ମାଦକଦ୍ରବ୍ୟ କାରବାର ବନ୍ଦ ଅଭିଯାନ ପ୍ରହସନ

ଜଗତ୍‌ସିଂହପୁର ଅଫିସ, ୩ା୯: ନିଶା ସେବନ ଶରୀର ପାଇଁ କ୍ଷତିକାରକ। ଏଥିପାଇଁ ନିଶା ସେବନରୁ ଦୂରେଇ ରହିବାକୁ ସରକାରୀ ଓ ବେସରକାରୀ ମାଧ୍ୟମରେ ବର୍ଷ ବର୍ଷ ଧରି ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଏ ବାବଦରେ ସରକାରୀ ଅର୍ଥ ବ୍ୟୟ ହେଉଛି। ଅପରପକ୍ଷରେ ରାଜସ୍ବ ବୃଦ୍ଧି ପାଇଁ ସରକାର ମଦ, ଗଞ୍ଜେଇ ଆଦି ଦୋକାନ ସଂଖ୍ୟା ବଢାଇ ଚାଲିଛନ୍ତି। ଯାହାକି ସରକାରଙ୍କ ବିଚିତ୍ର ନୀତି କହିଲେ ଅତ୍ୟୁକ୍ତି ହେବନାହିଁ। କେବଳ ଏତିକି ନୁହେଁ, ମଦ କାରବାରକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ପରୋକ୍ଷରେ ଚୋରା ମଦ କାରବାରକାରୀଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଛନ୍ତି। ଏଣେ ଚୋରା କାରବାର ବନ୍ଦ ପାଇଁ ଚଢ଼ାଉ ଚାଲିଥିବାବେଳେ ସରକାରୀ ମଦ ଦୋକାନୀଙ୍କ ଟାର୍ଗେଟ୍‌ ବଢୁଛି। ଏଭଳି ବ୍ୟତିକ୍ରମ ଫଳରେ ମାଦକଦ୍ରବ୍ୟ କାରବାର ବନ୍ଦ ଅଭିଯାନ ପ୍ରହସନ ପାଲଟିଛି।
ଜିଲାରେ ୨୬ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଥିବାବେଳେ ୪ ବିଦେଶୀ ଠିପି ଖୋଲା ମଦ ଦୋକାନ ରହିଛି। ସେହିପରି ରେଷ୍ଟୁରାଣ୍ଟ (ଠିପି ଖୋଲା) ୨୭, କ୍ଲବ ୧, ପାରାଦୀପସ୍ଥିତ ମିଲିଟାରୀ କ୍ୟାଣ୍ଟିନ୍‌ ୧, ଦେଶୀ (କଣ୍ଟ୍ରି ସ୍ପିରିଟ୍‌) ୧୩, ବିୟର ପାର୍ଲର ୨ ଓ ଭାଙ୍ଗ ଦୋକାନ ୮ଟି ରହିଛି। ନିୟମ ଅନୁଯାୟୀ, ପ୍ରତ୍ୟେକ ଦୋକାନ ଆଗରେ ବ୍ରାଣ୍ଡ ଅନୁଯାୟୀ ସରକାରଙ୍କ ପକ୍ଷରୁ ସ୍ଥିରୀକୃତ ମୂଲ୍ୟ ତାଲିକା (ରେଟ ଚାର୍ଟ) ରହିବା କଥା। କିନ୍ତୁ ମଦ ଦୋକାନୀମାନେ ସେମାନଙ୍କ ଦୋକାନ ଆଗରେ ଏହି ତାଲିକା ପ୍ରଦର୍ଶିତ କରୁନାହାନ୍ତି। କାରଣ ତାଲିକା ରହିଲେ କେଉଁ ମଦ କେତେ ଟଙ୍କାରେ ବିକ୍ରି ହେବା କଥା ତାହା ଜଣାପଡ଼ିଯିବ। କେବଳ ଏତିକି ନୁହେଁ, ଗ୍ରାହକ ମଦ କିଣିଲେ ବିଲ୍‌ ପାଇବା କଥା। କିନ୍ତୁ ତାହା