଙ୍ଗ ଦୋକାନ ୮ଟି ରହିଛି। ନିୟମ ଅନୁଯାୟୀ, ପ୍ରତ୍ୟେକ ଦୋକାନ ଆଗରେ ବ୍ରାଣ୍ଡ ଅନୁଯାୟୀ ସରକାରଙ୍କ ପକ୍ଷରୁ ସ୍ଥିରୀକୃତ ମୂଲ୍ୟ ତାଲିକା (ରେଟ ଚାର୍ଟ) ରହିବା କଥା। କିନ୍ତୁ ମଦ ଦୋକାନୀମାନେ ସେମାନଙ୍କ ଦୋକାନ ଆଗରେ ଏହି ତାଲିକା ପ୍ରଦର୍ଶିତ କରୁନାହାନ୍ତି। କାରଣ ତାଲିକା ରହିଲେ କେଉଁ ମଦ କେତେ ଟଙ୍କାରେ ବିକ୍ରି ହେବା କଥା ତାହା ଜଣାପଡ଼ିଯିବ। କେବଳ ଏତିକି ନୁହେଁ, ଗ୍ରାହକ ମଦ କିଣିଲେ ବିଲ୍‌ ପାଇବା କଥା। କିନ୍ତୁ ତାହା ଦିଆଯାଉନାହିଁ। ବିଲ୍‌ରେ ଉପଯୁକ୍ତ ମୂଲ୍ୟ ଉଲ୍ଲେଖ କରିବା ବାଧ୍ୟ ବାଧକତା ଥିବାରୁ ମଦ ଦୋକାନୀମାନେ ମନମାନି କରୁଛନ୍ତି। ଯାହାର ଜ୍ୱଳନ୍ତ ପ୍ରମାଣ ଜିଲା ମୁଖ୍ୟାଳୟରେ ଦେଖିବାକୁ ମିଳିଛି । ଏ ସମ୍ପର୍କରେ କେତେଜଣ ଲୋକ କହିଛନ୍ତି, ଜଗତ୍‌ସିଂହପୁର ସାନ ବଜାରରେ ଥିବା ମଦ ଦୋକାନରୁ ସେମାନେ ଅନେକ ସମୟରେ ଚଢା ଦରରେ ମଦ କିଣୁଛନ୍ତି। କିନ୍ତୁ ବିଲ୍‌ ମିଳୁନି । ଗତ ଖରା ଦିନେ ଏହି ଦୋକାନରେ ଥିବା ସେଲ୍‌ସ ମ୍ୟାନ୍‌ ସରକାରୀ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଦରରେ ବିୟର ବିକ୍ରି କରୁଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରି କି ଅବକାରୀ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଲୋକଙ୍କ ଦୁର୍ବଳତାର ସୁଯୋଗ ନେଇ ମଦ ଦୋକାନୀମାନେ ଲୁଟୁଥିବା ଦର୍ଶାଯାଇଥିଲା। ଅନ୍ୟପଟେ ଜିଲାର ଦୋକାନୀମାନେ ଚୋରା ମଦ କାରବାରକାରୀଙ୍କୁ ପେଟି ପେଟି ବିକୁଥିଲେ ସୁଦ୍ଧା ତା’ଉପରେ ଅଙ୍କୁଶ ରହୁନି। ଏହି ଚୋରା କାରବାରକାରୀମାନେ ଗାଁ ଗହଳିରେ ମନଇଚ୍ଛା ଦରରେ ମଦ ବିକି ଅସ୍ଥିରତା ସୃଷ୍ଟି କରୁଛନ୍ତି। ଠିପି ବନ୍ଦ ଦୋକାନ ଆଗରେ ଦିବାଲୋକରେ ମଦୁଆମାନେ ଠିପି ଖୋଲି ମଦ ପିଉଥିଲେ ସୁଦ୍ଧା ପ୍ରତ୍ୟେକ ନୀରବଦ୍ରଷ୍ଟା ସାଜିଛନ୍ତି। ତେବେ ବେଆଇନ ଦେଶୀ, ବିଦେଶୀ ମଦ ସାଙ୍ଗକୁ ଗଞ୍ଜେଇ, ଅଫିମ ଏପରି କି ବ୍ରାଉନସୁଗାର କାରବାର ଉପରେ ମଝିରେ ମଝିରେ ଉପରଠାଉରିଆ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। କାରଣ ଅସାଧୁ କର୍ମଚାରୀମାନେ ଏହି ବେଆଇନ ମାଦକଦ୍ରବ୍ୟ କାରବାରକାରୀଙ୍କଠାରୁ ମୋଟା ଅଙ୍କର ମାସିକିଆ ଚାନ୍ଦା ଆଦାୟ କରୁଛନ୍ତି। ଏନେଇ ସେମାନଙ୍କ ପ୍ରତି ମାତ୍ରାଧିକ ଅନୁକମ୍ପା ରହୁଛି। ଏଠାରେ ସୂଚାଇ ଦିଆଯାଇପାରେ ନିର୍ଦ୍ଦିଷ୍ଟ କିଛି ସ୍ଥାନରେ ଉପରୋକ୍ତ ବିଭାଗର ଅସାଧୁ କର୍ମଚାରୀମାନେ ଚୋରା ମାଦକଦ୍ରବ୍ୟ କାରବାରରେ ପରୋକ୍ଷଭାବେ ସମ୍ପୃକ୍ତ ରହିଛନ୍ତି। ଏସବୁ ଜାଣି ମଧ୍ୟ ବିଭାଗୀୟ ଅଧିକାରୀମାନେ ନୀରବ ରହୁଛନ୍ତି। ଅପରପକ୍ଷେ ପ୍ରତିବର୍ଷ ଅବକାରୀ ବିଭାଗ ପକ୍ଷରୁ ବିଭାଗୀୟ ସୁପରିଣ୍ଟେଣ୍ଡେଣ୍ଟମାନଙ୍କୁ କେତେ ମାମଲା ରୁଜୁ କରିବାକୁ ପଡିବ ସେ ସମ୍ପର୍କରେ ଟାର୍ଗେଟ୍‌ ଦିଆଯାଉଛି। ଏହି ଅନୁଯାୟୀ ଜଗତ୍‌ସିଂହପୁର ଅବକାରୀ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ମଧ୍ୟ ଧାର୍ଯ୍ୟ ମାମଲା ସଂଖ୍ୟା ପୂରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ଅଧିକାରୀମାନେ କୌଶଳ କ୍ରମେ ଏହି ଲକ୍ଷ୍ୟ ପୂରଣ ପାଇଁ ଚେଷ୍ଟା କରି ଆପାତତଃ ସଫଳ ହେଉଛନ୍ତି। ମାତ୍ର ଯେଉଁମାନଙ୍କଠାରୁ ମାସିକିଆ ଚାନ୍ଦା ଆଦାୟ କରାଯାଉଛି ସେମାନଙ୍କ ନାମରେ ମଝିରେ ମଝିରେ ଦୁର୍ବଳ ମାମଲା ରୁଜୁ କରାଯାଉଛି। ଏଭଳି କରାଯିବାର ଉଦ୍ଦେଶ୍ୟ ହେଉଛି ମାମଲା ସଂଖ୍ୟା ପୂରଣ ହେବା ସଙ୍ଗେସଙ୍ଗେ ଅଭିଯୁକ୍ତଙ୍କୁ ସହଜରେ ଜାମିନ ମିଳିଯିବ। ଜାମିନ ମିଳିଗଲା ପରେ ଅଭିଯୁକ୍ତ ନିର୍ଦ୍ଦୋଷ ହେବାରେ ଆଉ ବାଧା ଉପୁଜିବ ନାହିଁ। କାରଣ ବିଭାଗୀୟ ଅଧିକାରୀମାନେ କୋର୍ଟରେ କୋହଳ ଚାର୍ଜଶିଟ୍‌ ଦାଖଲ କରିଦେବେ। ତା’ପରେ ଅଭିଯୁକ୍ତ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇଯିବେ। ବେଆଇନ ମାଦକଦ୍ରବ୍ୟ କାରବାରକାରୀ, ଅବକାରୀ ଓ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଏଭଳି ଗୁପ୍ତ ବୁଝାମଣା ସମାଜ ଉପରେ କୁପ୍ରଭାବ ପକାଇ ଚାଲିଛି। ଏ ସମ୍ପର୍କରେ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ବୈଜୟନ୍ତୀ ପଣ୍ଡାଙ୍କୁ ପଚାରିବାରୁ ଚଢ଼ାଉ ଜାରି ରହିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଛନ୍ତି। ତଥାପି ଅଭିଯୋଗ ହେଉଥିବାରୁ ବିଭାଗ ଅଧିକ ଦାୟିତ୍ୱବାନ ହେବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?