ଦିଆଯାଉନାହିଁ। ବିଲ୍‌ରେ ଉପଯୁକ୍ତ ମୂଲ୍ୟ ଉଲ୍ଲେଖ କରିବା ବାଧ୍ୟ ବାଧକତା ଥିବାରୁ ମଦ ଦୋକାନୀମାନେ ମନମାନି କରୁଛନ୍ତି। ଯାହାର ଜ୍ୱଳନ୍ତ ପ୍ରମାଣ ଜିଲା ମୁଖ୍ୟାଳୟରେ ଦେଖିବାକୁ ମିଳିଛି । ଏ ସମ୍ପର୍କରେ କେତେଜଣ ଲୋକ କହିଛନ୍ତି, ଜଗତ୍‌ସିଂହପୁର ସାନ ବଜାରରେ ଥିବା ମଦ ଦୋକାନରୁ ସେମାନେ ଅନେକ ସମୟରେ ଚଢା ଦରରେ ମଦ କିଣୁଛନ୍ତି। କିନ୍ତୁ ବିଲ୍‌ ମିଳୁନି । ଗତ ଖରା ଦିନେ ଏହି ଦୋକାନରେ ଥିବା ସେଲ୍‌ସ ମ୍ୟାନ୍‌ ସରକାରୀ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଦରରେ ବିୟର ବିକ୍ରି କରୁଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରି କି ଅବକାରୀ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଲୋକଙ୍କ ଦୁର୍ବଳତାର ସୁଯୋଗ ନେଇ ମଦ ଦୋକାନୀମାନେ ଲୁଟୁଥିବା ଦର୍ଶାଯାଇଥିଲା। ଅନ୍ୟପଟେ ଜିଲାର ଦୋକାନୀମାନେ ଚୋରା ମଦ କାରବାରକାରୀଙ୍କୁ ପେଟି ପେଟି ବିକୁଥିଲେ ସୁଦ୍ଧା ତା’ଉପରେ ଅଙ୍କୁଶ ରହୁନି। ଏହି ଚୋରା କାରବାରକାରୀମାନେ ଗାଁ ଗହଳିରେ ମନଇଚ୍ଛା ଦରରେ ମଦ ବିକି ଅସ୍ଥିରତା ସୃଷ୍ଟି କରୁଛନ୍ତି। ଠିପି ବନ୍ଦ ଦୋକାନ ଆଗରେ ଦିବାଲୋକରେ ମଦୁଆମାନେ ଠିପି ଖୋଲି ମଦ ପିଉଥିଲେ ସୁଦ୍ଧା ପ୍ରତ୍ୟେକ ନୀରବଦ୍ରଷ୍ଟା ସାଜିଛନ୍ତି। ତେବେ ବେଆଇନ ଦେଶୀ, ବିଦେଶୀ ମଦ ସାଙ୍ଗକୁ ଗଞ୍ଜେଇ, ଅଫିମ ଏପରି କି ବ୍ରାଉନସୁଗାର କାରବାର ଉପରେ ମଝିରେ ମଝିରେ ଉପରଠାଉରିଆ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। କାରଣ ଅସାଧୁ କର୍ମଚାରୀମାନେ ଏହି ବେଆଇନ ମାଦକଦ୍ରବ୍ୟ କାରବାରକାରୀଙ୍କଠାରୁ ମୋଟା ଅଙ୍କର ମାସିକିଆ ଚାନ୍ଦା ଆଦାୟ କରୁଛନ୍ତି। ଏନେଇ ସେମାନଙ୍କ ପ୍ରତି ମାତ୍ରାଧିକ ଅନୁକମ୍ପା ରହୁଛି। ଏଠାରେ ସୂଚାଇ ଦିଆଯାଇପାରେ ନିର୍ଦ୍ଦିଷ୍ଟ କିଛି ସ୍ଥାନରେ ଉପରୋକ୍ତ ବିଭାଗର ଅସାଧୁ କର୍ମଚାରୀମାନେ ଚୋରା ମାଦକଦ୍ରବ୍ୟ କାରବାରରେ ପରୋକ୍ଷଭାବେ ସମ୍ପୃକ୍ତ ରହିଛନ୍ତି। ଏସବୁ ଜାଣି ମଧ୍ୟ ବିଭାଗୀୟ ଅଧିକାରୀମାନେ ନୀରବ ରହୁଛନ୍ତି। ଅପରପକ୍ଷେ ପ୍ରତିବର୍ଷ ଅବକାରୀ ବିଭାଗ ପକ୍ଷରୁ ବିଭାଗୀୟ ସୁପରିଣ୍ଟେଣ୍ଡେଣ୍ଟମାନଙ୍କୁ କେତେ ମାମଲା ରୁଜୁ କରିବାକୁ ପଡିବ ସେ ସମ୍ପର୍କରେ ଟାର୍ଗେଟ୍‌ ଦିଆଯାଉଛି। ଏହି ଅନୁଯାୟୀ ଜଗତ୍‌ସିଂହପୁର ଅବକାରୀ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ମଧ୍ୟ ଧାର୍ଯ୍ୟ ମାମଲା ସଂଖ୍ୟା ପୂରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ଅଧିକାରୀମାନେ କୌଶଳ କ୍ରମେ ଏହି ଲକ୍ଷ୍ୟ ପୂରଣ ପାଇଁ ଚେଷ୍ଟା କରି ଆପାତତଃ ସଫଳ ହେଉଛନ୍ତି। ମାତ୍ର ଯେଉଁମାନଙ୍କଠାରୁ ମାସିକିଆ ଚାନ୍ଦା ଆଦାୟ କରାଯାଉଛି ସେମାନଙ୍କ ନାମରେ ମଝିରେ ମଝିରେ ଦୁର୍ବଳ ମାମଲା ରୁଜୁ କରାଯାଉଛି। ଏଭଳି କରାଯିବାର ଉଦ୍ଦେଶ୍ୟ ହେଉଛି ମାମଲା ସଂଖ୍ୟା ପୂରଣ ହେବା ସଙ୍ଗେସଙ୍ଗେ ଅଭିଯୁକ୍ତଙ୍କୁ ସହଜରେ ଜାମିନ ମିଳିଯିବ। ଜାମିନ ମିଳିଗଲା ପରେ ଅଭିଯୁକ୍ତ ନିର୍ଦ୍ଦୋଷ ହେବାରେ ଆଉ ବାଧା ଉପୁଜିବ ନାହିଁ। କାରଣ ବିଭାଗୀୟ ଅଧିକାରୀମାନେ କୋର୍ଟରେ କୋହଳ ଚାର୍ଜଶିଟ୍‌ ଦାଖଲ କରିଦେବେ। ତା’ପରେ ଅଭିଯୁକ୍ତ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇଯିବେ। ବେଆଇନ ମାଦକଦ୍ରବ୍ୟ କାରବାରକାରୀ, ଅବକାରୀ ଓ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଏଭଳି ଗୁପ୍ତ ବୁଝାମଣା ସମାଜ ଉପରେ କୁପ୍ରଭାବ ପକାଇ ଚାଲିଛି। ଏ ସମ୍ପର୍କରେ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ବୈଜୟନ୍ତୀ ପଣ୍ଡାଙ୍କୁ ପଚାରିବାରୁ ଚଢ଼ାଉ ଜାରି ରହିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଛନ୍ତି। ତଥାପି ଅଭିଯୋଗ ହେଉଥିବାରୁ ବିଭାଗ ଅଧିକ ଦାୟିତ୍ୱବାନ ହେବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri